ଯୁବଗୋଷ୍ଠୀଙ୍କ ଅଭିନବ ପ୍ରୟାସ: ପୂଜା ହେଲେ ୧୫୦ରୁ ଊର୍ଦ୍ଧ୍ୱ ଗୁରୁଜନ

ଉଦଳା, ୩ା୨(ଡି.ଏନ.ଏ.)-ଆଜିର ସମାଜରେ ବୃଦ୍ଧ ମା’ବାପାଙ୍କୁ ବୃଦ୍ଧାଶ୍ରମରେ ଦେଖିବାକୁ ମିଳୁଛି ା ମା’ ବାପା ଚଳନ୍ତି ଠାକୁର ହୋଇଥିବା ବେଳେ ସେମାନଙ୍କୁ ଅବହେଳା କରୁଛନ୍ତି ଜନ୍ମ କଲା ପିଲାମାନେ ା ଜୀବନର ଶେଷ ପାହାଚରେ ପିଲାଙ୍କ ସ୍ନେହ ଟିକିଏ ପାଇଁ ସେମାନେ ଡହଳବିକଳ ହେଉଛନ୍ତି। ହେଲେ ସେହି ସ୍ନେହ ମମତା ଦେବାକୁ ପ୍ରୟାସ କରି ପଥଭ୍ରଷ୍ଟ ଯୁବସମାଜକୁ ବାଟକୁ ଆଣିବା ନିମନ୍ତେ ଏକ ନୂଆ ବାର୍ତ୍ତା ଦେଇଛନ୍ତି କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ଡିହିରାକୁଳ ଗ୍ରାମର ଯୁବଗୋଷ୍ଠୀ। ଏହି ପରିପ୍ରେକ୍ଷୀରେ ରବିବାର ଅନୁଷ୍ଠିତ ହୋଇଥିଲା ‘ ଆମ ଗଁା ଗୁରୁଜନ ପୂଜନ ଉତ୍ସବ’। ଗ୍ରାମର ଗୋପୀନାଥ ଜୀଉ ମେଲଣ ପଡିଆରେ ଆୟୋଜିତ ହୋଇଥିଲା ଏକ ମଞ୍ଚ ା ବୟୋଜ୍ୟେଷ୍ଠମାନଙ୍କ ପାଛୋଟି ଅଣାଯାଇଥିଲା ମଞ୍ଚ ନିକଟକୁ। ଯେଉଁମାନେ ଚାଲିବାକୁ ଅସମର୍ଥ ସେମାନଙ୍କୁ ହୁଇଲ ଚେୟାରରେ ମଞ୍ଚ ନିିକଟକୁ ପାଛୋଟି ନିଆଯାଇଥିଲା। ମଞ୍ଚ ନିକଟରେ ପହଞ୍ଚତ୍ବା ପରେ ପ୍ରଥମେ ଗୁରୁଜନମାନଙ୍କୁ ଗ୍ରାମବାସୀଙ୍କ ତରଫରୁ ଶ୍ରଦ୍ଧାର ସହିତ ପଦ ପ୍ରକ୍ଷାଳନ ପରେ ଚନ୍ଦନ ପୁଷ୍ପ ଆଦିରେ ବନ୍ଦାପନ କରାଯାଇ ପାଦପୂଜା କରାଯାଇଥିଲା ା ନୂତନ ବସ୍ତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇ ଜଳଯୋଗ ବ୍ୟବସ୍ଥା ଆୟୋଜନ କରାଯାଇଥିଲା୧ ଏହି ମଞ୍ଚରେ ଉଦଳା ତଥା ଡିହିରାକୁଳ ଗ୍ରାମର ୧୫୦ରୁ ଊର୍ଦ୍ଧ୍ୱ ବୟୋଜ୍ୟେଷ୍ଠ ନାଗରିକ ଯୋଗ ଦେଇଥିଲେ। ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗୁରୁଜନ ପୂଜନ କମିଟିର ସଦସ୍ୟମାନେ ଯୋଗ ଦେଇଥିବା ବେଳେ ମହିଳା ପୁରୁଷ ଗୁରୁଜନମାନଙ୍କୁ ପାଦ ପୂଜା କରି ଆଶୀର୍ବାଦ କାମନା କରିଥିଲେ ା ସମସ୍ତ ଗୁରୁଜନମାନଙ୍କୁ ଫୁଲଚନ୍ଦନ ଦେଇ ପୂଜାର୍ଚ୍ଚନା ପରେ ଉପଢୌକନ ପ୍ରଦାନ କରାଯାଇଥିଲା। ଆଧ୍ୟାତ୍ମିକ ଭାବଧାରାରେ ନାମ ସଂକୀର୍ତ୍ତନ, ଭଜନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରାଢୋ କେଜିବିଭିର ଛାତ୍ରୀମାନେ ପରିବେଷଣ କରିଥିଲେ ା କଣ୍ଠଶିଳ୍ପୀ ବିଶ୍ୱନାଥ ପଣ୍ଡା ଭକ୍ତିପୂତ ଭଜନ ଗାନ କରିଥିଲେ। ଆୟୋଜିତ ମଞ୍ଚରେ ଏକ ସଭାର ଆୟୋଜନ କରାଯାଇଥିଲା। ଅତିଥି ଭାବେ ଏମ୍‌ପି ବିଶେଶ୍ୱର ଟୁଡୁ, ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢେଇ, ଉଦଳା ଅଞ୍ଚଳର ବରିଷ୍ଠ ନାଗରିକ ଜୟଚନ୍ଦ୍ର ପତ୍ରୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ରାଢୋ ଯୁକ୍ତ ଦୁଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦାସ, ସାମାଜିକ କର୍ମୀ ଅମୀୟ କୁମାର ବଳ, ଶିକ୍ଷାବିତ୍‌ କେଦାର ନାଥ ପୃଷ୍ଟି, ସମାଜସେବୀ ସନ୍ତୋଷ କୁମାର ବାଚ୍ଛିନୀ ଯୋଗ ଦେଇ ଗୁରୁଜନମାନଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଆଜିର ଯୁବ ସମାଜର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ ା ଯୁବ ସଂଯୋଜକ ରମେଶ ଚନ୍ଦ୍ର ପୃଷ୍ଟିଙ୍କ ଆବାହକତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗ୍ରାମର ପ୍ରଦୀପ ପୃଷ୍ଟି, ଭିକାରୀ ଚରଣ ପୃଷ୍ଟି, ଅନିତା ବିଶ୍ୱାଳ, ରାଜାରାମ ବେହେରା ଗୁରୁଜନଙ୍କ ଉଦ୍ଦେଶ୍ୟରେ କବିତା ପାଠ କରିଥିଲେ ା ଶେଷରେ ସଂକୀର୍ତ୍ତନ କରି ସମସ୍ତ ଗୁରୁଜନଙ୍କୁ ପରିକ୍ରମା ପୂର୍ବକ ଆଶୀର୍ବାଦ ଭିକ୍ଷା କରାଯାଇଥିଲା ା ଉଦଳାରୁ ବିଶିଷ୍ଟ ଗୁରୁଜନ ଭାବେ ଲକ୍ଷ୍ମୀଧର ପୁଥାଳ, କିଶୋର ଚନ୍ଦ୍ର ଦାସବାବୁ, ସନାତନ ରାଉତ, ରବିକାନ୍ତ ମହାପାତ୍ର, ରବିନାରାୟଣ ସ୍ବାଇଁଙ୍କ ସମେତ ଡିହିରାକୁଳ ଗ୍ରାମର ହରେକୃଷ୍ଣ ପୃଷ୍ଟି, ହରମୋହନ ପୃଷ୍ଟି, କୈଳାସ ହାତୀ, ପ୍ରଫୁଲ୍ଲ ହାତୀ, ପ୍ରଫୁଲ୍ଲ ଜେନା, ଭାଗବତ ହାତୀ, ଡୁମା ପ୍ରସାଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?