ମୌଳିକ ସୁବିଧାରୁ ବଞ୍ଚିତ ବଗପାଟିଆବାସୀ

କେନ୍ଦ୍ରାପଡ଼ା ଅଫିସ୍‌, ୨୪।୧୨ ସମୁଦ୍ର କୂଳରେ ଥିବା ରାଜନଗର ବ୍ଲକ ସାତଭାୟା ଅଞ୍ଚଳବାସୀଙ୍କୁ ୧୦ କିଲୋମିଟର ଦୂର ଗୁପ୍ତି ନିକଟ ବଗପାଟିଆଠାରେ ଥଇଥାନ କରାଯାଇଛି। ସାତଭାୟାର ୫୭୧ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯିବା ସହ ବଗପାଟିଆରେ ଜମି ଓ ଘର ନିର୍ମାଣ ନିମନ୍ତେ ଆର୍ଥିକ ଅନୁଦାନ ଦିଆଯାଇଛି। ଦୀର୍ଘ ୪୦ବର୍ଷ ଧରି ଚାଲିଥିବା ଏହି ଥଇଥାନ ପ୍ରସଙ୍ଗ ବର୍ତ୍ତମାନ ମଧ୍ୟ ଥମିନାହିଁ। ଏବେ ବି ସାତଭାୟାରେ ୧୪୮ ପରିବାର ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ପରିବାର ଥଇଥାନସ୍ଥଳୀର ବିଭିନ୍ନ ସମସ୍ୟା ଦର୍ଶାଉଥିବା ବେଳେ ଅନ୍ୟ କେତେକଙ୍କୁ ଥଇଥାନ କରାଯାଇ ନ ଥିବା ଅଭିଯୋଗ ହେଉଛି, ଯାହା ପ୍ରଶାସନ ଓ ବନ ବିଭାଗ ପାଇଁ ଅସୁବିଧା ସୃଷ୍ଟି କରିଛି।
ଏନ୍‌ସିସିଆର (ନ୍ୟାଶନାଲ ସେଣ୍ଟର ଫର କୋଷ୍ଟାଲ ରିସର୍ଚ୍ଚ)ର ୨୦୧୮ ଜୁଲାଇ ରିପୋର୍ଟ ଅନୁଯାୟୀ, ୧୯୯୯ରୁ ୨୦୧୬ ମଧ୍ୟରେ ଦେଶର ୭,୫୧୭ କି.ମି. ସମୁଦ୍ର ତଟରୁ ୩୩ ପ୍ରତିଶତ ତଟ କ୍ଷୟ ହେଉଛି। ଏହି ଧାରା ଓଡ଼ିଶାର ୪୮୫ କିଲୋମିଟର ସମୁଦ୍ର ତଟର ୨୮ ପ୍ରତିଶତ ସ୍ଥାନରେ ଦେଖାଦେଉଛି। ରାଜନଗର ତହସିଲ ରେକର୍ଡ ଅନୁଯାୟୀ, ସାନଗହୀରମଥା, ମୋହନପୁର, ହାବେଳି ଚିନ୍ତାମଣିପୁର, ଗୋବିନ୍ଦପୁର, କାଦୁଆନାଶୀ, ସାହେବନଗର ଓ ପରମାନନ୍ଦପୁର ଗ୍ରାମକୁ ନେଇ ଗଠିତ ସାତଭାୟା ଗ୍ରାମ ଚାଷଜମି ବ୍ୟତୀତ ୮୭୫ ଏକର ସ୍ଥାନରେ ଥିଲା। ହେଲେ ତଟକ୍ଷୟ ଯୋଗୁ ୧୯୬୦ ମସିହା ମଧ୍ୟରେ ଏହି ଅଞ୍ଚଳର ଅଧିବାସୀମାନେ କାହ୍ନୁପୁର, ସାତଭାୟା, ବରାହୀପୁର, ରବୀନ୍ଦ୍ରପଲ୍ଲୀ ଓ ମଗରକନ୍ଦାର ନୂଆ ଗ୍ରାମକୁ ସ୍ଥାନାନ୍ତର ହୋଇଥିଲେ। ଏହି ଗ୍ରାମଗୁଡିକ ମଧ୍ୟରୁ ୨୦୧୧ ମସିହାରେ କାହ୍ନୁପୁର ମୌଜା ସମୁଦ୍ର ଗର୍ଭକୁ ଚାଲିଯାଇଛି। ସମୁଦ୍ର ତଟାଞ୍ଚଳ କ୍ଷୟକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ଏହି ଅଞ୍ଚଳବାସୀଙ୍କୁ ବଗପାଟିଆକୁ ସ୍ଥାନାନ୍ତର କରିଛନ୍ତି। କିନ୍ତୁ ସାମାନ୍ୟ ବର୍ଷା ହେଲେ ଘର ଚାରିପଟେ ପାଣି ଜମି ରହୁଥିବା ବଗପାଟିଆର ସୁଦର୍ଶନ ଦାସ କହିଛନ୍ତି। ସେ କହିଛନ୍ତି, ଥଇଥାନସ୍ଥଳୀରେ ରାସ୍ତା, ବିଦ୍ୟୁତ୍‌ ଯୋଗାଣ, ପାନୀୟ ଜଳ ଆଦି ସମସ୍ୟା ଲାଗିରହିଛି। ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉ ନ ଥିବାରୁ ବର୍ଷାଦିନେ ଘରୁ ବାହାରିବା କଷ୍ଟ ହୋଇପଡୁଛି।
ଅପରପକ୍ଷେ ସାତଭାୟା ଅଞ୍ଚଳରେ ୧୪୮ ଘର ରହିଥିବା ସମ୍ପର୍କରେ ଗ୍ରାମର କାଳନ୍ଦୀ ଚରଣ ବେହେରା କୁହନ୍ତି, ରାଜ୍ୟ ସରକାର ବଗପାଟିଆରେ ଘର ନିର୍ମାଣ ପାଇଁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଜୀବିକା ନିର୍ବାହ ପାଇଁ ସାତଭାୟା ଉପରେ ନିର୍ଭର କରିବାକୁ ପଡୁଛି। ସାତଭାୟାରେ ଚାଷଜମି ଥିବାରୁ ଏଠାରେ ଆସି ରହିବାକୁ ପଡୁଛି। ସେହିପରି ଗ୍ରାମର ବହୁ ବ୍ୟକ୍ତି ମାଛ, କଙ୍କଡା ଧରି ପରିବାର ପ୍ରତିପୋଷଣ କରୁଥିବାରୁ ସେମାନେ ସାତଭାୟାରେ ରହୁଛନ୍ତି। ରାଜ୍ୟ ସରକାର ଜୀବିକା ବ୍ୟବସ୍ଥା କରି ନ ଥିବାରୁ ସାତଭାୟାର ବହୁ ଯୁବକ ଏବେ ଦାଦନ ଖଟୁଛନ୍ତି। ଏ ସମ୍ପର୍କରେ ବରାହୀପୁରରେ ରହୁଥିବା କୌଶଲ୍ୟା ବେହେରା କୁହନ୍ତି, ୨୦୧୧ଜନଗଣନା ଅନୁଯାୟୀ ପରିବାର ମୁଖ୍ୟଙ୍କ ନାମରେ ବଗପାଟିଆକୁ ସ୍ଥାନାନ୍ତର ପାଇଁ ଜମି ମିଳିଛି। ଇତିମଧ୍ୟରେ ବହୁ ପରିବାର ଭିନ୍ନେ ହୋଇଛନ୍ତି। ସେହିପରି କେତେକ ପରିବାରକୁ ଚିହ୍ନଟ କରାଯାଇ ନଥିବାରୁ ଏବେ ବି ୧୪୮ ପରିବାର ବନାଞ୍ଚଳରେ ରହିଛନ୍ତି। ଘର ନିର୍ମାଣ ନିମନ୍ତେ ଅନୁଦାନ ଯୋଗାଇ ଦେବା ପାଇଁ ଜିଲା ପ୍ରଶାସନକୁ ଆବେଦନ ପତ୍ର ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ବିକାଶ ରଞ୍ଜନ ଦାସ କହିଛନ୍ତି, ବନାଞ୍ଚଳରେ ଥିବା ଲୋକଙ୍କ ଉଚ୍ଛେଦ ପାଇଁ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ତହସିଲଦାର ଦ୍ୱିବ୍ୟେନ୍ଦୁ ଶେଖର ଦାସଙ୍କୁ ପଚାରିବାରେ ବଗପାଟିଆକୁ ସାତଭାୟାବାସୀଙ୍କ ସ୍ଥାନାନ୍ତର ପରେ ପୁନର୍ବାର ସର୍ଭେ ପାଇଁ ୧୪୮ ଆବେଦନ ପତ୍ର ପହଞ୍ଚିଛି। ଏନେଇ ସର୍ଭେ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri