Posted inଖେଳ

ମ୍ୟାକ୍‌ଡୋନାଲ୍ଡ ଅଷ୍ଟ୍ରେଲିଆର ସହାୟକ କୋଚ୍‌

ସିଡ୍‌ନୀ, ୩୧।୧୦ (ଏଏଫ୍‌ପି)- ପୂର୍ବତନ କ୍ରିକେଟର୍‌ ଆଣ୍ଡ୍ରିଉ ମ୍ୟାକ୍‌ଡୋନାଲ୍ଡଙ୍କୁ ବୁଧବାର ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ୍‌ ଦଳର ସହାୟକ କୋଚ୍‌ ନିଯୁକ୍ତ କରାଯାଇଛି। ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗରଙ୍କୁ ସେ ସହାୟତା କରିବେ। ଗତ ଫେବୃୟାରୀରେ ଡେଭିଡ୍‌ ସକର୍‌ ଏହି ପଦ ଛାଡ଼ିବା ପରେ ସେବେଠାରୁ ଏହା ଖାଲି ରହିଥିଲା। ଏହାପରେ ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଓ ଷ୍ଟିଭ୍‌ ଓ୍ବ ମେଣ୍ଟର ଭାବେ ଲାଙ୍ଗରଙ୍କୁ ସହାୟତା କରି ଆସୁଥିଲେ। ‘ମ୍ୟାକ୍‌ଡୋନାଲ୍ଡ ବର୍ତ୍ତମାନ ଆମ କୋଚିଂ ଟିମ୍‌ରେ ଯୋଗ ଦେଇଛନ୍ତି। ଏହି ଅଲ୍‌ରାଉଣ୍ଡରଙ୍କ ଜ୍ଞାନ ଓ ମ୍ୟାନେଜମେଣ୍ଟ ସ୍କିଲ୍‌ ଟିମ୍‌ ପାଇଁ ଲାଭଦାୟକ ହେବ ଏଥିରେ କୌଣସି ସନ୍ଦେହ ନାହିଁ’ ବୋଲି ଲାଙ୍ଗର କହିଛନ୍ତି। ଉଲ୍ଲେଖଯୋଗ୍ୟ, ମ୍ୟାକ୍‌ଡୋନାଲ୍ଡଙ୍କ ପ୍ରଶିକ୍ଷଣରେ ଭିକ୍ଟୋରିଆ ଓ ମେଲବୋର୍ନ ରେନ୍‌ଗାଡର୍‌ସ ଦଳ ଗତ ସିଜନରେ ଅଷ୍ଟ୍ରେଲିଆ ଘରୋଇ କ୍ରିକେଟ୍‌ର ୩ଟି ଯାକ ଟାଇଟଲ୍‌ ଜିତିବାରେ ସଫଳ ହୋଇଥିଲା। ବର୍ତ୍ତମାନ ଅଷ୍ଟ୍ରେଲିଆ ଦଳର ସଦସ୍ୟ ରହିଥିବା ଆରୋନ ଫିଞ୍ଚ୍‌, ମାର୍କସ ହାରିସ, ଜେମ୍ସ ପାଟିନଶନ ପ୍ରମୁଖଙ୍କ ସହ ମ୍ୟାକ୍‌ଡୋନାଲ୍ଡ ପୂର୍ବରୁ କାମ କରିସାରିଛନ୍ତି। ୧୫ ବର୍ଷର କ୍ରିକେଟ୍‌ କ୍ୟାରିୟରରେ ମ୍ୟାକ୍‌ଡୋନାଲ୍ଡ ଅଷ୍ଟ୍ରେଲିଆ ପକ୍ଷରୁ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡି ଭିଲିୟର୍ସଙ୍କ ଆଇପିଏଲ ଦଳର ଅଧିନାୟକ ଧୋନୀ

ବାଙ୍ଗାଲୋର,୧।୪: ଆଇପିଏଲର ୧୪ତମ ସଂସ୍କରଣ ପୂର୍ବରୁ ସର୍ବକାଳୀନ ଆଇପିଏଲ ଦଳ ଘୋଷଣା କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ। ଦଳରେ...

ଫାଇନାଲ୍‌ ଡ୍ର’ ରହିଲେ କେଉଁ ଦଳ ହେବ ଚାମ୍ପିୟନ୍‌: ଆଇସିସି କଲା ଘୋଷଣା

ନୂଆଦିଲ୍ଲୀ,୨୮।୫: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୧୮ରୁ ୨୨ ଜୁନ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିଏସି ଫାଇନାଲ)ର ଫାଇନାଲ ଅନୁଷ୍ଠିତ ହେବ।...

ଜାମିନରେ ଆସି ପୃଥ୍ବୀ ଶ’ଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଲେ ସପ୍‌ନା

ନୂଆଦିଲ୍ଲୀ,୨୧।୨: କ୍ରିକେଟର ପୃଥ୍ବୀ ଶ’ଙ୍କ ଉପରେ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ସପ୍‌ନା ଗିଲକଙ୍କୁ ମୁମ୍ବାଇ କୋର୍ଟ ସୋମବାର ଜାମିନ ପ୍ରଦାନ କରିଛନ୍ତି। ତେବେ ସପ୍‌ନାଙ୍କ...

ପଞ୍ଜାବ ନାମରେ ଲଜ୍ଜାଜନକ ରେକର୍ଡ

ଦୁବାଇ,୯।୧୦: ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏଥର ମଧ୍ୟ ପ୍ଲେ-ଅପ୍‌ରେ ପ୍ରବେଶ କରିପାରି ନାହିଁ। ଦଳ ୬ଟି ବିଜୟରୁ ୧୨ ପଏଣ୍ଟ ସହ...

ପତିକ୍ରିୟା ରଖିବାକୁ ମନା କଲେ ଗାଙ୍ଗୁଲି

କୋଲକାତା,୧୬।୧୨: ଭାରତୀୟ ଦଳର ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କ ବୟାନକୁ ନେଇ ଝଡ଼ ସୃଷ୍ଟି ହେବାର ଗୋଟିଏ ଦିନ ପରେ ପତିକ୍ରିୟା ରଖିବାକୁ ମନା କରି...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଆରସିବି…

ବେଙ୍ଗାଲୁରୁ,୧୭।୪: ସୋମବାର ଆଇପିଏଲ ୨୦୨୩ର ସିଜନ ୧୬ର ୨୪ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଏବଂ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ବେଙ୍ଗାଲୁରୁର ଏମ....

ଟପ୍‌ ସିଡ୍‌ ମନ୍‌ଫିଲ୍ସକୁ ହରାଇଲେ ପର୍ସେଲ

ଇଷ୍ଟବୋର୍ନ(ୟୁକେ),୨୫ା୬(ଏପି)- ଏଠାରେ ଚାଲିଥିବା ଭାଇକିଂ ଇଣ୍ଟରନ୍ୟାଶନାଲ ଗ୍ରାସ୍‌କୋର୍ଟ ଟେନିସ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆର ମାକ୍ସ ପର୍ସେଲ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୨୮୩ ର଼୍ୟାଙ୍କିଙ୍ଗପ୍ରାପ୍ତ ଏହି ଖେଳାଳି ଟପ୍‌...

ରଣଜୀ ଫାଇନାଲ: ଅମ୍ପାୟର ଶାମଶୁଦ୍ଦିନଙ୍କ ପେଟରେ ବାଜିଲ ବଲ

ରାଜକୋଟ,୧୦।୩- ଏଠାରେ ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ଚାଲିଥିବା ରଣଜୀ ଫାଇନାଲ ମ୍ୟାଚ୍‌ର ପ୍ରଥମ ଦିନରେ ଫିଲ୍ଡ ଅମ୍ପାୟର ସି. ଶାମଶୁଦ୍ଦିନ ଆହତ ହୋଇଛନ୍ତି। ତାଙ୍କ...

Advertisement
Archives

Model This Week