ମ୍ୟାଲେରିଆ ନିରାକରଣ ପାଇଁ ଆରମ୍ଭ ହେଲା ‘ଦମନ’

ବ୍ରହ୍ମପୁର ଅଫିସ୍‌,୧୧ା୫-ଗଞ୍ଜାମ ଜିଲାରେ ମ୍ୟାଲେରିଆକୁ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଛି । ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆକୁ ମୂଳପୋଛ କରିବା ପାଇଁ ଆରମ୍ଭ ହୋଇଯାଇଛି ‘ଦମନ’ । ଜିଲାର ୭ଟି ବ୍ଲକ ଯଥା ଧରାକୋଟ, ଚିକିଟି, କୁକୁଡ଼ାଖଣ୍ଡି, କୋଦଳା, ପାତ୍ରପୁର, ପୋଲସରା ଏବଂ ସାନଖେମୁଣ୍ଡିରେ ଏହି କାର୍ଯ୍ୟକ୍ରମ ହେଉଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଚିକିଟି, କୁକୁଡ଼ାଖଣ୍ଡି ଏବଂ କୋଦଳା ବ୍ଲକକୁ ଏହି କାର୍ଯ୍ୟକ୍ରମରେ ସାମିଲ୍‌ କରାଯାଇଛି । ଅନ୍ୟ ୪ ବ୍ଲକରେ ଗତବର୍ଷ ମଧ୍ୟ ଦମନ କାର୍ଯ୍ୟକ୍ରମ ହୋଇଥିଲା। ପୂର୍ବ ବର୍ଷ ଥିବା ଭଞ୍ଜନଗର, ସୋରଡ଼ା ଏବଂ ଦିଗପହଣ୍ଡିରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବାରୁ ଏସବୁ ବ୍ଲକକୁ ଚଳିତ କାର୍ଯ୍ୟକ୍ରମରୁ ବାଦ୍‌ ଦିଆଯାଇଛି।

ମ୍ୟାଲେରିଆ ଅଧିକାରୀ ଡା. ଜଗଦୀଶ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ବର୍ଷକୁ ଦୁଇଥର ଦମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ବର୍ଷା ପୂର୍ବରୁ ଏବଂ ପରେ। ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଗୁରୁବାରଠାରୁ ଆରମ୍ଭ ହୋଇଯାଇଛି। ୭ଟି ବ୍ଲକର ୧୩୫ଟି ଗ୍ରାମରେ ଏହା ହେବ । ମୋଟ ୮୦ଟି ଶିବିର ଅନୁଷ୍ଠିତ ହେବ । ସାନଖେମୁଣ୍ଡି ବ୍ଲକ, କୁକୁଡ଼ାଖଣ୍ଡି ବ୍ଲକରେ ୧୦ଟି ଲେଖାଏଁ ଶିବିର ଅନୁଷ୍ଠିତ ହେବାକୁ ଥିବା ବେଳେ ଚିକିଟି, କୋଦଳା ଏବଂ ପୋଲସରାରେ ୫ଟି ଲେଖାଏ, ଧରାକୋଟରେ ୧୫ ଏବଂ ପାତ୍ରପୁର ବ୍ଲକରେ ୩୦ଟି ଶିବିର ଅନୁଷ୍ଠିତ ହେବ। ପ୍ରତ୍ୟେକ ଶିବିର ୩ ଦିନ ଯାଏଁ ଚାଲିବ। ମେ’ ୩୧ତାରିଖ ପର୍ଯ୍ୟନ୍ତ ଏପରି ଚାଲିବ। ଶିବିରରେ ମ୍ୟାଲେରିଆ ପରୀକ୍ଷା କରାଯିବ। ୂଆବଶ୍ୟକସ୍ଥଳେ ଔଷଧ ପ୍ରଦାନ କରାଯିବ। ଗର୍ଭବତୀ, ଯୁବତୀ ଏବଂ ଶିଶୁମାନଙ୍କ ହେମୋଗ୍ଳୋବିନ୍‌ ପରୀକ୍ଷା ମଧ୍ୟ କରାଯିବ । ଶିଶୁମାନଙ୍କ ଓଜନ ଏବଂ ଉଚ୍ଚତା ପରୀକ୍ଷା ହେବ । ଏତଦ୍‌ ବ୍ୟତୀତ ଗ୍ରାମବାସୀଙ୍କୁ ଔଷଧୀୟ ମଶାରି ବଣ୍ଟନ କରାଯିବ। ଔଷଧ ସଞ୍ଚନ କରାଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୦ହଜାର ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଥିବା ମ୍ୟାଲେରିଆ ଅଧିକାରୀ ପ୍ରକାଶ କରିଛନ୍ତି । ଗତବର୍ଷ ମଧ୍ୟ ଜିଲାରେ ଦୁଇଟି ପର୍ଯ୍ୟାୟରେ ଦମନ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୨୦ଟି ଗ୍ରାମରେ ୧୯ହଜାର ୧୧୦ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ହଜାର ୬୧୮ଜଣଙ୍କ ରକ୍ତ ନମୁନାରେ ମ୍ୟାଲେରିଆ ପଜେଟିଭ ବାହାରିଥିଲା ।

ଦ୍ୱିତୀୟ ପର୍ଯ୍ୟାୟରେ ୧୧୪ଟି ଗ୍ରାମରେ ୧୬ହଜାର ୫୫୬ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେଥିରୁ ୨ହଜାର ୧୬୮ଜଣଙ୍କ ରକ୍ତ ନମୁନାରେ ମ୍ୟାଲେରିଆ ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା: ୩ ଜଣ ଖସିଯାଇଥିବା ସନ୍ଦେହ

ଭଞ୍ଜନଗର,୧୪।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାର୍ଦୁଲ ଗ୍ରାମରେ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ କିଛି ଲୋକ ଶୁକ୍ରବାର ରାତିରେ ବାଡେଇ ବାଡେଇ ଗୁରୁତର କରି…

୬୮୦ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ମିଳିଲା ତାଲିମ୍‌ 

ଦିଗପହଣ୍ଡି,୧୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା – ୨୦୨୫ ଓ ୨୦୨୦…

ଅନଲାଇନ ଠକେଇରୁ କେମିତି ପାଇବେ ରକ୍ଷା

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି କାନାରା ବ୍ୟାଙ୍କ ଶାଖା ପକ୍ଷରୁ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଲେଙ୍କାଙ୍କ ବିୟୋଗରେ ଶୋକ

ଦିଗପହଣ୍ଡି, ୧୩।୨(ଅଶେଷ ନାଥ ମିଶ୍ର): ପୂର୍ବତନ କେନ୍ଦ୍ର କୃଷି ଏବଂ ରେଳ ବିଭାଗ ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ବିୟୋଗରେ ଦିଗପହଣ୍ଡି କଂଗ୍ରେସ ଦଳ ପକ୍ଷରୁ ଗଭୀର…

ମୋବାଇଲ ସିଡିଆର ପକେଇଲା ଧରା: ଫେରାର ଅଭିଯୁକ୍ତଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ଦିଗପହଣ୍ଡି,୧୩ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା କଡ଼ରେ ଥିବା ଗଣେଶ ରାଇସ୍‌ ମିଲ ନିକଟରୁ ମୁମ୍ବାଇ ସମତାନଗର ଥାନା ପୋଲିସ ଜଣେ ଫେରାର ଅଭିଯୁକ୍ତଙ୍କୁ…

ରକ୍ଷକ ସାଜିଲା ଭକ୍ଷକ: ମହିଳାଙ୍କ ଅନ୍ତରଙ୍ଗ ମୁହର୍ତ୍ତର ଫୋଟୋ ଭାଇରଲ ଧମକ: ବନ୍ଧାହେଲେ ପୋଲିସ ଏଏସ୍‌ଆଇ

ବ୍ରହ୍ମପୁର,୧୩।୨(ସୁବାସଚନ୍ଦ୍ର ପାଢ଼ୀ):ଇନଷ୍ଟାଗ୍ରାମରେ ମହିଳାଙ୍କ ସହ ବନ୍ଧୁତା ରଖି ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେଇ ବ୍ଲାକମେଲ ଅଭିଯୋଗରେ ବନ୍ଧାହେଲେ ଜଣେ ପୋଲିସ ଏଏସ୍‌ଆଇ । ଅଭିଯୁକ୍ତ ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri