ମ୍ୟୁନିସିପାଲିଟି ନଜରରେ ଉଠାଦୋକାନ

ନୟାଗଡ଼ ଅଫିସ,୩।୭-ନୟାଗଡ଼ ମ୍ୟୁନିସିପାଲିଟି ଓ ଟାଉନ ପୋଲିସ ପକ୍ଷରୁ ନୟାଗଡ଼ ସହରର ବିଭିନ୍ନ ଉଠାଦୋକାନ ଉପରେ ସୋମବାର ଠାରୁ ଚଢ଼ାଉ ଆରମ୍ଭ ହୋଇଛି। ମଙ୍ଗଳବାର ଦ୍ୱିତୀୟ ଦିନରେ ଟ୍ରାଫିକ୍‌ ଛକଠାରେ ପୂର୍ବରୁ ଥିବା ପରିବା ଗୋଦାମ ନିକଟରେ ଦୋକାନୀମାନଙ୍କୁ ରାସ୍ତାକୁ ନ ଛାଡି ପନିପରିବା ରଖିବା ପାଇଁ ତାଗିଦ୍‌ କରାଯାଇଥିଲା। ହେଲେ ଦୋକାନୀମାନେ ଏହାକୁ ନ ମାନି ରାସ୍ତା ଉପରକୁ ମଡ଼ାଇ ଜିନିଷପତ୍ର ରଖିଥିବାରୁ ମ୍ୟୁନିସିପାଲିଟି ସେ ସବୁକୁ ନେଇଯାଇଛି। ପରିବା ଦୋକାନୀଙ୍କ ପରିବା ଓ ଫଳ ଦୋକାନୀଙ୍କ କେତେଗୁଡ଼ିଏ ଫଳ ପେଟିକୁ ଉଠାଇ ନେଇ ଯାଇଛନ୍ତି ମ୍ୟୁନିସିପାଲିଟି କର୍ମଚାରୀ। ଯାହାକୁ ନେଇ ଦୋକାନୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସେହିପରି ସହରର ବିଭିନ୍ନ ସ୍ଥାନରେ ଉଠା ଦୋକାନୀ ଓ କ୍ୟାବିନ୍‌ କରିଥିବା ପାନ ଦୋକାନୀଙ୍କୁ ଟାର୍ଗେଟ୍‌ କରିଛି ମ୍ୟୁନିସିପାଲିଟି। ଏମାନେ ବିଭିନ୍ନ ସମୟରେ ରାଜପଥ କଡ଼ରେ ଜିନିଷ ବିକ୍ରି କରୁଥିବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ତାହା ସମାଧାନ କରିବା ପାଇଁ ମ୍ୟୁନିସିପାଲିଟି ପକ୍ଷରୁ ଏହିଭଳି କରାଯାଉଥିବା ସୂଚନା ଦିଆଯାଇଛି। ଅନ୍ୟପକ୍ଷେ କିଛି ବେପାରୀ କୁହନ୍ତି ଭେଣ୍ଡିଂ ଜୋନ୍‌ ନ ହେବାରୁ ଆମେମାନେ ଏଠାରେ ବସି ବିକ୍ରି କରୁଛୁ। ଆମ ଜିନିଷ ଆସି ନଷ୍ଟ କରିବା ଓ ନେଇଯିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏ ନେଇ ମ୍ୟୁନିସିପାଲିଟିର ଜଣେ କର୍ମଚାରୀ କୁହନ୍ତି ବେପାରୀମାନଙ୍କୁ ତାଗିଦ୍‌ କଲେ ମଧ୍ୟ ସେମାନେ ଶୁଣୁନାହାନ୍ତି। ତେଣୁ ଆମେ ବାଧ୍ୟ ହୋଇ ଜିନିଷଗୁଡ଼ିକ ଉଠାଇ ନେଇଯାଉଛୁ।
ପ୍ରକାଶ ଯେ, ପୂର୍ବରୁ ନୟାଗଡ଼ ଏନଏସି ଥିବାବେଳେ ସହରରେ ଭେଣ୍ଡିଂ ଜୋନ୍‌ କରାଯାଇ ବେପାରୀମାନଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ତାହା ପାଣିର ଗାର ପାଲଟିଛି। ମଙ୍ଗଳବାର ଓଡ଼ଗାଁ ଛକରେ ଥିବା ଦୋକାନୀମାନେ ଜିିନିଷ ସବୁ ରାସ୍ତା ଉପରେ ରଖିଥିବା ବେଳେ ସେଗୁଡ଼ିକୁ ନ ରଖିବା ପାଇଁ ତାଗିଦ୍‌ କରାଯାଇଥିଲା। ମେଡ଼ିକାଲ ନିକଟରେ ଥିବା କ୍ୟାବିନ୍‌, ଖଣ୍ଡପଡ଼ା ରୋଡରେ ଥିବା ଉଠାଦୋକାନକୁ ହଟାଯାଇଛି। ମାସାଧିକ କାଳ ଏହିଭଳି ଚଢ଼ାଉ ଚାଲିବ ବୋଲି ସୂଚନା ମିଳିଛି। ନୟାଗଡ଼ ମ୍ୟୁନିସିପାଲିଟିର ସାନିଟାରୀ ଇନ୍ସପେକ୍ଟର ଲକ୍ଷ୍ମୀଧର ସାହୁ, ୱାରେଣ୍ଟ ଅଫିସର ନାରାୟଣ ନାୟକ, ଟାଉନ ପୋଲିସ ଏଏସ୍‌ଆଇ ଅଶୋକ ମହାନ୍ତିଙ୍କ ସମତେ ଟାଉନ ପୋଲିସର କର୍ମଚାରୀମାନେ ଏଥିରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri