ଯତୀନ ଲଲିତ

ତୁଝେ ଦେଖା ତୋ ୟେ ଜାନା ସନମ୍‌! ଦିଲଓ୍ବାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ (ଡିଡିଏଲ)ଚଳଚ୍ଚିତ୍ରର ଏହି ଗୀତଟି ଏବେ ସୁଦ୍ଧା ଲୋକଙ୍କ କାନରୁ ହଜିନାହିଁ। ଏହି ଗୀତରେ କଣ୍ଠଦାନ କରିଥିଲେ କୋକିଳକଣ୍ଠୀ ଲତା ମଙ୍ଗେସ୍‌କର ଏବଂ କୁମାର ସାନୁ। ନବେ ଦଶକରେ ରିଲିଜ୍‌ ହୋଇଥିବା ଡିଡିଏଲ୍‌ର ସିଗ୍‌ନେଚର ସଙ୍ଗୀତ ଥିଲା ଏହି ଗୀତ। ଅନେକେ ହୁଏ ତ ଜାଣି ନ ଥିବେ ଏହି ଗୀତର ସୁରକାର ହେଉଛନ୍ତି ଦୁଇଭାଇ। ସେମାନେ ହେଉଛନ୍ତିି ଯତୀନ ପଣ୍ଡିତ ଏବଂ ଲଲିତ ପଣ୍ଡିତ। ସଂକ୍ଷେପରେ ଯତୀନ-ଲଲିତ ଭାବରେ ଏମାନେ ସଙ୍ଗୀତ ଦୁନିଆରେ ବହୁ ପ୍ରସିଦ୍ଧ। ଯତୀନ ପଣ୍ଡିତ ବଡ଼ ହୋଇଥିବା ବେଳେ ଲଲିତ ପଣ୍ଡିତ ହେଉଛନ୍ତି ସାନଭାଇ। ପିଲାବେଳୁ ସଙ୍ଗୀତ ପ୍ରତି ଆକୃଷ୍ଟ ଏହି ଦୁଇଭାଇଙ୍କ ନାମରେ ରହିଛି ବହୁ ସଫଳ ଫିଲ୍ମର ତାଲିକା। ସେଥିମଧ୍ୟରୁ କେତୋଟି ହେଉଛି ୟାରା ଦିଲ୍‌ଦାରା, ଖିଲାଡ଼ି, ଯୋ ଜିତା ଓ୍ବହି ସିକନ୍ଦର, ରାଜୁ ବନଗୟା ଜେଣ୍ଟଲମ୍ୟାନ୍‌, ଖାମୋସୀ-ଦି ମ୍ୟୁଜିକାଲ, ଦିଲ୍‌ଓ୍ବାଲେ ଦୁଲହନିଆ ଲେ ଜାଏଙ୍ଗେ, ଫରେବ, ୟେସ ବସ୍‌, ଜବ୍‌ ପ୍ୟାର କିସିସେ ହୋତା ହେ, କୁଛ୍‌ କୁଛ୍‌ ହୋତା ହେ, ସରଫରୋସ, ଗୁଲାମ, ମୋହବତେଁ, କଭି ଖୁସି କଭି ଗମ୍‌, ଫନା ଏବଂ ଆହୁରି ଅନେକ। ଯତୀନ-ଲଲିତ କରିଥିବା ସବୁ ଫିଲ୍ମର ମ୍ୟୁଜିକ ହିଟ୍‌ ଆଉ ସର୍ବକାଳୀନ ଲୋକପ୍ରିୟ। ମେଲୋଡ଼ିକୁ ବହୁମାତ୍ରାରେ ପ୍ରାଧାନ୍ୟ ଦେଉଥିବା ଯତୀନ-ଲଲିତଙ୍କୁ ଏଥିପାଇଁ ମିଳିଛି ବହୁ ସମ୍ମାନ ଓ ସ୍ବୀକୃତି।
ପରିବାର : ଏକ ସଙ୍ଗୀତ ପରିବାରରେ ଜନ୍ମ ଯତୀନ-ଲଲିତଙ୍କର। ହରିୟାଣାର ହିସାର ଜିଲା ଅନ୍ତର୍ଗତ ପିଲି ମଣ୍ଡୋରି ନାମକ ଏକ ଗଁା। ସେହି ଗଁାରେ ଜନ୍ମ ହୋଇଥିଲେ ଯତୀନ-ଲଲିତ। ବିଖ୍ୟାତ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ପଣ୍ଡିତ ୟଶରାଜ ହେଉଛନ୍ତି ସେମାନଙ୍କର ମାମୁ। ତାଙ୍କ ବାପା ପଣ୍ଡିତ ପ୍ରତାପ ନାରାୟଣ ଥିଲେ ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ। ତାଙ୍କରି ଠାରୁ ହିଁ ଯତୀନ-ଲଲିତ ସଙ୍ଗୀତ ଶିକ୍ଷା କରିଥିଲେ। ପିଲାଟି ବେଳରୁ ସେମାନଙ୍କର ସଙ୍ଗୀତରେ ଭରପୂର ରୁଚି ରହିଥିଲା। ବଡ଼ହେବା ପରେ ସେମାନେ ଗୀଟାର ଏବଂ ପିଆନୋ ଶିକ୍ଷା କରିଥିଲେ। ପ୍ୟାରେଲାଲ ରାମପ୍ରସାଦ ଶର୍ମା (ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ ଯୋଡ଼ି)ଙ୍କଠାରୁ ସେମାନେ ଉଭୟ ଗୀଟାର ତଥା ପିଆନୋ ଶିକ୍ଷା କରିଥିଲେ। ତାଙ୍କ ପରିବାର ହିନ୍ଦୀ ଫିଲ୍ମ ଦୁନିଆ ସହିତ ଜଡ଼ିତ ଥିଲା। ହିନ୍ଦୀ ଫିଲ୍ମ ଅଭିନେତ୍ରୀ ସୁଲକ୍ଷଣା ପଣ୍ଡିତ ତଥା ବିଜୟେତା ପଣ୍ଡିତ ସେମାନଙ୍କର ଭଉଣୀ ଥିଲେ। ଦିବଂଗତ ସଙ୍ଗୀତ ନିର୍ଦ୍ଦେଶକ ଆଦେଶ ଶ୍ରୀବାସ୍ତବ ଥିଲେ ସେମାନଙ୍କର ଭିଣୋଇ। ବିଜୟେତାଙ୍କୁ ବିବାହ କରିଥିଲେ ଆଦେଶ।
ସଙ୍ଗୀତ ବାହାରେ ଜୀବନ : କେବଳ ସଙ୍ଗୀତରେ ନୁହେଁ; ଅଭିନୟରେ ମଧ୍ୟ ରୁଚି ରଖୁଥିଲେ ଉଭୟ ଯତୀନ-ଲଲିତ। ଅବଶ୍ୟ ସେମାନେ କେବେ ବି ଅଭିନୟର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନଥିଲେ। ତେବେ ସେମାନେ ଅନେକ ଫିଲ୍ମରେ ଅତିଥି କଳାକାର ଭାବରେ ଅବତୀର୍ଣ୍ଣ ହୋଇଥିବା ଦେଖାଯାଏ। ସେମିତି ଏକ ଫିଲ୍ମ ହେଉଛି ‘ଯୋ ଜିତା ଓ୍ବହି ସିକନ୍ଦର’। ଏଥିରେ ଯତୀନ ଜଣେ ଅଭିନେତ୍ରୀଙ୍କ ସହ ଗୀତ ଗାଉଥିବା ବେଳେ ଲଲିତ ଗିଟାର ବଜାଉଥିବା ଦେଖିବାକୁ ମିଳୁଛି। ଷ୍ଟେଜ ଶୋ’ରେ ସେମାନଙ୍କ ପରଫର୍ମାନ୍ସ ସବୁବେଳେ ଉଚ୍ଚକୋଟୀର ବୋଲି ସମୀକ୍ଷକମାନେ ମତବ୍ୟକ୍ତ କରନ୍ତି। ଏତଦ୍‌ବ୍ୟତୀତ ଯତୀନ-ଲଲିତ ସବୁବେଳେ ନିରୋଳାରେ ରହିବାକୁ ପସନ୍ଦ କରନ୍ତି। କ୍ୱଚିତ କ୍ୟାମେରା ସାମ୍ନାକୁ ଆସନ୍ତି। ଏ ବାବଦରେ ସେମାନଙ୍କର କୌଣସି ରୁଚି ନଥିବା ସେମାନେ ଅନେକଥର ପ୍ରକାଶ କରିଛନ୍ତି। ସେଥିଲାଗି ସେମାନଙ୍କୁ ବେଶି ଟେଲିଭିଜନ ଶୋ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନ ଥାଏ। ସେମାନେ ଜଜ୍‌ ଭାବରେ ଜି-ଟେଲିଭିଜନର ମ୍ୟୁଜିକାଲ ଶୋ ‘ସା ରେ ଗା ମା ପା’ରେ ଯୋଗ ଦେଇଥିବା ବେଳେ ଷ୍ଟାର ଭଏସ ଅଫ୍‌ ଇଣ୍ଡିଆରେ ମଧ୍ୟ ଯୋଗଦାନ କରିଥିଲେ।
ମ୍ୟୁଜିକାଲ କ୍ୟାରିଅର : ୧୯୯୧ରେ ଆରମ୍ଭ ହୋଇଥିଲା ସେମାନଙ୍କର ଫିଲ୍ମ କ୍ୟାରିଇର। ପ୍ରଥମଫିଲ୍ମ ଥିଲା ‘ୟାରା ଦିଲ୍‌ଦାରା’। ଏହାଥିଲା ଏକ ମୁଜିକାଲ୍‌ ହିଟ୍‌ ଫିଲ୍ମ। ଏହାର ପ୍ରତ୍ୟେକ ଗୀତକୁ ଲୋକମାନେ ପସନ୍ଦ କରିଥିଲେ। ସେଥିମଧ୍ୟରୁ ଗୋଟିଏ ଗୀତ ଥିଲା ‘ବିନ୍‌ ତେରେ ସନମ୍‌’। ତେବେ ଲୋକମାନେ ସେମାନଙ୍କୁ ଚିହ୍ନିଲେ ‘ଖିଲାଡ଼ି’ ଏବଂ ‘ଯୋ ଜିତା ଓ୍ବହି ସିକନ୍ଦର’ ମୁଭିରୁ। ‘ଯୋ ଜିତା ଓ୍ବହି ସିକନ୍ଦର’ ମୁଭିର ଗୀତ ‘ପେହେଲା ନସା’ ଗୀତଟି ଏବେ ମଧ୍ୟ ଏକ ହିଟ୍‌ ଗୀତ ହୋଇ ରହିଛି। ଏହା ପଛକୁପଛ କୁଛ୍‌ କୁଛ୍‌ ହୋତା ହେ, ଡିଡିଏଲ, ମୋହବତେଁ ଆଦି ଫିଲ୍ମ ସେମାନଙ୍କୁ ସଫଳତାର ଶୀର୍ଷକୁ ନେଇ ଯାଇଥିଲା। ଅବଶ୍ୟ ସଫଳତାର ଶିଡ଼ି ଚଢୁଥିବା ବେଳେ ଦୁଇଭାଇଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥିଲା। ଉଭୟେ ଉଭୟଙ୍କଠାରୁ ପୃଥକ୍‌ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍ସ୍‌ ନେଲା ଆୟୁର୍ବେଦର ସହାୟତା: ଡାଇବେଟିସ୍‌ ସମସ୍ୟା ଦୂର କରିବାରେ କାଞ୍ଚନ ଗଛର ପ୍ରଭାବ ସମ୍ପର୍କରେ ହେବ ଅଧ୍ୟୟନ

ନୂଆଦିଲ୍ଲୀ,୧୮।୧: ଏମ୍ସ୍‌ ଏବେ ଆୟୁର୍ବେଦର ସହାୟତା ନେବାକୁ ମନସ୍ଥ କରିଛି। କାଞ୍ଚନ ଗଛର ମଣିଷ ଶରୀର ଉପରେ କିଭଳି ପ୍ରଭାବ ଅନୁଭୁତ ହେଉଛି ସେ ନେଇ...

ଓଜନ କମାଇବ ବ୍ରେକ୍‌ଫାଷ୍ଟ

ସାଧାରଣତଃ ସକାଳ ଜଳଖିଆ ନ ଖାଇଲେ ଶରୀରରେ ନାନା ସମସ୍ୟା ଉପୁଜିଥାଏ ବୋଲି ଡାକ୍ତରମାନେ କହିଥାଆନ୍ତି। ହେଲେ ସାମାନ୍ୟ ବିଳମ୍ବରେ ଯଦି ସକାଳର ଜଳଖିଆ ଗ୍ରହଣ...

ରୋଟାଭାଇରସ୍‌ ଇନ୍‌ଫେକ୍‌ଶନ ଓ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ବା ମଧୁମେହ ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ପୁଣି ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ଏତେ ବେଶି ଯେ ଭାରତକୁ ‘ଡାଇବେଟିସ୍‌ର...

ଶୀତଦିନିଆ କିଚେନ ଗାର୍ଡେନ

କାହା ପାଇଁ ସମୟ କାଟିବାର ବାହାନା ତ କାହା ପାଇଁ ଖର୍ଚ୍ଚକାଟର ମନ୍ତ୍ର। ଆଉ କିଏ ଖୁସିରେ କରନ୍ତି ଗାର୍ଡେନିଂ। ଏମିତି ଅନେକ ବାହାନା ନେଇ...

ହୃଦରୋଗ ଦୂରେଇବା ପାଇଁ ସକାଳୁ ପିଅନ୍ତୁ…

ଆଧୁନିକ ଜୀବନଶୈଳୀ ଏବେ ଅଧିକାଂଶ ବ୍ୟକ୍ତିଙ୍କୁ ରୋଗାକ୍ରାନ୍ତ କରି ପକାଇଛି। ଖାଦ୍ୟ ପାନୀୟରେ ଅନିୟମିତତାହିଁ ଏବେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି କରିଛି। ଶରୀରରେ...

ବିଶ୍ୱ ସ୍ବାସ୍ଥ୍ୟ ଦିବସ: ସତର୍କତା ଜରୁରୀ

ପୃଥିବୀରେ ପ୍ରାୟତଃ ୧୯୦ରୁ ଊର୍ଦ୍ଧ୍ୱ ଦେଶର ସାମୂହିକ ଏକତାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଗଠିତ ହୋଇଛି। ୧୯୪୮ ଏପ୍ରିଲ ୭ ତାରିଖ ଦିନ ସୁଇଜରଲାଣ୍ଡର...

ବାୟୁ ପ୍ରଦୂଷଣ ବଢାଉଛି ଗର୍ଭପାତ ଆଶଙ୍କା

ବାୟୁ ପ୍ରଦୂଷଣ ସଂସ୍ପର୍ଶରେ କିଛି ସମୟ ପାଇଁ ଆସିଲେ, ଗର୍ଭପାତ ଆଶଙ୍କା ବଢୁଥିବା ଏକ ସଦ୍ୟ ଗବେଷଣାରୁ ଜଣାପଡ଼ିଛି। ବାୟୁ ପ୍ରଦୂଷଣ ଯୋଗୁ ଆଜ୍‌ମାଠୁ ନେଇ...

ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ଖାଆନ୍ତୁ ଏହାକୁ

ଛତୁ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଏହା ଖାଇବାକୁ କେବଳ ଯେ ସ୍ବାଦିଷ୍ଟ ତାହା ନୁହେଁ ବରଂ ଏହା ସ୍ବାସ୍ଥ୍ୟ ଉପକାରୀ ମଧ୍ୟ। ପୋଷକ...

Advertisement
Archives

Model This Week