ମୃତ ବ୍ୟକ୍ତିଙ୍କ ଜମି ବିକ୍ରି, ଲେଖାଳୀ ସମେତ ୩ ଗିରଫ

ଭଞ୍ଜନଗର,୧୨।୪(ଡି.ଏନ.ଏ)- ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ କୁପାଟି ଗ୍ରାମର ମୃତ ବାଞ୍ଛାନିଧି ବାଗ୍‌ଙ୍କ ଜମିଙ୍କୁ ସମ୍ପୃକ୍ତ ଗ୍ରାମର ହେମନ୍ତ ବାଗ୍‌ ନକଲି କାଗଜପତ୍ର ପ୍ରସ୍ତୁତ କରି ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କୁ ୨୦୧୬ରେ ବିକ୍ରି କରି ଦେଇଥିଲେ। ବାଞ୍ଛାନିଧିଙ୍କ ଝିଅ ଜାନକି ଦଳବେହେରା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ନଂ.୬୭।୨୦ ରେ ମାମଲା ରୁଜୁକରି ରବିବାର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଦସ୍ତାବିଜ୍‌ ଲେଖାଳୀ ଭଞ୍ଜନଗରର ଜଗନ୍ନାଥ ଦାସ, ନକଲି ବିକ୍ରେତା କୁପାଟିର ହେମନ୍ତ ବାଗ୍‌ ଓ ସାକ୍ଷୀ ହରିଗଡ଼ର କୃଷ୍ଣ ଚନ୍ଦ୍ର ପ୍ରଧାନ। ଏହି ମାମଲାରେ ଆହୁରି ଅନେକ ବ୍ୟକ୍ତି ଜଡ଼ିତ ଥିବା ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସୂଚନା ଦେଇଛନ୍ତି। ପ୍ରକାଶ ଯେ, କୁପାଟିର ବାଚାଂନିଧି ବାଗ୍‌ ୧୯୯୭ ମସିହାରେ ମୃତ୍ୟୁବରଣ କରିଥିଲେ। ତାଙ୍କର ୯ଝିଅ। ସେ ବଡ଼ ଝିଅ ଜାନକିଙ୍କୁ କିଛି ଜମି ବଞ୍ଚତ୍ଥିବା ସମୟରେ ବିକ୍ରି କରିଥିଲେ। ଏହାପରେ ସ୍ତ୍ରୀ ଉର୍ମିଳା ୨୦୧୦ରେ ମୃତ୍ୟୁବରଣ କରିଥିଲେ। ଏହାପୂର୍ବରୁ ଉର୍ମିଳା ମଧ୍ୟ ଜାନକିଙ୍କୁ ଆଉ କିଛି ଜମି ବିକ୍ରି କରି ଦେଇଥିଲେ। ଏହିଭଳି ପରିସ୍ଥିତିରେ ୨୦୧୬ରେ ସମ୍ପୃକ୍ତ ଗ୍ରାମର ହେମନ୍ତ ବାଗ୍‌ ନିଜକୁ ବାଞ୍ଛାନିଧି ଦର୍ଶାଇ ଆବଶ୍ୟକ ନକଲି କାଗଜପତ୍ର ପ୍ରସ୍ତୁତ କରି ଭୁବନେଶ୍ୱରର ଶିବ ଶଙ୍କର ଅଗ୍ରୱାଲଙ୍କୁ ୮୦୪୦ ଡ଼େସିମିଲ ଜମି ବିକ୍ରି କରି ଦେଇଥିଲେ। ଦିର୍ଘବର୍ଷ ହେଲା ଜମି ପଟ୍ଟା ହେଉନଥିବା ଯୋଗୁ ଜାନକି ତହସିଲ ଅଫିସରେ ଆସି ଅଭିଯୋଗ କରିଥିଲେ। ଏହାପରେ ରାଜସ୍ବ ବିଭାଗ ୱେବ୍‌ସାଇଟ୍‌ରେ ରେକର୍ଡ଼ ଯାଞ୍ଚ କରିବା ବେଳକୁ ଭୁବନେଶ୍ୱରର ଶିବ ଶଙ୍କରଙ୍କ ନାମରେ ଜମି ରେକର୍ଡ଼ ଥିବା ଜଣାପଡଇଥିଲା। ଏହାପରେ ସବ୍‌ ରେଜିଷ୍ଟର ଅଫିସ୍‌ ରେକର୍ଡ଼ ଯାଞ୍ଚ କରିବା ପରେ ଯୋଜନାବଦ୍ଧ ଭାବେ ନକଲି କାଗଜପତ୍ର ପ୍ରସ୍ତୁତ କରି ଉକ୍ତ ଜମିକୁ ବିକ୍ରି କରି ଦିଆଯାଇଥିତ୍ବା ଜଣାପଡ଼ିଥିଲା। ତେଣୁ ଜାନକି ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଛତ୍ରପୁରରେ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ଆକର୍ଷଣ ସାଜିଛି ପାରମ୍ପରିକ ବାଘ ବେଶ

ଛତ୍ରପୁର (ଦିଲୀପ ସାମଲ), ୨୩।୫: ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅବସରରେ ଏବେ ସାରା ସହର ଉତ୍ସବମୁଖର ହୋଇଉଠିଛି।…

ଭଟଲି ରାଇସ୍‌ ମିଲ୍‌ରୁ ଧରାପଡ଼ିଲା ଛତିଶଗଡ଼ ଧାନ, ଥାନାରେ ଅଟକ ରଖି ପୋଲିସର ତଦନ୍ତ, ଦାବିଦାର ଆସୁ ନଥିବାରୁ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟକୁ ଦିନକ ପରେ ୨ସପ୍ତାହ ପୂରିବ। କିନ୍ତୁ ଜିଲାରେ ଧାନ କିଣାବିକା ଶୀଥିଳ ହୋଇ ପଡ଼ିଛି। ମଣ୍ଡିକୁ ଧାନ ଆସୁଛି,…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri