ମୋବାଇଲ ଫାଟି ଶ୍ରମିକ ମୃତ

ପାରାଦୀପ,୧୨ା୧୧(ସ୍ବ.ପ୍ର.): ପାରାଦୀପ ମଡେଲ୍‌ ଥାନା ଅଧୀନ ଅଠରବାଙ୍କି ଲକ୍‌ଫଡ଼ାସ୍ଥିତ ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ମୋବାଇଲ ଫାଟିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁଘଟିଛି। ମୃତକ ହେଲେ ନୟାଗଡ଼ ଜିଲା ରଣପୁର ଅଞ୍ଚଳର ମୁନା ପ୍ରଧାନ(୩୫)। ସେ ସଂଘ କାର୍ଯ୍ୟାଳୟ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ପ୍ରାୟ ଏକ ମାସ ହେବ କାର୍ଯ୍ୟ କରୁଥିଲେ। ରବିବାର ରାତିରେ ଶୋଇଥିବାବେଳେ ମୋବାଇଲ ଛାତିରେ ରଖି ଚାର୍ଜ କରୁଥିଲେ। ଏହି ସମୟରେ ମୋବାଇଲଟି ଫାଟି ଯିବାରୁ ତାଙ୍କ ମୁହଁ ସମେତ ଛାତି ପୋଡ଼ି ଯାଇଥିଲା। ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସୋମବାର ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ଘଟଣାର ତଦନ୍ତ କରିଛନ୍ତି। ଏଥିସହିତ ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସ ସେଠାରେ ଥିବା ଅନ୍ୟ ଦୁଇ ଜଣଙ୍କୁ ପଚରାଉଚରା କରିଛନ୍ତି। ସେମାନେ କହିଛନ୍ତି, ରାତିରେ ସଂଘ କାର୍ଯ୍ୟାଳୟର ଉପର ଘରେ ୩ଜଣ ଅଲଗା ଭାବେ ଶୋଇଥିଲେ। ମୁନା ମୋବାଇଲରେ ଚାର୍ଜର ଲଗାଇ ବ୍ୟବହାର କରୁଥିଲେ। ସେହି ଭିତରେ ନୀଦ ଲାଗିବାରୁ ମୋବାଇଲକୁ ଛାତି ଉପରେ ରଖି ଶୋଇ ପଡ଼ିଥିଲେ। ପରେ ମୋବାଇଲ ଗରମ ହୋଇ ଫାଟିଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ଆମେ ଉଠି ପଡ଼ିଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପ-ହରିଦାସପୁର ରେଳପଥ: ଅଗଷ୍ଟରୁ ଚାଲିବ ପଣ୍ୟବାହୀ ଟ୍ରେନ୍‌

ପାରାଦୀପ,୧୫ା୩(ସ୍ବ.ପ୍ର.): ପାରାଦୀପ-ହରିଦାସପୁର ରେଳପଥରେ ଆସନ୍ତା ଅଗଷ୍ଟରୁ ଟ୍ରେନ୍‌ ଚଳାଚଳ କରିବ ବୋଲି ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ଟ୍ରେନ୍‌ ଚଳାଚଳ କଲେ...

ରାଜନୈତିକ ଦଳକୁ ପୂରାଇ ନ ଦେବାକୁ ନିଷ୍ପତ୍ତି

ପାରାଦୀପ,୧ା୩(ସ୍ବ.ପ୍ର.)ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ପାରାଦୀପ ପୌରାଞ୍ଚଳରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏଥିପାଇଁ ମାର୍ଚ୍ଚ ୨ ରୁ ୭ ତାରିଖ...

କାଳବୈଶାଖୀ ପ୍ରଭାବରେ ୨୭ ଘଣ୍ଟା ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ

ସିଂହପୁର,୭ା୫(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହଠାତ୍‌ ପବନ ବୋହିବା ସହିତ ମୂଷଳ ଧାରାରେ ଏକଘଣ୍ଟା ବର୍ଷା ହୋଇଥିଲା।...

ପାରାଦୀପରେ ମାରାତ୍ମକ: ପ୍ରଦୂଷଣ ପ୍ରସଙ୍ଗ ସବୁ ଶିଳ୍ପସଂସ୍ଥାକୁ ଜରିମାନା ନୋଟିସ

ପାରାଦୀପ, ୮।୨ (ସ୍ବ.ପ୍ର.): ରାଜ୍ୟର ଅର୍ଥନୈତିକ ମୁଖଶାଳା ପାରାଦୀପରେ ଦେଶର ଦ୍ୱିତୀୟ ବୃହତ୍‌ ବନ୍ଦର ସମେତ ଏସିଆର ବୃହତ୍‌ ସାର କାରଖାନା ଓ ବୃହତ୍‌ ବିଶୋଧନାଗାର...

ସାକି, ସୀତାଙ୍କ ନିଆରା ରଜ ଉତ୍ସବ

ପାରାଦୀପ,୧୪ା୬(ସ୍ବ.ପ୍ର.): ସାକି ପରିଡ଼ା ଓ ସୀତା ମୁର୍ମୁ। ସେମାନଙ୍କ ଏବେର ଠିକଣା ସନ୍ତୋଷୀ ଜରାଶ୍ରମ, ବାଲିଝରା, ଓ୍ବାର୍ଡ ନଂ.୫, ପାରାଦୀପ। ପୂର୍ବର ଠିକଣା ଜଣାନାହିଁ। ଉଭୟଙ୍କ...

ଜଗତ୍‌ସିଂହପୁର ପୌର ପରିଷଦ: ୧୮୭ ଉଠା ଦୋକାନୀଙ୍କୁ ମିଳିଲା ଫନୀ ସହାୟତା

ଜଗତ୍‌ସିଂହପୁର ଅଫିସ,୩୦ା୧: ଜଗତ୍‌ସିଂହପୁର ପୌର ପରିଷଦ ଅଞ୍ଚଳର ବିଭିନ୍ନସ୍ଥାନରେ ଉଠାଦୋକାନ କରି ଗୁଜରାଣ ମେଣ୍ଟାଉଥିବା ଦୋକାନୀଙ୍କ ମଧ୍ୟରୁ ୧୮୭ ଜଣଙ୍କୁ ଫନୀ ସହାୟତା ରାଶି ପ୍ରଦାନ...

‘ଅମ୍ଫନ୍‌’କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୬ା୬(ବ୍ୟୁରୋ)/ଚାନ୍ଦବାଲି/ଭଦ୍ରକ ଅଫିସ, (ଡି.ଏନ୍‌.ଏ.)/ଜଗତ୍‌ସିଂହପୁର ଅଫିସ/ଏରସମା(ସ୍ବ.ପ୍ର.): ବାତ୍ୟା ‘ଅମ୍ଫନ୍‌’ର କ୍ଷୟକ୍ଷତି ଆକଳନ କରିବାକୁ ଓଡ଼ିଶା ଗସ୍ତରେ ଆସିଥିବା ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଶୁକ୍ରବାର ୪ଟି ଜିଲା...

ଆଶ୍ରୟ ନେବାକୁ ଯିବାବେଳେ ପଡ଼ିଯାଇ ବୃଦ୍ଧ ମୃତ

ର୍ତିତ୍ତୋଲ,୨୦ା୫(ଡି.ଏନ.ଏ.): ବାତ୍ୟା ସମୟରେ ଆଶ୍ରୟ ନେବାକୁ ଯିବାବେଳେ ପଡ଼ିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅଧୀନ ମାଣତିରି...

Advertisement
Archives

Model This Week