ମୋପେଡ୍‌କୁ ଧକ୍କାଦେଲା କାର୍‌: ଚାଳକ ମୃତ

ହିିଞ୍ଜିଳିକାଟୁ,୨।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିିଞ୍ଜିଳ ଥାନା ପୋଚିଲିମା ଛକ ନିକଟରେ ସୋମବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। କାର ଧକ୍କାରେ ଜଣେ ମୋପେଡ୍‌ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଠୁରୁବୁରାଇ ଗ୍ରାମର ଲଡ଼ୁ କିଶୋର ଲେଙ୍କା (୬୦)।
ପ୍ରକାଶ ଯେ, ଲଡ଼ୁ ପ୍ରତିଦିନ ପରି ମୋପେଡ଼୍‌ରେ ପରିବା ବ୍ୟବସାୟ କରି ଘରକୁ ଫେରୁଥିଲେ। ପୋଚିଲିମା ଛକରେ ଏକ କାର ତାଙ୍କ ମୋପେଡ଼୍‌କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ଲଡ଼ୁଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ହିିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ

ବାସୁଦେବପୁର,୮ା୩: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାନ୍ତିପୁର ୟୁପି ସ୍କୁଲର ମଧ୍ୟାହ୍ନ ଭୋଜନ ଟଙ୍କା ହଡ଼ପ ଅଭିଯୋଗରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅରୁଣ କୁମାର ନାୟକଙ୍କୁ...

ପୁରାତନ ଛାତ୍ର ସଂସଦ ପକ୍ଷରୁ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର

ଦେବଗଡ଼, ୧୬।୧୨(ଡି.ଏନ.ଏ)- ପଶ୍ଚିମ ଓଡ଼ିିଶାର ସର୍ବପୁରାତନ ବେସରକାରୀ କଲେଜ ଭାବେ ପରିଚିତ ଦେବଗଡ଼ ମହାବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ଓ ସୁବର୍ଣ୍ଣଜୟନ୍ତୀ ସ୍ମାରକୀ ଫାଟକ ନିର୍ମାଣ ଦାବି ହୋଇଛି।...

ନିଆଁ ଲାଗି ଜଳିଗଲା ଡିଜେଲ ଟ୍ୟାଙ୍କର

ରାଇସୁଆଁ/କେନ୍ଦୁଝର,୧୩।୩(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ରାଇସୁଆଁ ହାଇସ୍କୁଲ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଡିଜେଲ ଟ୍ୟାଙ୍କର ନିଆଁ ଲାଗି ଜଳିଯାଇଛି। ଡ୍ରାଇଭର ଅଳ୍ପକେ...

ଗର୍ଭବତୀଙ୍କୁ ବଳାତ୍କାର, ଭିଡିଓ ଶୁଟିଂ କଲେ ଆଶାକର୍ମୀ

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି,: ୧୫।୩(ବି.ପ୍ର./ଡି.ଏନ୍‌.ଏ.): ପାଞ୍ଚ ମାସର ଗର୍ଭବତୀଙ୍କୁ ସମ୍ପର୍କୀୟ ଦେଢ଼ଶୁର ବଳାତ୍କାର କରିଛନ୍ତି। ବଳାତ୍କାର ସମୟରେ ଅଭିଯୁକ୍ତଙ୍କ ସ୍ତ୍ରୀ ତଥା ଆଶାକର୍ମୀ ଏହାର ଭିଡିଓ ଉତ୍ତୋଳନ କରିଥିବା...

ଜୁନ ୧୫ରୁ ବନ୍ଦ ରହିବ ଶିମିଳିପାଳ

ବାରିପଦା ଅଫିସ,୨୮।୫- ପ୍ରତିବର୍ଷ ଭଳି ଏଥର ବର୍ଷା ଋତୁକୁ ଦୃଷ୍ଟିରେ ରଖି ଆସନ୍ତା ୧୫ରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ...

ଏନ୍‌ଜିଟି ନିୟମ ମାନୁନାହାନ୍ତି ବ୍ୟବସାୟୀ

କେନ୍ଦ୍ରାପଡ଼ା ଅଫିସ, ୩୧ା୫:କେନ୍ଦ୍ରାପଡ଼ା ଜିଲାରେ ଇଟାଭାଟି ଓ ବାଲି ଚୋରାଚାଲାଣ ଲାଗି ନଦୀଶଯ୍ୟାକୁ ଖୋଳାଯାଉଛି। ଏନ୍‌ଓସି ନ ଥାଇ ଅବାଧରେ ବାଲି ଚାଲାଣ ହେଉଛି। ବେଆଇନ...

‘ପାତ୍ରଙ୍କ ତରବରିଆ ନିଷ୍ପତ୍ତି ଭୁଲ’

ବ୍ରହ୍ମପୁର ଅଫିସ,୯ା୬: ଗଞ୍ଜାମ ଟାଇଗର ନଂ. ୨ ସୂର୍ଯ୍ୟ ନାରାୟଣ ପାତ୍ର ଶାସକ ଦଳ ରାଜନୀତିରେ ଷଡ଼ଯନ୍ତ୍ରର ଶିକାର ହୋଇଥିବା ବିଭିନ୍ନ ମହଲ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ...

ଦୈସିଂ ପଞ୍ଚାୟତ ପାଇଖାନା ଦୁର୍ନୀତି: ୨ ବର୍ଷ ବିତିଲା, ସରୁନି ତଦନ୍ତ

ଭଦ୍ରକ ଅଫିସ, ୧୭।୧- ଭଦ୍ରକ ଜିଲା ସଦର ବ୍ଲକ ଦୈସିଂ ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ୫୦ଲକ୍ଷ ଟଙ୍କାର ଦୁର୍ନୀତି ଘଟଣାକୁ ଏହାମଧ୍ୟରେ...

Advertisement
Archives

Model This Week