ମୁମ୍ବାଇରେ ଓଡ଼ିଶା ପର୍ଯ୍ୟଟନର ରୋଡ୍‌ ଶୋ’

ଭୁବନେଶ୍ୱର,୨।୭(ବ୍ୟୁରୋ): ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ ଓଡ଼ିଶାକୁ ଧ୍ୱଂସବିଧ୍ୱସ୍ତ କରିଦେଇଥିଲେ ମଧ୍ୟ ରାଜ୍ୟ ବହୁଶୀଘ୍ର ଏହି ପ୍ରାକୃତିକ ବିପର୍ଯ୍ୟୟ ଜନିତ ସ୍ଥିତିରୁ ନିଜକୁ ବାହାର କରିପାରିଛି। ମାତ୍ର ୨ମାସ ମଧ୍ୟରେ ଓଡ଼ିଶା ନିଜକୁ ପୁନଃପ୍ରତିଷ୍ଠା କରି ଆସନ୍ତା ଜୁଲାଇ ୪ରୁ ୧୨ ତାରିଖ ପର୍ଯ୍ୟନ୍ତ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆୟୋଜନ କରିବାକୁ ଯାଉଛି। ସମଗ୍ର ଦେଶବାସୀ ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ନିଜର ଲୁକ୍କାୟିତ ଉତ୍କୃଷ୍ଠ ପର୍ଯ୍ୟଟନ ଶିଳ୍ପର ଅନୁଭୂତି ପ୍ରଦାନ କରିବାକୁ ପ୍ରସ୍ତୁତ ହୋଇ ରହିଛି ବୋଲି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି। ଜୁନ୍‌ ୨୮ ଓ ୨୯ ତାରିଖ ଦୁଇଦିନ ବ୍ୟାପୀ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ପର୍ଯ୍ୟଟନର ରୋଡ୍‌ ଶୋ’ରେ ଯୋଗଦେଇ ମନ୍ତ୍ରୀ ଉପସ୍ଥିତ ଟୁର୍‌ ଅପରେଟର୍‌ ଓ ଟୁର୍‌ ଗାଇଡ୍‌ମାନଙ୍କୁ ଏହା କହିଛନ୍ତି।
ଫିକି ଏବଂ ଓଡ଼ିଶା ପର୍ଯ୍ୟଟନର ମିଳିତ ସହଯୋଗରେ ଆୟୋଜିତ ଏହି ରୋଡ୍‌ ଶୋ’ରେ ମୁମ୍ବାଇର ୨୦୦ରୁ ଊର୍ଦ୍ଧ୍ୱ ଟୁର୍‌ ଓ ଟ୍ରାଭେଲ ଅପରେଟର ଯୋଗଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ ‘ବିଟୁବି’ ସେସନରେ ଓଡ଼ିଶାର ୧୮ଟି ପ୍ରମୁଖ ଟୁର୍‌ ଅପରେଟରଙ୍କ ସହ ସ୍ଥାନୀୟ ଟୁର୍‌ ଅପରେଟରମାନେ ଭାବ ବିନିମୟ କରିଥିଲେ। ଓଡ଼ିଶାରେ ରହିଥିବା ପର୍ଯ୍ୟଟନ ଶିଳ୍ପର ବ୍ୟାପକତା, ବିଭିନ୍ନ ସୁବିଧା ସୁଯୋଗ ଏବଂ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଓ ଟୁର୍‌ ପ୍ୟାକେଜ୍‌ ସମ୍ପର୍କରେ ଏଠାରେ ଆଲୋଚନା କରାଯାଇଥିଲା। ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀର ପ୍ରମୁଖ ଶିଳ୍ପପତି ଭି. କାମତ୍‌ ଏହି ରୋଡ୍‌ ଶୋ’ରେ ଯୋଗଦେଇ ଓଡ଼ିଶାରେ ତାଙ୍କ ଗ୍ରୁପ୍‌କୁ ଆହୁରି ବ୍ୟାପକ କରିବେ ବୋଲି କହିଥିଲେ। ଓଡ଼ିଶା ଏକ ଶିଳ୍ପ ଏବଂ ପୁଞ୍ଜିବିନିଯୋଗ ଅନୁକୂଳ ରାଜ୍ୟ। ଏଠାକାର ଖାଦ୍ୟ ଏବଂ କଳା, ସଂସ୍କୃତି ଭାରତର ଅନ୍ୟ ପ୍ରାନ୍ତଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ନିଆରା। ଉଭୟ ପର୍ଯ୍ୟଟକ ଏବଂ ପର୍ଯ୍ୟଟନ ଶିଳ୍ପ ପାଇଁ ଏଠାରେ ବ୍ୟାପକ ସୁଯୋଗ ରହିଛି ବୋଲି ସେ କହିଥିଲେ। ପର୍ଯ୍ୟଟନ ବିଭାଗ ଶାସନ ସଚିବ ବିଶାଲ ଦେବ ଏହି ଅବସରରେ ରାଜ୍ୟର ଧାର୍ମିକ ପର୍ଯ୍ୟଟନ, କ୍ରୀଡା ପର୍ଯ୍ୟଟନ, ଐତିହ୍ୟ ଓ ସାଂସ୍କୃତିକ ପର୍ଯ୍ୟଟନ, ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ପରିବେଷିତ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Watch:‘କେତେ କ୍ଷୀର ପିଉଛ’, ରବି ଶାସ୍ତ୍ରୀଙ୍କ ଏମିତି ପ୍ରଶ୍ନରେ ମଜାଦାର ଉତ୍ତର ଦେଲେ ବୈଭବ ସୂର୍ଯ୍ୟବଂଶୀ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ 2026 ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଆରସିବି ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଛି। ୧୫ ବର୍ଷୀୟ ବୈଭବ…

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ…

ଦୂରହେଉନି ଚୁକ୍ତିନାମା ଅନିଶ୍ଚିତତା

ଓ୍ବାଶିଂଟନ/ତେହରାନ୍‌,୧।୬: ଇରାନ ଓ ଆମେରିକା ମଧ୍ୟରେ ସ୍ଥାୟୀ ଯୁଦ୍ଧବିରତିକୁ ନେଇ ଅନିଶ୍ଚିତତାର ଅନ୍ତ ହେଉନାହିଁ। ଯୁଦ୍ଧ ବନ୍ଦ ଲାଗି ଆମେରିକା ଇରାନ ପାଖକୁ କେତେକ କଠୋର ସର୍ତ୍ତ ପଠାଇଥିଲା।…

କଟକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

କଟକ,୧ା୬: ପ୍ରେସ୍‌ ଛକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ମାଛ ମାର୍କେଟ ଜଳି ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri