ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୧୦ରୁ ଊର୍ଦ୍ଧ୍ୱ ଆହତ

ପାପଡ଼ାହାଣ୍ଡି,୧୫।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମୃଗବିହାର ନିକଟରେ ଶନିବାର ଏକ ଘରୋଇ ବସ୍‌ ଦୁର୍ଘଟଣା ଘଟିଛି। ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତାହତଙ୍କ ପରିଚୟ ମିଳିନାହିଁ। ବସ୍‌ ଜଗା କାଳିଆ (ଓଡି-୧୦ସି-୧୧୧୪ ) ଜୟପୁରରୁ ପାପଡାହାଣ୍ଡି ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଉଦ୍ଧାର ଓ ତଦନ୍ତ କାର୍ଯ୍ୟ ଜାରି ରଖିଛନ୍ତି। ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ନୀତିନ କୁଶାଲକର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ମୃତକଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି। ବସ ସାମ୍ନାକୁ ଏକ ଗୋରୁ ଚାଲି ଆସିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ: ଉପଶାସ୍ତ୍ରୀ, ଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶ

ପୁରୀ ଅଫିସ,୩୦ା୫: ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ୨୦୧୯ ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ତୃତୀୟ ବର୍ଷ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ଫଳାଫଳ...

ଭତ୍ତାକୁ ଚାହିଁଛନ୍ତି ଉତ୍ତରା: ୩୦କେଜି ଚାଉଳରେ ଚଳୁଛନ୍ତି ୪ ପ୍ରାଣୀ

ଭାପୁର,୨୬।୬(ଡି.ଏନ.ଏ.) – ଦୁଇବର୍ଷ ହେଲା ଆରପାରିରେ ସ୍ବାମୀ। ଘରେ ୨ ଝିଅ, ଜଣେ ପୁଅ। ମୂଲମଜୁରି ଲାଗିଲେ ସେମାନଙ୍କ ପେଟକୁ ଦାନା ଯୋଗାଡ଼ ହେଉଛି। ଭଙ୍ଗା...

ପୁରୀ ଗସ୍ତରେ ପୋଲିସ ଡିଜି: ସରକାରଙ୍କ ଗାଇଡ୍‌ଲାଇନ୍‌ ପାଳନ ସମ୍ପର୍କରେ ପଚାରି ବୁଝିଲେ

ପୁରୀ ଅଫିସ, ୨୫।୫: ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ପୁରୀ ଗସ୍ତରେ ଯାଇ କରୋନା କଟକଣା ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।...

ହବିଷିଆଳି ଯୋଜନା: ରହିବେ ୩ ହଜାର ବ୍ରତଧାରୀ, ୧୩ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧୧।୧୦ : ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି କାର୍ତ୍ତିକ ମାସ ବାଳଧୂପ ନୀତି। ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ ଧର୍ମ ମାସ କାର୍ତ୍ତିକ। ଶ୍ରୀକ୍ଷେତ୍ରରେ...

ବୈଠକ ବର୍ଜନ, ଧାରଣା ଦେଲେ ପଞ୍ଚାୟତ ପ୍ରତିନିଧି

ବନ୍ତଳା,୧୮ା୧(ଡି.ଏନ.ଏ.) – ଅନୁଗୋଳ ବ୍ଲକ ପ୍ରଶାସନ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ...

କଣିହାଁ କୋଇଲା ଖଣିରେ ଫାଟ

କଣିହାଁ, ୧୮ା୮(ଡି.ଏନ.ଏ.)  ଅନୁଗୋଳ ଜିଲା ସ୍ଥିତ ଏମସିଏଲର କଣିହାଁ କୋଇଲା ଖଣିର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଫଳରେ ଯେ କୌଣସି ସମୟରେ ଦୁର୍ଘଟଣା...

ଓଡ଼ିଶା ସାରା ଦେଶରେ ମଡେଲ

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ଓଡ଼ିଶାରେ ମୃତ୍ୟୁହାର ସାରା ଦେଶରେ ସର୍ବନିମ୍ନ। ଦିଲ୍ଲୀରେ ମୃତ୍ୟୁହାର ୬.୬ ପ୍ରତିଶତ ରହିଥିବା ବେଳେ ଭାରତରେ ୦.୭ ପ୍ରତିଶତ। ସେହିପରି ଓଡ଼ିଶାରେ ଏହା...

କଖାରୁ ଫୁଲ, ଶାଗ ଖାଇ ଗୋଟିଏ ପରିବାରର ୬ ଅସୁସ୍ଥ

ନୟାଗଡ଼ ଅଫିସ/ଦଶପଲ୍ଲା,୨୩।୨(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ସହର ହରିଡାବାରୀ ସତ୍‌ସଙ୍ଗ ବିହାର ସାହିରେ କଖାରୁ ଫୁଲ ଓ ଶାଗ ଖାଇ ରବିବାର ଗୋଟିଏ ପରିବାରର ୬ଜଣ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *