Posted inଫୁରସତ

ଯେଉଁଠି ମାଟିତଳେ ରୁହନ୍ତି ଲୋକେ

‘ପାତାଳ ଲୋକ’ କଥା ସମସ୍ତେ କାହାଣୀରେ ଶୁଣିଥିବେ। ହେଲେ ବିଶ୍ୱରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଲୋକେ ମାଟିତଳେ ଘର କରି ରହୁଛନ୍ତି। ଏହାକୁ କେହି କେହି ‘ପାତାଳ ପୁର’ ବା ‘ପାତାଳ ଲୋକ’ ବୋଲି ମଧ୍ୟ କହିଥାଆନ୍ତି। ଆଫ୍ରିକାର ଟ୍ୟୁନିସିଆରେ ଥିବା ଦଜେବେଲ ଦାହର ଅଞ୍ଚଳରେ ରହିଛି ଏମିତି ଏକ ସ୍ଥାନ ଯେଉଁଠି ଆଜିବି ଲୋକେ ମାଟିତଳେ ଘରକରି ରହୁଛନ୍ତି। ଏହି ଅଣ୍ଡରଗ୍ରାଉଣ୍ଡ ଗାଁ ତିଜ୍‌ମା ନାଁରେ ପରିଚିତ। ଏଠାରେ ଲୋକେ ମାଟିତଳେ ଜୀବନଯାପନ କରୁଛନ୍ତି। ଶହେ ବର୍ଷ ପୂରୁଣା ଏହି ଘରେ ଲୋକ ବସବାସ କରିବା ସହ ଏଠାରେ ସବୁ ପ୍ରକାର ସୁବିଧା ମଧ୍ୟ କରାଯାଇଛି। ଏଠାରେ ରହୁଥିବା ଲୋକମାନଙ୍କର ଆଖପାଖରେ କ୍ଷେତ ରହିଥିବାରୁ ଏମାନେ ଚାଷ କରି ଜୀବିକା ନିର୍ବାହ କରିଥାଆନ୍ତି। ଏବେ ଏମାନଙ୍କ ମଧ୍ୟରୁ କେତେକ ଲୋକେ ସହର ଆଡକୁ ଚାଲିଯାଇଥିବା କୁହାଯାଏ। ଯେଉଁମାନେ ମାଟିତଳେ ଘରକରି ରହୁଛନ୍ତି ସେମାନେ କୁହନ୍ତି ସେମାନଙ୍କୁ ସେଠାକାର ସଂସ୍କୃତି ଓ ଚାଷଜମି ପ୍ରତି ଭଳପାଇବା ଥିବାରୁ ସେହି ସ୍ଥାନ ଛାଡି ଯିବାକୁ ଇଚ୍ଛା ନାହିଁ। ଅବସର ସମୟରେ ବହୁ ପର୍ଯ୍ୟଟକ ସେଠାକୁ ଆସୁଥିବା କୁହାଯାଏ। ଏମାନେ ମାଟିତଳେ ଘର କରି ରହିବାର ମୁଖ୍ୟ କାରଣ ହେଉଛି ସେଠାକାର ଗ୍ରୀଷ୍ମ ପ୍ରବାହ। ସେଠାରେ ଅଧିକାଂଶ ଘର ମାଟିରେ ତିଆରି ହୋଇଥିବାରୁ ଏହା ଗରମ ଦିନେ ଥଣ୍ଡା ରହିଥାଏ ବୋଲି ସେମାନେ କୁହନ୍ତି। ମାଟତଳେ ତିଆରି ହୋଇଥିବା ଘରର ଡିଜାଇନ୍‌ ଏମିତି ଭାବେ କରାଯାଇଛି ଯେଉଁଠି ଗରମ ପବନ ପହଞ୍ଚିବା କଷ୍ଟକର ହୋଇଥାଏ।ମାଟିତଳ ହେଲେବି ନିଃଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ହୋଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାବିର ଦାମ୍‌ ୩.୮୮ କୋଟି

ଦାମୀ ଲକ୍‌ଜ୍ୟୁରି କାର୍‌ର ମାଲିକ ହେବା ପାଇଁ କାହାର ବା ସ୍ବପ୍ନ ନ ଥାଏ। କିନ୍ତୁ କିଛି ଜଣଙ୍କ ପାଇଁ ଏହା ସାମାନ୍ୟ କଥା ହୋଇଥିବା...

ସଫାରୀରେ ବସିଥିଲେ ଲୋକେ, ପଛରୁ ଆସିଲା ବାଘ; ଆଉ ତା’ ପରେ…

ବେଙ୍ଗାଲୁରୁର ବ୍ୟାନରଘାଟା ଜାତୀୟ ଉଦ୍ୟାନରେ ଏକ ବାଘ ସଫାରୀ ଟାଣିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, ସଫାରୀରେ କିଛି ଲୋକ...

ପ୍ରସିଦ୍ଧ ଶୈବପୀଠ ବୈଦ୍ୟନାଥ ମନ୍ଦିର

ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିର, ଯାହାକୁ କେହି କେହି ବାବା ବୈଦ୍ୟନାଥ ଧାମ କିମ୍ବା ବୈଦ୍ୟନାଥ ମନ୍ଦିର ବୋଲି ମଧ୍ୟ କହିଥାନ୍ତି। ଦେବ ଦେବ ମହାଦେବଙ୍କର ଏହି...

କୁକୁର ମୁଣ୍ଡରେ ହେଲ୍‌ମେଟ୍‌

ଚେନ୍ନାଇ: ଆଜିକାଲି ସମୟରେ ମଣିଷ ବିଭିନ୍ନ ପ୍ରାଣୀକୁ ଘରେ ପାଳୁଥିବା ଦେଖିବାକୁ ମିଳୁଛି। ତେବେ କୁକୁରକୁ ଲୋକେ ଅଧିକ ମାତ୍ରାରେ ପାଳିବା ସହ ସେମାନଙ୍କ ଯତ୍ନ...

ସଙ୍ଗୀତ ମାୟାରେ ଆରୋହୀ-ସ୍ବପ୍ନାରାଣୀ

ପ୍ରଗାଢ଼ ନିଷ୍ଠା ବଳରେ ଜଣେ ମହିଳା କିପରି ନିଜର ଲକ୍ଷ୍ୟ ହାସଲ କରିପାରେ ତାହାର ଅନେକ ନଜିର ରହିଛି। ତେବେ ଏହି ତାଲିକାରେ ନିଜ ନାମକୁ...

ଦୁନିଆର ସବୁଠୁ ଶକ୍ତିଶାଳୀ ପ୍ରାଣୀ

ଦୁନିଆରେ ଅନେକ ପ୍ରକାର ପ୍ରାଣୀ ଅଛନ୍ତି। ଏହି ପ୍ରାଣୀମାନଙ୍କ ମଧ୍ୟରୁ କେତେକ ଭୟଙ୍କର, ଆଉ କେତେକ ଶାନ୍ତ ସ୍ବଭାବର। କେହି କେହି ମାଂସ ଖାଇ ପେଟକୁ...

ପାଖରେ ଥିଲା ମାତ୍ର ୩ ଟଙ୍କା, ୪୦ ହଜାର ଟଙ୍କା ଥିବା ବ୍ୟାଗ୍‌ ପାଇ କ’ଣ କଲେ ଏହି ବ୍ୟକ୍ତି ଜାଣନ୍ତୁ

ପୁଣେ,୪।୧୧: ଆଜି ବି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ସଚ୍ଚୋଟପଣିଆ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିଛନ୍ତି। ସେମିତି ଏକ ସଚ୍ଚୋଟ ହୃହୟର...

ଅଧ ସେକେଣ୍ଡରେ ସାନକୁ ବଞ୍ଚାଇଲା ବଡ଼ ଭାଇ , ଭିଡିଓ ଦେଖିଲେ …

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହୃଦୟକୁ ଛୁଇଁଯାଏ। ସେହିଭଳି ଟୁଇଟରରେ ଏବେ...

Advertisement
Archives

Model This Week