ମୟୂରଭଞ୍ଜରେ ଖୋଲିଲା ୨୪ ସ୍ବତନ୍ତ୍ର କୋଭିଡ୍‌ କେୟାର ସେଣ୍ଟର

ବାରିପଦା ଅଫିସ,୨ା୬- ମୟୂରଭଞ୍ଜ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ କୋଭିଡ୍‌ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଜିଲାର ସମସ୍ତ ଉପଖଣ୍ଡ ଅନ୍ତର୍ଗତ ସହରାଞ୍ଚଳ ଓ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ୨୪ଟି ସ୍ବତନ୍ତ୍ର କୋଭିଡ୍‌ କେୟାର ସେଣ୍ଟର ଖୋଲାଯାଇଛି। ଏଥିରେ ମୋଟ ୧୩୧୬ ଶଯ୍ୟାର ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲାର ବାଙ୍କିଶୋଳଠାରେ କୋଭିଡ୍‌ ହସ୍ପିଟାଲ ଖୋଲିଥିବା ବେଳେ ସେଠାରେ ପଜିଟିଭ ଆକ୍ରାନ୍ତମାନଙ୍କୁ ରଖାଯାଇ ଚିକିତ୍ସିତ କରାଯାଉଛି। ଏଠାରେ ୨୦୦ ସଂଖ୍ୟକ ଶଯ୍ୟା ରହିଛି। ଯଦି ଆଗାମୀ ଦିନରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୁଦ୍ଧି ହୁଏ ତେବେ ଏହି ନୂତନ ୨୪ଟି ସ୍ବତନ୍ତ୍ର କୋଭିଡ୍‌ କେୟାର ସେଣ୍ଟରରେ ସେମାନଙ୍କୁ ଚିକିତ୍ସିତ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।
ଉଦଳା ଉପଖଣ୍ଡର କପ୍ତିପଦାଠାରେ ୫୦ ଶଯ୍ୟା, ଗୋପବନ୍ଧୁନଗରରେ ୫୦, ଉଦଳା ଆଞ୍ଚଳିକ ବିଜ୍ଞାପନ ପରିଷଦ ଓ ବ୍ଲକରେ ୧୦୦, ଖୁଣ୍ଟାରେ ୫୦, କରଞ୍ଜିଆ ଉପଖଣ୍ଡର କରଞ୍ଜିଆର ତାଟୋଠାରେ ୫୦, ଠାକୁରମୁଣ୍ଡାରେ ୩୮, ଯଶିପୁରରେ ୩୬ ଓ ଶୁକୃଳିରେ ୪୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ସେହିପରି ରାଇରଙ୍ଗପୁର ଉପଖଣ୍ଡ କୁସୁମିରେ ୫୦, ବିଜାତଳାରେ ୬୦, ଜାମଦା ବ୍ଲକରେ ୮୦, ବହଳଦାରେ ୫୦, ରାଇରଙ୍ଗପୁରରେ ୫୦, ବିଶୋଇରେ ୫୦, ତିରିଂରେ ୫୦ ଓ ରାଇରଙ୍ଗପୁର ପୌର ପରିଷଦରେ ୧୧୬ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ସେହିଭଳି ବାରିପଦା ଉପଖଣ୍ଡରେ ଥିବା ରାସଗୋବିନ୍ଦପୁର ବ୍ଲକରେ ୫୦, କୁଳିଅଣାରେ ୪୦, ବାରିପଦା ବ୍ଲକରେ ୫୦, ବାଙ୍ଗିରିପୋଷିରେ ୪୦, ଶୁଳିଆପଦାରେ ୪୦, ମୋରାଡ଼ାରେ ୪୦ ବେଡ୍‌, ବଡସାହିରେ ୪୦ ଓ ବାରିପଦା ପୌରପରିଷଦ ଅଞ୍ଚଳରେ ୧୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍‌ କେୟାର ସେଣ୍ଟର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଓଡିଶା ବାହାରେ ଓଜେଇଇ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର,୧୩ା୮(ବ୍ୟୁରୋ)-ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଏଥର ଓଡ଼ିଶା ବାହାରେ ହେବ ଓଜେଇଇ ପରୀକ୍ଷା କେନ୍ଦ୍ର। ରାଜ୍ୟ ବାହାରେ ୩ଟି ସ୍ଥାନରେ ଅନ୍‌ଲାଇନ ପରୀକ୍ଷା କେନ୍ଦ୍ର କରିବାକୁ ଓଜେଇଇ...

ବନ୍ଧୁକ ମୁନରେ ଆତଙ୍କ ଖେଳାଉଥିବା ବାଙ୍ଗା ଗିରଫ

ଭୁବନେଶ୍ୱର,୧୩।୨(ବ୍ୟୁରୋ):ବନ୍ଧୁକ ଦେଖାଇ ଆତଙ୍କ ଖେଳାଉଥିଲେ। ନିଜକୁ ଲୋକାଲ ଡନ୍‌ କହି ବ୍ୟବସାୟୀଙ୍କଠାରୁ ବଟି ଆଦାୟ କରୁଥିଲେ। ଅଭିଯୋଗ ପରେ ଶେଷରେ କ୍ୟାପିଟାଲ ଥାନା ପୋଲିସ ସମ୍ପୃକ୍ତ...

୨୪ ଘଣ୍ଟାରେ ରାଜ୍ୟରୁ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୭।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୩୬ ଜଣ ଚିହ୍ନଟ ହୋଇଥିବା ବେଳେ ୯୭...

CORONAVIRUS UPDATE: ଯାଜପୁରରେ ଆଉ ଜଣେ ପଜିଟିଭ; ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦ରେ ପହଞ୍ଚିଲା

ଭୁବନେଶ୍ୱର, ୬।୫(ବ୍ୟୁରୋ): ଯାଜପୁରରେ ଆଉ ଜଣେ କରୋନା ପଜିଟିଭ ବୁଧବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି।...

ଦିଲ୍ଲୀ ଗଲେ ୫୦୦ ଚାଷୀ

ଭୁବନେଶ୍ୱର, ୧୬।୧(ବ୍ୟୁରୋ): ନୂତକ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିଛି। ଏହାକୁ ସମର୍ଥନ ଜଣାଇ ଶୁକ୍ରବାର ଓଡ଼ିଶାରୁ ପାଖାପାଖି ୫୦୦ ଚାଷୀ...

ରାଜ୍ୟକୁ ଶତ ପ୍ରତିଶତ ଚାଉଳ ଦିଅ

ଭୁବନେଶ୍ୱର,୧୨।୪(ବ୍ୟୁରୋ):ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ହିତାଧିକାରୀଙ୍କୁ ୧୦୦ ପ୍ରତିଶତ ଚାଉଳ ଯୋଗାଇବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ...

ସତ୍ୟବିହାର-ମଞ୍ଚେଶ୍ୱର କେନାଲ ରାସ୍ତା ନିର୍ମାଣ ଖୁବ୍‌ଶୀଘ୍ର

ଭୁବନେଶ୍ୱର,୧୫।୧୦ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ନଂ.୫ ଅନ୍ତର୍ଗତ ଜାତୀୟ ରାଜପଥ ୧୬ର ରିଲାଏନ୍ସ ଫ୍ରେସ୍‌ ନିକଟ ସତ୍ୟବିହାରରୁ ବାହାରି ମଞ୍ଚେଶ୍ୱର ଗାଁ ପର୍ଯ୍ୟନ୍ତ...

ଜୁଲାଇ ସୁଦ୍ଧା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ

ଭୁବନେଶ୍ୱର(ବ୍ୟୁରୋ)/ରାଉରକେଲା ଅଫିସ୍‌,୧୯।୮: ରାଉରକେଲା ବିପିୟୁଟି କ୍ୟାମ୍ପସ ପରିସରରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟ ୨୦୨୨ ଜୁଲାଇ ସୁଦ୍ଧା ଶେଷ ହେବ।...

Advertisement
Archives

Model This Week