Posted inଖେଳ

ମୁମ୍ବାଇ ସିଟି ଏଫସିର ୬୫ ପ୍ରତିଶତ ଅଂଶ କିଣିଲା ସିଟି ଫୁଟବଲ ଗୃପ

ମୁମ୍ବାଇ, ୨୯।୧୧- କ୍ରୀଡା କ୍ଷେତ୍ରରେ ଏକ ଐତିହାସିକ ଘଟଣାକ୍ରମରେ ଇଂଲିଶ ପ୍ରିମିୟର ଲିଗ ଚାମ୍ପିୟନ ମାଞ୍ଚେଷ୍ଟର ସିଟି ଦଳର ମୂଳ କମ୍ପାନୀ ସିଟି ଫୁଟବଲ ଗୃପ ଗୁରୁବାର ଇଣ୍ଡିଆନ ସୁପର ଲିଗ (ଆଇଏସଏଲ)ର ଫ୍ରାଞ୍ଚାଇଜ଼ ମୁମ୍ବାଇ ସିଟି ଏଫସିର ୬୫ ପ୍ରତିଶତ ଅଂଶଧନ କ୍ରୟ କରିଛି। ଏଥିସହିତ ମୁମ୍ବାଇ ସିଟି ଏଫସି ସିଟି ଫୁଟବଲ ଗୃପ ନେଟୱର୍କର ଅଷ୍ଟମ କ୍ଲବ ବିବେଚିତ ହୋଇଛି। ସିଟି ଫୁଟବଲ ଗୃପ ଏବେ ମୁମ୍ବାଇ ସିଟି ଏଫସିର ୬୫ ପ୍ରତିଶତ ଅଂଶର ମାଲିକାନା ହାସଲ କରିଛି। ତେଣୁ ବର୍ତ୍ତମାନର ସେୟାରହୋଲଡ଼ର ଅଭିନେତା ରଣବୀର କପୁର ଓ ବିମଲ ପାରେଖଙ୍କ ପାଖରେ ବଳକା ୩୫ ପ୍ରତିଶତ ଅଂଶଧନ ରହିଛି। ମୁମ୍ବାଇଠାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଫୁଟବଲ ସ୍ପୋଟର୍‌ସ ଡେଭେଲପମେଣ୍ଟ ଲିମିଟେଡ଼ (ଏଫଏସଡିଏଲ) ଏବଂ ରିଲାଏନ୍ସ ଫାଉଣ୍ଡେଶନର ଅଧ୍ୟକ୍ଷା ନୀତା ଅମ୍ବାନୀ ଏବଂ ସିଟି ଫୁଟବଲ ଗୃପର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଫେରାନ ସୋରିଆନୋ ଏହା ପ୍ରକାଶ କରିଛନ୍ତି।
“ଆମେ ବିଶ୍ୱର ଫୁଟବଲ ଶକ୍ତିକେନ୍ଦ୍ରକୁ ଭାରତକୁ, ଇଣ୍ଡିଆନ ସୁପର ଲିଗକୁ ଏବଂ ଭାରତୀୟ ଫୁଟବଲକୁ ସ୍ବାଗତ ଜଣାଉଛୁ। ଏହା ଏକ ଐତିହାସିକ କ୍ଷଣ, କାରଣ ପ୍ରଥମ ଥର ପାଇଁ ଏକ ୟୁରୋପିଆନ କ୍ଲବ କୌଣସି ଭାରତୀୟ କ୍ଲବରେ ବହୁସଂଖ୍ୟକ ଅଂଶଧନ କ୍ରୟ କରିଛି। ଏହା ଭାରତୀୟ ଫୁଟବଲ ହାସଲ କରିଥିବା ଉତ୍କର୍ଷ ଓ ଭାରତୀୟ ଫୁଟବଲକୁ ନେଇ ଆମର ପ୍ରତିବଦ୍ଧତା ତଥା ଦୁରଦୃଷ୍ଟିକୁ ପ୍ରମାଣିତ କରିବା ସହ ଭାରତରେ ଫୁଟବଲର ବଢୁଥିବା ଲୋକପ୍ରିୟତା ଓ ଜନସମର୍ଥନର ପରିଚାୟକ“ ବୋଲି ନୀତା ପ୍ରକାଶ କରିଛନ୍ତି। ଭାରତରେ ସିଟି ଫୁଟବଲ ଗୃପକୁ ସ୍ବାଗତ ଜଣାଇବା ସହିତ ଏହି ଐତିହାସିକ ସହବନ୍ଧନ ଦ୍ୱାରା ମୁମ୍ବାଇ ସିଟି ଏଫସି ଦଳ ଓ ଭାରତୀୟ ଫୁଟବଲ ବେଶ ଲାଭାନ୍ବିତ ହେବ ବୋଲି ନୀତା କହିଛନ୍ତି। “ଏହି ଅଧିଗ୍ରହଣ ଓ ପୁଞ୍ଜିନିବେଶ ମୁମ୍ବାଇ ସିଟି ଏଫସି, ସିଟି ଫୁଟବଲ ଗୃପ ଓ ଭାରତୀୟ ଫୁଟବଲ ଜଗତରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆମର ବିଶ୍ୱାସ ରହିଛି। ଭାରତରେ ଫୁଟବଲର ଭବିଷ୍ୟତ ଓ ମୁମ୍ବାଇ ସିଟି ଏଫସି ପାଇଁ ସିଟି ଫୁଟବଲ ଗୃପ ପ୍ରତିବଦ୍ଧ। ଆମେ ମୁମ୍ବାଇ ସିଟି ଏଫସିର ପ୍ରଶଂସକ ଓ ସ୍ଥାନୀୟ ସମୁଦାୟରେ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ବେଶ ଉତ୍ସୁକ ଏବଂ ଆମର ସହ-ମାଲିକ ମାନଙ୍କ ସହିତ ଏକାଠି କାର୍ଯ୍ୟ କରି କ୍ଲବର ତ୍ୱରିତ ବିକାଶ ଦିଗରେ ଆମେ ପ୍ରଚେଷ୍ଟା କରିବୁ” ବୋଲି ସିଟି ଫୁଟବଲ ଗୃପର ଅଧ୍ୟକ୍ଷ ଖଲଦୋନ ଅଲ ମୁବାରକ କହିଛନ୍ତି। ସିଟି ଫୁଟବଲ ଗୃପ ପକ୍ଷରୁ ସିଟି ଫୁଟବଲ ଗୃପ ଇଣ୍ଡିଆର ମୁଖ୍ୟ ଭାବେ ବରିଷ୍ଠ ଉପସଭାପତି ଡେମିୟନ ବିଲୋବୀଙ୍କ ନାମ ଘୋଷଣା କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ସିଟି ଫୁଟବଲ ଗୃପ ବିଶ୍ୱର ଅଗ୍ରଣୀ ଫୁଟବଲ କ୍ଲବସମୂହର ସଞ୍ଚାଳକ ଏବଂ ଏହାର ମାଲିକାନାରେ ରହିଥିବା କ୍ଲବଗୁଡିକ ମଧ୍ୟରେ ରହିଛି ଇଂଲିଶ ପ୍ରିମିୟର ଲିଗ ଚମ୍ପିୟାନ ମଞ୍ଚେଷ୍ଟର ସିଟି ଏଫସି ସମେତ ଆମେରିକାର ନ୍ୟୁୟର୍କ ସିଟି, ଅଷ୍ଟ୍ରେଲିଆର ମେଲବର୍ନ ସିଟି ଏଫସି, ଜାପାନର ୟୋକହାମା ଏଫ ମଇରିନୋ, ଉରୁଗୁଏର କ୍ଲବ ଏଟଲେଟିକୋ ଟର୍କ, ସ୍ପେନର ଗିରୋନା ଏଫସି ଏବଂ ଚୀନର ସିଚୁଆନ ଜିଉନିଉ ଏଫସି। ମୁମ୍ବାଇ ସିଟି ଏଫସି ଅନ୍ଧେରି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଥିବା ମୁମ୍ବାଇ ଫୁଟବଲ ଆରେନାରେ ୮୦୦୦ ଦର୍ଶକଙ୍କ ସମ୍ମୁଖରେ ନିଜ ଘରୋଇ ମ୍ୟାଚ ଖେଳୁଛି। ଏଣିକି ମାଞ୍ଚେଷ୍ଟର ସିଟିର ସ୍ପାନିଶ ମ୍ୟାନେଜର ପେପ୍‌ ଗ୍ବାର୍ଡିଓଲା ମୁମ୍ବାଇ ସିଟି ଏଫସି କୋଚ୍‌ଙ୍କ ସହ ସମ୍ପର୍କରେ ରହିବେ ବୋଲି ସୋରିଆନୋ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହିରୋରୁ ଜିରୋ: ସଫଳତା ପାଇବା ପରେ ଏହି ଖେଳାଳି ହୋଇଛନ୍ତି ଭିଲିଆନ୍‌

ନୂଆଦିଲ୍ଲୀ,୨୩।୫: ୨୦୦୮ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଦେଶରେ କୁସ୍ତି ପାଇଁ ସୁଶୀଲ କୁମାର ଏକ ନୂତନ ଦିଗ ଦେଇଥିଲେ। ସେ ପୁଣି ୨୦୧୨ ଅଲିମ୍ପିକ୍ସରେ...

ମନ ଜିଣିଲେ କୋହଲି

ଇନ୍ଦୋର,୧୫।୧୧- ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ନିଜ ବ୍ୟାଟିଂ ପାଇଁ ନୁହେଁ ବରଂ ଭିନ୍ନ କାରଣ ଲାଗି ପ୍ରଶଂସକଙ୍କ ମନ ଜିଣିଛନ୍ତି। ହୋଲ୍‌କାର ଷ୍ଟାଡିୟମରେ...

ଆସେସ୍‌ : ବର୍ମିଂହାମରେ ପ୍ରଥମ ଟେଷ୍ଟ: ଆର୍ଚର ଖେଳିବେନି

ବର୍ମିଂହାମ,୧।୮ (ଏଏଫ୍‌ପି)-ଗରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ହାଇପ୍ରୋଫାଇଲ ଆସେସ୍‌। ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦୁଇ ପାରମ୍ପରିକ...

ଗ୍ରେଗ୍‌ ବାର୍କଲେ ଆଇସିସି ନୂଆ ଅଧ୍ୟକ୍ଷ

ଦୁବାଇ,୨୬।୧୧(ପି.ଟି.): ନ୍ୟୁଜିଲାଣ୍ଡ କ୍ରିକେଟ ମୁଖ୍ୟ ଗ୍ରେଗ୍‌ ବାର୍କଲେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ନୂଆ ସ୍ବତନ୍ତ୍ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସିଙ୍ଗାପୁରର ଇମ୍ରାନ ଖ୍ବାଜାଙ୍କୁ...

ମାରାଡୋନାଙ୍କୁ ଅନ୍ତିମ ବିଦାୟ

ବୁଏନସଏରିଜ୍‌: ଶୋକାକୁଳ ପରିବେଶରେ ଗୁରୁବାର ଡିଏଗୋ ମାରାଡୋନାଙ୍କ ଶେଷକୃତ ସମ୍ପନ୍ନ ହୋଇଛି। ଫୁଟ୍‌ବଲପ୍ରେମୀମାନେ ସେମାନଙ୍କ ପ୍ରିୟ ଫୁଟ୍‌ବଲରଙ୍କୁ ଅନ୍ତିମ ବିଦାୟୀ ଜଣାଇବା ଲାଗି ପ୍ରବଳ ଭିଡ଼...

୨୩ ବର୍ଷରୁ କମ୍‌ ସି.କେ. ନାଇଡୁ ଟ୍ରଫି: ସିକ୍କିମକୁ ହରାଇଲା ଓଡିଶା, ପ୍ରିତମ ମ୍ୟାନ ଅଫ୍‌ ଦ ମ୍ୟାଚ

ସମ୍ବଲପୁର, ୭।୧(ବ୍ୟୁରୋ): ସୌରଭ ଗୌଡଙ୍କ ଦ୍ୱିଶତକ ଓ ବୋଲର ପ୍ରିତମ ସିଂ ଚୌହାନଙ୍କ ଘାତକ ବୋଲିଂ ସହାୟତାରେ ଓଡିଶା ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଅନୁଷ୍ଠିତ...

ଅଧିନାୟକଙ୍କ ଆଖିରେ ଲୁହ

ଦୁବାଇ,୨୬।୧୦: ଆଫଗାନିସ୍ତାନ ଟି-୨୦ ବିଶ୍ୱକପ ୨୦୨୧ରେ ଏକ ଜବରଦସ୍ତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସୁପର -୧୨ ରାଉଣ୍ଡରେ ଆଫଗାନିସ୍ତାନ ସ୍କଟଲ୍ୟାଣ୍ଡକୁ ୧୩୦ ରନରେ ପରାସ୍ତ...

୧୦୦ ଅନ୍ତର୍ଜାତୀୟ ଗୋଲ୍‌ ଦେବାରେ ରୋନାଲ୍ଡୋ ବିଶ୍ୱର ୨ୟ ଖେଳାଳି

ନୂଆଦିଲ୍ଲୀ, ୯।୯: ପର୍ତ୍ତୁଗାଲ ଷ୍ଟାର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ବିଶ୍ୱର ୨ୟ ପୁରୁଷ ଫୁଟ୍‌ବଲ୍‌ ଖେଳାଳି ଭାବେ ୧୦୦ ଅନ୍ତର୍ଜାତୀୟ ଗୋଲ୍‌ ସ୍କୋର କରିବାର ସୌଭାଗ୍ୟ ଲାଭ...

Advertisement


Archives

Model This Week