ମୁଦ୍ରାରେ ବିଶ୍ୱାସ

ଦେବଦତ୍ତ ପଟ୍ଟନାୟକ

ଭାରତରେ ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ହୋଇଥିଲା। ଏହା ଆମ ସମ୍ମୁଖରେ ବ୍ୟବସ୍ଥା ବା ସରକାରଙ୍କ ଶକ୍ତିକୁ ପ୍ରକାଶ କରିଥିଲା। ଦେଖିବାକୁ ଗଲେ କେଉଁ କାଗଜ ଖଣ୍ଡିକ ଟଙ୍କା ଓ କେଉଁଟି ନୁହେଁ, ତାହା ସରକାର ଆମକୁ କହିଛନ୍ତି। ମଣିଷ ଭାବରେ ଆମେ ଯେକୌଣସି ଜିନିଷକୁ ଅର୍ଥରେ (ମୁଦ୍ରା ଆକାରରେ) ପରିଣତ କରିପାରିବା ଏବଂ ଏହାକୁ ବାଣିଜ୍ୟ ପାଇଁ ବ୍ୟବହାର କରିପାରିବା। ପୁରୁଣା କାଳରେ ଲୋକମାନେ କଉଡ଼ିଠାରୁ ଆରମ୍ଭ କରି କଫି ମଞ୍ଜି ଓ ଧାତୁ ଟୁକୁଡା ପର୍ଯ୍ୟନ୍ତ ସବୁକିଛି ମୁଦ୍ରା ଭାବେ ବ୍ୟବହାର କରିଛନ୍ତି। ଏହା ସବୁ ବାସ୍ତବରେ ବିଶ୍ୱାସ ବିଷୟ। ଜଣେ କ୍ରେତାଙ୍କୁ ବିକ୍ରେତା ଦେଉଥିବା ଟୋକନ (କାଗଜ ବା ଧାତୁ ଟୁକୁଡ଼ା)ର ମୂଲ୍ୟ ଉପରେ ସେ ବିଶ୍ୱାସ କରନ୍ତି କି? ହଁ, ସେ ବିଶ୍ୱାସ ଥିଲା। ହେଲେ ସାମ୍ପ୍ରତିକ ସମୟରେ ଟଙ୍କା ଭାବେ ସ୍କ୍ରିନ ଉପରେ ଦୃଶ୍ୟମାନ ଏକ ସଂଖ୍ୟାକୁ ଆମେ ବିଶ୍ୱାସ କରୁ। ଏହି ସଂଖ୍ୟା ମୁଦ୍ରାର ମୂଲ୍ୟକୁ ସୂଚିତ କରେ। ଟେକ୍ନୋଲୋଜି ଉପରେ ଆମେ କେତେ ବିଶ୍ୱାସ କରୁ ତାହା ଏଥିରୁ ବୁଝାପଡ଼େ।
ଏକଦା କଉଡ଼ି(ମାଳଦ୍ୱୀପରୁ)କୁ ମୁଦ୍ରା ଭାବେ ବିଶ୍ୱାସ କରାଯାଉଥିଲା, ଯାହାକୁ ‘ଫୁଟି କଉଡ଼ି’ ଭାବେ ସୂଚିତ କରାଯାଇଥାଏ। ପୁରାତନ କାଳରେ ଚାରିଟି ଭଙ୍ଗା କଉଡ଼ିରୁ ଏକ ମୂଲ୍ୟର କଉଡ଼ି ହେଉଥିଲା। ଗୋଟିଏ ସମୟରେ ମହିଳାମାନେ କଉଡ଼ି ହାର ପିନ୍ଧୁଥିଲେ। ସେମାନଙ୍କ ପାଖରେ ଥିବା ଧନ ପ୍ରଦର୍ଶନ କରିବା ଲାଗି ସେମାନେ ଏହା କରୁଥିଲେ। ତା’ପରେ ସେମାନେ ସୁନା ମୁଦ୍ରାରେ ତିଆରି ହାର ପିନ୍ଧିଲେ। କିନ୍ତୁ ଆମେ ଏବେ ଡିଜିଟାଲ ମୁଦ୍ରା ପିନ୍ଧିପାରିବୁ ନାହିଁ। ତେଣୁ ଆମେ ବ୍ରାଣ୍ଡେଡ୍‌ ବା ମାର୍କାଦିଆ ପୋଷାକ ପିନ୍ଧି ଆମର ଧନ ଏବଂ ସାମାଜିକ ସ୍ଥିତିକୁ ପ୍ରଦର୍ଶନ କରୁଛୁ, ଯାହାର ମୂଲ୍ୟ ବିଜ୍ଞାପନ ଏବଂ ସ୍ନୋବେରି ମାଧ୍ୟମରେ ପ୍ରଚାର ହୋଇଥାଏ। ଧନ ଓ ସ୍ଥିତିକୁ ଦେଖାଇବା ଲାଗି ଏକ ଦାମୀ ଜୋତା, ଫୋନ କିମ୍ବା ବ୍ୟାଗ ଯାହା କରୁଛି ତାହା ଆଜକୁ ଦୁଇ ହଜାର ବର୍ଷ ପୂର୍ବେ ବିରଳ ରତ୍ନ ଏବଂ ପଥର କରୁଥିଲେ।
ସ୍ବଚ୍ଛ ପ୍ରତୀକ ଥିବା ମୁଦ୍ରା ପ୍ରାୟ ୨୫୦୦ ବର୍ଷ ପୂର୍ବେ ଏକ ସମୟରେ ଗ୍ରୀସ୍‌, ଭାରତ ଏବଂ ଚାଇନାରେ ଦେଖାଦେଇଥିଲା। ଭାରତରେ ବିଶେଷକରି ଗାଙ୍ଗେୟ ଉପତ୍ୟକାର ବ୍ୟବସାୟୀମାନେ ଏହାକୁ ଅଧିକ ବ୍ୟବହାର କରୁଥିଲେ। ଏହାକୁ କର୍‌ଶପାନ ବା କୋଶା (କୋଷାଗାର) କୁହାଯାଉଥିଲା। ଏହି ଶବ୍ଦରୁ ଇଂଲିଶ ଶବ୍ଦ ‘କ୍ୟାଶ’ ସୃଷ୍ଟି ହୋଇଛି। ଚାଇନାରେ ଏହାକୁ ଟିକସୀକରଣ ଭାବେ ବିଚାର କରିବାକୁ ହେଉଥିବାବେଳେ ଗ୍ରୀସ୍‌ରେ ଏହା ସାମାଜିକ ଗତିଶୀଳତା ସହିତ ଜଡିତ ଥିଲା। ଏଥିରୁ ବୁଝାପଡ଼ୁଛି ଯେ ନିଯୁକ୍ତପ୍ରାପ୍ତ ଲୋକମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଋଣରେ ବାନ୍ଧି ହୋଇ ନ ଥିଲେ।
ଇଣ୍ଡୋ-ଗ୍ରୀକ୍‌ ରାଜା, କୁଶାଣ ରାଜା, ଗୁପ୍ତ ସାମ୍ରାଜ୍ୟ ଦ୍ୱାରା ମୁଦ୍ରା ଛପା ଯାଇଥିଲା। ସେମାନେ ଗାଙ୍ଗେୟ ସମତଳ ଅଞ୍ଚଳରୁ ହିନ୍ଦୁକୁଶ ବାଟ ଦେଇ ପାରସ୍ୟ, ଇଜିପ୍ଟ ଏବଂ ଭୂମଧ୍ୟସାଗର ପର୍ଯ୍ୟନ୍ତ ଦୂର ଦୂରାନ୍ତରେ ବାଣିଜ୍ୟକୁ ନିୟନ୍ତ୍ରଣ କରିବାକୁ ଚାହଁୁଥିଲେ। ସେମାନଙ୍କ ଦ୍ୱାରା ପ୍ରଚଳିତ ମୁଦ୍ରାଗୁଡ଼ିକ ଉପରେ ପ୍ରତୀକଗୁଡ଼ିକ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଜାଗ୍ରତ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ମୁଖ୍ୟତଃ ମୁଦ୍ରାଗୁଡ଼ିକ ଉପରେ ରାଜାମାନଙ୍କର ଛବି, ସ୍ଥାନୀୟ ଦେବତାମାନଙ୍କର ଚିତ୍ର ଏବଂ ସମାନ ଭାବାପନ୍ନ ଗୋଷ୍ଠୀ ବା ସଂଗଠନର ଚିତ୍ର ରହୁଥିଲା। ଭାରତ ମଧ୍ୟ ଏହି ମୁଦ୍ରା ଦ୍ୱାରା ଦୂରଦୂରାନ୍ତରେ ନିଜର ବ୍ୟବସାୟ ମଜଭୁତ କରିପାରିଥିଲା। ତେବେ ପ୍ରାୟ ୫୦୦ ଖ୍ରୀଷ୍ଟାବ୍ଦରେ ଯେତେବେଳେ ଭାରତରେ ଦୂର ଦୂରାନ୍ତର ଏହି ବାଣିଜ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଲା, ସେତେବେଳେ ମୁଦ୍ରାର ଲୋକପ୍ରିୟତା ମଧ୍ୟ ସେହି ଅନୁପାତରେ ହ୍ରାସ ପାଇଥିଲା। ସେହି ସମୟରେ ସ୍ଥାନୀୟ ଏବଂ କମ୍‌ ଦୂରରେ ଥିବା ଅଞ୍ଚଳରେ ବାଣିଜ୍ୟ ପାଇଁ କାହାକୁ ରାଜକୀୟ ମୁଦ୍ରା ଦରକାର ନ ଥିଲା। ଉତ୍ତର ପଶ୍ଚିମ ଭାରତରେ ପ୍ରତିହାରଙ୍କ ମଧ୍ୟରେ ମୁଦ୍ରାଗୁଡ଼ିକ ଜାରି ରହିଥିବାବେଳେ ପଲା ଏବଂ ରାଷ୍ଟ୍ରକୁଟ ଅଞ୍ଚଳରେ ତାହା ସେତେ ଲୋକପ୍ରିୟ ବା ପ୍ରଚଳିତ ନ ଥିଲା। ଏହିି ଦୁଇ ଅଞ୍ଚଳରେ ବ୍ୟବସାୟିକ ଆୟ ବ୍ୟୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଲାଗି କଉଡ଼ି ଏବଂ ଧାତୁ ଖଣ୍ଡକୁ ମୁଦ୍ରା ଭାବେ ପ୍ରଚଳନ କରାଯାଉଥିଲା।
ସମୟକ୍ରମେ ଭାରତରେ ମୋଗଲ ସାମ୍ରାଜ୍ୟର ଉତ୍ଥାନ ଘଟିଲା ଓ ସେହି ସମୟରେ ପୁନର୍ବାର ମୁଦ୍ରା ପ୍ରଚଳନ ଆରମ୍ଭ ହୋଇଗଲା ଓ ଏହାର ବ୍ୟବହାର ମଧ୍ୟ ବଢିଲା। ସମସ୍ତ ମୋଗଲ ସାମ୍ରାଜ୍ୟର ପ୍ରତ୍ୟେକ ସୁଲତାନ ମୁଦ୍ରା ଛାପିବା ଆବଶ୍ୟକ କଲେ। ହେଲେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ଜଟିଳ ଥିଲା। ସେତେବେଳେ ମୁଦ୍ରାରେ ରାଜାଙ୍କ ନାମ ଦୃଶ୍ୟମାନ ହେବା ମୁଖ୍ୟ ବିଷୟ ଥିଲା। ଇସ୍‌ଲାମରେ ଛବି ବ୍ୟବହାରକୁ ନିଷେଧ କରାଯାଇଥିବାରୁ ସେ ପୂର୍ବ ରାଜାମାନଙ୍କ ପରି ସେମାନଙ୍କ ମୁହଁର ଛବି ବ୍ୟବହାର କରି ନ ଥିଲେ। କିନ୍ତୁ ସ୍ଥାନୀୟ ଭାରତୀୟମାନେ ଲିପିି ପଢ଼ିବା ଜାଣି ନ ଥିଲେ। ସେଥିପାଇଁ ସେମାନେ ନାମ ବ୍ୟବହାର କରୁ ନ ଥିଲେ। ଗୋଟିଏ ମୁଦ୍ରା ଉପରେ ବିଶ୍ୱାସ କରିବା ପାଇଁ ସେମାନେ ହିନ୍ଦୁ ଦେବତାମାନଙ୍କର ପ୍ରତୀକ ଆବଶ୍ୟକ କରୁଥିଲେ। ତେଣୁ ପ୍ରଥମ ମୁସଲମାନ ରାଜାମାନେ ଆରବୀୟ ଲିପି ସହିତ ହିନ୍ଦୁ ଦେବତାମାନଙ୍କର ଛବି ବ୍ୟବହାର କରିଥିଲେ। ଏହା ଏକ ଯଥାର୍ଥବାଦୀ ଦୃଷ୍ଟିକୋଣ। ବଜାରରେ କିଣାବିକାର ବିଶ୍ୱାସ ହାସଲ କରିବା ଲାଗି ପୁରୁଣା ଇସ୍‌ଲାମିକ ମୁଦ୍ରାଗୁଡ଼ିକରେ ନନ୍ଦୀ ଏବଂ ଲକ୍ଷ୍ମୀଙ୍କ ଛବି ଦେଖିବାକୁ ମିଳେ। ଇସ୍‌ଲାମିକ ସାମ୍ରାଜ୍ୟଗୁଡ଼ିକ ଅଧିକରୁ ଅଧିକ ଶକ୍ତିଶାଳୀ ହେବା ଯୋଗୁ ଏହି ପରମ୍ପରା ବନ୍ଦ ହୋଇଗଲା। ଖିଲଜୀଙ୍କ ଟାଙ୍କା ମୁଦ୍ରାରେ କୌଣସି ଛବି ବା ପ୍ରତୀକ ଦେଖାଯାଏ ନାହିଁ। ସେଥିରେ କେବଳ ଲିପି ଦେଖାଯାଏ। କିନ୍ତୁ ସମଗ୍ର ମୋଗଲ ଯୁଗରେ ବିଷୟଗୁଡ଼ିକ ବଦଳିଗଲା।
ଆକବର ଏବଂ ଜାହାଙ୍ଗୀର ପରି ମହାନ୍‌ ମୋଗଲ ସମ୍ରାଟମାନେ ସ୍ଥାନୀୟ ଜନସାଧାରଣଙ୍କ ସହ ମିଶି ଏକ ଇଣ୍ଡୋ-ଇସ୍‌ଲାମିକ ସଂସ୍କୃତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଥିଲେ। ସେମାନେ ନିଜ ମୁଦ୍ରାରେ ସ୍ଥାନୀୟ ପ୍ରତୀକ ବ୍ୟବହାର କରିବାକୁ ଚାହୁଁଥିଲେ। ତେଣୁ ଆମେ ଜାଣୁ ଯେ ଆକବର ଏଥିରେ ରାମଙ୍କ ପ୍ରତିମୂର୍ତ୍ତି ଥିବା ମୁଦ୍ରା ତିଆରି କରିଥିଲେ। ଜାହାଙ୍ଗୀର ଏହି ରାଶିର ବିଭିନ୍ନ ଚିତ୍ର ଏବଂ ଏପରିକି ନିଜର ପ୍ରତିଛବି ବ୍ୟବହାର କରିଥିଲେ। ଏହି ଜାହାଙ୍ଗୀର ମୁଦ୍ରା ବ୍ୟବହାର ରୂଢିବାଦୀ ଇସ୍‌ଲାମିକ ଗୋଷ୍ଠୀକୁ ଅଧିକ ଭୟଭୀତ କରିଥିଲା। ସ୍ବାଭାବିକ ଭାବରେ ରୂଢିବାଦୀ ଇସ୍‌ଲାମିକ ଗୋଷ୍ଠୀଙ୍କ ସାହାଯ୍ୟରେ ଯେତେବେଳେ ଶାହାଜାହାନ ଏବଂ ଓରଙ୍ଗଜେବ ସିଂହାସନ ଆରୋହଣ କଲେ ସେତେବେଳେ ଏହି ପରମ୍ପରା ବନ୍ଦ ହୋଇଗଲା।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri