ମୋ ବସ୍‌କୁ ଅଟକାଇ ଡ୍ରାଇଭରଙ୍କୁ ମାଡ଼: ମହିଳା ଯାତ୍ରୀଙ୍କୁ ଗାଳିଗୁଲଜ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୬ା୧(ବ୍ୟୁରୋ):  ମୋ ବସ୍‌କୁ ବଳପୂର୍ବକ ଅଟକାଇ ଡ୍ରାଇଭରଙ୍କୁ ମାଡ଼ ମାରିବା ସହ ମହିଳା ଯାତ୍ରୀଙ୍କୁ ଗାଳିଗୁଲଜ କରିଥିବା ଯୁବକଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବରମୁଣ୍ଡା ଜଗନ୍ନାଥ ବିହାର ଅଞ୍ଚଳର ଅକୁ ପ୍ରଧାନ ଓରଫ ବଳ। ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନରେ ମୋ ବସ୍‌ ବରମୁଣ୍ଡାରୁ ଖଣ୍ଡଗିରି ଆସୁଥିବାବେଳେ ବିନା ଷ୍ଟପେଜରେ ରାସ୍ତା ମଝିରେ ଅଭିଯୁକ୍ତ ଅକୁ ବସ୍‌ ଆଗରେ ଠିଆ ହୋଇ ଅଟକାଇଥିଲେ। ଏନେଇ ବସ୍‌ ଡ୍ରାଇଭର ବିରକ୍ତି ଭାବ ପ୍ରକାଶ କରିବାରୁ ଅକୁ ତାଙ୍କୁ ଗାଳିଗୁଲଜ କରିଥିଲେ। ଏହାକୁ ବସ୍‌ର ମହିଳା ଯାତ୍ରୀ ସବିତା ମଲ୍ଲିକ ବାରଣ କରିବାରୁ ଅଭିଯୁକ୍ତ ତାଙ୍କୁ ମଧ୍ୟ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ଅକୁ ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ। ଖଣ୍ଡଗିରି ଥାନା ସମ୍ମୁଖରେ ଡ୍ରାଇଭର ବସ୍‌କୁ ଅଟକାଇବା ସହ ସମସ୍ତ ଯାତ୍ରୀ ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଜିମାରେ ଦେଇଥିଲେ। ମହିଳା ଯାତ୍ରୀ ସବିତା ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪୧/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ପରେ ବୁଧବାର କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୁଆଲାଲମ୍ପୁରରୁ ଫେରିଲେ ୩୧ ପ୍ରବାସୀ

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ବନ୍ଦେ ଭାରତ ମିଶନରେ ପ୍ରବାସୀ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଥିବାବେଳେ ଶୁକ୍ରବାର ରାତିରେ କୁଆଲାଲମ୍ପୁରରୁ ଏୟାର ଇଣ୍ଡିଆର ଏକ ବିମାନ...

ବଡ଼ମ୍ବା ରାଜବାଟୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ

ବଡ଼ମ୍ବା, ୨୮ା୧୧(ଡି.ଏନ୍‌.ଏ.): ବଡମ୍ବା ରାଜବାଟୀସ୍ଥିତ ଜଗନ୍ନାଥଙ୍କର ଶୁକ୍ରବାର ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବେଶ ପ୍ରଥମଥର ଲାଗି ରାଜବାଟୀରେ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର...

ପୁରୀରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଲା

ପୁରୀ ଅଫିସ, ୫।୬: ପୁରୀ ଜିଲାରୁ ଶୁକ୍ରବାର ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ...

ସିବିଏସ୍‌ଇ ୯ମ, ଏକାଦଶ ଛାତ୍ରୀଛାତ୍ରଙ୍କୁ ମିଳିଲା ସୁଯୋଗ: ବିଫଳ ଛାତ୍ରୀଛାତ୍ର ଦେଇପାରିବେ ପରୀକ୍ଷା

ଭୁବନେଶ୍ୱର,୧୫।୫(ବ୍ୟୁରୋ): ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେଶନ (ସିବିଏସ୍‌ଇ) ନବମ ଓ ଏକାଦଶ ପରୀକ୍ଷାରେ ଫେଲ୍‌ କିମ୍ବା ବଞ୍ଚତ୍ତ ହୋଇଥିବା ଛାତ୍ରୀଛାତ୍ରମାନେ ଆଉଥରେ ପରୀକ୍ଷା ଦେବାର...

ବିଜେଡି ନେତାଙ୍କୁ ଟାଙ୍ଗିଆରେ ହାଣିଦେଲେ

ବଅଁରପାଳ,୪ା୫(ଡି.ଏନ.ଏ.): ଗତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ନିଜେ ନିର୍ବାଚନ ଲଢ଼ିଥିଲେ। ସମର୍ଥତ୍ତ ଜଣେ ମହିଳାଙ୍କୁ ସମିତି ସଭ୍ୟ ପ୍ରାର୍ଥୀ କରାଇଥିଲେ। ହେଲେ ଦୁହେଁ ପରାଜିତ...

ଯାଜପୁର ଆଇଟିଆଇରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଯାଜପୁରସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଥର୍ମାଲ କଟିଂ ଏବଂ ୱେଲ୍‌ଡିଂ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ପ୍ରାୟ ୫.୨୫ କୋଟି ଟଙ୍କା...

ମତଦାନ ଲାଗି ସଚେତନ କଲେ ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୧ା୪(ବ୍ୟୁରୋ)- ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୩ ତାରିଖରେ ଭୁବନେଶ୍ୱର ଓ କଟକ ସମେତ ୬ ଲୋକ ସଭା କ୍ଷେତ୍ରରେ ଅନୁଷ୍ଠିତ...

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ଆଗୁଆ ପ୍ରସ୍ତୁତି, ତ୍ୱରିତ ଉଦ୍ଧାର, ପୁନର୍ଗଠନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୨୬।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତନ୍ତ୍ରୀ...

Advertisement
Archives

Model This Week