Posted inଖେଳ

ମ୍ୟାଚ୍‌ ମଝିରେ କଫି ମଗାଇଲେ ଟେନିସ ଷ୍ଟାର

ନ୍ୟୁୟର୍କ,୨୯।୮: କଫି ପିଇବା କ୍ରୀଡ଼ାବିତଙ୍କ ମଧ୍ୟରେ ସାଧାରଣ କଥା। ତେବେ ମ୍ୟାଚ୍‌ ମଝିରେ କଫି ମଗାଇବା ନିଶ୍ଚିତ ଭିନ୍ନ ଘଟଣା। ଏଠାରେ ଚାଲିଥିବା ଚଳିତ ସିଜନର ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନର ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଇଲିନା ସ୍ବିତୋଲିନାଠାରୁ ପ୍ରଥମ ସେଟ୍‌ ହାରିବା ପରେ ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଭେନସ ଓ୍ବିଲିୟମ୍ସଙ୍କୁ କଫି ଦରକାର ପଡ଼ିଥିଲା। ଏଣୁ ସେ ମ୍ୟାଚ୍‌ ମଝିରେ କଫି ମଗାଇଥିଲେ। କିନ୍ତୁ ୩୯ ବର୍ଷୀୟା ଷ୍ଟାରଙ୍କ ଅର୍ଡର ଦୁର୍ଭାଗ୍ୟବାଶତଃ ପ୍ରଥମେ ପୂରା ହୋଇ ପାରି ନ ଥିଲା। ଏହାପରେ ମ୍ୟାଚ୍‌ର ବିରତି ସମୟରେ ପୂର୍ବତନ ୟୁଏସ୍‌ ଓପନ ଚାମ୍ପିୟନ କୋର୍ଟ ଛାଡ଼ି ଲକର ରୁମକୁ ଯାଇଥିଲେ। ସେ କୋର୍ଟକୁ ଫେରିବାବେଳକୁ ତାଙ୍କ ସିଟ୍‌ ନିକଟରେ କଫି ରଖାଯାଇଥିଲା। ହେଲେ ଏହା ତାଙ୍କୁ କିଛି ଫାଇଦା ଦେଇପାରି ନ ଥିଲା। ଦ୍ୱିତୀୟ ସେଟ୍‌ରେ ଭେନସ ୩-୦ ବ୍ୟବଧାନରେ ଆଗୁଆ ଥିଲେ। କିନ୍ତୁ  ୫ମ ସିଡ୍‌ ସ୍ବିତୋଲିନା ୬-୪ ସେଟ୍‌ରେ ମ୍ୟାଚ୍‌ ହାତେଇ ନେଇଥିଲେ। ସେ ସମାନ ବ୍ୟବଧାନରେ ପ୍ରଥମ ସେଟ୍‌ ମଧ୍ୟ ଜିତିଥିଲେ। ତେବେ ମ୍ୟାଚ୍‌ ମଝିରେ ଭେନସଙ୍କ କଫି ମଗାଇବାର ଏହା ପ୍ରଥମ ଘଟଣା ନୁହେଁ। ଚଳିତ ମାସରେ ଅନୁଷ୍ଠିତ ହୋଇଥିବା ସିନସିନାଟି ମାଷ୍ଟର୍ସରେ ଡୋନ୍ନା ଭେକିଙ୍କ ବିପକ୍ଷ ମ୍ୟାଚ୍‌ରେ ଓ୍ବିଲିୟମ୍ସ କୋଚ୍‌ଙ୍କ ହାତରେ ଗୋଟେ କପ କଫି ମଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାସ୍ତାକଡ଼ରେ ଷ୍ଟଲ ଲଗାଉଥିଲେ ଏହି କ୍ରିକେଟରଙ୍କ ମା’, କ୍ରିକେଟ କିଟ୍‌ କିଣିବାକୁ ନ ଥିଲା ପଇସା; ଏଭଳି ବଦଳିଲା ଭାଗ୍ୟ

ନୂଆଦିଲ୍ଲୀ,୨୮।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଭଲ ପ୍ରଦର୍ଶନ କରିଥିଲେ ବାମହାତୀ ପେସର ଟି ନଟରାଜନ। ଏବେ ନବଦୀପ ସଇନୀ ସମ୍ପୂର୍ଣ୍ଣ ଫିଟ୍‌ ନ ଥିବାରୁ ୨୯...

ଟୋକିଓ ଅଲିମ୍ପିକ୍ସ ଆଉ ବର୍ଷେ ରହିଲା

ଟୋକିଓ,୨୩।୭(ଏପି): କୋଭିଡ୍‌-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଟୋକିଓ ଅଲିମ୍ପିକ୍ସର କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଛି। ଆଉ ବର୍ଷେ ପରେ ଅଲିମ୍ପିକ୍ସ ଆରମ୍ଭ ହେବ। କିନ୍ତୁ...

୪ ଦିନିଆ ଟେଷ୍ଟକୁ ଲିୟନ, ଲାଙ୍ଗରଙ୍କ ନାପସନ୍ଦ

ସିଡ୍‌ନୀ,୨।୧(ପି.ଟି.)- ପ୍ରସ୍ତାବିତ ୪ ଦିନିଆ ଟେଷ୍ଟ ଫର୍ମାଟକୁ ଅଷ୍ଟ୍ରେଲିଆର କେତେକ ଆଗଧାଡ଼ିର କ୍ରିକେଟର ନାପସନ୍ଦ କରିଛନ୍ତି। ନୂଆ ଫର୍ମାଟରେ ଖେଳାଯିବାକୁ ଥିବା ଟେଷ୍ଟର ଏହି ଫର୍ମାଟକୁ...

ନମିତା ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ଚଳିତ ବର୍ଷର ଏକଲବ୍ୟ ପୁରସ୍କାର ପାଇବେ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ନମିତା ଟପ୍ପୋ। ଏହା ବ୍ୟତୀତ ଅନ୍ତର୍ଜାତୀୟ ଭାରୋତ୍ତୋଳନକାରୀ ସ୍ନେହା ସୋରେନ ଓ...

ତୃତୀୟ ଟେଷ୍ଟ: ଦକ୍ଷିଣ ଆଫ୍ରିକାର ସଂଘର୍ଷ

ପୋର୍ଟ ଏଲିଜାବେଥ,୧୯।୧- ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ସଂଘର୍ଷ ଜାରି ରଖିଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ...

କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ ପାଇଁ ବିସିସିଆଇର ସର୍ତ୍ତ

ନୂଆଦିଲ୍ଲୀ,୨୧।୭(ପି.ଟି.): ଶେଷରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ ନେଇ ରାଜି ହୋଇଛି। ଏଥିପାଇଁ ବିସିସିଆଇ ଅବଶ୍ୟ ନୂଆ ସର୍ତ୍ତ ରଖିଛି।...

ରାଇନାଙ୍କ ବିବାଦୀୟ ବୟାନ ପରେ ଏବେ ରବିନ୍ଦ୍ର ଜାଡେଜା କହିଲେ ‘ରାଜପୁତବୟ ଫର୍‌ଏଭର୍‌’; ଲୋକେ ଦେଉଛନ୍ତି…

ନୂଆଦିଲ୍ଲୀ,୨୩।୭: ନିକଟରେ ଭାରତୀୟ ପୂର୍ବ କ୍ରିକେଟର ତଥା ସିଏସ୍‌କେର ଅଭିଜ୍ଞ ଖେଳାଳି ସୁରେଶ ରାଇନା ବ୍ରାହ୍ମଣ ହୋଇଥିବା ନେଇ ବୟାନ ଦେଇ ବିବାଦରେ ଫସିଥିଲେ। ଏବେ...

ଲିଭରପୁଲ ଜିତିଲା କ୍ଲବ ବିଶ୍ୱକପ୍‌

ଦୋହା, ୨୨।୧୨- ଅତିରିକ୍ତ ମିନିଟ୍‌ରେ ରବର୍ଟୋ ଫିର୍ମିନୋଙ୍କ ଗୋଲ ଯୋଗୁ ଲିଭରପୁଲ ୧-୦ ଗୋଲରେ ବ୍ରାଜିଲର ଫ୍ଲାମେଙ୍ଗୋଙ୍କୁ ହରାଇ କ୍ଲବ ବିଶ୍ୱକପ୍‌ ଜିତିଛି। ସ୍ଥାନୀୟ ଖଲିଫା...

Advertisement
Ten Cric Info


Archives

Model This Week