ମୁଣ୍ଡାରୀ ସମ୍ପ୍ରଦାୟର ବୁରୁବଙ୍ଗା ମହୋତ୍ସବ

ବଡ଼ସାହି,୨୦ା୧(ସ୍ବ.ପ୍ର)-ବଡସାହି ପଞ୍ଚାୟତ କେନ୍ଦୁଆସାହି ବିର୍ସା ମଇଦାନରେ ବୁରୁବଙ୍ଗା ସାସାଂକିର୍‌ କମିଟି ଓ ବୁରୁବଙ୍ଗା ଯୁବକ ସଂଘ ଆନୁକୂଲ୍ୟରେ ମୁଣ୍ଡାରୀ ସମ୍ପ୍ରଦାୟ ତରଫରୁ ୬ଷ୍ଠ ବାର୍ଷିକ ‘ବୁରୁବଙ୍ଗା ମହୋତ୍ସବ’ ଶନିବାର ଆରମ୍ଭ ହୋଇଛି। ପ୍ରାରମ୍ଭରେ ମୁଣ୍ଡାରୀ ସମ୍ପ୍ରଦାୟର ପାହାନ୍‌ ଗମ୍‌କେ(ପୁରୋହିତ) ବସନ୍ତ କୁମାର ସିଂ, ଦେଙ୍ଗା ପାହାନ୍‌ ଗମ୍‌କେ ବାଇଧର ସିଂ, ଓଡ଼ିଶା ପ୍ରଦେଶ କମିଟି ସାରନା ସତାଃ ପାହାନ ଗୁଟଗାମ୍‌ ରମେଶ ଚନ୍ଦ୍ର ସିଂ,ପୂର୍ଣ୍ଣଚନ୍ଦ୍ର ସିଂ, ସୋମନାଥ ସିଂ, ଶଙ୍କର ସିଂ, ଦୁର୍ଗା ସିଂ, ରୋହିଦାସ ସିଂ, ଶୁକଦେବ ସିଂ, ଜଗବନ୍ଧୁ ସିଂ, ମଧୁ ସିଂ, ଶୁକୁରା ସିଂ, ଗୁହିରାମ ମୁଣ୍ଡା, ରଘୁନାଥ ସିଂ, ରଘୁନାଥ ରୁଗୁଳି ପ୍ରମୁଖ ଉପସ୍ଥିତ ରହି ମୁଣ୍ଡାରୀ ସମ୍ପ୍ରଦାୟର ଆରାଧ୍ୟ ଦେବତା ବୁରୁବଙ୍ଗା ଓ ବିର୍ସା ମୁଣ୍ଡାଙ୍କୁ ଯଥାବିଧି ପୂଜାର୍ଚ୍ଚନା କରିଥିଲେ। ସାସାଂକିର କମିଟିର ସଭାପତି ବସନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଭାରତ ମୁଣ୍ଡା ସମାଜ ଓଡ଼ିିଶା ପ୍ରଦେଶ କମିଟି ରବୀନ୍ଦ୍ର ନାଥ ସିଂ, ମୁଖ୍ୟବକ୍ତା ଭାବେ ମୁଣ୍ଡାରୀ ସମାଜ ସାଓଁାର ଜାମଡାର ସଭାପତି ନନ୍ଦଲାଲ ସିଂ, ଯୁବନେତା ରାଜେନ୍ଦ୍ର ନାଥ ସିଂ, ଉପଦେଷ୍ଟା ସହଦେବ ସିଂ, ବୁରୁବଙ୍ଗା ମୁଣ୍ଡାରୀ ସ୍କୁଲର ଶିକ୍ଷକ ବୁଧିଆ ସିଂ, ସମାଜସେବୀ ବ୍ରଜ ମୋହନ ସିଂ ପ୍ରମୁଖ ଯୋଗଦେଇ ମହୋସତ୍ବର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। କମିଟିର ସମ୍ପାଦକ ରମେଶ ଚନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଓ ଆଦିବାସୀ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭଙ୍ଗାଚଟୁ, ମୋହନପୁର, ମା’ଗଜଲକ୍ଷ୍ମୀ ମଧୁପୁର ଓ କେନ୍ଦୁଆସାହି ଗ୍ରାମ ନୃତ୍ୟ ଦଳର ତାଳେ ତାଳେ ଯୁବତୀ ଯୁବକମାନେ ପାଦକୁ ପାଦ ମିଳାଇ ଝୁମି ଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ୮ ନୂତନ ସହପର୍ଯ୍ୟବେକ୍ଷକ

ଭୁବନେଶ୍ୱର,୮।୨(ବ୍ୟୁରୋ): ବିଜେଡି ପକ୍ଷରୁ ରବିବାର ସୁନ୍ଦରଗଡ ଜିଲା ସହିତ ୭ଟି ନିର୍ବାଚନମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ଏହି ୮ ନବନିଯୁକ୍ତ ସହପର୍ଯ୍ୟବେକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ...

ଆଇନ୍‌ଜୀବୀ ଦୀପାଳି ଆତ୍ମହତ୍ୟା ଘଟଣା: ଝାରପଡ଼ା ଜେଲରେ ବିକ୍ରମଙ୍କୁ ୨ ଘଣ୍ଟା ଜେରା

ଭୁବନେଶ୍ୱର,୨୭ା୨ (ବ୍ୟୁରୋ): ଆଇନଜୀବୀ ଦୀପାଳି ଜେନା ଆତ୍ମହତ୍ୟା ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଅଛନ୍ତି ଅଭିଯୁକ୍ତ ପୁରୁଷବନ୍ଧୁ ବିକ୍ରମ ଜେନା। ବୁଧବାର କମିଶନରେଟ ପୋଲିସର...

ଜେଲରେ ଜେରା ହେବେ ପ୍ରଦୀପଙ୍କ ସହ ପାଠକ ବାପପୁଅ

ଭୁବନେଶ୍ୱର,୧୦ା୧୨(ବ୍ୟୁରୋ):ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ନିଲମ୍ବିତ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କ ନାଁରେ ପ୍ରବର୍ତ୍ତନ...

ଆଶା ବାନ୍ଧି ବସିଛନ୍ତି ଆଶାୟୀ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୧୦ା୧୨(ବ୍ୟୁରୋ): ଚୁକ୍ତିଭିତ୍ତିକ ନିଯୁକ୍ତି ନିମନ୍ତେ ତୁରନ୍ତ ବିଜ୍ଞପ୍ତି ପ୍ରକାଶ, ନିଯୁକ୍ତି ବୟସ ସୀମା ୪୨ବର୍ଷକୁ ବୃଦ୍ଧି, ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଓ ବେଆଇନ ଭାବେ...

ପୁରୀରେ ପହଞ୍ଚିଲା ବଉଳକାଠ

ପୁରୀ ଅଫିସ/ସାକ୍ଷୀଗୋପାଳ, ୩ା୬(ଡି.ଏନ୍‌.ଏ): ଚଳିତବର୍ଷ ସ୍ନାନ ଓ ରଥଯାତ୍ରାରେ ଶ୍ରୀଜଗନ୍ନାଥ ଓ ବଡଠାକୁରଙ୍କ ପହଣ୍ଡି ବିଜେ ନିମନ୍ତେ ବାହୁଟ ସେବାଲାଗି ଆବଶ୍ୟକ ବଉଳ କାଠ ଶଗଡ଼ି...

ନଦୀରେ ବୁଡି ଛାତ୍ର ମୃତ

ବ୍ରହ୍ମଗିରି, ୯ା୬(ଡି.ଏନ୍‌.ଏ.)-ବ୍ରହ୍ମଗିରି ଥାନା ଅନ୍ତର୍ଗତ ଅପିଠି ଗ୍ରାମରେ ରବିବାର ଜଣେ ୬ଷ୍ଠ ଶ୍ରେଣୀର ଛାତ୍ର ନଦୀରେ ଭାସିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ,...

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଛୁଇଁଲା

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ସୋମବାର ଯାଜପୁରର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିବା ବେଳେ ମଙ୍ଗଳବାର ଆଉ ୪ଜଣଙ୍କୁ...

ନୃଶଂସତାର ସୀମା ଟପିଲେ ଜେଜେମା’: ନିଜ ନାତିକୁ ଅମାନବୀୟ ଭାବେ ପିଟିଲେ

ବସ୍ତା, ୪।୮(ସ୍ବ.ପ୍ର.)-ପିଲାମାନଙ୍କୁ ମା’ ବାପା ଆକଟ କଲା ବେଳେ ସେମାନେ ରକ୍ଷା ପାଇବା ପାଇଁ ଜେଜେମା’ ଜେଜେବାପାଙ୍କ ପାଖକୁ ଦୌଡି ଯାଇଥାନ୍ତି। ସେମାନେ ଜେଜେମା’ କୋଳରେ...

Advertisement
Archives

Model This Week