ମ୍ୟାଲେରିଆ ନିରାକରଣ

ସୁନୀତା ଶତପଥୀ
ଭାରତ ମ୍ୟାଲେରିଆ ବିରୋଧରେ ଯୁଦ୍ଧ ଜିତି ଆସୁଛି, କିନ୍ତୁ ଯୁଦ୍ଧ ଶେଷ ହେବାର ନାଁ ଧରୁନି। ଅନେକ ରୋଗ ମଶା ଦ୍ୱାରା ସଂକ୍ରମିତ ହୋଇଥାଏ। କିନ୍ତୁ ସେଗୁଡ଼ିକ ମଧ୍ୟରେ ମ୍ୟାଲେରିଆ ସବୁଠାରୁ ବିପଜ୍ଜନକ। ଏହି ରୋଗର ନିରାକରଣ ପାଇଁ ଭାରତ ନିୟତ ପଦକ୍ଷେପ ନେଉଥିବାରୁ ମ୍ୟାଲେରିଆଜନିତ ମୃତ୍ୟୁ ଦୁଇତୃତୀୟାଂଶ ହ୍ରାସ ପାଇବା ସହ ଏହି ରୋଗ ସଂକ୍ରମଣ ୫୦ ପ୍ରତିଶତ ହ୍ରାସ ପାଇଛି। ଭାରତ ହେଉଛି ଏକମାତ୍ର ଦେଶ ଯିଏ ମ୍ୟାଲେରିଆଜନିତ ବୋଝ ୨୪ ପ୍ରତିଶତ କମାଇପାରିଛି ଏବଂ ଏହାର ସ୍ଥାନ ଆଉ ସବୁଠୁ ଅଧିକ ମ୍ୟାଲେରିଆପୀଡ଼ିତ ତିନୋଟି ଦେଶ ଭିତରେ ନାହିଁ। ଓଡ଼ିଶା ସରକାର ମଧ୍ୟ ଉଲ୍ଲେଖନୀୟ ଭାବେ ଏହି ରୋଗର ନିରାକରଣ, ନିଦାନ ଓ ଚିକିତ୍ସାରେ ସଫଳ ହୋଇପାରିଛି।
୨୦୧୭ରେ ଭାରତରେ ମ୍ୟାଲେରିଆ ରୋଗୀ ସଂଖ୍ୟା ଡେଙ୍ଗୁ ତୁଳନାରେ ଚାରିଗୁଣ ଅଧିକ ଥିଲା ଏବଂ ଓଡ଼ିଶାରେ ୪୧ ପ୍ରତିଶତ ସଂକ୍ରମଣ ଘଟିଥିବା ବେଳେ ୧୨ ପ୍ରତିଶତ ମୃତ୍ୟୁବରଣ କରିଥିଲେ। ଅଧିକାଂଶ ମ୍ୟାଲେରିଆ ସଂକ୍ରମଣ ଘଟିଥାଏ କେନ୍ଦ୍ର ଓ ଉତ୍ତରପୂର୍ବ ଭାରତର ଆଦିବାସୀ ଅଞ୍ଚଳ, ଜଙ୍ଗଲ ଅଞ୍ଚଳ ଓ ଗ୍ରାମାଞ୍ଚଳରେ। ଚିକିତ୍ସା ପାଇଁ ଏହିସବୁ ଅଞ୍ଚଳର ଗରିବ ଲୋକମାନଙ୍କ ଉପରେ ମଧ୍ୟ ଅନେକ ଆର୍ଥିକ ବୋଝ ପଡ଼େ। ମ୍ୟାଲେରିଆବିରୋଧୀ ଯୁଦ୍ଧରେ ଭାରତ ଅନେକ ସଫଳତା ହାସଲ କରିଥିଲେ ମଧ୍ୟ ଏ ଯୁଦ୍ଧର ପରିସମାପ୍ତି ଘଟିପାରୁ ନାହିଁ। ଭାରତ ଯେମିତି ପୋଲିଓମୁକ୍ତ ଦେଶ ହୋଇପାରିଛି, ସେମିତି ପ୍ରଧାନମନ୍ତ୍ରୀ ମୋଦି ୨୦୧୫ରେ ୧୭ଟି ଆଞ୍ଚଳିକ ନେତାଙ୍କ ସହ ସାମିଲ ହୋଇ ୨୦୩୦ ସୁଦ୍ଧା ସମଗ୍ର ଏସିଆ ମହାଦେଶକୁ ମ୍ୟାଲେରିଆମୁକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ମ୍ୟାଲେରିଆ ନିରାକରଣ ପାଇଁ ୨୦୧୭ରେ ଏକ ପାଞ୍ଚବର୍ଷିଆ ଯୋଜନା କରି ୨୦୨୨ ସୁଦ୍ଧା ଦେଶର ୫୭୧ଟି ଜିଲାକୁ ମ୍ୟାଲେରିଆମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ଦେଶ ମ୍ୟାଲେରିଆବିରୋଧୀ ଲଢ଼େଇରେ ସାମିଲ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ମଧ୍ୟ ଏଥିରେ ସରକାରଙ୍କୁ ସହଯୋଗ କରିବା ଆବଶ୍ୟକ। ଏଥିପାଇଁ ଆମକୁ ନିଜର ଅଭ୍ୟାସ ବଦଳାଇବାକୁ ହେବ, ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବାକୁ ହେବ, ମଶା-ନିବାରକ ବ୍ୟବହାର କରି ସନ୍ଧ୍ୟା ସମୟରେ ଘରେ ରହିବାକୁ ହେବ, ଫୁଲ୍‌ ପ୍ୟାଣ୍ଟ, ଶାର୍ଟ ଓ ଜୋତା ପିନ୍ଧିବାକୁ ହେବ, ରାତିରେ ମଶାରି ଟାଣି ଶୋଇବାକୁ ହେବ।
ମୋ-୯୮୧୯୦୯୩୭୬୯, sunita@thinktankmsc.com


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ବାଲାକୋଟ

ବିଶ୍ୱ ରାଜନୈତିକ ଦୃଶ୍ୟପଟକୁ ଦେଖିଲେ ଦିନକୁ ଦିନ ନୂଆ ପରୀକ୍ଷଣ ହେଉଥିବା ଲକ୍ଷ୍ୟ କରାଯାଉଛି। ବିରୋଧୀ ଯେଭଳି ଶାସନ ଗାଦିକୁ ଫେରି ନ ପାରିବେ ସେଥିଲାଗି...

ଏଇ ଭାରତରେ

ଆତ୍ମନିର୍ଭରଶୀଳ ହେବା ଲାଗି ଇଚ୍ଛାଶକ୍ତି ଲୋଡ଼ା, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶର ରଞ୍ଜନା ଯାଦବ। ସେ ବାଥ୍‌ଟବ୍‌ରେ ମୁକ୍ତାଚାଷ କରି ୮୦ହଜାର ଟଙ୍କା ଲାଭ ପାଇଛନ୍ତି।...

ଭାରତ ଓ ଆଣବିକ ଶକ୍ତି

ଇଂ. ମାୟାଧର ସ୍ବାଇଁ ଭାରତ ୧୯୯୮ ମସିହା ମେ ୧୧ ତାରିଖରେ ତିନୋଟି ଓ ୧୩ ତାରିଖରେ ଦୁଇଟି ଆଣବିକ ପରୀକ୍ଷା କରି ନିଜକୁ ଆଣବିକ...

ବେଲୁନ ଦ୍ୱାରା ପ୍ରଦୂଷଣ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ମୋର ପ୍ରକୃତି ସହ ସମ୍ବନ୍ଧ ଏପରି ନିବିଡ଼ ଯେ, କୌଣସି ଜିନିଷ ଦ୍ୱାରା ପୃଥିବୀର ବା ପ୍ରକୃତିର କ୍ଷତି ହେବାର...

ଲୌହମାନବଙ୍କ ସ୍ମରଣେ

ଡା. ସୁରେନ୍ଦ୍ରନାଥ ପତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଲୌହମାନବ କୁହାଯାଏ। ସେ ଥିଲେ ଗାନ୍ଧିଜୀଙ୍କ ପଟ୍ଟଶିଷ୍ୟ। ଉପପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ପଦରେ ଥାଇ ସେ...

ଜୀବନର ନକ୍ସା

ମନ-ମାନଚିତ୍ର/ଡ. ନରହରି ବେହେରା ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି- ଆବଶ୍ୟକତାଠାରୁ ଶୀତଳ ଓ ଉଷ୍ମତାର ମାତ୍ରା କମ୍‌ ବା ବେଶି ହେଲେ ଆମ ଶରୀରକୁ ସୁଖ...

ଏଇ ଭାରତରେ

ନିଜ ପେଟ କଥା ଚିନ୍ତା ନ କରି ଅଭାବୀଙ୍କ ପାଇଁ ବ୍ୟସ୍ତ ମଣିଷଟିଏ ହେଉଛନ୍ତି କେରଳର ରେଜି ଥୋପିଲେଥ। ସେ ଜଣେ ଟ୍ୟାକ୍ସି ଚାଳକ। କେରଳ...

ଅନ୍‌ଲାଇନ୍‌ ଶିକ୍ଷା

କୋଭିଡ୍‌-୧୯ ମହାମାରୀ ଯୋଗୁ ସମାଜରେ ଯେଉଁ ପରିବର୍ତ୍ତନ ଆସିଛି ତାହାକୁ ଇଂଲିଶରେ ‘ନ୍ୟୁ ନର୍ମାଲ’ କୁହାଯାଉଛି। ସାମାଜିକ, ଅର୍ଥନୈତିକ, ରାଜନୈତିକ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ପ୍ରତି...

Play 250+ Trending Games
Archives

Model This Week

Why Dharitri