Posted inଖେଳ

ମୋଟା ଘୁଷୁରୀ ଡାକିବାରୁ କାନ୍ଦିଥିଲେ ସର୍ଫରାଜଙ୍କ ସ୍ତ୍ରୀ

ବର୍ମିଂହାମ, ୨୭।୬- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ନିକଟରୁ ପରାଜୟବରଣ କରିବା ପରେ ପାକିସ୍ତାନ କ୍ରିକେଟ୍‌ ଦଳକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଭାରତ ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ପ୍ରାକ୍ତନ କ୍ରିକେଟରଙ୍କଠାରୁ ଆରମ୍ଭ କରି ପାକିସ୍ତାନ ପ୍ରଶଂସକ ସୋସିଆଲ ମିଡିଆରେ ଦଳ ଅପେକ୍ଷା ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ଅଧିକ ସମାଲୋଚନା କରିଛନ୍ତି। ସଦ୍ୟପ୍ରକାଶ ପାଇଥିବା ଏକ ଭିଡିଓରେ କେତେକ ପାକିସ୍ତାନ ପ୍ରଶଂସକ ବ୍ୟକ୍ତିଗତ ଭାବେ ସର୍ଫରାଜଙ୍କୁ ‘ମୋଟା ଘୁଷୁରୀ’ କହି ତାତ୍ସଲ୍ୟ କରିଥିବାର ଦେଖିବାକୁ ମିଳିଛି। ଏହି ଭିଡିଓରେ ସର୍ଫରାଜଙ୍କ ସମେତ ତାଙ୍କ ସ୍ତ୍ରୀ ସେୟଦା ଖୁସବଖତ୍‌ ଓ ପୁଅଙ୍କ ସହ ଇଂଲଣ୍ଡର ଏକ ଶପିଂ ମଲ୍‌ରେ ବୁଲୁଥିବାବେଳେ କେତେକ ପାକିସ୍ତାନ ପ୍ରଶଂସକ ତାଙ୍କୁ ଅଟକାଇ ‘ତୁମେ ମୋଟା ଘୁଷୁରୀ ଭଳି କାହିଁକି’ ଦେଖାଯାଉଛ ବୋଲି ପଚାରିଥିଲେ। ସର୍ଫରାଜ କିଛି ନ କହି ଚାଲି ଯାଉଥିବାରୁ ଦେଖିବାକୁ ମିଳିଥିଲା। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିବାବେଳେ ଘଟଣାକୁ ନେଇ ଶେଷରେ ସର୍ଫରାଜ ମୁହଁ ଖୋଲିଛନ୍ତି। ବ୍ୟକ୍ତିଗତ ଭାବେ କାହାକୁ ର୍ଦୁବ୍ୟବହାର ନ କରିବାକୁ ସେ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି। ‘ଏହି ଘଟଣାକୁ ନେଇ କିଛି କହିବାର ନାହିଁ। ଲୋକେ କ’ଣ କହିବେ ତାହାକୁ ନିୟନ୍ତ୍ରଣ କରିବା ଆମ ହାତରେ ନାହିଁ। ଜିତିବା ଏବଂ ହାରିବା ଖେଳର ଏକ ଅଂଶ। ଆମେ ପ୍ରଥମ ଦଳ ନୁହେଁ ଯିଏ କି ଏକ ମ୍ୟାଚ୍‌ ହାରିଛି। ପୂର୍ବ ଦଳଗୁଡ଼ିକ ମଧ୍ୟ ଭାରତ ନିକଟରୁ ପରାସ୍ତ ହୋଇଛନ୍ତି’ ବୋଲି ସର୍ଫରାଜ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ପୂର୍ବ ଦଳଗୁଡ଼ିକ ଆମପରି ସମାଲୋଚନାର ଶିକାର ହୋଇନାହାନ୍ତି। ସେମାନେ ଅନୁଭବ କରିପାରୁଥିବେ ଏହା କେତେ କଷ୍ଟଦାୟକ। ବର୍ତ୍ତମାନ ସୋସିଆଲ ମିଡିଆ ରହିଛି। ଏଥିରେ ଲୋକେ ଯାହା ପାରୁଛନ୍ତି ଲେଖୁଛନ୍ତି ଓ କହୁଛନ୍ତି। ଏହିଭଳି ଘଟଣା ଖେଳାଳିଙ୍କୁ ମାନସିକସ୍ତରରେ ଆଘାତ ଦେଇଛି।’ ସେହିଭଳି ମଲ୍‌ରେ ଘଟିଥିବା ଏହି ଘଟଣା ପରେ ତାଙ୍କ ସ୍ତ୍ରୀ ହୋଟେଲ ରୁମ୍‌ରେ କାନ୍ଦୁଥିବାର ସେ ଦେଖିବାକୁ ପାଇଲେ ବୋଲି ସର୍ଫରାଜ କହିଛନ୍ତି। ମଲ୍‌ରେ ପ୍ରଶଂସକମାନେ ଯାହା କହିଲେ ତାକୁ ସେ ଗ୍ରହଣ କରୁନାହାନ୍ତି ବୋଲି ସର୍ଫରାଜଙ୍କୁ ତାଙ୍କ ସ୍ତ୍ରୀ କହିଥିଲେ। ଏଥିପୂର୍ବରୁ ଅନ୍ୟତମ ପାକିସ୍ତାନ କ୍ରିକେଟର୍‌ ସୋଏବ ମଲିକ ଓ ମହମ୍ମଦ ଆମୀର ମଧ୍ୟ ପ୍ରଅଶଂସକଙ୍କୁ ବ୍ୟକ୍ତିଗତ ଆଟାକ୍‌ ନ କରିବାକୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ କ୍ରିକେଟର ଭଗବାନ, ବାପାଙ୍କୁ ମନେ ପକାଇ କହିଲେ…

ନୂଆଦିଲ୍ଲୀ,୨୩।୭: NEET-UG ପେପର୍‌ ଲିକ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। CJP ଦେଶବ୍ୟାପୀ ପ୍ରତିବାଦ ଘୋଷଣା କରିଛନ୍ତି ଏବଂ ଛାତ୍ରୀଛାତ୍ରମାନଙ୍କୁ ଅଂଶଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି।…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri