ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, କନଷ୍ଟେବଳ ଗିରଫ

ଭୁବନେଶ୍ୱର,୫-୨(ବ୍ୟୁରୋ):ବିବାହ ଆଳରେ ଯୁବତୀଙ୍କୁ ବଳାତ୍କାର କରି ସିଆର୍‌ପିଏଫ୍‌ରେ କାର୍ଯ୍ୟରତ ଜଣେ ଯବାନ ସୋମବାର ଗିରଫ ହୋଇଥିଲେ। ମଙ୍ଗଳବାର ଆଉ ଏକ ଘଟଣା ପଦାକୁ ଆସିଛି। ପୋଲିସ ବାବୁଙ୍କ ଦ୍ୱାରା ବାରମ୍ବାର ବଳାତ୍କାରର ଶିକାର ହୋଇଥିବା ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ଏସ୍‌ଏସ୍‌ବି ବାଟାଲିୟନର କନ୍‌ଷ୍ଟେବଳ କଟକର ରାଜେଶ ଦାସଙ୍କୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି।
ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ରାଜେଶ ଏସ୍‌ଏସ୍‌ବି ବାଟାଲିୟନରେ ୪ବର୍ଷ ହେବ କନ୍‌ଷ୍ଟେବଳ ଭାବେ ଚାକିରି କରୁଥିବାବେଳେ ଭିଆଇପିଙ୍କ ଏସ୍‌କର୍ଟ ଭ୍ୟାନ୍‌ରେ କାର୍ଯ୍ୟ କରନ୍ତି। ସେ ୩ବର୍ଷ ତଳେ ବିବାହ କରିଥିବାବେଳେ କଟକରେ ତାଙ୍କ ସ୍ତ୍ରୀ ଓ ପିଲା ରହୁଛନ୍ତି। ଦୁଇବର୍ଷ ତଳେ ଭୁବନେଶ୍ୱରରେ ଡ୍ୟୁଟି ସମୟରେ ଜଣେ ଯୁବତୀଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଯୁବତୀ ଜଣକ ରାଜଧାନୀରେ ରହି କମ୍ପିଟିଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଫୋନ୍‌ ନମ୍ବର ଦିଆନିଆ ପରେ ଦୁଇ ବନ୍ଧୁ ଭାରେ ଦୁହେଁ କଥା ହେଉଥିଲେ। ରାଜେଶ ଅବିବାହିତ ବୋଲି ଯୁବତୀଙ୍କୁ କହିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ବନ୍ଧୁତ୍ୱ ପ୍ରେମରେ ପରିଣତ ହୋଇଥିଲା। ରାଜେଶ ବିବାହ କରିବାକୁ କହି ଯୁବତୀଙ୍କୁ ଲଜ୍‌, ହୋଟେଲ ନେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀ ଜଣକ ଗତ କିଛିଦିନ ହେବ ରାଜେଶଙ୍କୁ ବିବାହ କରିବା ପାଇଁ କହିଥିଲେ। କିନ୍ତୁ ରାଜେଶ ନାନା ଆଳ ଦେଖାଇ ଏଡାଇ ଚାଲିଥିଲେ। ଶେଷରେ ଯୁବତୀଙ୍କ ଫୋନ୍‌ ନ ଉଠାଇବାରୁ ରାଜେଶଙ୍କ ଉପରେ ତାଙ୍କର ସନ୍ଦେହ ହୋଇଥିଲା। ଖୋଳତାଡ଼ ପରେ ରାଜେଶ ବିବାହିତ ଥିବା ଓ ସେ ପ୍ରତାରଣାର ଶିକାର ହୋଇଥିବା ଯୁବତୀ ଜଣକ ଜାଣିବା ପରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ସୋମବାର ପୋଲିସ ଅଭିଯୁକ୍ତ ରାଜେଶଙ୍କୁ ଥାନାକୁ ଉଠାଇ ନେଇଥିଲା। ଯୁବତୀ ଜଣକ ବିବାହ କରିବା ପାଇଁ କହିଥିଲେ ମଧ୍ୟ ରାଜେଶ ମନା କରିଦେଇଥିଲେ। ସୋମବାର ରାତିରେ ପ୍ରତାରଣାର ଶିକାର ହୋଇଥିବା ଉକ୍ତ ଯୁବତୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯୁବତୀ ଜଣକ ସୁସ୍ଥ ହେଉଥିବାବେଳେ ଏବେବି ରାଜେଶଙ୍କୁ ବିବାହ କରିବାକୁ କହୁଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୟପୁରରେ ବିଜେଡି ଆଗୁଆ

ଜୟପୁର, ୨୩।୫(ଡି.ଏନ୍‌.ଏ.)- ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ରବିନାରାୟଣ ନନ୍ଦ ୨୦୪୫ ଭୋଟ ପାଇଥିବାବେଳେ କଂଗ୍ରେସର...

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୮୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୭।୧୧(ବ୍ୟୁରୋ)-ରାଜ୍ୟରେ ଆଜି ମୋଟ ୧୬୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୧୭ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୧୧୩, କଟକରୁ...

‘ଦେଶର ଜନତାଙ୍କୁ ନୂଆ ବିକଳ୍ପ ଆବଶ୍ୟକ’

ଭୁବନେଶ୍ୱର, ୨୪।୫ (ବ୍ୟୁରୋ): ଭାରତୀୟ ରାଜନୀତିରୁ ପରିବାରବାଦକୁ ସମାପ୍ତ କରିବା ପାଇଁ ଯୁବ ଚେତନା ସଂଗ୍ରାମ କରୁଛି। ଗଁା, ଗରିବ ଶ୍ରେଣୀ, ଚାଷୀ, ଶ୍ରମିକ ଏବଂ...

ଆଦିତ୍ୟ ମୃତ୍ୟୁ ପଛରେ ‘ସାଇକୋ ଲେଡି’

ଭୁବନେଶ୍ୱର,୨ା୯(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲାରେ ପଦାକୁ ଆସିଛି ନୂଆ ଟୁଇଷ୍ଟ। ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି। ଆଦିତ୍ୟଙ୍କ...

୨ ଦିନ ଭିତରେ କାରଣ ଦର୍ଶାଅ ନୋଟିସ୍‌ର ଜବାବ ଦେବେ ମୋକିମ୍‌

ଭୁବନେଶ୍ବର,୧ା୮(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନର ଭୋଟିଂ ଲାଗି କୌଣସି ହ୍ବିପ୍‌ ଜାରି କରାଯାଇ ନ ଥିଲା। କଂଗ୍ରେସ ପ୍ରାର୍ଥୀଙ୍କୁ ଯେଉଁମାନେ ଭୋଟ୍‌ ନ ଦେଇଛନ୍ତି ସେମାନଙ୍କ ବିରୋଧରେ...

୪୩ ରୁଟ୍‌ରେ ଆଜିଠୁ ଗଡ଼ିବ ଓଏସ୍‌ଆର୍‌ଟିସି ବସ୍‌

ଭୁବନେଶ୍ୱର,୬।୭(ବ୍ୟୁରୋ): ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ବସ୍‌ ମଙ୍ଗଳବାରଠାରୁ ୪୩ଟି ରୁଟ୍‌ରେ ଚଳାଚଳ କରିବ। କାଟେଗୋରି-ଏରେ ଥିବା ଜିଲାଗୁଡ଼ିକରେ ଏହି ରୁଟ୍‌ଗୁଡିକ ଅବସ୍ଥିତ।...

‘ପ୍ରୋତ୍ସାହନ ନ ମିଳିଲେ ବୁଡ଼ିଯିବ ଛଉନୃତ୍ୟ’

କଟକ ଅଫିସ,୧୪।୩: ଓଡ଼ିଶା ମାଟିର ନିଜସ୍ବ ଲୋକନୃତ୍ୟ ହେଉଛି ଛଉ। ମୟୂରଭଞ୍ଜରେ ଏହି କଳାର ଉତ୍ପତ୍ତି। ଭାରତର ସମସ୍ତ ଲୋକନୃତ୍ୟଗୁଡ଼ିକ ଭିତରେ ଛଉନୃତ୍ୟର ସ୍ଥାନ ମଧ୍ୟ...

ମାଂସ ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ, ୨୫।୧୨: ଭିତରକନିକା ଜାତୀୟ ଉଦ୍ୟାନରୁ ଗତ ୯ ତାରିଖରେ ହରିଣ ଶିକାର କରି ବଗପାଟିଆ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଫକୀର ମୋହନ...

Advertisement
Archives

Model This Week