‘ମୋ ସରକାର’ରେ ସାମିଲ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ‘ମୋ ସରକାର’ରେ ସାମିଲ ହୋଇଛି। ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ବିଭାଗକୁ ବିଧିବଦ୍ଧ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବିଭାଗରେ ୩.୩୦ କୋଟି ଲାଭାର୍ଥୀ ଅଛନ୍ତି। ମୋ ସରକାରରେ ସାମିଲ ହେବା ପରେ ବିଭାଗ ଦକ୍ଷତା ପରିପୁଷ୍ଟ ହେବ। ଏହାଛଡ଼ା ବିଭାଗ ପକ୍ଷରୁ ଖାଉଟି ସାମଗ୍ରୀର ହୋମ ଡେଲିଭରି, ଯେକୌଣସି ସ୍ଥାନରେ ପିଡିଏସ୍‌ର ସୁବିଧା ଏବଂ ପିଡିଏସ୍‌ରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଯୋଗଦାନ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହା ଲୋକଙ୍କ ପାଇଁ ଲାଭଦାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।
ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ବୃତ୍ତିଗତ ସେବାରେ ପରିବର୍ତ୍ତନ ଆଣିବା ଲାଗି ୫-ଟି ବେଶ୍‌ ସହାୟକ ହେବ। ଏ ନେଇ ବିଭିନ୍ନ ସ୍ତରରେ ହେଲ୍ପ ଡେସ୍କ ଖୋଲାଯାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ୫-ଟି ସଚିବ, ଉନ୍ନୟନ କମିଶନର ଏବଂ ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫସଲବୀମା ପ୍ରୟୋଗ ପ୍ରସଙ୍ଗ

ଭୁବନେଶ୍ବର, ୧୮ା୧୧(ବ୍ୟୁରୋ):ପଦ୍ମପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବାବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିଓ୍ବାଇ) ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଦୋଷ ଲଦାଲଦି...

୩ ବ୍ଲକ୍‌ର ୫ ଗ୍ରାମ ସିଲ୍‌

ଯାଜପୁର ଅଫିସ,୨୧ା୪: ରାଜ୍ୟରେ ସୋମବାର ଚିହ୍ନଟ ହୋଇଥିବା ୧୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ଯାଜପୁର ଜିଲାର ବୋଲି ଜଣାପଡ଼ିଛି। ଆକ୍ରାନ୍ତଙ୍କ ଘର ଦଶରଥପୁର ବ୍ଲକ...

ରାଜଧାନୀରେ ଚାଞ୍ଚଲ୍ୟ: ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ରାଜଧାନୀର ନାଲ୍‌କୋ ଛକରେ ଥିବା ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ଯୁବକଙ୍କୁ କେହି ହତ୍ୟା ପରେ ଏଠାରେ...

ନୂଆଗଁ। ରାସ୍ତାରେ ଡ୍ରେନ ନିର୍ମାଣକୁ ବିରୋଧ

ପୁରୁଣା ଭୁବନେଶ୍ୱର,୨୧।୬ (ଡି.ଏନ.ଏ.) : ବର୍ଷ ବର୍ଷ ଧରି ନୂଆଗଁ। ମ୍ୟୁନିସିପାଲିଟି ରାସ୍ତା ବର୍ଷା ଦିନେ ଶୋଚନୀୟ ହୋଇପଡୁଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିରେ ସୁଧାର ଆଣି...

ସ୍ତ୍ରୀଙ୍କୁ ହତ୍ୟା କରି ନିଜ ହାତ, ଗୋଡ଼ ହାଣିଦେଲେ ସ୍ବାମୀ

ଦିଗପହଣ୍ଡି,୯ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ବାମୀ ହିରଣ୍ୟ ସେଠୀ ସ୍ତ୍ରୀ ଝୁନୁଙ୍କୁ କାତିରେ ହାଣି...

ଗଞ୍ଜାମ ଜିଲାର ନୂତନ ଡିଆଇପିଆର୍‌ଓଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର,୧୧ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଭାବେ ରବି ନାରାୟଣ ବେହେରା ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୯୬ରୁ ସେ ଓଡ଼ିଶା ସୂଚନା...

‘କୋରାପୁଟ ଜିଲାର ବିକାଶ ଏବେ ଶୀର୍ଷରେ’

କୋରାପୁଟ,୨୬ା୧: ଭାରତର ସ୍ବାଧୀନତା ଆନ୍ଦୋଳନରେ କୋରାପୁଟ ଜିଲାର ଅବଦାନ ଅତୁଳନୀୟ। କୋରାପୁଟସ୍ଥିତ ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ...

କୋଟିପତି ଉପନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ଗୁଣପୁର,୧୨।୧(ଡି.ଏନ୍‌.ଏ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ରାୟଗଡ଼ା ଜିଲା ଗୁଣପୁର ପୂର୍ତ୍ତ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀ ଗତ...

Advertisement
Archives

Model This Week