Posted inଫୁରସତ

ମୃତ୍ୟୁ ପରେ ଏହି ମନ୍ଦିରକୁ ଯାଇଥାଏ ଆତ୍ମା, କର୍ମ ଅନୁଯାୟୀ ଫଳ ଦେଇଥାନ୍ତି ଯମରାଜ

ସାଧାରଣତଃ ଲୋକେ ବିଭିନ୍ନ ମନ୍ଦିର ଯାଇଥାନ୍ତି ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିବାକୁ। କିନ୍ତୁ ମୃତ୍ୟୁର ଏକ ମନ୍ଦିର ଅଛି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏମିତି ଏକ ମନ୍ଦିର ରହିଛି ହିମାଚଳପ୍ରଦେଶରେ। କୁହାଯାଏ, ମୃତ୍ୟୁ ପରେ ଆତ୍ମା ଏହି ମନ୍ଦିରକୁ ଯେମିତି ହେଲେ ଥରେ ଆସିଥାଏ। ହିମାଚଳପ୍ରଦେଶର ଭରମୌରରେ ଅବସ୍ଥିତ ଏହି ମନ୍ଦିର ଯମରାଜଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଛି। ଏହା ଏକ ସାଧାରଣ ମନ୍ଦିର ପରି ଦେଖାଯାଉଥିଲେ ମଧ୍ୟ ପୁରାଣରେ ବିଚିତ୍ର ଭାବେ ଏହାର ବର୍ଣ୍ଣନା କରାଯାଇଛି।

ପୁରାଣ ଅନୁସାରେ, ଏହି ମନ୍ଦିରକୁ ଭୌତିକ କେନ୍ଦ୍ର କୁହାଯାଏ। ପୁରାଣରେ ଏହାକୁ ମାୟା ମଧ୍ୟ କୁହାଯାଇଛି। କୁହାଯାଏ, ଜୀବାତ୍ମାର ମୃତ୍ୟୁ ଘଟିଲେ ଏହା ମାୟାଠୁ ବାହାରକୁ ଚାଲିଆସି ଏହି ମନ୍ଦିରରେ ପ୍ରବେଶ କରିଥାଏ। ଏଠାରେ ଯମଦେବତା କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାନ୍ତି। ଏହି ମନ୍ଦିରରେ ଯମଙ୍କ ଦୂତ ରହିଥାନ୍ତି। ଆତ୍ମାକୁ ଦୂତ ଯମରାଜଙ୍କ ପାଖକୁ ନେଇ ଯାଇଥାନ୍ତି। ମନ୍ଦିରର ଏକ କୋଠରୀ ଖାଲି ରହିଛି। ଯାହାକୁ ଯମରାଜଙ୍କ କକ୍ଷ କୁହାଯାଏ। ମନ୍ଦିରର ଚାରୋଟି ଦ୍ୱାର ରହିଛି ଯାହା ସୁନା, ରୁପା, ତମ୍ବା ଏବଂ ଲୁହାରେ ତିଆରି ହୋଇଛି। କୁହାଯାଏ, ପ୍ରତି ଆତ୍ମାକୁ ତା’ର କର୍ମ ଅନୁଯାୟୀ ଏହିସବୁ ଦ୍ୱାର ନିକଟକୁ ପଠାଯାଏ। ଏକ ମହାନ ଆତ୍ମାକୁ ସୁନା ଦ୍ୱାର ଦେଇ ଯିବାକୁ ଅନୁମତି ମିଳିଥାଏ। କିଛି ଲୋକ ଭୟ କରି ଏହି ମନ୍ଦିରକୁ ଯାଇ ନ ଥାନ୍ତି। ମନ୍ଦିରର ଆଉ ଏକ ବିଶେଷତ୍ୱ ମଧ୍ୟ ରହିଛି। ଏଠାରେ ପୂଜା କରୁଥିବା ଲୋକଙ୍କ ମନରୁ ଅକାଳ ମୃତ୍ୟୁର ଭୟ ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପିପିଇ କିଟ୍‌ ସିଲେଇ କରୁଛନ୍ତି ୯ ବର୍ଷର ଝିଅ

ସେରେମ୍ବାନ୍‌: କରୋନା ଯୁଦ୍ଧରେ କୋଭିଡ୍‌ ଯୋଦ୍ଧାଙ୍କୁ ଲୋକେ ସମ୍ମାନ ଜଣାଇବାକୁ ସବୁଆଡ଼େ କୁହାଯାଉଛି। ତେବେ ଏହି କୋଭିଡ୍‌ ଯୋଦ୍ଧାଙ୍କ ମଧ୍ୟରେ ଜଣେ ୯ ବର୍ଷର ଝିଅ...

ମୃତ ବ୍ୟକ୍ତିଙ୍କ ନାମରେ ମାମଲା, କୋର୍ଟରୁ ଆସିଲା ନୋଟିସ୍‌

ପାଟନା: ମୃତକ ହିତାଧିକାରୀ ହୋଇ ରାଶନ, ଘର ତଥା ଭତ୍ତା ପାଇବା କଥା ଶୁଣିଛନ୍ତି। ମାତ୍ର ମୃତକଙ୍କ ନାମରେ କେସ୍‌ ହେବା କଥା କେବେ ଶୁଣିଛନ୍ତି...

ଜ୍ୱାଇଁଙ୍କ ସନ୍ତାନକୁ ଜନ୍ମ ଦେଲେ ଶାଶୁ , ଝିଅ କହିଲେ ଏମିତି..

ଜ୍ୱାଇଁଙ୍କ ସନ୍ତାନକୁ ଜନ୍ମ ଦେଲେ ଶାଶୁ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବିି ସତ। ଏପରି ଏକ ଘଟଣା ଘଟିଛି ଆମେରିକାର ସିକାଗୋରେ। ସେଠାରେ ରହୁଥିବା...

ପର୍ଯ୍ୟଟନସ୍ଥଳୀ: ବାଲାସିନୋରର ଡାଇନୋସର ପାର୍କ

ଗୁଜରାଟର ମହିସାଗର ଜିଲା ଅନ୍ତର୍ଗତ ଏକ ସହର ହେଉଛି ବାଲାସିନୋର। ଉକ୍ତ ସହରରେ ରହିଛି ଏକ ଡାଇନୋସର ପାର୍କ ଓ ମ୍ୟୁଜିୟମ୍‌; ଯେଉଁଠାରେ ପର୍ଯ୍ୟଟକ ଡାଇନୋସରଙ୍କ...

ପିକ୍‌ନିକ୍‌ ସ୍ପଟ୍‌: ‘ଢୁ ଢୁଆ’ ଜଳପ୍ରପାତ

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ଖୋର୍ଦ୍ଧା ଜିଲା। ପାହାଡ଼, ଜଙ୍ଗଲ, ନଦୀ, ଝରଣା, ଆଦିବାସୀ ସଂସ୍କୃତି ଏବଂ ବିଭିନ୍ନ ମନ୍ଦିର ଜିଲାକୁ ସ୍ବତନ୍ତ୍ର ପରିଚୟ ଦେଇଛି।...

ପାର୍କିଂ ସ୍ଥାନରେ ଚାଲିଛି ପାଠପଢ଼ା, ଫିସ୍‌ ଶୁଣିଲେ ଉଡିଯିବ ହୋସ୍‌

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ଏବଂ ଶଟ୍‌ଡାଉନ୍‌ ପାଇଁ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ଅନ୍‌ଲକ୍‌ ଚାଲୁ ହେଲାଣି।...

ନିସ୍ତବ୍ଧ ରାତିରେ ଏହି ମନ୍ଦିରରେ କଥାବାର୍ତ୍ତା ହୁଅନ୍ତି ମୂର୍ତ୍ତି…

ବିଜ୍ଞାନ ଯୁଗରେ କୌଣସି କଥା ଅସମ୍ଭବ ନୁହେଁ। ତେବେ ମନ୍ଦିରରେ ମୂର୍ତ୍ତିଗୁଡିକ ମଣିଷ ପରି କଥା କହୁଥିବା ଶୁଣିଲେ ବିଶ୍ୱାସ ହୋଇ ନ ଥାଏ। ବିହାର...

ଆମେ ଆଉ ପ୍ଲାଷ୍ଟିକ୍‌ ବୋତଲ

କାଚପରି ସ୍ବଚ୍ଛ କିନ୍ତୁ କାଚ ତୁଳନାରେ ଢେର ହାଲୁକା । ତଳେ ପଡିଲେ ଭାଙ୍ଗିବନି କି ଫାଟିବନି। ଯେଉଁଠି ଲିଟରେ ପାଣି ରଖିବାକୁ ଆବଶ୍ୟକ ହେଉଥିଲା...

Advertisement


Archives

Model This Week