କେନ୍ଦ୍ରାପଡ଼ା ଅଫିସ୍, ୨୪।୧୨ ସମୁଦ୍ର କୂଳରେ ଥିବା ରାଜନଗର ବ୍ଲକ ସାତଭାୟା ଅଞ୍ଚଳବାସୀଙ୍କୁ ୧୦ କିଲୋମିଟର ଦୂର ଗୁପ୍ତି ନିକଟ ବଗପାଟିଆଠାରେ ଥଇଥାନ କରାଯାଇଛି। ସାତଭାୟାର ୫୭୧ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯିବା ସହ ବଗପାଟିଆରେ ଜମି ଓ ଘର ନିର୍ମାଣ ନିମନ୍ତେ ଆର୍ଥିକ ଅନୁଦାନ ଦିଆଯାଇଛି। ଦୀର୍ଘ ୪୦ବର୍ଷ ଧରି ଚାଲିଥିବା ଏହି ଥଇଥାନ ପ୍ରସଙ୍ଗ ବର୍ତ୍ତମାନ ମଧ୍ୟ ଥମିନାହିଁ। ଏବେ ବି ସାତଭାୟାରେ ୧୪୮ ପରିବାର ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ପରିବାର ଥଇଥାନସ୍ଥଳୀର ବିଭିନ୍ନ ସମସ୍ୟା ଦର୍ଶାଉଥିବା ବେଳେ ଅନ୍ୟ କେତେକଙ୍କୁ ଥଇଥାନ କରାଯାଇ ନ ଥିବା ଅଭିଯୋଗ ହେଉଛି, ଯାହା ପ୍ରଶାସନ ଓ ବନ ବିଭାଗ ପାଇଁ ଅସୁବିଧା ସୃଷ୍ଟି କରିଛି।
ଏନ୍ସିସିଆର (ନ୍ୟାଶନାଲ ସେଣ୍ଟର ଫର କୋଷ୍ଟାଲ ରିସର୍ଚ୍ଚ)ର ୨୦୧୮ ଜୁଲାଇ ରିପୋର୍ଟ ଅନୁଯାୟୀ, ୧୯୯୯ରୁ ୨୦୧୬ ମଧ୍ୟରେ ଦେଶର ୭,୫୧୭ କି.ମି. ସମୁଦ୍ର ତଟରୁ ୩୩ ପ୍ରତିଶତ ତଟ କ୍ଷୟ ହେଉଛି। ଏହି ଧାରା ଓଡ଼ିଶାର ୪୮୫ କିଲୋମିଟର ସମୁଦ୍ର ତଟର ୨୮ ପ୍ରତିଶତ ସ୍ଥାନରେ ଦେଖାଦେଉଛି। ରାଜନଗର ତହସିଲ ରେକର୍ଡ ଅନୁଯାୟୀ, ସାନଗହୀରମଥା, ମୋହନପୁର, ହାବେଳି ଚିନ୍ତାମଣିପୁର, ଗୋବିନ୍ଦପୁର, କାଦୁଆନାଶୀ, ସାହେବନଗର ଓ ପରମାନନ୍ଦପୁର ଗ୍ରାମକୁ ନେଇ ଗଠିତ ସାତଭାୟା ଗ୍ରାମ ଚାଷଜମି ବ୍ୟତୀତ ୮୭୫ ଏକର ସ୍ଥାନରେ ଥିଲା। ହେଲେ ତଟକ୍ଷୟ ଯୋଗୁ ୧୯୬୦ ମସିହା ମଧ୍ୟରେ ଏହି ଅଞ୍ଚଳର ଅଧିବାସୀମାନେ କାହ୍ନୁପୁର, ସାତଭାୟା, ବରାହୀପୁର, ରବୀନ୍ଦ୍ରପଲ୍ଲୀ ଓ ମଗରକନ୍ଦାର ନୂଆ ଗ୍ରାମକୁ ସ୍ଥାନାନ୍ତର ହୋଇଥିଲେ। ଏହି ଗ୍ରାମଗୁଡିକ ମଧ୍ୟରୁ ୨୦୧୧ ମସିହାରେ କାହ୍ନୁପୁର ମୌଜା ସମୁଦ୍ର ଗର୍ଭକୁ ଚାଲିଯାଇଛି। ସମୁଦ୍ର ତଟାଞ୍ଚଳ କ୍ଷୟକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ଏହି ଅଞ୍ଚଳବାସୀଙ୍କୁ ବଗପାଟିଆକୁ ସ୍ଥାନାନ୍ତର କରିଛନ୍ତି। କିନ୍ତୁ ସାମାନ୍ୟ ବର୍ଷା ହେଲେ ଘର ଚାରିପଟେ ପାଣି ଜମି ରହୁଥିବା ବଗପାଟିଆର ସୁଦର୍ଶନ ଦାସ କହିଛନ୍ତି। ସେ କହିଛନ୍ତି, ଥଇଥାନସ୍ଥଳୀରେ ରାସ୍ତା, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଆଦି ସମସ୍ୟା ଲାଗିରହିଛି। ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉ ନ ଥିବାରୁ ବର୍ଷାଦିନେ ଘରୁ ବାହାରିବା କଷ୍ଟ ହୋଇପଡୁଛି।
ଅପରପକ୍ଷେ ସାତଭାୟା ଅଞ୍ଚଳରେ ୧୪୮ ଘର ରହିଥିବା ସମ୍ପର୍କରେ ଗ୍ରାମର କାଳନ୍ଦୀ ଚରଣ ବେହେରା କୁହନ୍ତି, ରାଜ୍ୟ ସରକାର ବଗପାଟିଆରେ ଘର ନିର୍ମାଣ ପାଇଁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଜୀବିକା ନିର୍ବାହ ପାଇଁ ସାତଭାୟା ଉପରେ ନିର୍ଭର କରିବାକୁ ପଡୁଛି। ସାତଭାୟାରେ ଚାଷଜମି ଥିବାରୁ ଏଠାରେ ଆସି ରହିବାକୁ ପଡୁଛି। ସେହିପରି ଗ୍ରାମର ବହୁ ବ୍ୟକ୍ତି ମାଛ, କଙ୍କଡା ଧରି ପରିବାର ପ୍ରତିପୋଷଣ କରୁଥିବାରୁ ସେମାନେ ସାତଭାୟାରେ ରହୁଛନ୍ତି। ରାଜ୍ୟ ସରକାର ଜୀବିକା ବ୍ୟବସ୍ଥା କରି ନ ଥିବାରୁ ସାତଭାୟାର ବହୁ ଯୁବକ ଏବେ ଦାଦନ ଖଟୁଛନ୍ତି। ଏ ସମ୍ପର୍କରେ ବରାହୀପୁରରେ ରହୁଥିବା କୌଶଲ୍ୟା ବେହେରା କୁହନ୍ତି, ୨୦୧୧ଜନଗଣନା ଅନୁଯାୟୀ ପରିବାର ମୁଖ୍ୟଙ୍କ ନାମରେ ବଗପାଟିଆକୁ ସ୍ଥାନାନ୍ତର ପାଇଁ ଜମି ମିଳିଛି। ଇତିମଧ୍ୟରେ ବହୁ ପରିବାର ଭିନ୍ନେ ହୋଇଛନ୍ତି। ସେହିପରି କେତେକ ପରିବାରକୁ ଚିହ୍ନଟ କରାଯାଇ ନଥିବାରୁ ଏବେ ବି ୧୪୮ ପରିବାର ବନାଞ୍ଚଳରେ ରହିଛନ୍ତି। ଘର ନିର୍ମାଣ ନିମନ୍ତେ ଅନୁଦାନ ଯୋଗାଇ ଦେବା ପାଇଁ ଜିଲା ପ୍ରଶାସନକୁ ଆବେଦନ ପତ୍ର ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରାଜନଗର ଡିଏଫ୍ଓ ବିକାଶ ରଞ୍ଜନ ଦାସ କହିଛନ୍ତି, ବନାଞ୍ଚଳରେ ଥିବା ଲୋକଙ୍କ ଉଚ୍ଛେଦ ପାଇଁ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ତହସିଲଦାର ଦ୍ୱିବ୍ୟେନ୍ଦୁ ଶେଖର ଦାସଙ୍କୁ ପଚାରିବାରେ ବଗପାଟିଆକୁ ସାତଭାୟାବାସୀଙ୍କ ସ୍ଥାନାନ୍ତର ପରେ ପୁନର୍ବାର ସର୍ଭେ ପାଇଁ ୧୪୮ ଆବେଦନ ପତ୍ର ପହଞ୍ଚିଛି। ଏନେଇ ସର୍ଭେ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର କହିଛନ୍ତି।
Posted inକେନ୍ଦ୍ରାପଡ଼ା, ରାଜ୍ୟ View All
ଲୋୟର ସୁକତେଲର ୩ ଗେଟ୍ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ
ବଲାଙ୍ଗୀର,୨୬ା୭(ସୁନିଲ କୁମାର ମହାନ୍ତି): ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମର ୩ଟି ଗେଟ୍ ଖୋଲାଯାଇଛି। ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…
ବିରାଟକାୟ ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟ, ଅନ୍ଧାରରେ ଗାଁ
ଦାରିଙ୍ଗବାଡ଼ି,୨୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ଲଘୁଚାପ ଜନିତ ବର୍ଷା ଜାରି ରହିଛି ଏଥିପାଇଁ ଅଞ୍ଚଳର ଦୁର୍ଗମ ଗ୍ରାମଗଡ଼ିକ ଅଧିକ…
ଡ୍ରେନ୍ ସଫେଇ ପରେ ରାସ୍ତାକଡ଼ରେ ସ୍ଲାବ୍, ବଢୁଛି ଟ୍ରାଫିକ୍ ଜାମ୍
ତିହିଡ଼ି,୨୬ା୭(କାଳନ୍ଦୀ ବେହେରା): ଭଦ୍ରକ-ଆରଡ଼ି ମୁଖ୍ୟ ରାସ୍ତାର ଆରଡ଼ି ଛକ ନିକଟରେ ଡ୍ରେନ୍ ସଫେଇ କରାଯିବା ପରେ ଡ୍ରେନ୍ ଉପରେ ଥିବା ସ୍ଲାବ୍ଗୁଡ଼ିକୁ ରାସ୍ତାପାର୍ଶ୍ୱରେ ରଖି ଦିଆଯାଇଥିବାରୁ ଯାତାୟାତରେ…
ବାର୍ହା ଆକ୍ରମଣରେ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆହତ
ଢେଙ୍କାନାଳ,୨୬ା୭(ରତନ ନାୟାର): ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁରେ ବାର୍ହା ଆତଙ୍କ। ବାର୍ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଇନ୍ଦିପୁର…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାକୁ…
ଭୁବନେଶ୍ୱର,୨୬ା୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବ। ଆସନ୍ତାକାଲି ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଏହା…
ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଦାବି
ଉମରକୋଟ, ୨୬।୦୭ (ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ହଷ୍ଟେଲ ଛାତ୍ରୀଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାକୁ…
ରାଜଧାନୀରେ ମୁଣ୍ଡବିହୀନ ମୃତଦେହ : ବରମୁଣ୍ଡା ବସ୍ଷ୍ଟାଣ୍ଡ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ
ଭୁବନେଶ୍ୱର, ୨୬।୭: ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ବସ୍ଷ୍ଟାଣ୍ଡ ସମ୍ମୁଖ ରାସ୍ତାରୁ ରବିବାର ଭୋର ସମୟରେ ଏକ ମୁଣ୍ଡବିହୀନ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାଟି ଅଞ୍ଚଳରେ…
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ପ୍ରଶ୍ନ: ଛାତ୍ରୀଛାତ୍ରଙ୍କଠାରୁ ଫି’ ଆଦାୟ କରିବାକୁ ନିର୍ଦ୍ଦେଶ
ଯାଜପୁର,୨୬ା୭(ହର୍ଷବର୍ଦ୍ଧନ ବେହେରା): ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ କେଜିରୁ ପିଜି ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ଏଥିପାଇଁ…
Archives

