ମୁସରଙ୍ଗି ଜଙ୍ଗଲରୁ ବାଘ ଉଭାନ : ବନବିଭାଗ ଛାନ୍‌ଭିନ୍‌ ଜାରି

ନୂଆପଡ଼ା ଅଫିସ,୧୦ା୮
ସ୍ଥାନୀୟ ମୁସରଙ୍ଗି ଜଙ୍ଗଲରେ ୨ ଛୁଆ ସମେତ ୪ କଲରାପତରିଆ ବାଘ ଥିବା ଜଣାପଡ଼ିବା ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ା ବନ ବିଭାଗ ପକ୍ଷରୁ ଏ ନେଇ ବିଭିନ୍ନ ସ୍ଥାନରେ କର୍ମଚାରୀ ମୁତୟନ କରାଯାଇଥିଲା ା ହେଲେ ଶୁକ୍ରବାର ଜଙ୍ଗଲରେ ସେହି ବାଘ ନ ଥିବା ଜଣାପଡିଛି । ଶାବକମାନଙ୍କ ସହ ବାଘଦ୍ୱୟ କୁଆଡେ ଉଭାନ ହୋଇଯାଇଥିବା ବନ ବିଭାଗ କହିଛି ା ଏଥିପାଇଁ ବନ ବିଭାଗ ତରଫରୁ ସମଗ୍ର ଜଙ୍ଗଲ ଅଞ୍ଚଳକୁ ଛାନ୍‌ଭିନ୍‌ କରାଯାଉଛି।
ସୂଚନାଯୋଗ୍ୟ, ଜଙ୍ଗଲ ଭିତରେ ଥିବା ପଥର ଚଟାଣରେ ଗୁରୁବାର ଦିନ ତମାମ ଦୁଇଟି ବଡ ବାଘ ଶୋଇ ରହିଥିବା ଲୋକେ ଦେଖିଥିଲେ। ଏ ବିଷୟରେ ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ସେହି ବାଘ ଦୁଇଟିକୁ ଦେଖିଥିଲେ ା ହେଲେ ଶୁକ୍ରବାର ମଧ୍ୟ ଆଖପାଖ ଗାଁରେ ଭୟର ବାତାବରଣ ଲାଗି ରହିଛି ା ବାଘଦ୍ୱୟ ନିଜ ଶାବକଙ୍କ ସହ ଗାଁକୁ ପଶି ଆସିଥାଇ କେଉଁଠି ଆତ୍ମଗୋପନ କରିଥିବା ସନ୍ଦେହ କରାଯାଉଛି ା ଏହାକୁ ମଧ୍ୟ ବନ ବିଭାଗ ଗୁରୁତର ସହ ନେଇଛି ା ସକାଳ ୮ଟାରେ ଫରେଷ୍ଟର ଗୋପାଳ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ ଜଙ୍ଗଲ ଶିଖରକୁ ଯାଇଥିଲା। ସେଠାରେ ବାଘର କୌଣସି ସନ୍ଧାନ ମିଳି ନ ଥିବାରୁ ସାରା ଜଙ୍ଗଲ ଅଞ୍ଚଳରେ ଖୋଜାଯାଇଥିଲା ା ହେଲେ କୌଣସି ସ୍ଥାନରେ ବାଘ ନ ଥିବା ଫରେଷ୍ଟର ମହାନନ୍ଦ କହିଛନ୍ତ। ତଥାପି ବାଘର ହିଂସ୍ରତାକୁ ବିଚାରକୁ ନେଇ ଗ୍ରାମବାସୀ ଏହାକୁ ହାଲୁକା ଭାବେ ନ ନେଇ ସତର୍କତା ଅବଲମ୍ବନ କରିବାକୁ ବନବିଭାଗ କହିଛି ା ବନବିଭାଗ ଅସ୍ଥାୟୀ କ୍ୟାମ୍ପ କରି ଗାଁରେ ରହିବାକୁ ଗ୍ରାମବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଫୁଲ ହତ୍ୟା ମାମଲା ସ୍ତ୍ରୀ, ପ୍ରେମିକ ଜେଲ ଗଲେ

ବ୍ରହ୍ମପୁର ଅଫିସ,୨୪ା୧-ସଦର ଥାନା ଅନ୍ତର୍ଗତ ସୁକୁଣ୍ଡାରେ ରହୁଥିବା ପ୍ରଫୁଲ୍ଲ ସାହୁଙ୍କୁ ତାଙ୍କ ସ୍ତ୍ରୀ ମିତା ଓ ପ୍ରେମିକ ସରୋଜ ମହାରଣା ଗତ ମଙ୍ଗଳବାର ରାତିରେ ଯୋଜନାବଦ୍ଧ...

ଡାଲି ପାଇଁ କଳି: ବିଷ ପିଇ ଜୀବନ ହାରିଲେ ବାପା, ପୁଅ

କେସିଙ୍ଗା/ଭବାନୀପାଟଣା,୩।୭ (ଡି.ଏନ.ଏ.)-କଳାହାଣ୍ଡି ଜିଲା ଏମ.ରାମପୁର ବ୍ଲକ୍‌ ଅଧୀନ ଦୁଟା ଗ୍ରାମରେ ଡାଲି ପାଇଁ ବାପ ପୁଅ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଦୀନବନ୍ଧୁ...

୪୦ ଡିଗ୍ରୀ ଉପରେ ୨୨ ସହର: ବଲାଙ୍ଗୀର ୪୩.୩

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ମଙ୍ଗଳବାର ରାଜ୍ୟର ୨୨ଟି ସ୍ଥାନରେ ତାପମାତ୍ରା ୪୦...

ଗୁରୁବାରଠୁ ବିଧାନସଭା ଶୀତକାଳୀନ ଅଧିବେଶନ: ମୁତୟନ ହେବେ ୩୪ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ବିଧାନସଭା ଶୀତକାଳୀନ ଅଧିବେଶନ ଗୁରୁବାରଠୁ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଡିଜିପି ସୁନୀଲ ବଶଂଲ ବୁଧବାର...

ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଶନିବାର ରାଜ୍ୟରେ ୧୩୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

କୂଳକୁ ଫେରିଲେ ନିଖୋଜ ୧୩ ମତ୍ସ୍ୟଜୀବୀ

ପାରାଦୀପ,୧୬ା୧(ସ୍ବ.ପ୍ର.): ୮ ତାରିଖରୁ ସମୁଦ୍ରକୁ ଯାଇଥିବା ୨ଟି ବୋଟ୍‌ର ୧୩ ଜଣ ମତ୍ସ୍ୟଜୀବୀ ନିଖୋଜ ଥିଲେ। ତାଙ୍କୁ ସୋମବାର ମଧ୍ୟାହ୍ନରେ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର କରାଯାଇଛି।...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବ୍ୟାପକ ଦୁର୍ନୀତି ବିଡିଓଙ୍କୁ ଭେଟିଲେ ଏମ୍‌ପି

ବେଗୁନିଆ, ୩।୧୧ (ଡି.ଏନ.ଏ.): ବାସ ଖଣ୍ଡିଏ ପାଇଁ ଏବେବି ବହୁ ଗରିବ ଲୋକ ସରକାରୀ ଯୋଜନାର ଠିକଣା ଖୋଜୁଛନ୍ତି। ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାରେ...

ସରିଲା ବାଲିଯାତ୍ରା: ପୁଣି ଆସନ୍ତା ବର୍ଷକୁ ଅପେକ୍ଷା

କଟକ ଅଫିସ, ୨୧।୧୧: ୯ ଦିନ ଧରି ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ବୁଧବାର ଶେଷ ହୋଇଛି। ଏଥିରେ ୫ ଲକ୍ଷ ଲୋକଙ୍କ ସମାଗମ ହୋଇଥିବାବେଳେ...

Advertisement
Archives

Model This Week