Posted inଖେଳ

ମ୍ୟାଚ୍‌ବେଳେ ହୃଦ୍‌ଘାତରେ ଫୁଟ୍‌ବଲରଙ୍କ ମୃତ୍ୟୁ

ମାଲାପୁରମ (କେରଳ), ୩୧ା୧୨ (ପି.ଟି.)- କେରଳର ପରିଣ୍ଟାଲ୍‌ମାନାଠାରେ ଏକ ମ୍ୟାଚ ଖେଳୁଥିବାବେଳେ ଫୁଟ୍‌ବଲର ଧନରାଜନ ରାଧାକ୍ରିଷ୍ଣନଙ୍କର ହୃଦ୍‌ଘାତରେ ପ୍ରାଣହାନୀ ଘଟିଛି। ରବିବାର ସନ୍ଧ୍ୟାରେ ଏଫ୍‌ସିସ ପରିଣ୍ଟାଲମାନ୍ନା ତରଫରୁ ସାସ୍ଥା ମେଡିକାଲ୍ସ ଏଫ୍‌ସି ତ୍ରିସୂର ବିପକ୍ଷ ସେଭେନ୍ସ ଟୁର୍ନାମେଣ୍ଟ (ସେଭେନ-ଏ ସାଇଡ୍‌ )ମ୍ୟାଚ ଖେଳୁଥିବାବେଳେ ଏହି ଡିଫେଣ୍ଡର ଜଣଙ୍କ ପଡ଼ିଆ ମଝିରେ ଆକସ୍ମିକ ସଂଜ୍ଞାହୀନ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୩୯ବର୍ଷୀୟ ଧନରାଜନଙ୍କ ସେଠାରେ ରାତି ୧୦ଟା ୨୦ରେ ମୃତ୍ୟୁ ଘଟିଥିଲା। ଖବର ଅନୁସାରେ ମ୍ୟାଚର ୨୭ତମ ମିନିଟ୍‌ରେ ସେ ତାଙ୍କ ବାମହାତ ଉପରକୁ ଟେକିଥିବା ଅବସ୍ଥାରେ ବେହୋସ୍‌ ହୋଇପଡ଼ିଥିଲେ। ଧନରାଜନ ଚିରାଗ ୟୁନାଇଟେଡ କ୍ଲବରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୧ ବର୍ଷ ଧରି ପ୍ରଫେଶନାଲ ଫୁଟ୍‌ବଲ ଖେଳିଥିଲେ। ମୋହନବାଗାନ ଓ ଇଷ୍ଟବେଙ୍ଗଲ ବ୍ୟତୀତ ସେ ୨୦୧୨-୧୪ରେ ମହମ୍ମଡ଼ାନ ସ୍ପୋର୍ଟିଂ ତରଫରୁ ପ୍ରତିନିଧିତ୍ୱ କରିଥିଲେ। ସେ ଆହୁରି ମଧ୍ୟ ସନ୍ତୋଷ ଟ୍ରଫିରେ ବେଙ୍ଗଲ ତରଫରୁ ଖେଳିଛନ୍ତି। ତାଙ୍କ ଦେହାନ୍ତରେ ସର୍ବ ଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ତରଫରୁ ଶୋକ ପ୍ରକାଶ କରାଯାଇଛି। ସମଗ୍ର ବିଶ୍ୱରେ ସେଭେନ୍ସ ଟୁର୍ନାମେଣ୍ଟ କ୍ରମେ ଲୋକପ୍ରିୟ ହେବାରେ ଲାଗିଛି। ଅଲ୍‌ କେରଳ ସେଭେନ୍ସ ଫୁଟ୍‌ଲ ଆସୋସିଏଶନ ତରଫରୁ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିଲା। ଧନରାଜନ ମିଡ୍‌ ଫିଲ୍ଡର ଡେନସନ ଦେବଦାସଙ୍କ ସହିତ ୨୦୦୫ରେ କୋଲକାତା ଆସିଥିଲେ। ସେ ପ୍ରଥମେ ୟୁନାଇଟେଡ ସ୍ପୋଟର୍‌ସ କ୍ଲବ (ପରେ ଚିରାଗ ୟୁନାଇଟେଡ ନାମରେ ନାମିତ) ତରଫରୁ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?