Posted inଖେଳ

ମେସିଙ୍କ ଗୋଲ ସତ୍ତ୍ୱେ ହାରିଲା ବାର୍ସିଲୋନା

ସେଭିଲେ,୨୬।୫- ଚାମ୍ପିୟନ୍ସ ଲିଗ୍‌ ସେମିଫାଇନାଲ ପରାଜୟକୁ ଭୁଲିବା ପାଇଁ ବାର୍ସିଲୋନା କୋପା ଡେଲରେ କପ୍‌ ଜିତିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ଫାଇନାଲରେ ବାର୍ସିଲୋନା ୨-୧ ଗୋଲରେ ଭାଲେନସିଆଠାରୁ ପରାସ୍ତ ହୋଇଛି। ଲିଓନେଲ ମେସିଙ୍କ ଗୋଲ ମଧ୍ୟ ଲା ଲିଗା ଲିଗ୍‌ ଚାମ୍ପିୟନ ଦଳକୁ ପରାଜୟରୁ ବଞ୍ଚାଇ ପାରି ନ ଥିଲା। ଅନ୍ୟପକ୍ଷରେ ଦୀର୍ଘ ୧୧ ବର୍ଷ ପରେ ଭାଲେନସିଆ ପ୍ରଥମ ଥର ଏହି କପ୍‌ ଜିତିଛି। ମ୍ୟାଚ୍‌ରେ ଭାଲେନସିଆ ଦଳ ପାଇଁ କେଭିନ ଗାମେରିଓ (୨୧ତମ ମିନିଟ୍‌) ଓ ରୋଡ୍ରିଗୋ (୩୩ତମ) ସ୍କୋର କରିିଥିଲେ। ଫଳରେ ଦଳ ପ୍ରଥମାର୍ଦ୍ଧ ସୁଦ୍ଧା ୨-୦ ବ୍ୟବଧାନର ଅଗ୍ରଣୀ ହାସଲ କରିନେଇଥିଲା। ଦ୍ୱିତୀୟାର୍ଦ୍ଧରେ ମେସି (୭୩ତମ) ଗୋଲ ଦେଇଥିଲେ। ଏହାପରେ ବାର୍ସିଲୋନା ଖେଳାଳିମାନେ ବହୁ ଉଦ୍ୟମ କରିିଥିଲେ ମଧ୍ୟ ମ୍ୟାଚ୍‌ର ସ୍କୋର ଲାଇନ ଉପରେ ପ୍ରଭାବ ପକାଇ ପାରି ନ ଥିଲା। ଫଳରେ ସ୍ପାନିଶ ଦଳ ରେକର୍ଡ କ୍ରମାଗତ ୫ମ ଥର ଟାଇଟଲ ହାତେଇବାରେ ବିଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଏହି କ୍ରିକେଟର

କଲମ୍ବୋ,୨୬।୧: ଶ୍ରୀଲଙ୍କାର ବରିଷ୍ଠ କ୍ରିକେଟର ଦିଲ୍ରୁୱାନ ପେରେରା ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ୩୯ ବର୍ଷିୟ ଦିଲ୍ରୁୱାନ ଶ୍ରୀଲଙ୍କା କ୍ରିକେଟ ବୋର୍ଡର ସିଇଓଙ୍କୁ...

ସର୍ବାଧିକ ଦିନିକିଆ ମ୍ୟାଚ୍‌ ପରିଚାଳନାରେ ଦାର୍‌ଙ୍କ ରେକର୍ଡ

ରାଓ୍ବଲପିଣ୍ଡି : ପାକିସ୍ତାନ ଅମ୍ପାୟର ଆଲିମ ଦାର ଆଉ ଏକ ରେକର୍ଡ କରିଛନ୍ତି। ଜଣେ ଅନ୍‌ଫିଲ୍ଡ ଅମ୍ପାୟର ଭାବେ ସେ ସର୍ବାଧିକ ଦିନିକିଆ ମ୍ୟାଚ୍‌ ପରିଚାଳନା...

ଭାରତ ସହ ଖାସ୍‌ ଜର୍ସିରେ ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ

ସିଡନୀ,୧୧।୧୧:ଅଷ୍ଟ୍ରେଲିଆ କ୍ରିକେଟ ଦଳ ଭାରତ ବିପକ୍ଷ ଆଗାମୀ ଟି -୨୦ ସିରିଜରେ ଏକ ସ୍ବତନ୍ତ୍ର ଡିଜାଇନ ହୋଇଥିବା ସ୍ବଦେଶୀ ଜର୍ସି ପିନ୍ଧିବେ। କ୍ରିକେଟରେ ଅଷ୍ଟ୍ରେଲିଆର ଦେଶବାସୀଙ୍କ...

୪୦୦ ରନ୍‌ରେ ଆଗୁଆ ଥାଇ ଫଲୋଅନ୍‌ ଦେଲାନି ଅଷ୍ଟ୍ରେଲିଆ

କରାଚୀ,୧୪।୩: ଜାତୀୟ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୦୦ରୁ ଊର୍ଦ୍ଧ୍ୱ ରନ୍‌ରେ ଆଗୁଆ ରହିବା ପରେ ମଧ୍ୟ ପାକିସ୍ତାନକୁ...

ବକ୍ସର ଅମିତ୍‌ଙ୍କୁ ୧ ନମ୍ବର ମାନ୍ୟତା

ନୂଆଦିଲ୍ଲୀ, ୧୩।୨ (ପି.ଟି.)- ଆସନ୍ତା ମାସରେ ହେବାକୁ ଥିବା ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ବକ୍ସିଂ ଟ୍ୟାକ୍ସ ଫୋର୍ସ ଭାରତର...

ଓଡ଼ିଶା ଏଫ୍‌ସି ସହିତ ଡାନିଏଲଙ୍କ ଚୁକ୍ତି ମିଆଦ ବୃଦ୍ଧି

ଭୁବନେଶ୍ୱର, ୭।୩(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଭିତ୍ତିକ ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ) କ୍ଲବ ଓଡ଼ିଶା ଏଫସି ସେଣ୍ଟର ଫରଓ୍ବାର୍ଡ ଡାନିଏଲ ଲାଲହିଲିମପୁଇଆଙ୍କ ଚୁକ୍ତି ମିଆଦ ୨୦୨୨ ପର୍ଯ୍ୟନ୍ତ...

ମହାମାରୀ ଭୟ ସତ୍ତ୍ୱେ ଟୋକିଓରେ ନିର୍ବାଚନ

ଟୋକିଓ,୫।୭(ଏପି): କୋଭିଡ୍‌-୧୯ ମହାମାରୀର ଭୟାବହତା ପାଇଁ ଅଲିମ୍ପିକ୍ସ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲେ ମଧ୍ୟ ଟୋକିଓରେ ଆସେମ୍ବ୍ଲି ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଉ ପାଖାପାଖି...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ରୋମାଞ୍ଚ କ୍ରମେ ବଢ଼ିବାରେ ଲାଗିଛି। ଏହି ଚାମ୍ପିୟନଶିପ୍‌ ଅନ୍ତର୍ଗତ ବର୍ତ୍ତମାନ ସୁଦ୍ଧା ୩ଟି ସିରିଜ ଖେଳାଯାଇ ସାରିଛି। ସେଥିରୁ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ଓ...

Advertisement
Archives

Model This Week