Posted inଭଦ୍ରକ

ମୃଣ୍ମୟୀ ମୂର୍ତ୍ତି ସ୍ଥାନ ନେଲା ଦାରୁ ବିଗ୍ରହ

ଭଦ୍ରକ ଅଫିସ, ୧୮ା୩- ଭଦ୍ରକ ବ୍ଲକ ଚରମ୍ପା ବରାଳପୋଖରୀ ଅଞ୍ଚଳର ଜାନୁଗଞ୍ଜ ଗାଁରେ ଜଗନ୍ନାଥଙ୍କ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ପରେ ସୋମବାର ଦାରୁବିଗ୍ରହ ପ୍ରତିଷ୍ଠା ହୋଇଛି। କାହିଁ କେଉଁ କାଳରୁ ବରାଳପୋଖରୀ ଅଞ୍ଚଳରେ ପ୍ରତିବର୍ଷ ପରି ରୀତିନୀତି ଅନୁଯାୟୀ ଠାକୁରଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇ ବିସର୍ଜନ କରାଯାଉଥିଲା। ସ୍ଥାନୀୟ ଅଞ୍ଚଳର ଯୁବକ ମନୋଜ ମହାନ୍ତି ପିଲାଟି ଦିନୁ ମାଟି ରଥ ତିଆରି କରି କାଳିଆ ଠାକୁରଙ୍କୁ ରଥାଋଢ଼ କରି ବୁଲାଉଥିଲେ। ଏଥିସହ ପ୍ରତିଦିନ ପୂଜାର୍ଚ୍ଚନା କରୁଥିଲେ। ଥରେ ଜଗନ୍ନାଥ ଦର୍ଶନ କରିବାପାଇଁ ପୁରୀ ଯାଇ ସେଠାରୁ କାଠରେ ନିର୍ମିତ ତିନୋଟି ମୂର୍ତ୍ତି ଆଣି ଘରେ ପହଞ୍ଚିଥିଲେ। ସେହି ମୂର୍ତ୍ତି ଘରେ ପୂଜା ପାଇବା ଉପଯୋଗୀ ନୁହେଁ ବୋଲି ସ୍ଥାନୀୟ ଜଣେ ପଣ୍ଡିତ କହିଥିଲେ। ଏହା ପରେ ମନୋଜ ତିନୋଟି ମୂର୍ତ୍ତିକୁ ନେଇ ସ୍ଥାନୀୟ ଝାଟିଆ ସାହି ମଠରେ ରଖି ଦୀର୍ଘଦିନହେବ ପୂଜାର୍ଚ୍ଚନା କରିଆସୁଥିଲେ। ଛୋଟିଆ ଗ୍ୟାରେଜ ମିସ୍ତ୍ରି କାମ କରି ଗୁଜୁରାଣ ମେଣ୍ଟାଉଥିବା ମନୋଜ ନିଜ ହାତ ପାଣ୍ଠିରୁ କିଛି ଅର୍ଥ ସହ ଅନ୍ୟମାନଙ୍କ ସହଯୋଗରେ ନିଜ ସ୍ବପ୍ନକୁ ସାକାର କରିବାପାଇଁ ଏକ ମନ୍ଦିର ନିର୍ମାଣ କରି ବିଗ୍ରହମାନଙ୍କୁ ମଙ୍ଗଳବାର ସ୍ଥାପନ କରିଛନ୍ତି। ପ୍ରତିଷ୍ଠା ଉତ୍ସବରେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଭକ୍ତିପୂତ ପରିବେଶ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ବିଷ୍ଣୁ ସେଠୀ କରୋନା ଆକ୍ରାନ୍ତ

ଭଦ୍ରକ ଅଫିସ,୪ା୭: ଭଦ୍ରକ ଜିଲା ଧାମନଗର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍‌ସରେ ଭର୍ତ୍ତି ହୋଇ...

ଭାରତୀୟ ଟାଏକୋଣ୍ଡୋ ପ୍ରଶିକ୍ଷକ ତାଲିକାରେ ଚିନ୍ମୟ

ଭଦ୍ରକ ଅଫିସ,୪।୫-ଭାରତୀୟ ଟାଏକୋଣ୍ଡୋ ଦଳରେ ପ୍ରଶିକ୍ଷକ ତାଲିକାରେ ଦଳରେ ଭଦ୍ରକର ଚିନ୍ମୟ ବେହେରାଙ୍କ ନାମ ସ୍ଥାନ ପାଇଛି। ଚଳିତ ମାସ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ...

୧୦ ଦିନରେ ୨୨ ଶିଶୁ ପଜିଟିଭ

ଭଦ୍ରକ ଅଫିସ,୩୦।୮: ଭଦ୍ରକ ଜିଲାରେ ଦୈନିକ କୋଭିଡ୍‌ ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ଶିଶୁମାନେ ସଂକ୍ରମିତ ହେଉଛନ୍ତି। ଜିଲା ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଗତ...

ବର୍ଷାରେ ଭିଜିଲା ଅମଳ ଧାନ

ବନ୍ତ,୫।୧(ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକରେ ଅଦିନିଆ ବର୍ଷା ଚାଷୀଙ୍କ ନିଦ ହଜାଇଛି। ଗତ ନଭେମ୍ବରରେ ବୁଲବୁଲ୍‌ ବାତ୍ୟାରେ ଧାନ ଫସଲ ନଷ୍ଟ ହୋଇଥିଲା। ଏ...

ଏଟିଏମ୍‌ ଟ୍ରେଜେରି କାଟି ଲୁଟ୍‌ ଉଦ୍ୟମ

ଭଦ୍ରକ ଅଫିସ,୭।୧୨: ଭଦ୍ରକ ଜିଲା ଧାମନଗର ଥାନା ଦୋବଲ ବଜାର ଟାଟା ଇଣ୍ଡିକେସ୍‌ ଏଟିଏମ୍‌ରୁ ଶୁକ୍ରବାର ରାତିରେ ଲୁଟ୍‌ ଉଦ୍ୟମ ହୋଇଛି। କେହି ଦୁର୍ବୃତ୍ତ ଗ୍ୟାସ୍‌...

ପୋଲ ତଳକୁ ଖସି ବାଇକ୍‌ ଆରୋହୀଙ୍କ ଜୀବନ ଗଲା

ବାସୁଦେବପୁର,୨୦।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର-ଧାମରା ରାସ୍ତାର ମନ୍ଦାରୀ ପୋଲ ନିକଟରେ ପୋଲ ତଳକୁ ଖସି ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲେଶ୍ୱର...

ବଧୂ ହତ୍ୟା ଅଭିଯୋଗ

ଭଣ୍ଡାରିପୋଖରୀ, ୨୭।୫ (ଡି.ଏନ.ଏ.)-ଭଣ୍ଡାରିପୋଖରୀ ଥାନା ବାଲିପୋଖରୀ ଗ୍ରାମରେ ଜଣେ ମହିଳାଙ୍କୁ ଶାଶୁ ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତମହିଳା ହେଲେ ପ୍ରମିଳା ଦାସ।...

ଚୋର ଧରିବାକୁ ବୁଲିଲା ଖଟ

ଭଦ୍ରକ ଅଫିସ, ୨।୩- ଡିଜିଟାଲ ଯୁଗରେ ବି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଚୋର ଧରିବାକୁ ଲୋକେ ଗାଁରେ ବୁଲାଇଲେ ଖଟ। ରବିବାର ଭଦ୍ରକ ଗ୍ରାମାଞ୍ଚଳ ଥାନା...

Advertisement
Archives

Model This Week