Posted inଖେଳ

ମୁମ୍ବାଇ ଇଣ୍ଡିଆନ୍ସରୁ ପପୁଙ୍କୁ ଡାକରା

କଟକ ଅଫିସ,୨୦ା୧୦-
ଓଡ଼ିଶା ସିନିୟର କ୍ରିକେଟ ଦଳର ବାମହାତୀ ଅର୍ଥୋଡକ୍ସ ପପୁ ରାୟଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ଡାକରା ଆସିଛି। ଭାରତୀୟ ପ୍ରିମିୟର ଲିଗ୍‌(ଆଇପିଏଲ)ର ସର୍ବାଧିକ ଟାଇଟଲ ବିଜୟୀ ଦଳ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇଟି ଅଭ୍ୟାସ ମ୍ୟାଚ୍‌ ମୁମ୍ବାଇରେ ଖେଳାଯିବ। ଏଥିରେ ପପୁ ଅଂଶ ଗ୍ରହଣ କରିବେ। ଶୁକ୍ରବାର ପପୁଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ଅଧିକାରୀ ଫୋନ ଯୋଗେ କଥା ହେବା ସହ ଅଭ୍ୟାସ ମ୍ୟାଚ୍‌ରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି। ଅଭ୍ୟାସ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କଲେ ପପୁ ରାଜ୍ୟର ୩ୟ ଖେଳାଳି ଭାବେ ଆଇପିଏଲରେ ଭାଗ ନେବାର ଗୌରବ ହାସଲ କରିବେ। ଏହା ପୂର୍ବରୁ ବିପ୍ଳବ ସାମନ୍ତରାୟ ଡେକାନ ଚାଜର୍ସ, ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଓ ହଳଧର ଦାସ ଡେକାନ୍‌ ଚାଜର୍ସ ଦଳରୁ ଆଇପିଏଲରେ ଦେଖିବାକୁ ମିଳିଛନ୍ତି। ଏବେ ରାଜ୍ୟ ସିନିୟର ଦଳର ଅଲରାଉଣ୍ଡର ଅଭିଷେକ ରାଉତ ମଧ୍ୟ ଆଇପିଏଲ ଖେଳିଛନ୍ତି। ହେଲେ ସେ ମହାରାଷ୍ଟ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବେଳେ ଆଇପିଏଲରେ ସୁଯୋଗ ପାଇଥିଲେ। ଅଭ୍ୟାସ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି ବୋଲି ପପୁ ନିଜ ପ୍ରତିକ୍ରିୟାରେ କହିଛନ୍ତି। ବାମହାତୀ ସ୍ପିନର ପପୁଙ୍କ ଘର ଯାଜପୁରରେ। ଗତ ୨୦୧୮-୧୯ରେ ସେ ରାଜ୍ୟ ପକ୍ଷରୁ ରଣଜୀ ସିଜନରେ ପଦାର୍ପଣ କରିଥିଲେ। ପଦାର୍ପଣ ସିରିଜରେ ତାଙ୍କ ପ୍ରଦର୍ଶନ ଉତ୍କୃଷ୍ଟ ରହିଥିଲା। ସେହିବର୍ଷ ଦେଓଧର ଟ୍ରଫିରେ ପପୁଙ୍କୁ ଇଣ୍ଡିଆ-ସି ପକ୍ଷରୁ ଖେଳିବାର ସୁଯୋଗ ମିଳିଥିଲା। ୨ଟି ମ୍ୟାଚ୍‌ ଖେଳି ମୋଟ ୬ଟି ଉଇକେଟ ଦଖଲ କରିଥିଲେ ପପୁ। ଏହାଛଡ଼ା ଇଂଲଣ୍ଡ ବିପକ୍ଷରେ ବୋର୍ଡ ସଭାପତି ଏକାଦଶ ଦଳରେ ମଧ୍ୟ ପପୁ ପ୍ରତିନିଧିତ୍ୱ କରିଛନ୍ତି। ରାଜ୍ୟ ସିନିୟର ଦଳରେ ଏବେ ସେ ଜଣେ ନିୟମିତ ଖେଳାଳି ତଥା ଭରସାଯୋଗ୍ୟ ସ୍ପିନ ବୋଲର। ଗତ ବିଜୟ ହଜାରେ ଟ୍ରଫିରେ ୭ଟି ମ୍ୟାଚ୍‌ ଖେଳି ପପୁ ୭ଟି ଉଇକେଟ ଦଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲେଭଲ୨ କୋଚିଂ ପ୍ରଶିକ୍ଷଣ ନେଉଛନ୍ତି ମିସ୍‌ବା, ଆଜମଲ

ଲାହୋର,୨୭।୫- ଭବିଷ୍ୟତରେ କୋଚ୍‌ ହେବା ଲାଗି ପୂର୍ବତନ ପାକିସ୍ତାନ ଅଧିନାୟକ ମିସ୍‌ବା ଉଲ ହକ୍‌ଙ୍କ ସମେତ ପାକିସ୍ତାନର ୧୩ ଜଣ ପୂର୍ବତନ କ୍ରିକେଟର ଜାତୀୟ କ୍ରିକେଟ...

ଇଣ୍ଡିଆନ ସୁପର ଲିଗ୍‌: ଜାମ୍‌ସେଦପୁର ବିଜୟୀ

ମାରଗାଓ,୨୭।୧୧(ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଜାମ୍‌ସେଦପୁର ଏଫ୍‌ସି ୧-୦ ଗୋଲରେ ଏଫ୍‌ସି ଗୋଆକୁ ପରାସ୍ତ କରିଛି। ସ୍ଥାନୀୟ ଜବାହରଲାଲ ନେହେରୁ...

ସାଢ଼େ ୪ ବର୍ଷ ପରେ ଫେରିଲେ !

ନୂଆଦିଲ୍ଲୀ,୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପାଇଁ ଦଳକୁ ଫେରିଛନ୍ତି ଟିମ୍‌ ଇଣ୍ଡିଆର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ପ୍ରାୟ...

ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ମେଲବୋର୍ନ,୨୯।୧୨: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ୮ ଉଇକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଫଳରେ ସିରିଜ୍‌ ୧-୧ ବରାବର ରହିଛି। ଭାରତୀୟ ଦଳ...

କ୍ରିକେଟ୍‌ରେ ଏମିତ ରୋଚକ ଘଟଣା ମାତ୍ର ଥରେ ଘଟିଛି

ନୂଆଦିଲ୍ଲୀ,୭।୧୨: ଇଂଲଣ୍ଡକୁ କ୍ରିକେଟର ପିତା କୁହାଯାଏ। ଇଂଲଣ୍ଡ କ୍ରିକେଟର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ମଧ୍ୟ ଖେଳିଥିଲେ। ଏହି ମ୍ୟାଚ୍‌ ଟେଷ୍ଟ କ୍ରିକେଟ ସହିତ ଆରମ୍ଭ ହୋଇଥିଲା।...

ଏସ୍‌ଡିସି କପ୍‌ ୨୦୨୦: ମହିଳା, ପୁରୁଷ ବର୍ଗରେ ସୁନ୍ଦରଗଡ଼ ଚାମ୍ପିୟନ

କଟକ ଅଫିସ,୬ା୩-  ରାଜ୍ୟ ସରକାରଙ୍କ ସ୍ପେସାଲ ଡେଭଲପମେଣ୍ଟ କାଉନସିଲ(ଏସ୍‌ଡିସି) ଓ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏସ୍‌ଡିସି କପ୍‌-୨୦୨୦ ଗୁରୁବାର ଉଦ୍‌ଯାପିତ...

ଅପେକ୍ଷାର ଅନ୍ତ: ସ୍ପୋର୍ଟସ ଆଙ୍କରଙ୍କ ହାତ ଧରିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୫।୩: ଭାରତୀୟ କ୍ରିକେଟ ଦଳର ଦ୍ରୁତତମ ବୋଲର ଯଶପ୍ରୀତ‌ ବୁମ୍‌ରା ସୋମବାର ଗୋଆରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ସ୍ପୋର୍ଟସ ଆଙ୍କର ସଞ୍ଜନା ଗଣେଶନଙ୍କ...

ଦିନକରେ ପଡ଼ିଲା ୧୦ ଉଇକେଟ୍‌

ଲଡର୍‌ସ, ୧୩।୮- ଲଡର୍‌ସ ଟେଷ୍ଟ ପ୍ରଥମ ଦିନରେ ମାତ୍ର ୩ ଉଇକେଟ ପଡ଼ିଥିବାବେଳେ ଦ୍ୱିତୀୟ ଦିନ ପଡ଼ିଛି ୧୦ ଉଇକେଟ। ପୂରା ଦିନରେ ବୋଲରମାନେ ରାଜୁତି...

Advertisement
Archives

Model This Week