ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବହଳଦା,୨୨ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବହଳଦା ଥାନା ଅଧୀନ ସାନଦୁନ୍ଦୁ-ଚାପଡା ରାସ୍ତାକଡ଼ରୁ ଶୁକ୍ରବାର ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ମୁହଁକୁ ପଥରରେ ଛେଚିି ଦାନ୍ତ ଭାଙ୍ଗି ଦିଆଯାଇଛି। ଡାହାଣ ପାର୍ଶ୍ୱ କାନ ଛିଣ୍ଡି ଯିବା ସହ କାନ ତଳେ ଗୋଟିଏ ଗଭୀର କ୍ଷତ ହୋଇଥିବାରୁ କେହି ଗୁଳି ମାରି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ା ସକାଳୁ ଶାୈଚ ପାଇଁ ଯାଇଥିବା ଗାଁ ଲୋକେ ରାସ୍ତା କଡ଼ ଏକ ମହୁଲଗଛ ତଳେ ମୃତଦେହ ପଡ଼ିିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ବହଳଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ରାଇରଙ୍ଗପୁର ଏସଡିପିଓ ସତ୍ୟଜିତ ସାହୁ ଓ ବାରିପଦାରୁ ସାଇଣି୍ଟଫିକ୍‌ ଟିମ୍‌ ପହଞ୍ଚିି ଛାନଭିନ ଜାରି ରଖିଛନ୍ତି। ମୃତ ଯୁବତୀଙ୍କ ପରିଚୟ ଜଣାପଡ଼ି ନାହିଁ। ମୃତ ଯୁବତୀଙ୍କ ଆନୁମାନିକ ବୟସ ପ୍ରାୟ ୨୧ ବର୍ଷ ହେବ। ସେ ସାଲଓ୍ବାର ଓ କୁର୍ତ୍ତା ପିନ୍ଧିଛନ୍ତି। ମୃତଦେହ ପାଖରେ ତାଙ୍କ ଚପଲ ପଡ଼ିଛି। ସ୍ଥାନୀୟ ଓ୍ବାର୍ଡସଭ୍ୟା ଯମୁନା ହେମ୍ବ୍ରମଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୭୭/୧୯) ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସର ବଡ଼ଧରଣ ଚଢ଼ାଉ: ୮୦ ଲକ୍ଷ ଟଙ୍କାର ୫୪ଟି ବ୍ୟାଙ୍କ ଆକାଉଣ୍ଟ, ନଗଦ ୨୮ ଲକ୍ଷ, ଟଙ୍କା ବିପୁଳ ପରିମାଣର ଅଳଙ୍କାର ଜବତ

ହାଟଡିହୀ/ଛେନାପଦୀ, ୧୮/୫ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ବାଲି ବ୍ୟବସାୟୀ ଓ ମାଫିଆଙ୍କ ବିରୋଧରେ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଜିଲା ଏସ୍‌ପି…

ନିଆରା ଢଙ୍ଗରେ କଳାକାର କଲେ ପ୍ରତିବାଦ: ମୃଦଙ୍ଗ, ଝାଞ୍ଜରେ କମ୍ପିଉଠିଲା ବ୍ଲକ ପରିସର

ହାଟଡିହୀ/ଛେନାପଦୀ, ୧୮।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲାର ହାଟଡିହୀ ବ୍ଲକ ବିଡ଼ିଓ କାର୍ଯ୍ୟାଳୟ ସମ୍ମୁଖରେ କଳାକାରମାନେ ଦେଇଥିବା ଧାରଣା ସୋମବାର ପ୍ରତ୍ୟାହୃତ ହୋଇଛି। ଉପଯୁକ୍ତ ପଦକ୍ଷେପ…

ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…

ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…

ଭାରସାମ୍ୟ ହରାଇ ରାସ୍ତା କଡ ରେଲିଂରେ ଘୋଷାଡିହେଲା ସ୍କୁଟି , ଜୀବନ ଶଙ୍କଟରେ

ନନ୍ଦପୁର, ୧୮।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାର ସେମିଳିଗୁଡା–ହାଣ୍ଡିପୁଟ ସଂଯୋଗୀ ଏମଡିଆର–୫୫ ରାସ୍ତାର ମାରଡ଼ା ବ୍ରିଜ୍ ନିକଟରେ ଥିବା ମୋଡ଼ରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇ…

ରଙ୍ଗମଞ୍ଚରେ ପପୁ ପମପମଙ୍କୁ ଦେଖିବା ପାଇଁ ଜମିବ ଭିଡ: ଆଜି ଠାକୁରାଣୀ ଯାତ୍ରାର ଶେଷ ପଟୁଆର

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାର ସୋମବାର ହେଉଛି ଶେଷ ପଟୁଆର। ଆଜି ଜଳସମ୍ପଦ ବିଭାଗ ପକ୍ଷରୁ ବିରାଟ ଶୋଭାଯାତ୍ରା ବାହାରୁଛି। ତେଣୁ ବିଭାଗ ପକ୍ଷରୁ…

ପଞ୍ଚାୟତ, ପୌର ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନୀତିନ ନବୀନ: ଏବେଠୁ ରଣନୀତି ପ୍ରସ୍ତୁତ, ଆଗକୁ…

ଜଟଣୀ,୧୮।୫: ଖୋର୍ଦ୍ଧା ଜିଲା ଜଟଣୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କାର୍ଯ୍ୟକର୍ତ୍ତାଙ୍କୁ ୫ଟି ଗୁରୁମନ୍ତ୍ର ଦେଇ ସଂଗଠନକୁ ଆହୁରି ସୁଦୃଢ କରିବାକୁ…

ପାରିବାରିକ କଳହ ହେଲା କାଳ; ବାପଘରକୁ ଡାକି ସ୍ବାମୀଙ୍କ ଯୌନାଙ୍ଗ କାଟିଦେଲେ ସ୍ତ୍ରୀ, ଚାଲିଗଲା ଜୀବନ

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ): କଟକ ବଡମ୍ବାରେ ଯୌନାଙ୍ଗ କାଟି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ । ବଡମ୍ବା ଥାନାରେ ମାମଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।…

ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ୪୫ ଜଣ ସରପଞ୍ଚ, ସମିତିସଭ୍ୟ ଉପଜିଲାପାଳଙ୍କୁ ଭେଟି…

ନୟାଗଡ,୧୮।୫( ଲୋକନାଥ ମିଶ୍ର): ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ପ୍ରସ୍ତାବ। ଗତ ୧୧ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri