ମେଡିକାଲରେ ସିକ୍ୟୁରିଟି ଗାର୍ଡ କାମ କରୁନାହାନ୍ତି; ଡାକ୍ତର-କର୍ମଚାରୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ

ଫୁଲବାଣୀ ଅଫିସ, ୧ା୭-କନ୍ଧମାଳ ଜିଲା ମୁଖ୍ୟ ଚିକିିତ୍ସାଳୟରେ ମୁତୟନ ହୋଇଥିବା ସିକ୍ୟୁରିଟି ଗାର୍ଡ ମନମୁଖି କାର୍ଯ୍ୟ କରୁଛନ୍ତି। ସେମାନେ କାହାରି କଥା ଶୁଣୁ ନାହାନ୍ତିି। ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ସାଧାରଣ ଲୋକଙ୍କ ସମେତ ଡାକ୍ତର, ମେଡିକାଲରେ କାର୍ଯ୍ୟରତ ଅନ୍ୟ କର୍ମଚାରୀଙ୍କ କଥାକୁ ଏଡାଇ ଯାଉଛନ୍ତି। ସେମାନେ ଯେଉଁ କାର୍ଯ୍ୟ ପାଇଁ ନିୟୋଜିତ ହୋଇଛନ୍ତି ତାହା ଆଦୌ କରୁନାହାନ୍ତି। ଅଧିକାଂଶ ସମୟ ମୋବାଇଲ ଫୋନରେ ବ୍ୟସ୍ତ ରହୁଛନ୍ତି। ଯାହାକୁ ନେଇ ଡାକ୍ତର, କର୍ମଚାରୀ, ରୋଗୀ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ି ଚାଲିଛି। ଅନ୍ୟପଟେ ଧାର୍ଯ୍ୟ ସମୟରେ ଯେତିକି ସିକ୍ୟୁରିଟି କାମ କରିବା କଥା ସେତିକି ରହୁ ନାହାନ୍ତି। ସିକ୍ୟୁରିଟି କାର୍ଯ୍ୟ ପାଇଁ ଟେଣ୍ଡର ନେଇଥିବା ସଂସ୍ଥା ମେଡିକାଲରେ ସମସ୍ତେ କାର୍ଯ୍ୟ କରୁଥିବା ଦର୍ଶାଇ ଟଙ୍କା ନେଇ ଚାଲିଛନ୍ତିି।
ମିଳିଥିବା ସୂଚନା ଅନୁସାରେ, ପ୍ରାୟ ୨ ବର୍ଷ ହେବ ଭାରତ ସିକ୍ୟୁରିଟି ନାମକ ଏକ ସଂସ୍ଥା ଟେଣ୍ଡର ନେଇଛି ା ମେଡିକାଲରେ ସୁରକ୍ଷା ଯୋଗାଇ ଦେବାକୁ ସଂସ୍ଥା ଯେଉଁ ନିୟମାବଳୀରେ ରାଜି ହୋଇଥିଲା ତାହା କରୁନାହିଁ ା ସମସ୍ତ ସିକ୍ୟୁରିଟି କୁଶଳୀ ହୋଇଥିବା ସଂସ୍ଥା ଦର୍ଶାଇ ମାସିକ ପ୍ରାୟ ସାଢ଼େ ୬ ଲକ୍ଷ ଟଙ୍କା ମେଡିକାଲରୁ ନେଉଛି ା କିନ୍ତୁ ବାସ୍ତବ ଚିତ୍ର ଅଲଗା ା ଅଧିକାଂଶ ସିକ୍ୟୁରିଟି ଗାର୍ଡ ଅଣକୁଶଳୀ। ସେମାନଙ୍କୁ ସଂସ୍ଥା ଟ୍ରେନିଂ ଦେଇନାହିଁ ବୋଲି ମେଡିକାଲର କେତେକ କର୍ମଚାରୀ ପ୍ରକାଶ କରିଛନ୍ତି ା ଗତ କିଛି ଦିନ ହେବ ମେଡିସନ ୱାର୍ଡରେ ଜଣେ ଟି.ବି ରୋଗୀ ଆଡମିଶନ ହୋଇଥିଲେ ା ରାତିରେ ସିକ୍ୟୁରିଟି ଗାର୍ଡଙ୍କ ଅନୁପସ୍ଥିତିରେ ବାହାର ପିଲାମାନେ ସେଠାକୁ ଯାଇ ସମ୍ପୃକ୍ତ ରୋଗୀଙ୍କ ଝିଅଙ୍କୁ ଦୁର୍ବ୍ୟବହାର କରିଥିଲେ। ଏ ନେଇ ରୋଗୀଙ୍କୁ ଆଡମିଶନ କରିଥିବା ଡାକ୍ତର ଜଣକ ମେଡିକାଲ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ା ହେଲେ ମେଡିକାଲର ସ୍ବାର୍ଥକୁ ଦୃଷ୍ଟିରେ ରଖି ଘଟଣାକୁ ଚପାଇ ରଖାଯିବା ସହ ସିକ୍ୟୁରିଟି ସଂସ୍ଥାକୁ ମଧ୍ୟ ଜଣାଯାଇଥିଲା। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଦ୍ୟାବଧି ସେହି ସିକ୍ୟୁରିଟି ଗାର୍ଡଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ସଂସ୍ଥା ଗ୍ରହଣ କରିନାହିଁ। ଜଣେ ମେଡିକାଲ କର୍ତ୍ତୃପକ୍ଷ ନିଜ ନାମ ଗୋପନ ରଖି କହିଛନ୍ତି, ସେମାନେ କାହା କଥା ଶୁଣୁ ନାହାନ୍ତି ା କହିଲେ କାମ ବି କରୁ ନାହାନ୍ତି। ଆବଶ୍ୟକ ପଡିଲେ ଏଣୁତେଣୁ କଥା କହୁଛନ୍ତିି। ସେହିପରି କେତେ ସିକ୍ୟୁରିଟି ଗାର୍ଡ କାମରେ ନିୟୋଜିତ ରହୁଛନ୍ତି, ତାର ତଦାରଖ ଠିକ୍‌ ଭାବେ କରାଯାଉ ନାହିଁ। ସିକ୍ୟୁରିଟିଙ୍କ ପାଖରେ ଉପସ୍ଥାନ ଖାତା ରହୁଛି। ସେମାନେ ସବୁ ବେଳେ ସମସ୍ତେ ଉପସ୍ଥିତ ଥିବା ଦର୍ଶାଉଛନ୍ତିି। ଉପସ୍ଥାନ ଖାତାକୁ ଜଣେ ଅଧିକାରୀ ଯାଞ୍ଚ କରିବା କଥା। ମାତ୍ର ସଂସ୍ଥା କର୍ମଚାରୀ ଆଉଟଡୋରରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ପାଖରୁ ସେଥିରେ ଦସ୍ତଖତ କରାଇ ନେଉଛନ୍ତିି। ଯାହା ଆଦୌ ହେବା କଥା ନୁହଁ। ଡାକ୍ତର ରୋଗୀ ଦେଖିବେ ନା, ସିକ୍ୟୁରିଟି ସଂସ୍ଥା ଉପସ୍ଥାନ ଖାତାରେ ଦସ୍ତଖତ କରିବେ ବୋଲି ଅନ୍ୟ କେତେକ କର୍ମଚାରୀ କହିଛନ୍ତି। ଏ ନେଇ ଏଡିଏମ୍‌ଓ ମେଡିକାଲ ମନୋରଞ୍ଜନ ରାଉତଙ୍କୁ ପଚାରିବାରୁ ମେଡିକାଲ ପରିସର ବଡ ହୋଇଥିବାରୁ ସବୁ ବେଳେ ସିକ୍ୟୁରିଟିଙ୍କୁ ଗଣିବା ସମ୍ଭବ ହେଉନାହିଁ। ସତକଥା ହେଉଛି ସେମାନେ ଠିକ୍‌ ଭାବେ ଡ୍ୟୁଟି କରୁନାହାନ୍ତି।
ସେମାନଙ୍କ ପାଇଁ କାର୍ଯ୍ୟ ପନ୍ଥା ନିରୂପଣ କରାଯିବ। ଯେଉଁମାନେ କାମ କରୁ ନାହାନ୍ତି, ସେମାନଙ୍କୁ ଦୂରେଇ ଦିଆଯିବ। ମେଡିକାଲ ମ୍ୟାନେଜର ବି ଆମ ପାଖରେ କିଛି ସିକ୍ୟୁରିଟିଙ୍କ ନାମରେ ଅଭିଯୋଗ କରିଛନ୍ତି। ଏବେ ରାଜ୍ୟସ୍ତରରେ ନୂଆ ଟେଣ୍ଡର ହୋଇଛି। କିଏ ପାଇଛି ମଁୁ ଏବେ ଠିକ୍‌ ଭାବେ କହିପାରୁନାହିଁ। କିନ୍ତୁ ନୂଆ ଟେଣ୍ଡର ହେଲା ପରେ ଏବଂ ଯେଉଁ ସଂସ୍ଥା ପାଇବ, ଆମେ ତାହା ଉପରେ ନଜର ରଖିବୁ ବୋଲି କହିଛନ୍ତି। ସେହିପରି ସିକ୍ୟୁରିଟି ସଂସ୍ଥା ସୁପରଭାଇଜର ଉଦୟନାଥ ମିଶ୍ରଙ୍କୁ ପଚାରିବାରୁ କଥାକୁ ଏଡାଇଯିବାକୁ ଚେଷ୍ଟା କରିବା ସହ ଆମର ପିଲା ଅଭାବ ଅଛନ୍ତି ବୋଲି କହିଛନ୍ତି।
ଏଥିସହ ଯେଉଁମାନଙ୍କ ନାମରେ ଅଭିଯୋଗ ଆସିଛି ଆମେ ତାହା ଉପରେ ତଦାରଖ କରୁଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri