ଯୁବତୀଙ୍କୁ ଅସଦାଚରଣ, କନଷ୍ଟେବଳ ନିଲମ୍ବିତ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ରାଜଧାନୀରେ ଖାକିବାବୁଙ୍କୁ ପ୍ରେମ ରୋଗ ଛାଡୁନି। ମାସକ ଭିତରେ ୩ ପୋଲିସ କର୍ମଚାରୀ ପ୍ରେମ ଓ ବଳାତ୍କାର ମାମଲାରେ ଗିରଫ ହୋଇଥିବାବେଳେ ରବିବାର ରାଜଧାନୀ ରାଜରାସ୍ତାରେ ଆଉ ଏକ ଖାକି କାରନାମା ଦେଖିବାକୁ ମିଳିଛି। ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଜଣେ ପୋଲିସ ବାବୁଙ୍କ ପାଇଁ ମହଙ୍ଗା ପଡ଼ିଛି। ଲୋକଙ୍କ ମାଡ଼ ସହ ଅସଦାଚରଣର ଶିକାର ଯୁବତୀଙ୍କ ଜୋତା ଓ ଗୋଇଠା ମାଡ଼ରେ ତାଙ୍କ ପ୍ରେମନିଶା ଉତୁରି ଯାଇଛି। ରବିବାର କ୍ୟାପିଟାଲ ଥାନା ଅନ୍ତର୍ଗତ କଳ୍ପନା ଛକ ନିକଟରେ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ (ଏସ୍‌ଏସ୍‌ବି)ର କନ୍‌ଷ୍ଟେବଳ ପ୍ରମୋଦ ବେହେରା ଏପରି କାଣ୍ଡ ଘଟାଇଛନ୍ତି। ଘଟଣା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କ୍ୟାପିଟାଲ ଥାନା ପୋଲିସ ସମ୍ପୃକ୍ତ କନ୍‌ଷ୍ଟେବଳଙ୍କୁ ଉଦ୍ଧାର କରି ଥାନାକୁ ନେଇ ପଚରାଉଚରା କରୁଛି। ତାଙ୍କ ଘର ଗଞ୍ଜାମ ଗୋଳନ୍ଥରା ଅଞ୍ଚଳରେ ହୋଇଥିବାବେଳେ ସେ ଏଠାରେ ଏସ୍‌ଏସ୍‌ବି କ୍ୟାମ୍ପ୍‌ରେ ରହୁଛନ୍ତି। ଘଟଣା ପ୍ରଘଟ ହେବା ପରେ ସମ୍ପୃକ୍ତ କନ୍‌ଷ୍ଟେବଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଡିସିପି ଅନୁପ କୁମାର ସାହୁଙ୍କ ଚିଠି ଆଧାରରେ ଏସ୍‌ଏସ୍‌ବି କମାଣ୍ଡାଣ୍ଟ୍‌ ଅଭିଯୁକ୍ତ ପ୍ରମୋଦଙ୍କୁ ନିଲମ୍ବିତ କରିଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ପୋଲିସ ଏକ ଷ୍ଟେଶନ ଡାଏରୀ କରି ଯୁବତୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା ଚଳାଇଛି। ଅଭିଯୋଗ ହେବା ପରେ ମାମଲା ରୁଜୁ କରାଯିବ ବୋଲି କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି।
ମିଳିଥିବା ସୂଚନାନୁଯାୟୀ, ସମୟ ଅପରାହ୍ନ ୨ଟା। ଜଣେ ଯୁବତୀ ସାଙ୍ଗଙ୍କ ସହ ରାଜମହଲରୁ କଳ୍ପନା ଛକ ଅଭିମୁଖେ ଆସୁଥିଲେ। କଳ୍ପନା ଛକ ନିକଟତର ହେଉଥିବାବେଳେ ହଠାତ୍‌ ଜଣେ କନ୍‌ଷ୍ଟେବଳ ପହଞ୍ଚତ୍ ଯୁବତୀଙ୍କ ହାତକୁ ଧରିନେଇଥିଲେ। ଯୁବତୀ ଜଣକ ପାଟିକରି ହାତକୁ ଛାଟିଦେବା ପରେ ପ୍ରେମନିଶାରେ ଥିବା କନ୍‌ଷ୍ଟେବଳ ତାଙ୍କୁ ପଛପଟୁ ଧରି ଅସଦାଚରଣ କରିଥିଲେ। ଚିତ୍କାର ଶୁଣି ନିକଟରେ ବ୍ୟବସାୟ କରୁଥିବା ଫଳ ଦୋକାନୀମାନେ ଦୌଡ଼ି ଆସିଥିଲେ। କନ୍‌ଷ୍ଟେବଳ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ତାଙ୍କୁ କାବୁ କରିନେଇଥିଲେ। ଏହାପରେ ସେହିବାଟ ଦେଇ ଯାଉଥିବା ଲୋକଙ୍କ ଭିଡ଼ ଜମିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ କିଏ ଗୋଇଠା ତ ଆଉ କିଏ ବିଧା, ଚାପୁଡ଼ା ମାରିଥିଲେ। ଅସଦାଚରଣର ଶିକାର ଯୁବତୀ ଜଣକ ମଧ୍ୟ ଛାଡ଼ି ନ ଥିଲେ। ଜୋତାରେ ପିଟିବା ସହ ମୁହଁକୁ ଗୋଇଠା ମାରି ପ୍ରତିଶୋଧ ନେଇଥିଲେ। ନିସ୍ତୁକ ମାଡ଼ ଖାଇବା ପରେ କନ୍‌ଷ୍ଟେବଳ ନିଶାଗ୍ରସ୍ତଙ୍କ ଭଳି ଦୁଇ ହାତକୁ ଯୋଡ଼ି ବାରମ୍ବାର ଭୁଲ୍‌ ମାଗି ଚାଲିଥିଲେ ମଧ୍ୟ କେହି କିଛି ଶୁଣି ନ ଥିଲେ। ଶେଷରେ ଯୁବତୀ ଜଣକ ନିଜ ମୋବାଇଲ୍‌ରେ ଥାନାକୁ ଫୋନ୍‌ କରିିବା ପରେ ପୋଲିସ ପହଞ୍ଚତ୍ କନ୍‌ଷ୍ଟେବଳଙ୍କୁ ଉଦ୍ଧାର କରି ଥାନାକୁ ନେଇଯାଇଥିଲା। ଏଠାରେ ପ୍ରଶ୍ନ ଉଠୁଛି, ଉକ୍ତ ଯୁବତୀଙ୍କୁ ପୂର୍ବରୁ କନ୍‌ଷ୍ଟେବଳ ଜଣକ ଜାଣିଥିଲେ କି? ଯଦି ଜାଣିଥିଲେ ତେବେ ଉଭୟଙ୍କ ମଧ୍ୟରେ ଏମିତି କ’ଣ ଘଟିଲା ଯେ ସେ ତାଙ୍କୁ ରାସ୍ତାମଝିରେ ଅସଦାଚରଣ କଲେ। ଏ ନେଇ ପୋଲିସ ସମ୍ପୃକ୍ତ କନ୍‌ଷ୍ଟେବଳଙ୍କୁ ପଚରାଉଚରା କରିଥିଲେ ମଧ୍ୟ ସେ ଯୁବତୀଙ୍କୁ ଜାଣି ନ ଥିବା କହିଛନ୍ତି।

ପୂର୍ବରୁ ଘଟିଥିବା ୩ ଘଟଣା
ଡେରାଡୁନ୍‌ର ଜଣେ ଯୁବତୀଙ୍କୁ ଭୁବନେଶ୍ୱରରେ ରଖି ସିଆର୍‌ପିଏଫ୍‌ର ଜଣେ ଯବାନ ବଳାତ୍କାର କରିଥିଲେ। ଏହି ମାମଲାରେ ନୟାପଲ୍ଲୀ ଥାନା ପୋଲିସ ଗତ ୩ ତାରିଖରେ ସମ୍ପୃକ୍ତ ଯବାନଙ୍କୁ ଗିରଫ କରିଥିଲା। ସେହିଭଳି ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ବଳାତ୍କାର କରିଥିଲେ ଏସ୍‌ଏସ୍‌ବିର ଜଣେ କନ୍‌ଷ୍ଟେବଳ। ଏ ନେଇ ଅଭିଯୋଗ ହେବା ପରେ ଗତ ୪ ତାରିଖରେ ମହିଳା ଥାନା ପୋଲିସ ଅଭିଯୁକ୍ତ କନ୍‌ଷ୍ଟେବଳଙ୍କୁ ଗିରଫ କରିଥିଲା। ତୃତୀୟ ଘଟଣାଟି ନୟାପଲ୍ଲୀ ଥାନାଞ୍ଚଳରେ ଘଟିଥିଲା। ଓଏସ୍‌ଏପିର ଜଣେ ସିପାହି ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ବଳାତ୍କାର କରିଥିଲେ। ଏହି ମାମଲାରେ ଗତ ୮ ତାରିଖରେ ସେ ଗିରଫ ହୋଇଥିଲେ।
ମହିଳାଙ୍କ ସୁରକ୍ଷାରେ ଥିବା ଏସ୍‌ପିଓ କୁଆଡ଼େ ଗଲେ?
ରାଜଧାନୀରେ ରୋଡ଼ ରୋମିଓଙ୍କ ଉପତ୍ାତ ବଢିବା ପରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କଲେଜ ଛାତ୍ରୀ, ବିଭିନ୍ନ ଘରୋଇ ସଂସ୍ଥା ଓ ଶିକ୍ଷାନୁଷ୍ଠାନର ମହିଳା କର୍ମଚାରୀଙ୍କୁ ସ୍ପେଶାଲ ପୋଲିସ ଅଫିସର (ଏସ୍‌ପିଓ) ଭାବେ ନିଯୁକ୍ତ କଲେ। ଜାନୁୟାରୀ ୨ରେ କମିଶନରେଟ ପୋଲିସ ମୁଖ୍ୟାଳୟରେ ଏସ୍‌ପିଓମାନେ ସ୍ବତନ୍ତ୍ର ପୋଷାକ ପିନ୍ଧି ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗଦେଲେ। ଏସ୍‌ପିଓମାନଙ୍କୁ ନେଇ ମଧ୍ୟ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ ଖୋଲାଗଲା। ରାଜଧାନୀ ରାଜରାସ୍ତାଠାରୁ ଆରମ୍ଭ କରି ବଜାର, ବ୍ୟବସାୟ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟରେ ମହିଳାଙ୍କୁ ସୁରକ୍ଷା ଦେବା ସହ ତୁରନ୍ତ ଏ ସମ୍ପର୍କରେ ପୋଲିସକୁ ଜଣାଇବେ ବୋଲି କୁହାଗଲା। ଏପରି କି ଏସ୍‌ପିଓମାନଙ୍କୁ କମିଶନରେଟ ପୋଲିସ ପକ୍ଷରୁ କେତେକ କ୍ଷମତା ଦିଆଗଲା। ଅଭିଯୁକ୍ତମାନଙ୍କୁ ଆବଶ୍ୟକସ୍ଥଳେ ସେମାନେ ଗିରଫ କରିପାରିବେ ବୋଲି କମିଶନର ଷଡଙ୍ଗୀ କହିଥିଲେ। ତେବେ ରବିବାର ରାଜଧାନୀର ପ୍ରମୁଖ କଳ୍ପନା-ରାଜମହଲ ଛକ ରାସ୍ତାରେ ଜଣେ ପୋଲିସ କନ୍‌ଷ୍ଟେବଳ ଯୁବତୀଙ୍କୁ ଅସଦାଚରଣ କରିଥିଲେ ମଧ୍ୟ ଏସ୍‌ପିଓମାନଙ୍କର ଦେଖା ନ ଥିଲା। ଏପରି କି ଘଟଣା ସମ୍ପର୍କରେ ମଧ୍ୟ କୌଣସି ଏସ୍‌ପିଓଙ୍କ ତରଫରୁ ଥାନାକୁ ସୂଚନା ଦିଆଯାଇ ନ ଥିବା ଜଣାପଡିଛି। ଘଟଣାସ୍ଥଳରେ ମଧ୍ୟ ଏସ୍‌ପିଓମାନେ କୁଆଡେ ଗଲେ ବୋଲି କେତେଜଣ ସଚେତନ ନାଗରିକ ପ୍ରଶ୍ନ ଉଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥ ଥାଇ ହୋଇପାରିନି ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌

କଟକ ଅଫିସ,୧୯ା୭: ୨୦୧୬-୧୭ରୁ ୨୦୧୮-୧୯ ମଧ୍ୟରେ ଏସ୍‌ସିବି ମେଡିକାଲକୁ ଆସିଥିବା ଲିଭର୍‌ ରୋଗୀମାନଙ୍କ ମଧ୍ୟରୁ ୧୧୯୬ ଜଣଙ୍କ ଲିଭର ପ୍ରତିରୋପଣ (ଲିଭର ଟ୍ରାନ୍ସପ୍ଲାଣ୍ଟ)ର ଆବଶ୍ୟକତା ଥିବା...

୪୨ ଡିଗ୍ରୀ ଟପିଲା ଟିଟିଲାଗଡ଼

ଭୁବନେଶ୍ବର,୩୧।୩(ବ୍ୟୁରୋ): କିଛି ଦିନ ହେଲା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗୁରୁବାର ଟିଟିଲାଗଡ଼ରେ ସର୍ବାଧିକ ୪୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏପରି କି...

ରାଜ୍ୟକୁ କେନ୍ଦ୍ରର ପରାମର୍ଶ: ଦରମାରେ ଖର୍ଚ୍ଚ ନ କରି ଜଙ୍ଗଲ ସୃଷ୍ଟି କର, କାମ୍ପା ପାଣ୍ଠିରେ ରାଜ୍ୟକୁ ମିଳିଲା ୫୯୩୪ କୋଟି

ଭୁବନେଶ୍ୱର, ୨୯।୮ (ବ୍ୟୁରୋ)-କ୍ଷତିପୂରକ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା(କାମ୍ପା) ପାଇଁ ଜାତୀୟ କ୍ଷତିପୂରକ ବନୀକରଣ ଜମା ରାଶିରୁ କେନ୍ଦ୍ର ସରକାର ଓଡିଶା ଅଂଶଧନ ୫୯୩୩.୯୮...

ରଥଯାତ୍ରା ଦେଖିପାରିବେନି ଶ୍ରଦ୍ଧାଳୁ!

ଭୁବନେଶ୍ୱର,୩।୭(ବ୍ୟୁରୋ): ଚଳିତ ଥର ମଧ୍ୟ କରୋନା କଟକଣାରେ ଅନୁଷ୍ଠିତ ହେବ ରଥଯାତ୍ରା। ଏଥିର ବି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଭକ୍ତ। ଘରେ ରହି ଠାକୁରଙ୍କ ଆଶୀର୍ବାଦ...

୪୦ ଡିଗ୍ରୀ ଉପରେ ୩ ସହର, ସମ୍ବଲପୁରରେ ସର୍ବାଧିକ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ସକାଳ ୯ଟାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ତେବେ ଦିନ ୨ ଟା ୩୦ ସୁଦ୍ଧା ୩...

ଆଇଏଏସ୍‌ସ୍ତରରେ ଅଦଳବଦଳ, ଜାଣନ୍ତୁ କିଏ କେଉଁଠି ହେଲେ ଅବସ୍ଥାପିତ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଆଇଏଏସ୍‌ ସ୍ତରରେ ଶୁକ୍ରବାର ଅଦଳବଦଳ କରାଯାଇଛି। ୨୦୦୪ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳ ଆର୍‌ଡିସି, ୨୦୦୦ ବ୍ୟାଚ୍‌ ଆଇଏଏସ୍‌ ଅଫିସର ବସନ୍ତ...

ଜେଡିସିଏ ଅନ୍ତର୍ଜାତୀୟ ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବ: ଫିଲ୍ମ ନିର୍ମାଣ ପ୍ରତି ବଢ଼ୁଛି ଓଡ଼ିଶା ଯୁବପିଢ଼ିଙ୍କ ଆଗ୍ରହ

ଭୁବନେଶ୍ୱର,୭।୨(ବ୍ୟୁରୋ): ଜେ.ଡି. ସେଣ୍ଟର ଅଫ୍‌ ଆର୍ଟ (ଜେଡିସିଏ) ପକ୍ଷରୁ ହେବାକୁ ଥିବା ତ୍ରୟୋଦଶ ଅନ୍ତର୍ଜାତୀୟ କଳା ଓ କଳାକାର ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବକୁ ଶୁକ୍ରବାର ସନ୍ଧ୍ୟାରେ...

ଅଭିଯୁକ୍ତ ବାବିନାଙ୍କ ବ୍ୟବସାୟିକ ଆଡ୍ଡା ଭାଙ୍ଗିଲା ପୋଲିସ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପୂର୍ବ ଶତ୍ରୁତାରୁ ନବଘନ ପାଟ୍ଟଶାଣୀ ଓରଫ ବାଙ୍କା ନାମକ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ ମାମଲାରେ ଖଣ୍ଡଗିରି ଥାନା ପୋଲିସ ଦ୍ୱାରା ଗିରଫ ହୋଇ ଜେଲରେ...

Advertisement
Archives

Model This Week