Posted inଖେଳ

ମେଡିକାଲ ଇମର୍ଜେନ୍ସି : ନ୍ୟୁଜିଲାଣ୍ଡ ଗଲେ ସିନ୍ଧୁଙ୍କ କୋଚ୍‌

ହାଇଦ୍ରାବାଦ, ୧୫।୯- ଅଲିମ୍ପିକ୍ସ ରୌପ୍ୟ ତଥା ବିଶ୍ୱ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ ପି.ଭି. ସିନ୍ଧୁଙ୍କ କୋରିଆ କୋଚ୍‌ କିମ୍‌ ଜି ହ୍ୟୁନ୍‌ ମେଡିକାଲ ଇମର୍ଜେନି୍ସ ନେଇ ନ୍ୟୁଜିଲାଣ୍ଡ ପ୍ରସ୍ଥାନ କରିଛନ୍ତି। ତାଙ୍କ ସ୍ବାମୀ ଅସୁସ୍ଥ ଥିବାରୁ କିମ୍‌ଙ୍କୁ ହଠାତ ଯିବାକୁ ପଡିଛି। ଆଗାମୀ କିଛି ଦିନ ମଧ୍ୟରେ ଭାରତ ଫେରିବା ନିଶ୍ଚିତ ନୁହଁ ବୋଲି କିମ୍‌ କହିଛନ୍ତି। ତେବେ ସେ ଖୁବ୍‌ ଶୀଘ୍ର ଦଳରେ ଯୋଗ ଦେବେ ବୋଲି ଭାରତୀୟ ଦଳ ମୁଖ୍ୟ କୋଚ୍‌ ପୁଲେଲା ଗୋପୀଚାନ୍ଦ କହିଛନ୍ତି। କିମ୍‌ଙ୍କ ଅନୁପସ୍ଥିତିରେ ମଙ୍ଗଳବାରଠାରୁ ଚାଇନାରେ ଆରମ୍ଭ ହେବାକୁ ଥିବା ଚାଇନା ଓପନ ବିଡବ୍ଲ୍ୟୁଏଫ୍‌ ସୁପର ୧୦୦୦ ଟୁର୍ନାମେଣ୍ଟରେ ଗୋପିଚାନ୍ଦ ଭାରତୀୟ ଦଳ ସହ ଜଡ଼ିତ ରହିବେ।
ଉଲ୍ଲେଖଥାଉ କି, କିମ୍‌ ଦକ୍ଷିଣ କୋରିଆ ପାଇଁ ଅନ୍ତର୍ଜାତୀୟସ୍ତରରେ ବ୍ୟାଡମିଣ୍ଟନ ଖେଳି ବେଶ୍‌ ସଫଳ ରହିଛନ୍ତି। ସେ କୋରିଆ ଦଳରେ କୋଚ ରହିଥିଲେ। ତେବେ ଗତ ମାର୍ଚ୍ଚରେ ସେ ମହିଳା ସିଙ୍ଗଲ୍ସ କୋଚ୍‌ ହିସାବରେ ଭାରତୀୟ ଦଳରେ ଯୋଗ ଦେଇଥିଲେ। ସିନ୍ଧୁ ଓ ସାଇନାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ତେବେ ସାଇନା ପାରୁପାଲ୍ଲି କାଶ୍ୟପ ସହ ପ୍ରଶିକ୍ଷଣ ନେବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ କିମ୍‌ କେବଳ ସିନ୍ଧୁଙ୍କୁ ହିଁ ଟ୍ରେନିଂ ଦେଉଛନ୍ତି। କିମ୍‌ ସହ ପ୍ରଶିକ୍ଷଣ ନେଇ ପ୍ରଦର୍ଶନରେ ଉନ୍ନତି ଆସିଥିବା କଥା ସିନ୍ଧୁ ପୂର୍ବରୁ ଏକାଧିକ ବାର କହିଛନ୍ତି। କିମ୍‌ ଅତିକମ୍‌ରେ ୨ ସପ୍ତାହ ଅନୁପସ୍ଥିତ ରହିବେ ବୋଲି ବିଶ୍ୱସ୍ତ ସୁତ୍ରରୁ ଜଣାଯାଇଛି। ମୁଖ୍ୟ କୋଚ୍‌ ଗୋପୀଚାନ୍ଦ ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ତଥା ଭିନ୍ନ ଭିନ୍ନ କୋଚ୍‌ ନିଯୁକ୍ତ ଉପରେ ଗୁରୁତ୍ୱ ଦେଉଛନ୍ତି। କିମ୍‌ଙ୍କ ଅନୁପସ୍ଥିତି ଦଳର ଦୀର୍ଘକାଳୀନ ପ୍ରସ୍ତୁତିରେ ବାଧା ପହଞ୍ଚାଇବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅହମ୍ମଦାବାଦ ଫ୍ରାଞ୍ଚାଇଜର ନେତୃତ୍ୱ ନେବେ ହାର୍ଦ୍ଦିକ

ନୂଆଦିଲ୍ଲୀ,୨୧।୧: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲରେ ନୂଆ ଭାବେ ସାମିଲ ହୋଇଥିବା ଅହମ୍ମଦାବାଦ ଦଳର ନେତୃତ୍ୱ ସମ୍ଭାଳିବେ। ଏ ନେଇ ଖୁବ୍‌ ଶୀଘ୍ର ଫ୍ରାଞ୍ଚାଇଜ ପକ୍ଷରୁ...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ ରହି ବର୍ଷ ଶେଷ କଲେ କୋହଲି

ଦୁବାଇ, ୨୪।୧୨ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ଟେଷ୍ଟ ବ୍ୟାଟିଂ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନରେ...

ଶେଷ ହେଲା ଜାଡେଜାଙ୍କ କ୍ୱାରେଣ୍ଟିନ

ମୁମ୍ବାଇ,୧।୪: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କ୍ୱାରେଣ୍ଟିନ ପରିୟଡ୍‌ ଶେଷ କରିବା ପରେ ଗୁରୁବାର ଯୋଗ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) କ୍ୟାମ୍ପରେ। ଆହତ ଜନିତ...

ମୁଡି ସନରାଇଜର୍ସର କ୍ରିକେଟ ନିର୍ଦ୍ଦେଶକ

ନୂଆଦିଲ୍ଲୀ, ୧୬।୧୨ (ପି.ଟି.)-କ୍ରିକେଟରରୁ କୋଚ୍‌ ହୋଇଥିବା ଅଷ୍ଟ୍ରେଲିଆର ଟମ୍‌ ମୁଡି ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ସନରାଇଜର୍ସ ହାଇଦ୍ରାବାଦର କ୍ରିକେଟ ନିର୍ଦ୍ଦେଶକ ଭାବେ...

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଦ୍ୱିତୀୟ ସ୍ଥାନ ବଜାୟ ରଖିଲା ଭାରତ

ଦୁବାଇ,୩୦ା୧୨- ଆଗାମୀ ବର୍ଷ ହେବାକୁ ଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ୍‌ ଖେଳିବା ଦୌଡ଼ରେ ରହିଛି ଭାରତୀୟ ଦଳ। ଅଷ୍ଟ୍ରେଲିଆ ବିପକ୍ଷରେ ମେଲବୋର୍ନ...

ବୋଟାସଙ୍କୁ ପୋଲ୍‌ ପୋଜିଶନ

ସିଲଭରଷ୍ଟୋନ୍‌, ୯ା୮ (ଏପି)-ଫର୍ମୁଲା ଓ୍ବାନ୍‌ର ୭୦ତମ ବାର୍ଷିକୀ ଗ୍ରାଁ ପ୍ରି ପାଇଁ ମର୍ସିଡିଜ୍‌ ଟିମ୍‌ମେଟ୍‌ ଲିଓ୍ବିସ ହାମିଲଟନଙ୍କୁ ପଛରେ ପକାଇ ଭାଲଟେରି ବୋଟାସ ଏଠାରେ ପୋଲ...

ଆଇପିଏଲ୍‌ ବାୟୋ-ବବଲ୍‌ରେ କରୋନାର ଏଣ୍ଟ୍ରି

ମୁମ୍ବାଇ,୧୫।୪: ଆଇପିଏଲ୍‌ ବାୟୋବବଲ୍‌ରେ କରୋନାର ଏଣ୍ଟ୍ରି। ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ର ଫିଜିଓ ପାଟ୍ରିକ ଫାରହାର୍ଟ କୋଭିଡ-୧୯ ସଂକ୍ରମିତ ହୋଇଛନ୍ତି। ଏନେଇ ଆଇପିଏଲ୍‌ ପକ୍ଷରୁ ପକାଶିତ...

ପତ୍ନୀ ସାକ୍ଷୀଙ୍କୁ ପସନ୍ଦ ନ ଥିଲା କ୍ରିକେଟ, ନା ଚିହ୍ନିଥିଲେ ଧୋନୀଙ୍କୁ

ନୂଆଦିଲ୍ଲୀ,୪।୭: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଆଜି ବିବାହବାର୍ଷିକୀ। ଦଶ ବର୍ଷର ବିବାହ ମଧ୍ୟରେ ଅନେକ ଉପଲବ୍ଧି ହାସଲ କରିଛନ୍ତି...

Advertisement
Archives

Model This Week