ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା

ଖଇରା, ୨୧।୪(ଡି.ଏନ.ଏ.)-ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତ ଅଧୀନ ତୁମ୍ବାପଦି ଗ୍ରାମର ଚାଷୀ ସୂର୍ଯ୍ୟମଣୀ ପାଢୀଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ କରିବା ପରେ ଏବେ ତାଙ୍କ ପରିବାରକୁ ବୀମା ଅର୍ଥ ବାବଦରେ ବର୍ତ୍ତନା ସେବା ସମବାୟ ସମିତି ତରଫରୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ସମିତିର ସମ୍ପାଦକ ଅକ୍ଷୟ ରାଉତଙ୍କ ପୌରୋହତ୍ୟରେ ଆୟୋଜିତ ସଭାରେ ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ବ୍ୟାଙ୍କର ଖଇରା ଶାଖା ପରିଚାଳକ ସଞ୍ଜୟ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ମାତ୍ର ୮୯ଟଙ୍କା ବାର୍ଷିକ ପ୍ରମିୟମ ଦେଇ ବୀମା ଉପକାରିତା ନେବାକୁ ପରାମର୍ଶ ଦେଇଥିଲେ ା ପ୍ରତ୍ୟେକ ଚାଷୀ ଯେଭଳି ଏଥିପ୍ରତି ଯନତ୍ବାନ ହେବେ ସେଥିଲାଗି ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ବୋର୍ଡ ସଭ୍ୟ ଶଙ୍କର୍ଷଣ ଜେନା, ରବୀନ୍ଦ୍ର ନାଥ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ ଶାଖା ପରିଚାଳକ ମହାନ୍ତି ମୃତା ଚାଷୀଙ୍କ ପୁଅ ସ୍ନେହାଦିତ୍ୟ ପାଢୀଙ୍କୁ ୫ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଠପଢ଼ା ବୟସରେ ପରିବାର ଚିନ୍ତା

ସିମୁଳିଆ, ୩।୪(ଡି.ଏନ.ଏ.)-ଯେଉଁ ବୟସରେ ପାଠ ପଢାପଢି ସହ ସାଙ୍ଗସାଥୀମାନଙ୍କ ସହ ଦିନ କାଟିବା କଥା, ତାହା ବଦଳରେ ଘାରିଛି ପରିବାର ବୋଝ। ତଥାପି ଭାଙ୍ଗି ନ...

ଫି ’ ବୃଦ୍ଧି ପ୍ରତିବାଦ: କମର୍ଦା କଲେଜରେ ବିକ୍ଷୋଭ

ଭୋଗରାଇ,୧୩।୨,(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କମର୍ଦା କଲେଜରେ ଶନିବାର ବିକ୍ଷୋଭ ହୋଇଛି। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ରମାନେ ଫି’ ବୃଦ୍ଧି ପ୍ରତ୍ୟାହାର...

ସ୍ତ୍ରୀଙ୍କୁ ହତ୍ୟା କରି ଟାଙ୍ଗିଦେଲେ ସ୍ବାମୀ: ଗ୍ରାମବାସୀ ଦେଲେ ପୋଲିସ ଜିମା

ବାହାନଗା, ୯ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିବା ପରେ...

ସାଇକେଲରେ ବୁଲି ମାସ୍କ ବାଣ୍ଟୁଛନ୍ତି ଦିବ୍ୟାଙ୍ଗ

ସଜନାଗଡ, ୨୯।୭(ଡି.ଏନ.ଏ.)-ମହାମାରୀ କରୋନା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ସଚେତନ କରିବା ପାଇଁ ଆଗେଇ ଆସୁଛନ୍ତି ଜଣେ ଦିବ୍ୟାଙ୍ଗ। ସେ ନିଜେ ସାଇକେଲରେ ଡାକବାଜି ଯନ୍ତ୍ର...

‘ରୁପାବାଲି ଖେଳପଡ଼ିଆ ହେବ ମିନିଷ୍ଟାଡିୟମ୍‌’

ବାଲେଶ୍ୱର ଅଫିସ/ରେମୁଣା, ୧୯।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲାକୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଶନିବାର ଦିନିକିଆ ଗସ୍ତରେ...

୧୨ ବର୍ଷ ହେଲା ବିଛଣାରେ ନିବେଦିତା: ଆଶାରେ ଦିନ ବିତାଉଛନ୍ତି ମା’ବାପା

ବାଲେଶ୍ୱର ଅଫିସ, ୨୩।୧୨-ମା’ ବାପା ଗରିବ ହୋଇଥିଲେ ବି ମନୋବଳ ହରାଇନାହାନ୍ତି। ଦୀର୍ଘ ୧୨ବର୍ଷ ଧରି ନିଜ ରୋଗଣା ଝିଅ ନିବେଦିତାକୁ ଯତ୍ନର ସହ ଲାଳନପାଳନ...

ବାଲିଆପାଳରେ ଦିବ୍ୟାଙ୍ଗଙ୍କୁ ରାଶନ ବଣ୍ଟନ

ଲଙ୍ଗଳେଶ୍ୱର, ୫।୫(ଡି.ଏନ.ଏ.)-କରୋନା ମହାମାରୀରେ ସାରା ପୃଥିବୀ କବଳିତ ହୋଇଥିବା ବେଳେ ଦିବ୍ୟାଙ୍ଗମାନେ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଗ୍ରାମାଞ୍ଚଳରେ ବାସ କରୁଥିବା ଦିବ୍ୟାଙ୍ଗମାନେ ବିଭିନ୍ନ...

୧୦୦ବସ୍ତା ସାର ଜବତ:କୃଷି ଅଧିକାରୀଙ୍କୁ ଘେରିଲେ ମହିଳା

ସିମୁଳିଆ, ୧।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମୁରୁଣା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୧୦୦ବସ୍ତା ଗ୍ରୋମର ସାର ଜବତକୁ କେନ୍ଦ୍ର କରି ସୋମବାର ପଞ୍ଚାୟତର ବିଭିନ୍ନ...

Advertisement
Archives

Model This Week