Posted inଖେଳ

ମୁମ୍ବାଇ ଇଣ୍ଡିଆନ୍ସରୁ ପପୁଙ୍କୁ ଡାକରା

କଟକ ଅଫିସ,୨୦ା୧୦-
ଓଡ଼ିଶା ସିନିୟର କ୍ରିକେଟ ଦଳର ବାମହାତୀ ଅର୍ଥୋଡକ୍ସ ପପୁ ରାୟଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ଡାକରା ଆସିଛି। ଭାରତୀୟ ପ୍ରିମିୟର ଲିଗ୍‌(ଆଇପିଏଲ)ର ସର୍ବାଧିକ ଟାଇଟଲ ବିଜୟୀ ଦଳ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇଟି ଅଭ୍ୟାସ ମ୍ୟାଚ୍‌ ମୁମ୍ବାଇରେ ଖେଳାଯିବ। ଏଥିରେ ପପୁ ଅଂଶ ଗ୍ରହଣ କରିବେ। ଶୁକ୍ରବାର ପପୁଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ଅଧିକାରୀ ଫୋନ ଯୋଗେ କଥା ହେବା ସହ ଅଭ୍ୟାସ ମ୍ୟାଚ୍‌ରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି। ଅଭ୍ୟାସ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କଲେ ପପୁ ରାଜ୍ୟର ୩ୟ ଖେଳାଳି ଭାବେ ଆଇପିଏଲରେ ଭାଗ ନେବାର ଗୌରବ ହାସଲ କରିବେ। ଏହା ପୂର୍ବରୁ ବିପ୍ଳବ ସାମନ୍ତରାୟ ଡେକାନ ଚାଜର୍ସ, ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଓ ହଳଧର ଦାସ ଡେକାନ୍‌ ଚାଜର୍ସ ଦଳରୁ ଆଇପିଏଲରେ ଦେଖିବାକୁ ମିଳିଛନ୍ତି। ଏବେ ରାଜ୍ୟ ସିନିୟର ଦଳର ଅଲରାଉଣ୍ଡର ଅଭିଷେକ ରାଉତ ମଧ୍ୟ ଆଇପିଏଲ ଖେଳିଛନ୍ତି। ହେଲେ ସେ ମହାରାଷ୍ଟ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବେଳେ ଆଇପିଏଲରେ ସୁଯୋଗ ପାଇଥିଲେ। ଅଭ୍ୟାସ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି ବୋଲି ପପୁ ନିଜ ପ୍ରତିକ୍ରିୟାରେ କହିଛନ୍ତି। ବାମହାତୀ ସ୍ପିନର ପପୁଙ୍କ ଘର ଯାଜପୁରରେ। ଗତ ୨୦୧୮-୧୯ରେ ସେ ରାଜ୍ୟ ପକ୍ଷରୁ ରଣଜୀ ସିଜନରେ ପଦାର୍ପଣ କରିଥିଲେ। ପଦାର୍ପଣ ସିରିଜରେ ତାଙ୍କ ପ୍ରଦର୍ଶନ ଉତ୍କୃଷ୍ଟ ରହିଥିଲା। ସେହିବର୍ଷ ଦେଓଧର ଟ୍ରଫିରେ ପପୁଙ୍କୁ ଇଣ୍ଡିଆ-ସି ପକ୍ଷରୁ ଖେଳିବାର ସୁଯୋଗ ମିଳିଥିଲା। ୨ଟି ମ୍ୟାଚ୍‌ ଖେଳି ମୋଟ ୬ଟି ଉଇକେଟ ଦଖଲ କରିଥିଲେ ପପୁ। ଏହାଛଡ଼ା ଇଂଲଣ୍ଡ ବିପକ୍ଷରେ ବୋର୍ଡ ସଭାପତି ଏକାଦଶ ଦଳରେ ମଧ୍ୟ ପପୁ ପ୍ରତିନିଧିତ୍ୱ କରିଛନ୍ତି। ରାଜ୍ୟ ସିନିୟର ଦଳରେ ଏବେ ସେ ଜଣେ ନିୟମିତ ଖେଳାଳି ତଥା ଭରସାଯୋଗ୍ୟ ସ୍ପିନ ବୋଲର। ଗତ ବିଜୟ ହଜାରେ ଟ୍ରଫିରେ ୭ଟି ମ୍ୟାଚ୍‌ ଖେଳି ପପୁ ୭ଟି ଉଇକେଟ ଦଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

Commonwealth Games: ଭାରତ ପାଇଁ ପ୍ରଥମ ପଦକ ଜିତିଲେ ଝଣ୍ଡୁ କୁମାର

ନୂଆଦିଲ୍ଲୀ,୨୫।୭: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ, ପାରା ଭାରୋତ୍ତୋଳକ ଝଣ୍ଡୁ କୁମାର କାଂସ୍ୟ ପଦକ ଜିତି ଭାରତ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛନ୍ତି…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

ଭାଇରାଲ ସେଲିବ୍ରେଶନକୁ ନେଇ ମୁହଁ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଗସ୍ତର ବିଫଳତାକୁ ପଛରେ ପକାଇ, ବୈଭବ ସୂର୍ଯ୍ୟବଂଶୀ ଗୁରୁବାର ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri