ଯଦି ସ୍ତ୍ରୀ-ସ୍ବାମୀ ଉଭୟ କର୍ମଜୀବୀ: ତେବେ କେତୋଟି ବିଷୟ ପ୍ରତି ବିଶେଷ ଧ୍ୟାନଦେବାକୁ ପଡ଼ିଥାଏ, ଜାଣନ୍ତୁ ସେ ସମ୍ପର୍କରେ…

ସେଦିନ ସୁନୀତା ମନ ମାରି ବସିଥାଏ। ଗତ କିଛିଦିନ ହେବ ଠିକ୍‌ ସମୟରେ ଅଫିସ୍‌ ଯାଇପାରୁନି। ସକାଳୁ ସକାଳୁ ସ୍ବାମୀ ତାଙ୍କ କାମରେ ବାହାରି ଯାଉଛନ୍ତି। କାମ କିପରି ହେବ ତାକୁ ନେଇ ସେ ଟେନ୍‌ସନରେ ପଡ଼ିଯାଇଛି। ଏହି ସମୟରେ କଲିଂ ବେଲ୍‌ ବାଜିଉଠିଲା। କବାଟ ଖୋଲି ଦେଖିଲା ବେଳକୁ ପିଲାଦିନ ସାଙ୍ଗ ରୂପା। ସୁନୀତାଙ୍କ ଉଦାସ ମୁହଁ ଦେଖି ରୂପା ପଚାରିଲେ, ”ଆରେ, ତୁ ଆଜି କାହିଁକି ଏମିତି ଚୁପ୍‌ଚାପ୍‌ ଲାଗୁଛୁ? ବୋଧହୁଏ ତୁ ଟେନ୍‌ସନରେ ଅଛୁ।“ ତା’ପରେ ସୁନୀତା ସବୁ କଥା ଏକା ନିଃଶ୍ୱାସରେ କହିଗଲା। ସବୁ କଥା ଶୁଣିବା ପରେ ରୂପା କହିଲା, ”ଆରେ, ଯଦି ତୁ ଟିକେ ବୁଦ୍ଧି ଖଟାଇବୁ ତେବେ ସବୁ କାମ ଠିକ୍‌ ଭାବରେ ହୋଇପାରିବ। ମୁଁ ଯାହା କହୁଛି ମନ ଦେଇ ଶୁଣ। ତା’ପରେ ଚିନ୍ତା କରିବୁ ମୋ କଥା ପଛରେ କେତେ ସତ ରହିଛି।“ ରୂପାଙ୍କଠାରୁ ସବୁ ଶୁଣିବା ପରେ ସୁନୀତା ମୁହଁରେ ହସ ଫୁଟିଉଠିଲା। ଠିକ୍‌ ସେହିପରି ଘରକାମକୁ ନେଇ ଗୃହିଣୀ ହୁଅନ୍ତୁ ଅବା କର୍ମଜୀବୀ ମୁଣ୍ଡ ଖଟାଇ କଲେ ତାହା ବେଶ୍‌ ହାଲ୍‌କା ଲାଗିଥାଏ। ଯଦି ଉଭୟ କର୍ମଜୀବୀ ତେବେ କେତୋଟି ବିଷୟ ପ୍ରତି ବିଶେଷ ଧ୍ୟାନଦେବାକୁ ପଡ଼ିଥାଏ। ଜାଣନ୍ତୁ ସେ ସମ୍ପର୍କରେ…
ସମୟ : ଆଜିକାଲି ଅଧିକାଂଶ ସ୍ବାମୀ-ସ୍ତ୍ରୀ କର୍ମଜୀବୀ। ଦିନତମାମ ଅଫିସ କାମ ଆଉ ସନ୍ଧ୍ୟାରେ ଘରକୁ ଫେରିବା ପରେ ଘର କଥା ବୁଝିବାକୁ ପଡ଼େ। ତେଣୁ ଏହି ସମୟରେ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ସମନ୍ବୟ ରହିଲେ ଘରର କାମ ସୁରୁଖୁରୁରେ ହୋଇପାରିବ। ହେଲେ ଉଭୟେ
ସମୟର ମୂଲ୍ୟ ବୁଝିବା ଦରକାର। ଯଦି ଜଣେ କିଛି ସମୟ ବିଶ୍ରାମନେବାକୁ ଚାହୁଁଛନ୍ତି ତେବେ ସେ ନେଇ ଚିନ୍ତିତ ନ ହୋଇ ନିଜେ କିଛି କାମ କରିପାରିବେ। କର୍ମଜୀବୀ ହୋଇଥିଲେ ପ୍ରାୟ ଉଭୟଙ୍କୁ ସକାଳୁ ଅଫିସ ଯିବାକୁ ପଡ଼ିଥାଏ। ତେଣୁ ଉଭୟ ସ୍ବାମୀ-ସ୍ତ୍ରୀ ଘରକାମକୁ ବାଣ୍ଟିକୁଣ୍ଟି କରିପାରିଲେ କ୍ଷତି କ’ଣ? ହେଲେ ଏହି ସମୟରେ ସେମାନଙ୍କର ମାନସିକତା ସକାରାତ୍ମକ ରହିବା ନିହାତି ଜରୁରୀ।
ଟେନ୍‌ସନ : କର୍ମଜୀବୀ ହେଲେ ଅନେକ କଥାକୁ ନେଇ ଟେନ୍‌ସନରେ ରହିବା ସ୍ବାଭାବିକ। ହେଲେ ଥଣ୍ଡା ମିଜାଜରେ କାମକଲେ ସବୁ କିଛି ଠିକ୍‌ ସମୟରେ ଶେଷ ହୋଇଥାଏ। ଯଦି ସ୍ବାମୀଙ୍କର ଶୀଘ୍ର ଅଫିସ ଯିବାର ଅଛି ତେବେ ତାଙ୍କୁ ପ୍ରସ୍ତୁତ ହେବାରେ ସାହାଯ୍ୟ କରନ୍ତୁ। ସବୁଠାରୁ ବଡ଼ କଥା ହେଲା, ପ୍ରତିଦିନ କ’ଣ କରିବେ ତାହାର ଏକ ରୋଟିନ ପ୍ରସ୍ତୁତ କରନ୍ତୁ। ତେବେ ସବୁ କାମ ଠିକ୍‌ ସମୟରେ ଶେଷହେବ। ନ ହେଲେ କାମକୁ ନେଇ ଟେନ୍‌ସନ ଆଉ ତା’ପରେ ସବୁ କାମ ଅଡୁଆ ତଡୁଆ ହେବା ସମ୍ଭାବନା ରହିଛି।
ଯୌଥ ପରିବାର : ଯଦି ଆପଣଙ୍କର ବଡ଼ ପରିବାର, ତେବେ ଘର କାମ ନିଜେ କରିବା ସହ ଅନ୍ୟମାନଙ୍କର ସହଯୋଗ ନିଅନ୍ତୁ। ‘ସବୁ କାମ ମୋତେ ହିଁ ଏକୁଟିଆ କରିବାକୁ ପଡିବ’ ଏପରି ଭାବିବା ଠିକ୍‌ ନୁହେଁ। ପରିବାର ସଦସ୍ୟମାନେ ମଧ୍ୟ କିଛି କାମ କରିପାରିବେ ଯାହା ଦ୍ୱାରା ଆପଣଙ୍କର ବୋଝ ହାଲ୍‌କା ହେବ। କାମକୁ ନେଇ ସ୍ବାମୀ-ସ୍ତ୍ରୀ ଭିତରେ ମାନ ଅଭିମାନ ରହିଲେ ପରିସ୍ଥିତି ଜଟିଳ ହେବା ଆଶଙ୍କା ରହିଛି। ତେଣୁ ପରିସ୍ଥିତିକୁ ଉଭୟ ଭଲ ଭାବରେ ହୃଦୟଙ୍ଗମକରି କାମକଲେ ସେଗୁଡ଼ିକ ସୁରୁଖୁରୁରେ ଶେଷ ହୋଇଥାଏ।
ଏମାନେ କ’ଣ କରନ୍ତି ?
-ଶ୍ରଦ୍ଧାଞ୍ଜଳି ଦଳାଇ, ନହରଣା, ଜଗତ୍‌ସିଂହପୁର
ମୋ ସ୍ବାମୀ ମୋତେ ପ୍ରତିଟି କ୍ଷେତ୍ରରେ ସହଯୋଗ କରନ୍ତି। ସବୁ ଜିନିଷ ମୁଁ ଭୁଲିଯାଏ, କିନ୍ତୁ ଠିକ୍‌ ସମୟରେ ସବୁ ଜିନିଷ ସେ ମନେପକାଇ କରନ୍ତି। ମୁଁ ଯଦି କିଛି ମାର୍କେଟିଂ କରିବାକୁ ଯାଉଛି ମୁଁ ଭୁଲିଯାଏ କ’ଣ ନେବାର ଅଛି। ସେ କିନ୍ତୁ ମନେପକାଇ ଘର ପାଇଁ କ’ଣ ଦରକାର ଆଣିଥାନ୍ତି।
-ସୁଜାତା ମହାନ୍ତି, କର୍ମଜୀବୀ, ସିଡିଏ,କଟକ
ମୋ ସ୍ବାମୀ ଶତପ୍ରତିଶତ କାମରେ ଯଦି ସାହାଯ୍ୟ କରିପାରନ୍ତିନି ମୁଁ କହିବି ସେ କିନ୍ତୁ ପ୍ରାୟ ସତୁରି ପ୍ରତିଶତ କରିଥାନ୍ତି। ଆମର ଛୁଆ ଯେହେତୁ ଛୋଟ, ତା’ କପଡ଼ା ଆଦି ଧୋଇବା, ତା’ର ଦେଖାଶୁଣା କରିବାରେ ସେ ମଧ୍ୟ ସାହାଯ୍ୟ କରିଥାନ୍ତି। ମୁଁ ଯେହେତୁ ଜଣେ କର୍ମଜୀବୀ, କୌଣସି କାମରେ ବ୍ୟସ୍ତ ଅଛି ମୁଁ କିଛି କହିବା ଆଗରୁ ସେ କାମ କରି ଦେଇଥାନ୍ତି। ଘରର ଛୋଟମୋଟ କାମରେ ସାହାଯ୍ୟ ଯଦି ସ୍ବାମୀଙ୍କର ରହିବ ତେବେ କିଛି କାମ ହାଲ୍‌କା ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ପାଇଁ ଅମୃତ ପଇଡ଼ ପାଣି

ବର୍ତ୍ତମାନ ଖରାର ପ୍ରଭାବ ଦିନକୁ ଦିନ ଯେତେ ଯେତେ ବଢୁଛି, ରାସ୍ତାକଡ଼ରେ ବିଭିନ୍ନ ଥଣ୍ଡାପାନୀୟ ଦୋକାନ ଆଗରେ ଭିଡ଼ ସେତେ ଜମୁଛି। ହେଲେ ସ୍ବାସ୍ଥ୍ୟ ସଚେତନତା...

ସ୍ବପ୍ନରେ ଏସବୁ ଦେଖୁଛନ୍ତି କି…

ବ୍ୟକ୍ତିର ଭବିଷ୍ୟ ସହ ଜଡ଼ିତ ଥାଏ ସ୍ବପ୍ନ। ସବୁ ସ୍ବପ୍ନର କିଛି ନା କିଛି ମାନେ ଥାଏ। ସ୍ବପ୍ନ ଶାସ୍ତ୍ର ଅନୁଯାୟୀ ଏଭଳି କିଛି ସ୍ପପ୍ନ...

ମହାଶିବରାତ୍ରିରେ ଚମକିବ ଏସବୁ ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ, ଜାଣି ନିଅନ୍ତୁ…

ହିନ୍ଦୁ ଧର୍ମରେ ମହାଶିବରାତ୍ରିର ବିଶେଷ ମହତ୍ୱ ରହିଛି। ଏହି ଦିନ ଭଗବାନ ଶିବଙ୍କୁ ଆରାଧନା କରାଯାଇଥାଏ। ଏହାଦ୍ୱାରା ସମସ୍ତ ମନୋକାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ...

ଚେହେରା ଅନୁସାରେ ଏଭଳି ବାଛନ୍ତୁ ଇୟର୍‌ ରିଂ

ମହିଳାମାନଙ୍କୁ ଆକର୍ଷଣୀୟ ଲୁକ୍‌ ଦେବାରେ ଇୟର୍‌ ରିଂର ମଧ୍ୟ ବିଶେଷ ଭୂମିକା ରହିଥାଏ। ତେବେ ସବୁ ମହିଳାଙ୍କୁ ଯେ ସବୁ ପ୍ରକାରର ଇୟର୍‌ ରିଂ ମାନିବ...

ଖାଇବା ପରେ..

ଖାଇବା ପରେ ଏପରି କାମ କରନ୍ତୁ ନାହିଁ, ଯାହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିବ । ଜାଣନ୍ତୁ ସେ ସମ୍ପର୍କରେ… ଆମେ ଖାଦ୍ୟ ଖାଇବା...

ନେକ୍‌ ଡିଜାଇନ୍‌ ଓ ନେକଲେସ୍‌

ଶାଢି, ଡ୍ରେସ୍‌ ହେଉ ଅବା ଲେହେଙ୍ଗା ଏସବୁ ସହ କେଉଁ ନେକ୍‌ଲେସ୍‌ ପିନ୍ଧିଲେ ପରଫେକ୍ଟ ଲୁକ୍‌ ମିଳିବ ଅନେକ ସମୟରେ ଜାଣି ହୁଏନା। ତେବେ ଯଦି...

ସ୍ତନ କର୍କଟ: ନିରାକରଣର ଉପାୟ

ଅକ୍ଟୋବର ମାସକୁ ସ୍ତନ କର୍କଟ ସଚେତନତା ମାସଭାବେ ପାଳନ କରାଯାଏ। ସାରା ବିଶ୍ୱରେ ମହିଳାଙ୍କ କ୍ଷେତ୍ରରେ ଏହି ରୋଗ ଭୟଙ୍କର ରୂପ ଧାରଣ କରୁଛି। ଭାରତରେ...

ମୁଣ୍ଡବିନ୍ଧାର କାରଣ, ନିରାକରଣ ସମ୍ପର୍କରେ ଜାଣନ୍ତୁ…

ଆଜିକାଲି ମୁଣ୍ଡବିନ୍ଧା ମୁଖ୍ୟ ସମସ୍ୟା ପାଲଟିଛି। ଏପରିକି ଅଧିକାଂଶ ଲୋକଙ୍କର ସପ୍ତାହକୁ ୨-୩ ଥର ମୁଣ୍ଡବିନ୍ଧା ହୋଇଥାଏ। ଏହାର ଅନେକ କାରଣ ମଧ୍ୟ ରହିଛି। ମାନସିକ...

Advertisement
Archives

Model This Week