Advertisement

ମେ’୩ରୁ ୬ ମଧ୍ୟରେ କୋଟାରୁ ଫେରିବେ ବିହାର ଛାତ୍ରୀଛାତ୍ର

ପାଟନା,୨।୫: ରାଜସ୍ଥାନର କୋଟାରେ କୋଚିଂ ପାଇଁ ଯାଇଥିବା ବିହାରର ଛାତ୍ରୀଛାତ୍ରଙ୍କ ଘରକୁ ଫେରିବା ଇଛା ଶେଷରେ ପୂରଣ ହୋଇଛି। ମେ’ ୩ରୁ ୬ ମଧ୍ୟରେ କୋଟାରେ ଥିବା ବିହାରର ସମସ୍ତ ଛାତ୍ରୀଛାତ୍ରଙ୍କୁ ଘରକୁ ପଠାଯିବ। ଏନେଇ କୋଟାର ଜିଲା ପ୍ରଶାସନ ସମସ୍ତ ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ମୋବାଇଲରେ ମେସେଜ୍‌ ପଠାଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିହାର ଓ ରାଜସ୍ଥାନ ୨ ରାଜ୍ୟର ଆପୋଷ ବୁଝାମଣା ଓ ସମନ୍ବୟରେ କୋଟା ଓ ଜୟପୁରରୁ ବିହାର ଅଭିମୁଖେ ଶୁକ୍ରବାର ରାତିରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ର ଚଳାଚଳ ଆରମ୍ଭ ହୋଇଛି। ଏହାଦ୍ୱାରା ଫସିରହିଥିବା ଲୋକ ସୁବିଧାପୂର୍ବକ ନିଜ ରାଜ୍ୟକୁ ଫେରିପାରିବେ। ଅପରପକ୍ଷେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନ୍ୟ ରାଜ୍ୟରେ ଫସିଥିବା ଲୋକଙ୍କ ଫେରିବା ଲାଗି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରାଇଥିବାରୁ କେନ୍ଦ୍ରସରକାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଲକ୍‌ଡାଉନ୍‌ ଭିତରେ ଅନ୍ୟ ରାଜ୍ୟରୁ ବଡ଼ ସଂଖ୍ୟାରେ ଲୋକ ଫେରିବା ସମ୍ଭାବନା ରହିଛି। ତେଣୁ ମୁଖ୍ୟମନ୍ତ୍ରୀ ସମସ୍ତ ଫେରନ୍ତାଙ୍କ ପାଇଁ ୨୧ ଦିନିଆ କ୍ୱାରାଣ୍ଟାଇନ୍‌ରେ ରହିବାର ବ୍ୟବସ୍ଥା କରାଇଛନ୍ତି। ଏହି ସମୟରେ ସେମାନଙ୍କର ଯାଞ୍ଚ, ଖାଇବା ପିଇବା ଓ ଚିକିତ୍ସାର ସମସ୍ତ ସୁବିଧା କରାଇବାକୁ ଅଧିକାରୀଙ୍କୁ ନୀତିଶ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବସ୍ତିବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): ଭୁବନେଶ୍ୱରରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ଏହି କାର୍ଯ୍ୟ ହାତକୁ...

ଶପଥ ଗ୍ରହଣ ଉତ୍ସବରେ କେଜ୍‌ରିଓ୍ବାଲ ପିନ୍ଧିଥିବା ସ୍ବେଟର୍‌ର ଦାମ୍‌ କେତେ ଜାଣନ୍ତି

ନୂଆଦିଲ୍ଲୀ,୧୬।୨: ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ। ଶପଥ ଗ୍ରହଣ ଉତ୍ସବରେ କଳାରଙ୍ଗର...

ଲକ୍‌ଡାଉନ୍‌ ପାଇଁ ବଢ଼ିଛି ସେକ୍ସ ଟଏ ବିକ୍ରି

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଏବେ ପ୍ରାୟ ସବୁ ବ୍ୟବସାୟ ଠପ୍‌ ହୋଇଯାଇଥିବା ବେଳେ ହଠାତ୍‌ ସେକ୍ସ ଟଏ ବିକ୍ରି ଅତ୍ୟଧିକ ବୃଦ୍ଧି ପାଇଥିବା ଜଣାପଡ଼ିଛି। ବୋଧହୁଏ...

ବଢ଼ିଛି ବିଚାରାଧୀନ ମାମଲା

ନୂଆଦିଲ୍ଲୀ,୨୭ା୩: ଏପ୍ରିଲ ୨୩ରେ ଅବସର ନେବାକୁ ଥିବା ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ କାର୍ଯ୍ୟକାଳରେ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ପାଇଛି। ୨୪ରେ...

ପରୀକ୍ଷା ପେ ଚର୍ଚ୍ଚା: ୧୦୦୦ ଛାତ୍ରୀଛାତ୍ରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧ ।୪: ବୋର୍ଡ ପରୀକ୍ଷା ପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ସଫଳତାର ମନ୍ତ୍ର ଦେବେ...

‘ବିଦ୍ରୋହୀ ବିଧାୟକଙ୍କୁ ଅଟକ ରଖାଯାଇପାରିବନି’

ନୂଆଦିଲ୍ଲୀ,୧୯ା୩(ପି.ଟି.): ମଧ୍ୟପ୍ରଦେଶରେ ରାଜନୈତିକ ଅଚଳାବସ୍ଥା ଲାଗି ରହିଥିବାବେଳେ ବିଦ୍ରୋହୀ ୧୬ ବିଧାୟକଙ୍କୁ ଚାମ୍ବରରେ ହାଜର ପାଇ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଇସ୍ତଫା ଦେଇଥିବା ବିଧାୟକମାନେ ବିଧାନସଭାରେ...

କରୋନା ସହାୟତା: ରିଜିଜୁ ଦେଲେ ଗୋଟିଏ ମାସର ଦରମା

ନୂଆଦିଲ୍ଲୀ,୨୮।୩(ପି.ଟି.): କୋଭିଡ-୧୯ ମୁକାବିଲା ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶନିବାର ତାଙ୍କର ଗୋଟିଏ ମାସର ଦରାମା ଦାନ କରିଛନ୍ତି। ଦେଶର ସ୍ବାସ୍ଥ୍ୟବସ୍ଥାର ଉନ୍ନତି ପାଇଁ...

ଟ୍ରମ୍ପଙ୍କୁ ୬ଶହ ଗ୍ରାମ ଓଜନର ଚାନ୍ଦିରେ ତିଆରି ଚାବି ଉପହାର ଦେବେ ଆଗ୍ରା ମେୟର

ମଥୁରା,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଆଗ୍ରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଆଗ୍ରାର ମେୟର ନବୀନ ଜୈନ...

Advertisement
Archives

Model This Week