Posted inଖେଳ

ମ୍ୟାକ୍ଲିହାନଙ୍କ ପାଇଁ ସ୍ତ୍ରୀ ଛାଡ଼ିଛନ୍ତି ନୋଟ୍‌

ଅକ୍‌ଲାଣ୍ଡ,୧୬।୩- ନ୍ୟୁଜିଲାଣ୍ଡ ପେସର ମିଚେଲ ମ୍ୟାକ୍ଲିହାନ ପାକିସ୍ତାନ ସୁପର ଲିଗ୍‌ (ପିଏସଏଲ)ରୁ ଫେରିବା ପରେ ୧୪ ଦିନ ପାଇଁ ନିଜ ଆଡ଼ୁ କ୍ୱାରାଣ୍ଟାଇନରେ ରହିଛନ୍ତି। ଏହି ଖେଳାଳି ଟୁଇଟରରେ ଏକ ଫଟୋ ଶେୟାର କରିଛନ୍ତି। ଉକ୍ତ ଫଟୋରେ ମ୍ୟାକ୍ଲିହାନଙ୍କ ଲାଗି ସ୍ତ୍ରୀ ଛାଡ଼ିଥିବା ଲେଟରକୁ ଦେଖିବାକୁ ମିଳୁଛି। ଘରକୁ ଫେରିବା ପରେ ମୋ ସ୍ତ୍ରୀର ମେସେଜ ପାଇଛି। ଘରେ ନିଜକୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିଛି। ମୋ ସ୍ତ୍ରୀ କିଛି ସପ୍ତାହ ଲାଗି ପରିବାରବର୍ଗ ସହ ରହିବାକୁ ଯାଇଛି। ୧୪ ଦିନ ପରେ ଦେଖାହେବ ବୋଲି କ୍ୟାପଶନରେ ମ୍ୟାକ୍ଲିହାନ ଲେଖିଛନ୍ତି। ନ୍ୟୁଜିଲାଣ୍ଡ ସରକାର ପ୍ରତ୍ୟେକ ବିଦେଶ ଫେରନ୍ତା ଯାତ୍ରୀଙ୍କ ଲାଗି ବାଧ୍ୟତାମୂଳକ ୧୪ ଦିନ ଅଲଗା ରହିବାକୁ ପରାମର୍ଶ ଦେଇଛନ୍ତି। ବାମହାତୀ ପେସର ଚଳିତ ପାକିସ୍ତାନ ସୁପର ଲିଗ୍‌(ପିଏସ୍‌ଏଲ)ରେ କରାଚୀ କିଙ୍ଗ୍ସ ଲାଗି କେବଳ ଗୋଟିଏ ମ୍ୟାଚ୍‌ ଖେଳିଥିଲେ। ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ ଧୋନୀ ଗୁଞ୍ଜରିତ ହେଲା ଓ୍ବାଙ୍ଖ୍‌ଡେ

ମୁମ୍ବାଇ,୧୫।୧- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟଠାରୁ ଦୀର୍ଘଦିନ ହେଲା ଦୂରେଇ ରହିଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକ ଏବେ ମଧ୍ୟ ତାଙ୍କୁ ଅପେକ୍ଷା...

କ୍ରିକେଟ୍‌ରୁ କେବେ ନେବେ ଅବସର, ୪୧ ବର୍ଷୀୟ ଗେଲ୍‌ ଦେଲେ ଏମିତି ଉତ୍ତର

କ୍ରିକେଟର ପ୍ରାୟ ସବୁ ଫର୍ମାଟରେ ବୋଲର୍‌ଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥାନ୍ତି ଓ୍ବେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌। ତାଙ୍କୁ ଏବେ ୪୧ ବର୍ଷ ।...

ଭାରତ ଏ’କୁ ଜିତାଇଲେ ଆୟାର, ଖଲିଲ

ନୂଆଦିଲ୍ଲୀ,୧୨।୭- ଭାରତ ଏ’ ଦଳ ଶ୍ରେୟାସ ଆୟାର ଓ ଖଲିଲ ଅହମ୍ମଦଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ୬୫ ରନ୍‌ର ବିଜୟ ସହ ତା’ର ଓ୍ବେଷ୍ଟଇଣ୍ଡିଜ ଅଭିଯାନ...

ଟିମ୍‌ ଇଣ୍ଡିଆର ଦୁର୍ବଳତା ଦେଖାଇଲେ କିମ୍ବଦନ୍ତୀ ଖେଳାଳି

ଲଣ୍ଡନ,୨।୭: ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ଠାରୁ ୦-୧ରେ ଟେଷ୍ଟ ସିରିଜ୍‌ ହାରିବା ପରେ ଇଂଲଣ୍ଡ ଦଳକୁ ସମାଲୋଚନା କରିଥିଲେ ମାଇକେଲ ଭନ ଓ ନାସିର ହୁସେନଙ୍କ...

ଏବେ ଅସ୍ଥିତ୍ୱର ଲଢ଼େଇ: ପଞ୍ଜାବ- ହାଇଦ୍ରାବାଦ ମୁକାବିଲା

ଦୁବାଇ,୨୪।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୩ତମ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ସ୍ଥାନୀୟ ଦୁତ୍ବାଇ ଅନ୍ତର୍ଜାତୀୟ କ୍ରିକେଟ...

ଡିସି ପାଇଁ ବିଜୟ ଲକ୍ଷ୍ୟ ୧୯୦…

ମୁମ୍ବାଇ, ୧୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୨୭ ତମ ମ୍ୟାଚ୍‌ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଟସ ଜିତି...

‘କୋହଲିଙ୍କ ପ୍ରକୃତ ରୂପ ମୁଁ ଜାଣିଛି’

ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର ଏକ ଭିନ୍ନ ଶୈଳୀ ଦେଖିବାକୁ ମିଳିଛି। ସେ ତାଙ୍କ କ୍ରିକେଟର ସ୍ବାମୀଙ୍କ ପାଇଁ ଫଟୋଗ୍ରାଫର ସାଜିଛନ୍ତି। ଅନୁଷ୍କାଙ୍କ ଏହି ଲୁକ...

ସେରେନାଙ୍କ ଟେନିସ୍‌ ଭବିଷ୍ୟତ ନେଇ ସନ୍ଦେହ

ପ୍ୟାରିସ, ୨ା୬-ଶନିବାର ଫ୍ରେଞ୍ଚ ଓପନ ପ୍ରତିଯୋଗିତାର ତୃତୀୟ ରାଉଣ୍ଡରୁ ବିଦାୟ ନେବା ପରେ ସେରେନା ଓ୍ବିଲିୟମ୍ସଙ୍କ ଟେନିସ୍‌ ଭବିଷ୍ୟତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଆମେରିକାର...

Advertisement
Archives

Model This Week