ମୋଦି ୨.୦ ସରକାରଙ୍କ ଅଭୂତପୂର୍ବ ୬ ମାସ

ପ୍ରକାଶ ଜାଭଡେକର

ନଭେମ୍ବର ୩୦, ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଦ୍ୱିତୀୟ ପାଳି କାର୍ଯ୍ୟକାଳକୁ ୬ ମାସ ପୂରିଛି। ଏହି ୬ ମାସ ମଧ୍ୟରେ ମୋଦି ୨.୦ ସରକାର ବିଭିନ୍ନ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷ କରି ଗରିବ, ବଞ୍ଚିିତ, କୃଷକ, ମହିଳା, ଯୁବକ, ମଧ୍ୟବିତ୍ତ, ଅନୁସୂଚିତ ଜାତି, ଜନଜାତିଙ୍କ ଜୀବନ ଉପରେ ଏହାର ସକାରାମତ୍କ ପ୍ରଭାବ ପଡ଼ିଛି। ମୋଦି ସରକାରଙ୍କ ବ୍ୟାପକ ନୀତି ଓ ସମସ୍ତ ନିଷ୍ପତ୍ତି ପଛରେ ”ଭାରତ ପ୍ରଥମ“ ଭାବନା ରହିଆସିଛି। ଦ୍ୱିତୀୟ ବାର ଦେଶବାସୀଙ୍କ ବିଶ୍ୱାସ ଓ ବିପୁଳ ଜନାଦେଶକୁ ସମ୍ମାନ ଜଣାଇ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଗତିଶୀଳ ନେତୃତ୍ୱରେ ସରକାର କାର୍ଯ୍ୟ କରୁଛନ୍ତି। ”ସବ୍‌କା ସାଥ୍‌ ସବ୍‌କା ବିକାଶ“ର ବ୍ୟାପକ ଦୃଷ୍ଟିକୋଣ ନେଇ ମୋଦି ୨.୦ ସରକାର ଦ୍ରୁତ ଗତିରେ ”ସବ୍‌କା ବିଶ୍ୱାସ“ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରୁଛନ୍ତି। ଭାଜପା ପକ୍ଷରୁ ଦିଆଯାଇଥିବା କେତେକ ମୂଳ ପ୍ରତିଶ୍ରୁତି ପୂରଣ କରାଯାଇସାରିଲାଣି। ଏଥିମଧ୍ୟରୁ ପ୍ରମୁଖ ହେଉଛି ସମ୍ବିଧାନର ଅନୁଚ୍ଛେଦ ୩୭୦ ଓ ୩୫ଏ ର ଉଚ୍ଛେଦ ଏବଂ ତିନି ତଲାକ୍‌ ନିଷେଧ ବିଲ ଜରିଆରେ ମୁସଲିମ ମହିଳାମାନଙ୍କୁ ଲିଙ୍ଗଗତ ନ୍ୟାୟ ପ୍ରଦାନ, ଯାହାକୁ ସମସ୍ତେ ସ୍ବାଗତ କରିଛନ୍ତି।
ମୋଦି ୨.୦ ସରକାରଙ୍କ ଏହି ୬ ମାସର କାର୍ଯ୍ୟକାଳ ମଧ୍ୟରେ ଅଯୋଧ୍ୟା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଐତିହାସିକ ରାୟ ଦେଇଛନ୍ତି, ଯାହା ”ରାମ ଜନ୍ମଭୂମି“ରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ମାର୍ଗ ପ୍ରଶସ୍ତ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିରୋଧୀ ଦଳଗୁଡ଼ିକ ଅଯୋଧ୍ୟା ରାୟକୁ ବିଳମ୍ବିତ କରିବା ଲାଗି ସବୁମତେ ଚେଷ୍ଟା କରିଥିଲେ ହେଁ ଭାଜପା ଓ ଏହାର ସହଯୋଗୀ ସଂଗଠନଗୁଡ଼ିକ ଗଠନମୂଳକ ଭୂମିକା ନିର୍ବାହ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ”ମନ୍‌ କୀ ବାତ୍‌“ ରେଡିଓ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ କହିଥିଲେ ଯେ ଅଯୋଧ୍ୟା ରାୟ ଆସିବା ପରେ ଦେଶବାସୀ ଶାନ୍ତି ଓ ସୌହାର୍ଦ୍ଦ୍ୟର ଯେଉଁ ଭାବନା ପ୍ରଦର୍ଶନ କରିଛନ୍ତି ତାହା ”ଭାରତୀୟ ଗଣତନ୍ତ୍ର“ର ଦୃଢ଼ତାକୁ ପ୍ରଦର୍ଶିତ କରୁଛି। ମୋଦି ସରକାରଙ୍କ ଅଧୀନରେ ଗୋଟିଏ ରାଷ୍ଟ୍ର, ଗୋଟିଏ ପତାକା, ଗୋଟିଏ ସମ୍ବିଧାନର ସ୍ବପ୍ନ ବାସ୍ତବ ରୂପ ନେଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନେତୃୃତ୍ୱରେ ଧାରା ୩୭୦ ଉଚ୍ଛେଦ ପ୍ରସ୍ତାବ ସଂସଦରେ ଅନୁମୋଦନ ଲାଭ କରିବା ଥିଲା ଏକ ଏ୍ୟତିହାସିକ ମୁହୂର୍ତ୍ତ। ୫ ଲକ୍ଷ କୋଟି ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ ହେବା ଲାଗି ଭାରତ ଠିକଣା ପଥରେ ରହିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ରଣନୈତିକ ପୁଞ୍ଜି ପ୍ରତ୍ୟାହାର ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏବଂ ଟିକସ , ଶ୍ରମ ଓ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଯୋଗୁ ଭାରତୀୟ ଅର୍ଥବ୍ୟବସ୍ଥା ସୁଦୃଢ ହେଉଛି। କର୍ପୋରେଟ ଟିକସ ହ୍ରାସ କରାଯାଇ ପୂର୍ବରୁ ଥିବା ଉପତ୍ାଦନ ଭିତ୍ତିକ କମ୍ପାନୀଗୁଡିକ ପାଇ ଁ୨୨ % ଏବଂ ନୂଆ କମ୍ପାନୀ ପାଇଁ ୧୫% କରିଦିଆଯାଇଛି। ଭାରତରେ ବର୍ତ୍ତମାନ ଟିକସ ଦର ସର୍ବନିମ୍ନ ଥିବାରୁ ଏହା ବିଶ୍ୱର ସବୁଠୁ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ବୈଶ୍ୱିକ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସୁଧାର ଆଣିବା ଲାଗି ବୃହତ୍‌ ବ୍ୟାଙ୍କ ସମ୍ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏ ଦିଗରେ ପଦକ୍ଷେପ ସ୍ବରୂପ ୧୦ଟି ବ୍ୟାଙ୍କର ସମ୍ମିଶ୍ରଣ କରାଯାଇଛି। ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ସ୍ବାସ୍ଥ୍ୟରେ ସୁଧାର ଆଣିବା ଲାଗି ପ୍ରୟାସ କରାଯାଇଛି। ଏହାଛଡା ୨୦୧୯-୨୦ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ୭୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ।
ଦେବାଳିଆ ଓ ଦେବାଳିଆପଣ ସଂହିତା ଅଧୀନରେ ମାମଲା ସମାଧାନ ପ୍ରକ୍ରିୟାକୁ ମୋଦି ସରକାର ଆହୁରି ସରଳ କରିଛନ୍ତି। ଏଥିଯୋଗୁ ହାରାହାରି ୩୭୪ ଦିନ ମଧ୍ୟରେ ବିବାଦର ସମାଧାନ ହେବା ସହ ବ୍ୟବସ୍ଥା ସ୍ବଚ୍ଛ ହୋଇପାରୁଛି। ବିଶ୍ୱମଞ୍ଚରେ ଭାରତ ନିଜର ପ୍ରଭାବ ପକାଇବାରେ ସଫଳ ହୋଇଛି। ବ୍ୟବସାୟିକ ସୁଗମତା,ବୈଶ୍ୱିକ ନବୋନ୍ମେଷ ସୂଚକାଙ୍କ ଆଦି ବିଭିନ୍ନ ବୈଶ୍ୱିକ ମାନକରେ ଭାରତର ଉଲ୍ଲେଖନୀୟ ପ୍ରଗତି ଏହାର ପ୍ରମାଣ ଦେଉଛି। ବିଶ୍ୱବ୍ୟାଙ୍କ ବ୍ୟବସାୟିକ ସୁଗମତା ମାନ୍ୟତାରେ ସ୍ଥାନିତ ବିଶ୍ୱର୧୯୦ଟି ଦେଶ ମଧ୍ୟରେ ଭାରତ ୬୩ତମ ସ୍ଥାନ ହାସଲ କରିପାରିଛି। ଗତ ତିନି ବର୍ଷ ମଧ୍ୟରେ ଭାରତ ବ୍ୟବସାୟିକ ସୁଗମତା ମାନ୍ୟତାରେ ୬୭ଟି ସ୍ଥାନ ଉପରକୁ ଉଠିବାରେ ସଫଳ ହୋଇଛି। ୨୦୧୧ ପରେ କୌଣସି ବଡ ଦେଶ ପାଇଁ ଏହା ହେଉଛି ସର୍ବୋଚ୍ଚ ଉନ୍ନତି। ଭାରତ ନିକଟରେ ବର୍ତ୍ତମାନ ବିଶ୍ୱରେ ତୃତୀୟ ସର୍ବବୃହତ୍‌ ଷ୍ଟାର୍ଟଅପ୍‌ ପରିସଂସ୍ଥାନ( ଇକୋସିଷ୍ଟମ) ରହିଛି। ବିଶ୍ୱ ନବୋନ୍ମେଷ ସୂଚକାଙ୍କ-୨୦୧୯ରେ ଭାରତ ଉନ୍ନୀତ ହୋଇ ୫୨ ତମ ସ୍ଥାନରେ ପହଞ୍ଚିଛି। ୨୦୧୫ରେ ଭାରତ ଏହି ସୂଚକାଙ୍କର ୮୧ତମ ସ୍ଥାନରେ ରହିଥିଲା । ଆଇଏମ୍‌ଡିର ବିଶ୍ୱ ଡିଜିଟାଲ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କ-୨୦୧୮ରେ ଭାରତ ୪୮ତମ ସ୍ଥାନରେ ଥିବାବେଳେ ୨୦୧୯ରେ ୪୪ତମ ସ୍ଥାନରେ ପହଞ୍ଚିଛି। କେବଳ ସେତିକି ନୁହେଁ ଡବ୍ଲ୍ୟୁଇଏଫ୍‌ର ଭ୍ରମଣ ଓ ପର୍ଯ୍ୟଟନ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କ-୨୦୧୯ରେ ଭାରତ ୩୪ତମ ସ୍ଥାନରେ ପହଞ୍ଚିଛି। ୨୦୧୫ରେ ଭାରତ ଏହି ମାନ୍ୟତାର ୫୨ତମ ସ୍ଥାନରେ ରହିଥିଲା।
ଦେଶର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଦିଗରେ ଏକ ବୃହତ୍‌ ପଦକ୍ଷେପ ସ୍ବରୂପ ମୋଦି ୨.୦ ସରକାର ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ପିଏମ କିଷାନ ଯୋଜନା’ରେ ପ୍ରତିବର୍ଷ ସମସ୍ତ ଚାଷୀଙ୍କୁ ୬ ହଜାର ଟଙ୍କାର ଇନ୍‌ପୁଟ ସହାୟତା ଯୋଗାଇ ଦିଆଯାଉଛି। ବର୍ତ୍ତମାନ ଦେଶର ୧୪.୫ କୋଟି କୃଷକ ଏହି ଯୋଜନା ଦ୍ୱାରା ଲାଭବାନ ହେଉଛନ୍ତି। ସ୍ବଚ୍ଛ ଏବଂ ପାରଦର୍ଶୀ ପ୍ରକ୍ରିୟା ଅବଲମ୍ବନ କରି ମୋଦି ସରକାର ଭାରତୀୟ ବାୟୁ ସେନା ପାଇଁ ରାଫେଲ ଯୁଦ୍ଧ ବିମାନ କ୍ରୟ କରିଛନ୍ତି। ଏଥିସହିତ ସରକାରଙ୍କ ବିରୋଧରେ ହୋଇଥିବା ସଂଖ୍ୟାଧିକ ମିଥ୍ୟା ଅଭିଯୋଗ ଧୂଳିସାତ୍‌ ହୋଇଯାଇଛି। ମୋଦି ସରକାର ଜନ ଭାଗୀଦାରିରେ ବିଶ୍ୱାସ କରନ୍ତି, ଯାହାଦ୍ୱାରା ଅଭ୍ୟାସରେ ପରିବତ୍ତର୍ର୍ନ ଆସିପାରିବ। ସ୍ବଚ୍ଛ ଭାରତ ଅଭିଯାନ ଓ ଶୌଚାଳୟର ବ୍ୟବହାର ମାମଲାରେ ସେ ଏହା ପ୍ରମାଣିତ କରିସାରିଛନ୍ତି। ବତ୍ତର୍ର୍ମାନ ସେ ”ଏକକ ବ୍ୟବହାର ପ୍ଲାଷ୍ଟିକ“ ବର୍ଜନ କରିବା ଲାଗି ଆହ୍ବାନ ଦେଇଛନ୍ତି। ଏହି ଅଭିଯାନର ମାତ୍ର ୧୫ ଦିନ ମଧ୍ୟରେ, ୧୩ ହଜାର ଟନ୍‌ ପ୍ଲାଷ୍ଟିକ ବର୍ଜ୍ୟ ଏକତ୍ର କରାଯାଇସାରିଲାଣି। ଏହା ଖୁବ୍‌ ଅଧିକ। ସେ ମଧ୍ୟ ଲୋକମାନଙ୍କୁ ‘ପ୍ଲଗିଂ’ ବା ଚାଲି ଚାଲି ଯିବା ସମୟରେ କିମ୍ବା ପ୍ରାତଃଭ୍ରମଣ କରିବା ସମୟରେ ରାସ୍ତାରେ ପଡ଼ିଥିବା ପଲିଥିନକୁ ନଷ୍ଟ ହେବା ପାଇଁ ଯଥାସ୍ଥାନରେ ରଖି ଦେବା ଲାଗି ଅନୁରୋଧ କରିଛନ୍ତି। ଯଦିଓ ୬ ମାସ ଖୁବ୍‌ କମ୍‌ ସମୟ, କିନ୍ତୁ ପଛକୁ ଫେରି ଚାହିଁଲେ ମୋଦି ୨.୦ ସରକାର ଅନେକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛନ୍ତି ବୋଲି କହିହେବ।
(ଲେଖକ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବତ୍ତର୍ର୍ନ; ସୂଚନା ଓ ପ୍ରସାରଣ; ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ)


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଚୋରି

ପାଣିର ଅନ୍ୟ ନାମ ଜଳ। ଜଳ ବିନା ବଞ୍ଚିବା ଅସମ୍ଭବ। ପୃଥିବୀରେ ୩ ଭାଗ ଜଳ ଥିବାବେଳେ ୧ ଭାଗ ସ୍ଥଳ ରହିଛି। ତେବେ ଅନେକ...

ନାଁ ବଦଳେଇବାର ଖେଳ

ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ଆମ ସାର୍‌ ଥରେ କଳାପଟାରେ ଦୁଇଟା ସମାନ ଲମ୍ବର ଗାର ଟାଣି ପଚାରିଲେ, କୌଣସି ବି ଗାରକୁ ନ ଲିଭେଇ...

ଅଭିନବତ୍ୱ ଲାଭଦାୟକ

ସାରା ବିଶ୍ୱରେ ମହିଳାମାନେ ବାର୍ଷିକ ପ୍ରାୟ ୩୨ ଟ୍ରିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ପରିଚାଳନା ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ସେମାନେ ଇଚ୍ଛାନୁମୋଦିତ ଖର୍ଚ୍ଚର...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri