Posted inଖେଳ

ଯୁବିଙ୍କ ଦମ୍‌ରେ ଜିତିଲା ଟରୋଣ୍ଟୋ

ନୂଆଦିଲ୍ଲୀ,୨୮।୭(ପିଟି)- ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ (ଯୁବି) ବିସ୍ଫୋରକ ବ୍ୟାଟିଂ ଯୋଗୁ ଟରୋଣ୍ଟୋ ନ୍ୟାଶନାଲ୍ସ ଚଳିତ ଗ୍ଲୋବାଲ ଟି୨୦ କାନାଡା ଲିଗ୍‌ରେ ପ୍ରଥମ ବିଜୟ ହାସଲ କରିଛି। ବ୍ରମ୍ପଟନଠାରେ ଶନିବାର ଏଡ୍‌ମଣ୍ଟନ ରୟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଯୁବି ୨୧ ବଲରୁ ୩୫ ରନ୍‌ ବିସ୍ଫୋରକ ଇନିଂସ ଖେଳିଛନ୍ତି। ତାଙ୍କର ଏହି ଇନିଂସରେ ୩ ଛକା ଓ ସମାନ ସଂଖ୍ୟକ ଚୌକା ସାମିଲ ଥିଲା। ଯୁବିଙ୍କ ଇନିଂସ ଯୋଗୁ ଟରୋଣ୍ଟୋ ୧୯୨ ରନ୍‌ର ବିଜୟ ଲକ୍ଷ୍ୟକୁ ୧୩ ବଲ ପୂର୍ବରୁ ହାସଲ କରି ନେଇଥିଲା। ଯୁବିଙ୍କ ବ୍ୟତୀତ ହେନରିଚ କ୍ଲାସେନ ୪୫, ମନପ୍ରୀତ ଗୋନି ୧୨ ବଲରୁ ୩୩ ଓ ରବିନ୍ଦରପାଲ ସିଂ ୫ ବଲରୁ ୧୭ ରନ୍‌ କରିଥିଲେ। ଫଳରେ ଟରୋଣ୍ଟୋ ୧୭.୫ ଓଭରରେ ୮ ଉଇକେଟ ହରାଇ ୧୯୨ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ପୂର୍ବରୁ କେନ ଓ୍ବିଲିୟମସନଙ୍କ ଅନୁପସ୍ଥିତିରେ ଫାଫ ଡୁ’ପ୍ଲେସଙ୍କ ନେତୃତ୍ୱରେ ଏଡ୍‌ମଣ୍ଟନ ଧାର୍ଯ୍ୟ ୨୦ ଓଭରରେ ୬ ଉଇକେଟ ହରାଇ ୧୯୧ ରନ୍‌ କରିଥିଲା। ଦଳ ପାଇଁ ବେନ କଟିଂ ୪୩, ଶାଦାବ ଖାନ ୩୬, ଅଧିନାୟକ ଡୁପ୍ଲେସି ୨୮ ଓ ଜେମ୍ସ ନିଶାମ ୨୦ ରନ୍‌ କରିଥିଲେ। ଉଲ୍ଲେଖଥାଉ କି ଭାଙ୍କୋଭର ବିପକ୍ଷ ଗତ ମ୍ୟାଚ୍‌ରେ ଯୁବିଙ୍କୁ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା। ସେ ୨୪ ବଲ ଖେଳି ୧୭ ରନ୍‌ କରିଥିଲେ। ଏଥିନେଇ ତାଙ୍କ ବ୍ୟାଟିଂ ଦକ୍ଷତା ଉପରେ ପ୍ରଶ୍ନ ଉଠିଥିଲା। ଅନ୍ୟ ଏକ ମ୍ୟାଚ୍‌ରେ ବ୍ରାମ୍ପଟନ ଓ୍ବଲଭ୍ସ ୧୦ ଉଇକେଟରେ ମଣ୍ଟ୍ରିଲ ଟାଇଗର୍ସକୁ ହରାଇ ଦେଇଛି। ବିଜୟୀ ଦଳ ପାଇଁ ଈଶ ସୋଧି ୫ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ସମର୍ଥନରେ ବାହାରିଲେ ଭାରତୀୟ ଦଳର ବ୍ୟାଟିଂ କୋଚ

ବର୍ମିଂହମ, ୨।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂକୁ ନେଇ ଚାଲିଥିବା ଆଲୋଚନାରେ ମୁହଁ ଖୋଲିଛନ୍ତି ଭାରତୀୟ ଦଳର ବ୍ୟାଟିଂ...

ଚାହିଦାରେ ଯୁବ ଖେଳାଳି

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶ୍ୱର ଏହି ବ୍ୟୟବହୁଳ ଲିଗ୍‌ ପାଇଁ ଅନୁଷ୍ଠିତ ମିନି ଅକ୍ସନରେ ଫ୍ରାଞ୍ଚାଇଜ୍‌ ଦଳଗୁଡ଼ିକ...

ବିଶ୍ୱକପ୍‌ ପାଇନାଲ୍‌ ପୂର୍ବରୁ ଭାରତୀୟ ଦଳକୁ ଟିପ୍ସ ଦେଲେ ନୀରଜ

ପୋଶ୍ଚେଫଷ୍ଟ୍ରୁମ୍‌,୨୯।୧:: ରବିବାର ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ଇଂଲଣ୍ଡ ସହ ମୁହାଁମୁହିଁ ହେବ। ଏହାପୂର୍ବରୁ ଭାରତର ତାରକା ଆଥଲେଟ ତଥା ଅଲିମ୍ପିକ ସ୍ବର୍ଣ୍ଣ...

‘ରୋହିତ ଟେଷ୍ଟ-ଦିନିକିଆ ସମ୍ଭାଳନ୍ତୁ, ପାଣ୍ଡ୍ୟା ହୁଅନ୍ତୁ ଟି୨୦ ଟିମ୍‌ର ଅଧିନାୟକ’

ନୂଆଦିଲ୍ଲୀ,୧୮।୧୧: ଟି୨୦ ବିଶ୍ୱକପ୍‌ରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳରେ ପରିବର୍ତ୍ତନ କରାଯାଉ ବୋଲି ଚର୍ଚ୍ଚା ହେଉଛି। ବିଶେଷକରି ଟି୨୦ ଫର୍ମାଟରେ ଦଳରେ ନୂଆ ଅଧିନାୟକ...

ସନ୍ତୋଷ କଶ୍ୟପ ଓଏଫ୍‌ସିର ସହକାରୀକୋଚ୍‌ ନିଯୁକ୍ତ

ଭୁବନେଶ୍ୱର,୨୯ା୩(ସ୍ପୋଟର୍‌ସ ବ୍ୟୁରୋ): ପୂର୍ବତନ ଭାରତୀୟ ଖେଳାଳି ସନ୍ତୋଷ କଶ୍ୟପଙ୍କୁ ମଙ୍ଗଳବାର ଓଡ଼ିଶା ଏଫ୍‌ସି(ଓଏଫ୍‌ସି)ର ସହକାରୀ କୋଚ୍‌ ଭାବରେ ନିଯୁକ୍ତ କରାଯାଇଛି। ଚଳିତ ସିଜନ ପାଇଁ ମିରାଣ୍ଡା...

୪ ଓ୍ବିକେଟରେ ଜିତିଲା ପିବିକେଏସ…

ଚେନ୍ନାଇ,୩୦।୪ : ଆଇପିଏଲ ୨୦୨୩ର ୪୧ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ୪ ଓ୍ବିକେଟରେ ବିଜୟ ହାସଲ କରିଛି।...

ଧୋନୀଙ୍କ ଉପରେ ବର୍ଷିଲେ ଗମ୍ଭୀର

ଆଇପିଏଲର ସବୁଠୁ ସଫଳ ଟିମ୍‌ ମଧ୍ୟରେ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ସିଜିନ ବିଜୟ ଅଭିଯାନରୁ ଆରମ୍ଭ କରିଛି। କିନ୍ତୁ ଚେନ୍ନାଇ ସୁପର କିଙ୍ଗସ...

୪୦ କର୍ମଚାରୀଙ୍କୁ ଛଟେଇ କଲା କ୍ରିକେଟ ଅଷ୍ଟ୍ରେଲିଆ

ମେଲବୋର୍ନ, ୧୮।୬(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ କ୍ରିକେଟ ଅଷ୍ଟ୍ରେଲିଆ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏଥିରୁ ରକ୍ଷା ପାଇବା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)...

Advertisement
Archives

Model This Week