ମୁଦୁଲି ଦ୍ୱାର ଦେଇ ଭକ୍ତ ପ୍ରବେଶ

ପୁରୀ ଅଫିସ,୨୭ା୨: ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ। ଦର୍ଶନାର୍ଥୀ ଯେପରି ଶାନ୍ତିଶୃଙ୍ଖଳାରେ ମହାପ୍ରଭୁଙ୍କ ଦର୍ଶନ କରିବେ ସେଥିଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଶୃଙ୍ଖଳା ଉପରେ ଅଧିକ ଗୁରୁତ୍ୱ ଦେଉଛି ମନ୍ଦିର ପ୍ରଶାସନ। ନୀତିକାନ୍ତିଠାରୁ ଆରମ୍ଭ କରି ଶାନ୍ତିଶୃଙ୍ଖଳାରେ ଦର୍ଶନ ପାଇଁ ଏକାଧିକ ନୀତି ନିୟମ କରାଯାଉଛି। ଭକ୍ତମାନେ ଯେପରି ସୁରୁଖୁରୁରେ ମନ୍ଦିର ପ୍ରବେଶ କରି ଭଲ ଭାବେ ଦର୍ଶନ କରିପାରିବେ ସେଥିପାଇଁ ପର୍ଯ୍ୟାପ୍ତ ପୋଲିସ କର୍ମୀଙ୍କୁ ବି ନିୟୋଜିତ କରାଯାଇଛି। ନାଟମଣ୍ଡପ ଏବଂ ଭିତରକାଠରେ ଯେପରି ଗହଳି ନ ହେବ ତା’ ଉପରେ ବି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ଏତେସବୁ ବ୍ୟବସ୍ଥା ସତ୍ତ୍ବେ ଅନେକ ସମୟରେ ଦର୍ଶନରେ ବିଶୃଙ୍ଖଳା ହେଉଛି। ଭିତର କାଠରେ ଅଯଥା ଗହଳି କରାଯାଉଛି। ଶୃଙ୍ଖଳା ଦାୟିତ୍ୱରେ ଥିବା ଶ୍ରୀମନ୍ଦିର ପୋଲିସର କେତେଜଣ କର୍ମଚାରୀ ଏହି ବିଶୃଙ୍ଖଳା କରୁଛନ୍ତି। ସେମାନେ ହାତଗୁଞ୍ଜା ନେଇ ମୁଦୁଲି ଦ୍ୱାର ଏବଂ ଘଣ୍ଟି ଦ୍ୱାରରେ ଭକ୍ତଙ୍କୁ ଛାଡୁଛନ୍ତି। ଫଳରେ ଅନେକ ସମୟରେ ଭିତରକାଠରେ ଗହଳି ହେଉଛି। ଯେଉଁମାନେ ଟଙ୍କା ଦେଉଛନ୍ତି ସେମାନେ ସହଜରେ ଯାଇ ଦର୍ଶନ କରୁଛନ୍ତି। ହେଲେ ଅନ୍ୟମାନଙ୍କୁ ହଟହଟା ହେବାକୁ ପଡୁଛି।
ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଛନ୍ତି। କିନ୍ତୁ ଗହଳିର ସୁଯୋଗ ନେଇ ହାତଗଣତି କେତେଜଣ ଶ୍ରୀମନ୍ଦିର ପୋଲିସ ଟଙ୍କା ନେଇ ଗଳାବାଟରେ ଭକ୍ତଙ୍କୁ ଛାଡ଼ୁଛନ୍ତି। ଭିତରକାଠ ଦର୍ଶନ ସମୟରେ ଭକ୍ତଙ୍କୁ ପର୍ଯ୍ୟାୟକ୍ରମେ ଛଡ଼ାଯାଉଛି। କାରଣ ଭିତରକାଠରେ ଯେପରି ଗହଳି ନ ହେବ। କିନ୍ତୁ ଅନେକ ଭକ୍ତ ଅଛନ୍ତି ଯେଉଁମାନେ ଭିଡ଼କୁ ପସନ୍ଦ ନ କରି ହାତଗୁଞ୍ଜା ଦେବାକୁ ବି ଦ୍ୱିଧାବୋଧ କରୁନାହାନ୍ତି। ଫଳରେ ଭିତର କାଠରେ ଏଥିପାଇଁ ଗହଳି ହେଉଛି। ଏହାଦ୍ୱାରା ଭକ୍ତମାନେ ଠିକ୍‌ ଭାବେ ଠାକୁରଙ୍କୁ ଦର୍ଶନ କରିପାରୁ ନାହାନ୍ତି। ଗତ ସୋମବାର ଭିତର କାଠ ନିକଟକୁ ଯାଇ ଦର୍ଶନ କରିବାକୁ ଭକ୍ତଙ୍କୁ ଛଡାଯାଉଥିଲା। ନାଟମଣ୍ଡପରେ ଜମିଥିବା ଶ୍ରଦ୍ଧାଳୁମାନେ ଭିତରକୁ ଯାଉଥିଲେ। ଠିକ୍‌ ଏହି ସମୟରେ ମୁଦୁଲି ଦ୍ୱାରରେ ଥିବା ପୋଲିସ ହାତଗୁଞ୍ଜା ନେଇ କେତେଜଣ ଭକ୍ତଙ୍କୁ ସେହିବାଟେ ଭିତରକୁ ଛାଡିଥିଲେ। ପୂର୍ବରୁ ଭିତରକାଠରେ ଥିବା ଭକ୍ତ ଏବଂ ମୁଦୁଲି ଦ୍ୱାର ବାଟେ ଛଡାଯାଇଥିବା ଶ୍ରଦ୍ଧାଳୁଙ୍କ ଯୋଗୁ ଭିତର କାଠରେ ପ୍ରବଳ ଗହଳି ହୋଇଥିଲା। ଏହି ଭିଡ଼କୁ ଦେଖି ଭିତରକାଠରେ ଥିବା ସୁରକ୍ଷା କର୍ମୀ ଭକ୍ତଙ୍କୁ ଚାଲ ଚାଲ କହି ବାହାର କରିଥିଲେ। ଫଳରେ କେତେଜଣ ଶ୍ରଦ୍ଧାଳୁ ଠିକ୍‌ ଭାବେ ଠାକୁରଙ୍କୁ ଦର୍ଶନ କରିପାରି ନ ଥିଲେ। ଅନେକ ସମୟରେ ଏମିତି କରାଯାଉଛି। କେବଳ ମୁଦୁଲି ଦ୍ୱାର ନୁହେଁ ବେଳେବେଳେ ଘଣ୍ଟି ଦ୍ୱାରରେ ମଧ୍ୟ ଏପରି ଚାଲିଥିବା ଜଣାପଡିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଦ୍ୱାରରେ ଡ୍ୟୁଟି କରିବା ଲାଗି ସେମାନଙ୍କର ଆଗ୍ରହ ବି ରହିଛି। ରୋଟେଶନ ଭିତ୍ତିରେ ଯେଉଁଦିନ ସମ୍ପୃକ୍ତ କର୍ମଚାରୀଙ୍କ ଡ୍ୟୁଟି ପଡିଯାଉଛି ସେଦିନ ଏହିଭିଳି ବେନିୟମ କାର୍ଯ୍ୟ କରୁଛନ୍ତି। ତେବେ ଏଠାରେ ଲଗାଯାଇଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଯେଉଁମାନେ ଏଭଳି କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ନଚେତ ଭକ୍ତମାନେ ଠିକ୍‌ ଭାବେ ଦର୍ଶନ ସୁବିଧା ପାଇବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ରୋବଟିକ୍‌ ନର୍ସ ମେଶିନ କଲେ ବିଜ୍ଞାନ ଛାତ୍ର

ନିମାପଡ଼ା,୩୧।୭(ଡି.ଏନ.ଏ): କରୋନା ବିପତ୍ତି ସମୟରେ ସରକାରଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଜଣେ ବିଜ୍ଞାନ ଛାତ୍ର ରୋବଟିକ୍‌ ନର୍ସ ମେଶିନ ପ୍ରସ୍ତୁତ କରି ଚର୍ଚ୍ଚା ପରିସରକୁ ଆସିଛନ୍ତି।...

ଆଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର

ମାଲକାନଗିରି,୨୯।୩(ଡି.ଏନ୍‌.ଏ): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲାରେ ଆଇ.ଡି ବିସ୍ଫୋରଣରେ ୨ ଯବାନ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ମଙ୍ଗଳବାର ସକାଳୁ ଡିଆର୍‌ଜି ଯବାନମାନେ...

କଖାରୁ ବୋଝେଇ କ୍ୟାଣ୍ଟରରୁ ୧୮ ବସ୍ତା ଗଞ୍ଜେଇ ଜବତ

କେସିଙ୍ଗା,୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରର ଅଣ୍ଡର ବ୍ରିଜ ନିକଟରୁ ୧୮ ବସ୍ତା ୨୮୧ ପ୍ୟାକେଟ ଗଞ୍ଜେଇ ଜବତ ହୋଇଥିବା ବେଳେ ଦୁଇ ଜଣଙ୍କୁ ଅଟକ...

ମହିଳାଙ୍କୁ ଅସଦାଚରଣ : ୨ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୨।୯: ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ଅସଦାଚରଣ କରାଯାଇଥିବା ମାମଲାରେ ଗଞ୍ଜାମ ଜିଲା ସଦର ଥାନା ପୋଲିସ ୨ ଜଣ ଯୁବକଙ୍କୁ ଗିରଫ...

ସ୍ତ୍ରୀଙ୍କୁ ଟ୍ରଲିରେ ନେବା ପ୍ରସଙ୍ଗ: ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ):ପୁରୀ ଜିଲା ସତ୍ୟବାଦୀ ବ୍ଲକର କବୀର ଭୋଇ ସ୍ତ୍ରୀଙ୍କୁ ପୁରୀରୁ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ନିଜେ ଟ୍ରଲିରେ ବୋହିନେବା ଘଟଣା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର...

ବ୍ୟଙ୍ଗ ଚିତ୍ରରେ କରୋନା ମୁକ୍ତି ଚିନ୍ତା

ବିଜେପୁର,୧୫।୪(ଡି.ଏନ୍‌.ଏ.): ମହାମାରୀ କରୋନା ସଭିଙ୍କ ମୁହଁରୁ ହସ ଛଡାଇ ନେଇଛି। ବର୍ତ୍ତମାନ ସୁଦ୍ଧା ଏହାର ଫଳପ୍ରଦ ଔଷଧ ବାହାରି ନାହିଁ। ଏଣୁ ବ୍ୟକ୍ତିଗତ ସଚେତନତା ହିଁ...

ନିରାଡମ୍ବରରେ ପାଳନ ହେଲା ଶୀତଳଷଷ୍ଠୀ

ବଲାଙ୍ଗୀର ଅଫିସ, ୨୭ା୫-କରୋନା ମହାମାରୀ ଚଳିତବର୍ଷର ଶୀତଳଷଷ୍ଠୀ ପୂଜନୋତ୍ସବକୁ ଅନାକର୍ଷଣୀୟ କରିଦେଇଥିଲେ ମଧ୍ୟ ଭକ୍ତଙ୍କ ଆସ୍ଥାକୁ କମାଇ ପାରିନାହିଁ ା ବଲାଙ୍ଗୀରରେ କରୋନା ମହାମାରୀକୁ ଆଖି...

ଅଗଷ୍ଟ ୨୧ରେ ‘ଏଇ ରାଖୀ ତୋ ରକ୍ଷାକବଚ’

ଭୁବନେଶ୍ୱର,୧୨।୮:ରାଜ୍ୟର ପ୍ରମୁଖ ଘରୋଇ ମନୋରଞ୍ଜନଭିତ୍ତିକ ଚ୍ୟାନେଲ ଜୀ ସାର୍ଥକର ‘ଜୀ ସାର୍ଥକ ଫିଲ୍ମସ’ରେ ରାଖୀ ପୂର୍ଣ୍ଣିମା ଅବସରରେ ନୂଆ ସିନେମା ‘ଏଇ ରାଖୀ ତୋ ରକ୍ଷା...

Advertisement
Archives

Model This Week