Posted inଜାତୀୟ

ମୋଦିଙ୍କୁ ମେହବୁବାଙ୍କ ଭର୍ତ୍ସନା: ପାକିସ୍ତାନ ଇଦ୍‌ ଲାଗି ଅଣୁଅସ୍ତ୍ର ରଖିନି

ଶ୍ରୀନଗର,୨୩ା୪: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିପ୍ପଣୀକୁ ନେଇ ଭର୍ସନା କରିଛନ୍ତି। ରବିବାର ରାଜସ୍ଥାନର ବାର୍ମେରଠାରେ ମୋଦି ଏକ ନିର୍ବାଚନୀ ସଭାରେ ଭାରତ ପରମାଣୁ ବୋମା ଦୀପାବଳିରେ ଫୁଟାଇବା ଲାଗି ରଖିନାହିଁ ବୋଲି ପାକିସ୍ତାନକୁ ଟାର୍ଗେଟ କରି କହିଥିଲେ। ମୋଦିଙ୍କ ଏଭଳି ମନ୍ତବ୍ୟକୁ ସମାଲୋଚନା କରି ପାକିସ୍ତାନ ଇଦ୍‌ ଲାଗି ପରମାଣୁ ବୋମା ରଖିନାହିଁ ବୋଲି କହିଛନ୍ତି। ଏଭଳି ହୀନ ମନ୍ତବ୍ୟ ମୋଦି କାହିଁକି ଦେଉଛନ୍ତି ବୋଲି ମେହବୁବା ଟୁଇଟ କରିଛନ୍ତି। ଭାରତ ଓ ପାକିସ୍ତାନ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର। ହେଲେ ଜଣେ ପ୍ରଧାନମନ୍ତ୍ରୀଙ୍କ ଭାଷା ଏଭଳି ହେବା ଅନୁଚିତ ବୋଲି ମେହବୁବା କହିଛନ୍ତି। ପ୍ରକାଶଥାଉକି ଆତଙ୍କବାଦ ଓ ପାକିସ୍ତାନର ହାବଭାବକୁ ନେଇ ଭାରତ ଗ୍ରହଣ କରିଥିବା ପଦକ୍ଷେପ ଓ ବାଲାକୋଟ ଆକ୍ରମଣକୁ ନେଇ ମୋଦି ବାର୍ମେର ରାଲିରେ ବର୍ଷିଥିଲେ। ପାକିସ୍ତାନର ବାରମ୍ବାର ପରମାଣୁ ବୋମା ଧମକକୁ ଭାରତ ଡରିନାହିଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯିବେ ଶାହ

ନୂଆଦିଲ୍ଲୀ, ୪।୮: ଜମ୍ମୁ-କଶ୍ମୀରରେ ସାଧାରଣ ଲୋକଙ୍କ ମଧ୍ୟରେ କେନ୍ଦ୍ର ସରକାରଙ୍କ ନୀତି ନେଇ ଶଙ୍କା ସୃଷ୍ଟି ହୋଇଛି। ତେବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଚଳିତ...

ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ୍‌…

ନୂଆଦିଲ୍ଲୀ,୮।୯: କରୋନା ମହାମାରୀରୁ କରୋନା ଯୋଦ୍ଧାଙ୍କୁ ସୁରକ୍ଷା ଦେବା ପାଇଁ ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ନିଷ୍ପତ୍ତିି ଗ୍ରହଣ କରିବେ। ଏହି ଯୋଜନା ଅନ୍ତର୍ଗତ ଦେଶର...

ପରୀକ୍ଷା ଫଳ ପ୍ରକାଶ ପାଇବାର ୪୮ ଘଣ୍ଟା ଭିତରେ ୯ ଜଣ ଛାତ୍ର କଲେ ଆତ୍ମହତ୍ୟା

ବିଶାଖାପଟ୍ଟନମ,୨୯।୪: ଆନ୍ଧ୍ର ପ୍ରଦେଶରେ ୯ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ଖବର ଆସିଛି। ଆନ୍ଧ୍ର ପ୍ରଦେଶ ବୋର୍ଡ ରିଜଲ୍ଟ ବାହାରିବାର ୪୮ ଘଣ୍ଟା ମଧ୍ୟରେ ଏହି...

ସମୟ ମଧ୍ୟରେ ମାମଲାର ଶୁଣାଣି ନ ହେବା ଅନ୍ୟାୟ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧।୪ : ଶନିବାର ସୁପ୍ରିମକୋର୍ଟ କହିଛନ୍ତି ଜେଲରେ ଭିଡ଼ ଜମିବାରେ ଲାଗିଛି। ସେଠାରେ ରହିବା ଅବସ୍ଥା ଗୁରୁତର ହୋଇଛି। ଅଦାଲତ ନିଶ୍ଚିତ କରିବା ଉଚିତ ଯେ...

ମାଙ୍ଗାଲୁରୁ ଅଟୋରିକ୍ସା ବିସ୍ଫୋରଣରେ ଆତଙ୍କବାଦୀ ଲିଙ୍କ୍‌

ମାଙ୍ଗାଲୁରୁ,୨୦।୧୧: କର୍ନାଟକ ମାଙ୍ଗାଲୁରୁରେ ଶନିବାର ଘଟିଥିବା ଅଟୋରିକ୍ସା ବିସ୍ଫୋରଣ ଘଟଣାରେ ଆତଙ୍କବାଦୀ ଲିଙ୍କ୍‌ ରହିଥିବା ଜଣାପଡିଛି। କର୍ନାଟକ ପୋଲିସ ଡିଜି ପ୍ରବୀଣ ସୁଦ୍‌ ଏହି ସୂଚନା...

ଭାଜପା-ଏଏପି ବାକ୍‌ଯୁଦ୍ଧ ଜାରି, ମୋଦି -କ୍ରେଜିଓ୍ବାଲ ମୁହାଁମୁହିଁ..

ନୂଆଦିଲ୍ଲୀ, ୧୬।୭ : ଭାଜପା ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି। ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ...

ମମତା ଆପଣାଉଛନ୍ତି ପ୍ରତିଶୋଧ ରାଜନୀତି: ମୋଦି

ପୁରୁଲିଆ,୧୮।୩: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଶୋଧ ରାଜନୀତି ଆପଣାଉଛନ୍ତି। ଏହା ରାଜ୍ୟ ପାଇଁ ହିତକର ନୁହେଁ। ମମତାଙ୍କର ଏଭଳି ଆଭିମୁଖ୍ୟର ଜବାବ ଭୋଟର ଦେବେ...

ବିବିସି ଡକ୍ୟୁମେଣ୍ଟାରି ମାମଲା: ଶୁକ୍ରବାର ପୁଣି ଶୀଘ୍ର ଶୁଣାଣି ଆବେଦନ କରିବାକୁ କହିଲେ ସିଜେଆଇ…

ନୂଆଦିଲ୍ଲୀ,୨।୨ : ଭାରତରେ ବିବିସିକୁ ନିଷିଦ୍ଧ କରିବାକୁ ଆବେଦନ ଉପରେ ପ୍ରଧାନବିଚାରପତି(ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଶୁକ୍ରବାର ପୁଣି ଶୀଘ୍ର ଶୁଣାଣି କରିବା ନେଇ ଆବେଦନ ପାଇଁ...

Advertisement
Archives

Model This Week