ଯାତ୍ରା ଏମାନଙ୍କ ପ୍ରଥମ ପ୍ରେମ

ଯାତ୍ରାକୁ ସମସ୍ତେ ଭଲପାଆନ୍ତି। ମାତ୍ର ଏମାନଙ୍କ ପରି ଯାତ୍ରାକୁ କେହି ଭଲ ପାଇ ପାରିବେ ନାହିଁ। ଏମାନେ ବର୍ଷସାରା ଯାତ୍ରା ଦେଖନ୍ତି। ରିହର୍ସାଲ ଠାରୁ ଆରମ୍ଭ ହୁଏ ଏମାନଙ୍କ ଯାତ୍ରାର ଯାତ୍ରା। ସୋସିଆଲ ମିଡିଆ ମାଧ୍ୟମରେ ଏମାନେ ଯାତ୍ରାର ଟିକିନିଖି ବିବରଣୀ ଯୋଗେଇ ଦିଅନ୍ତି ଯାତ୍ରାପ୍ରେମୀ ଦର୍ଶକମାନଙ୍କୁ। କେହିକେହି ଏମାନଙ୍କୁ ପାଗଳ କହନ୍ତି। ତ ଆଉ କେହିକେହି କହନ୍ତି ଯାତ୍ରାପ୍ରେମୀ। ଏହି ଦୁଇ ଯାତ୍ରାପ୍ରେମୀ ହେଉଛନ୍ତି ବଳରାମ ଦାସ ଓ ମାଇକେଲ୍‌।

ମାଇକେଲ୍‌ଙ୍କ ପ୍ରକୃତ ନାମ ହେଉଛି ବିନୋଦ ବେହେରା। ତେବେ ସେ ସମଗ୍ର ଯାତ୍ରା ଇଣ୍ଡଷ୍ଟ୍ରିରେ ମାଇକେଲ୍‌ ନାମରେ ପ୍ରସିଦ୍ଧ। ମାଇକେଲ୍‌ଙ୍କ ଘର ବାଙ୍କୀ ବ୍ଲକ୍‌ର ବଳଭଦ୍ର ପଞ୍ଚାୟତ ମାନପୁରସାହି। ମାଟ୍ରିକ୍‌ ପଢ଼ିବା ପରଠୁ ତାଙ୍କର ଯାତ୍ରା ପ୍ରତି ପ୍ରେମ। ୟା ଭିତରେ ୧୦/୧୫ବର୍ଷ ବିତିଗଲାଣି। ମାଇକେଲ୍‌ କହନ୍ତି, ଯାତ୍ରା ହେଉଛି ଆମର ନିଜର। ତାକୁ ଘରେଘରେ ପହଞ୍ଚାଇବା ମୋର ଲକ୍ଷ୍ୟ। ମୁଁ ସେଥିଲାଗି ପ୍ରତ୍ୟେକ କଳାକାରଙ୍କୁ ନେଇ ଲାଇଭ୍‌ କରେ। ସିନ୍‌ ସବୁକୁ ଲାଇଭ୍‌ କରେ। ଫଳରେ ଲୋକମାନେ ଘରେ ବସି ମଧ୍ୟ ମାଇକେଲ୍‌ ଲାଇଭ୍‌ରୁ ଯାତ୍ରାକୁ ଦେଖିପାରନ୍ତି। ଆଉ ଯାତ୍ରା ମଞ୍ଚ ଆଡ଼କୁ ଆକର୍ଷିତ ହୁଅନ୍ତି। ମୁଁ ଯେ କେବଳ ଯାତ୍ରା ଆର୍ଟିଷ୍ଟଙ୍କୁ ଭଲପାଏ ତାହା ନୁହେଁ; ସେମାନଙ୍କର ପରିବାର ସହିତ ମଧ୍ୟ ମିଳାମିଶା କରେ। କାରଣ ସେମାନେ ବହୁ କଷ୍ଟ ସହି ଗୋଟିଏ ଗୋଟିଏ କଳାକାର ଉପହାର ଦେଇଛନ୍ତି ଯାତ୍ରାଜଗତକୁ।

ବଳରାମ ଦାସଙ୍କୁ ଯାତ୍ରାପ୍ରେମୀଙ୍କ ନିକଟରେ ଆଉ ପରିଚିତ କରେଇବାର ଆବଶ୍ୟକତା ନାହିଁ। ପ୍ରତ୍ୟେକ ଯାତ୍ରା କଳାକାର, ଯାତ୍ରା ଦର୍ଶକ, ଯାତ୍ରା ମାଲିକ, ଯାତ୍ରା ପରିଚାଳକ ସମସ୍ତଙ୍କ ପାଖରେ ଏକ ଅତି ପରିଚିତ ନଁା ବଳରାମ ଦାସ। ବୃତ୍ତିରେ ଇଞ୍ଜିନିୟର। ତଥାପି ସିଫ୍ଟ ବଦଳେଇ ରାତିରେ ସେ ଧାଇଁ ଆସନ୍ତି ଯାତ୍ରାକୁ। ନିଜ ଖର୍ଚ୍ଚରେ ଘରଭଡ଼ା ନେଇ ରହନ୍ତି। ଖୁସିରେ ହୁଏତ କେବେ କେହି ତାଙ୍କୁ କିଛି ଦେଇ ପାରିଥାଏ, ହେଲେ ଯାତ୍ରାକୁ ନେଇ, ଯାତ୍ରାର କଳାକାରଙ୍କୁ ଘରେ ଘରେ ପରିଚିତ କରିବା ନେଇ ବଳରାମ ଯାହା କରିଛନ୍ତି ତାହାର ମୂଲ୍ୟ କେବେ କେହି ଦେଇପାରିବ ନାହିଁ। ଆଜି ଯଦି ଯାତ୍ରା କଳାକାରଙ୍କ ଠୁ ଆରମ୍ଭ କରି ମଞ୍ଚ ପଛରେ ଥିବା ମଣିଷଙ୍କୁ ପ୍ରତ୍ୟେକ ଲୋକ ଜାଣିଛନ୍ତି ତାହା ପଛରେ ରହିଛି ବଳରାମ ଦାସଙ୍କର ହାତ।

ଯାତ୍ରାର ପ୍ରଚାର ପ୍ରସାର ପାଇଁ ବଳରାମ କିମ୍ବା ମାଇକେଲ୍‌ଙ୍କୁ କେହି ଦାୟିତ୍ୱ ଦେଇନି। ମାତ୍ର ଏହାକୁ ସେମାନେ ନିଜର ଦାୟିତ୍ୱ ବୋଲି ମାନି ନେଇଛନ୍ତି। ସେମାନେ ଜାଣିଛନ୍ତି – ଯାତ୍ରାର ପ୍ରଚାର ପ୍ରସାର କଲେ ପ୍ରଶଂସା ହୁଏ ତ ମିଳି ନ ପାରେ। ଲୋକେ ନାକଟେକି ପାରନ୍ତି। ସେମାନଙ୍କୁ ପାଗଳ କହି ଘୃଣା ବି କରିପାରିନ୍ତି। ତଥାପି ସେମାନେ ତାହା କରୁଛନ୍ତି। କାରଣ ଯାତ୍ରା ହେଉଛି ଏ ଦୁଇ ଜଣଙ୍କର ପ୍ରଥମ ପ୍ରେମ। ସେମାନଙ୍କ ପାଇଁ କଳା ହେଉଛି ପୂଜା। ଆଉ କଳାକାର ହେଉଛନ୍ତି ଜଣେଜଣେ ଭଗବାନ। ସେହି କଳା ଆଉ କଳାକାରଙ୍କ ପୂଜା କରିବା ଉଭୟ ମାଇକେଲ ଓ ବଳରାମଙ୍କ ପାଇଁ ପାଲଟିଛି ପ୍ରାଥମିକ କାର୍ଯ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦନଓ୍ବାଡି ଶ୍ମଶାନ ଘାଟରେ ରିଷିଙ୍କ ଶେଷକୃତ୍ୟ ହେବ ସମ୍ପନ୍ନ: ସାମିଲ ହେବେ ୧୫ ଜଣ

ମୁମ୍ବାଇ,୩୦।୪: ବଲିଉଡ୍‌ର ଭେଟେରାନ୍‌ ଆକ୍ଟର ରିଷି କପୁରଙ୍କର ଗୁରୁବାର ପରଲୋକ ହୋଇଛି। ତାଙ୍କ ବିୟୋଗରେ ବଲିଉଡ୍‌ ଦୁନିଆରେ ଏକ ଅପୂରଣୀୟ କ୍ଷତି ଘଟିଛି। ଦିନକ ପୂର୍ବରୁ...

ହଲିଉଡ୍‌ରେ ନିଜ ଟ୍ୟାଲେଣ୍ଟ ଦେଖାଇବେ ହ୍ରିତିକ୍‌

ବଲିଉଡ୍‌ର ଦେଶି ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ପରେ ଏବେ ହ୍ରିତିକ୍‌ ରୋଶନ ହଲିଉଡ୍‌ରେ ନିଜ ଟ୍ୟାଲେଣ୍ଟ୍‌ ଦେଖାଇବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁସାରେ ହ୍ରିତିକ୍‌ ହଲିଉଡ୍‌ର...

ଶାଶୁ ବୋହୂ ଧାରାବାହିକ ଯୁଗରେ ସାହିତ୍ୟ ତିଷ୍ଠିବା ଅସମ୍ଭବ

ବିଶିଷ୍ଟ ଲେଖକ ତଥା ପ୍ରଶାସକ ଡ. ପ୍ରଦୀପ ଦାଶ। ନିକଟରେ ସେ ନିଜ ରଚିତ ପୁସ୍ତକ ‘ଚରୁ ଚିବର ଓ ଚର୍ଯ୍ୟା’ ନିମନ୍ତେ ୪୦ତମ ଶାରଳା...

ରାଜାମୌଳିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଫାଷ୍ଟ୍ ଲୁକ୍ ରିଲିଜ

ମୁମ୍ବାଇ: ବାହୁବଳୀ ନିର୍ଦ୍ଦେଶକ ଏସ୍‌ଏସ୍ ରାଜମୌଳିଙ୍କ ଆଉ ଏକ ବଡ ଫିଲ୍ମ ‘ଆର୍‌ଆର୍‌ଆର୍‌’ ବା (ରୌଦ୍ରମ ରନମ ରୁଢିରମ) । ଦର୍ଶକ ଏହି ଫିଲ୍ମରେ ବାହୁବଳୀ...

ଫଟୋଗ୍ରାଫରଙ୍କ ଉପରେ ରାଗିଗଲେ ଦୀପିକା, କହିଲେ ପୋଲିସରେ ଦେଇଦେବି

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିଙ୍କୁ ସାଧାରଣତଃ ଫଟୋଗ୍ରାଫରଙ୍କ ସାମ୍ନା କରିବାକୁ ପଡ଼ିଥାଏ। ଯେଉଁଠି ଷ୍ଟାର ସେଠି ଫଟୋଗ୍ରାଫରଙ୍କ ଭିଡ଼। ସେଲିବ୍ରିଟିମାନେ ମଧ୍ୟ ଭିନ୍ନ ଭିନ୍ନ ପୋଜ୍‌ରେ ଫଟୋ...

ପଞ୍ଚଭୂତରେ ଲିନ ହେଲେ ରିଷି

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କୁପରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁମ୍ବାଇର ମରିିନ ଲାଇନ୍ସରେ ଥିବା ଚନ୍ଦନଓ୍ବାଡି ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।...

ଝିଅକୁ ନେଇ ଏଭଳି କହିଲେ ମହେଶ ଭଟ୍ଟ

ମୁମ୍ବାଇ: ବଲିଉଡ୍‌ର ନାମୀ-ଦାମୀ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ଭଟ୍ଟ ଅନ୍ୟତମ। ଫିଲ୍ମ‘ଷ୍ଟୁଡେଣ୍ଟ୍‌ ଅଫ ଦି ଇୟର’ ମାଧ୍ୟମରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ ଆଲିଆ। ଖୁବ୍‌...

ରିୟା ଚକ୍ରବର୍ତ୍ତୀଙ୍କ ଚରିତ୍ରରେ ନଜର ଆସିବେ ଏହି ଲୋକପ୍ରିୟ ଅଭିନେତ୍ରୀ, ଜାଣନ୍ତୁ ଏହା ଜାଣି କ’ଣ କହିଲେ ତାଙ୍କ ବାପା

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନିର୍ମାଣ ହେବାକୁ ଥିବା ଚଳଚ୍ଚିତ୍ରରେ ଉତ୍ତରପ୍ରଦେଶର ଝାନ୍ସିରେ ରହୁଥିବା ଶ୍ରେୟା ଶୁକ୍ଲା ନାୟିକା ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ରରେ...

Advertisement
Archives

Model This Week