ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଜଗନ୍ନାଥ

ଆରଡ଼ି, ୧୬।୧ (ଡି.ଏନ୍‌.ଏ.):ଭଦ୍ରକ ଜିଲା ଧୁଷୂରୀ ଥାନା ଅଧୀନ ଅଜମତପୁର ଗଁାର ଜଗନ୍ନାଥ ଜେନା(୪୯) ଫୁସ୍‌ଫୁସ୍‌ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ। ୨୧ଦିନ ହେଲା ଦୁବାଇର ଇଣ୍ଟରନ୍ୟାଶନାଲ ମଡର୍ଣ୍ଣ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ ରହିଥିବା ବେଳେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଚିକିତ୍ସା ଅତ୍ୟନ୍ତ ବ୍ୟୟସାପେକ୍ଷ ହୋଇଥିବାରୁ ତାଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।
ଜଗନ୍ନାଥ ଗତ କିଛିବର୍ଷ ହେଲା ସେଠାରେ ରାଜମିସ୍ତ୍ରୀ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଗତ ଡିସେମ୍ବରରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ଜାରି ରହିଥିବା ବେଳେ ସେଠାରେ କାମ କରୁଥିବା ଜଣେ ପରିଚିତ ବ୍ୟକ୍ତି ତାଙ୍କର ଦେଖାଶୁଣା କରୁଛନ୍ତି। ଏହାମଧ୍ୟରେ ତାଙ୍କ ଚିକିତ୍ସା ପାଇଁ ୧୮ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ଚିକିତ୍ସା ଲାଗି ଆହୁରି ଅଧିକ ଅର୍ଥରାଶି ଆବଶ୍ୟକ ଥିବାରୁ ସହାୟତା ପାଇଁ ଜଗନ୍ନାଥଙ୍କ ସ୍ତ୍ରୀ ସ୍ବର୍ଣ୍ଣଲତା ଆକୁଳ ନିବେଦନ କରିଛନ୍ତି। ଗ୍ରାମର ଯୁବକମାନେ ମଧ୍ୟ ଗଁା ଗଁା ବୁଲି ଆର୍ଥିକ ସାହାଯ୍ୟ ଭିକ୍ଷା କରୁଛନ୍ତି। ଜଗନ୍ନାଥଙ୍କ ଚିକିତ୍ସା ନିମନ୍ତେ ସରକାରୀ ସହାୟତା ପ୍ରଦାନ କରାଯିବାକୁ ସ୍ବେଚ୍ଛାସେବୀ ସଙ୍ଗଠକ ପରାଗ ରଞ୍ଜନ ସାମଲ ଦାବି କରିଛନ୍ତି। ଏଥିସହ ସହାୟତାର ହାତ ବଢ଼ାଇବାକୁ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କ ପାଇଁ ୧୫ରୁ ଖୋଲିବ ଦେବ୍ରିଗଡ଼

ସମ୍ବଲପୁର,୨୮ା୯(ବ୍ୟୁରୋ): ସମ୍ବଲପୁର ଜିଲା ଦେବ୍ରିଗଡ଼ ଅଭୟାରଣ୍ୟ ଅକ୍ଟୋବର ୧୫ରୁ ଖୋଲିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ଷା ଦିନ ପାଇଁ ଏହା ୪ ମାସ...

ଆଜି ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ

ପାରାଦୀପ, ୩।୧ (ସ୍ବ.ପ୍ର.) ପୂର୍ବ କ୍ଷେତ୍ରର ପ୍ରବେଶପଥ କୁହାଯାଉଥିବା ଓଡ଼ିଶାର ଏକମାତ୍ର ସରକାରୀ ବୃହତ୍‌ ବନ୍ଦର ପାରାଦୀପ ଶୁକ୍ରବାର ପାଳନ କରିବ ପ୍ରତିଷ୍ଠା ଦିବସ। ଏଥିପାଇଁ...

ପାଇଖାନା ନିର୍ମାଣ ଦୁର୍ନୀତିରେ ୨ ବିଡିଓ, ଯନ୍ତ୍ରୀ ନିଲମ୍ବିତ

ମାଲକାନଗିରି/ଚିତ୍ରକୋଣ୍ଡା/ଝରିଗାଁ,୧୬ା୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗର ତଦନ୍ତ ପରେ ଶନିବାର ଚିତ୍ରକୋଣ୍ଡା ବିଡିଓ ଲରିମନ...

ବିରୋଧୀଦଳ ନେତାଙ୍କ ବୋର୍ଡା ଅଞ୍ଚଳ ଗସ୍ତ

ଭବାନୀପାଟଣା,୨୧।୯(ଡି.ଏନ.ଏ.) ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ବୋର୍ଡା ଅଞ୍ଚଳ ଗସ୍ତ କରିଛନ୍ତି। ସେ ଗୁରୁଜୁଙ୍ଗ ପଞ୍ଚାୟତ ବାଲିପଦର ଗାଁରେ...

ସ୍କୁଲ ପାଖରେ ଗୁଟ୍‌ଖା ବିକ୍ରି କଲେ ଜରିମାନା

କେନ୍ଦୁଝର,୧୫ା୧୧(ଡି.ଏନ୍‌.ଏ.)  ରାଜ୍ୟରେ ସବୁ ସ୍କୁଲଗୁଡ଼ିକର ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଏଣିକି ସ୍କୁଲ ନିକଟରେ ସିଗାରେଟ, ବିଡି,ପାନ,ଗୁଟ୍‌ଖା ବ୍ୟବହାର ଉପରେ କଟକଣା କରାଯାଇଛି।...

ଯୁବକଙ୍କ ମୃତ୍ୟୁକୁ ନେଇ ଥାନାରେ ହତ୍ୟା ଅଭିଯୋଗ: ଅକଳରେ ବନ ବିଭାଗ

ପାଲଲହଡା,୨୨।୧୨(ଡି.ଏନ.ଏ.) – ଜଙ୍ଗଲକୁ ଜାଳେଣି ସଂଗ୍ରହ ପାଇଁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ବନ କର୍ମଚାରୀଙ୍କ ବିରୋଧରେ ପାଲଲହଡ଼ା ଥାନାରେ ଏତଲା ଦିଆଯାଇଛି। ସ୍ବାମୀଙ୍କୁ...

ବାପ ପୁଅଙ୍କ ଆକ୍ରମଣରେ ଚାଲିଗଲା ପଡ଼ୋଶୀଙ୍କ ଜୀବନ

ପୋଲସରା,୮ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ପାଣ୍ଡିରିପଡ଼ା ପଞ୍ଚାୟତ ପାତାଳସିଙ୍ଗି ଗ୍ରାମରେ ଜମିବାଡ଼ିକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ପାଓ୍ବାର ପ୍ଲାଣ୍ଟ

ଆନନ୍ଦପୁର,୬।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକର ଦରଗଡ଼ିଶୀଳା ଏବଂ ସିଂନାଳୀର ମଧ୍ୟ ସ୍ଥଳରେ କାର୍ଯ୍ୟକ୍ଷମ ହେବାକୁ ଥିବା ବୈତରଣୀ ପାଓ୍ବାର ପ୍ରୋଜେକ୍ଟ ପାଇଁ ଅଞ୍ଚଳର ଗରିମା ବୃଦ୍ଧି...

Advertisement
Archives

Model This Week