ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା, ୪ଗିରଫ

ବାଲିଗୁଡା,୨୪ା୩- ବାଲିଗୁଡା ଥାନା ସିନ୍ଦ୍ରିଗଁା ଖଡ୍‌ଗନଦୀ ପାଖ ଏକ ଗାଡିଆରୁ ପୋଲିସ ଅଖା ଭିତରେ ପଶିଥିବା ଏକ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରିଥିଲା। ମୃତକ କିଲୁପଡାର ଯୁଧିଷ୍ଠିର ମଳିକ ବୋଲି ତାଙ୍କ ସ୍ତ୍ରୀ ଚିହ୍ନଟ କରିଥିଲେ। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ଥାନା ପରିସରରେ ବାଲିଗୁଡା ଏସ୍‌ଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ସୂଚନା ଦେଇଛନ୍ତି। ଗିରଫମାନେ ହେଲେ କିଲୁପଡାର ନବ କିଶୋର ମଳିକ, ଜାକରା ଦିଗାଳ, ପାଦ୍ରିପଡାର ମଣ୍ଟୁ ଦିଗାଳ ଓ ସୁବାସ ଦିଗାଳ।
ସୂଚନା ଅନୁଯାୟୀ, ଗତ ୨୮ ଫେବୃୟାରୀ ୨୦୨୦ରେ କ.ନୂଆଗଁା ଥାନା କିଲୁପଡାର ସଲାକେତା ଗ୍ରାମରେ ପୋଢଯାତ୍ରା ହେବା ଦିନଠାରୁ ଯୁଧିଷ୍ଠିର ନିଖୋଜ ଥିଲେ। ପୋଖରିରେ ମୃତଦେହ ଭାସୁଥିବା ଖବର ପାଇ ପୋଲିସ ଉଦ୍ଧାର କରିବା ପରେ ନଂ.୪୦/୨୦ରେ ମାମଲା ରୁଜୁ କରିଥିଲା। ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ଯୁଧିଷ୍ଠିର ଗୁଣିଗାରେଡି କରୁଥିବା ସନ୍ଦେହ କରି ଗ୍ରାମର କେତେଜଣ ରାଗ ରଖିଥିଲେ। ତଦନ୍ତ କରିବା ପରେ ନବ, ଜାକରା, ମଣ୍ଟୁ ଓ ସୁବାସଙ୍କୁ ଆଣି ପଚରାଉଚରା ପରେ ସେମାନେ ହତ୍ୟା କରିଥିବା ସ୍ବୀକାର କରିଥିଲେ। ଗତ ୨୮ରେ ୪ଜଣ ମିଶି ଯୁଧିଷ୍ଠିରଙ୍କୁ ହତ୍ୟା କରିଥିଲେ। ମୁଣ୍ଡକୁ ଅଲଗା କରି ଗଣ୍ଡିକୁ ଅଖାରେ ଭରି ଅଟୋ ଯୋଗେ ନେଇ ଉକ୍ତ ଗଡିଆରେ ପଥର ବାନ୍ଧି ଫୋପାଡି ଦେଇଥିଲେ। ତଦନ୍ତପରେ ବାଲିଗୁଡା ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ, ଅଟୋ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନାଥ ଯୁବକଙ୍କ ମୃତଦେହ ସତ୍କାର କଲେ ଯୁବଗୋଷ୍ଠୀ

ପାଲଲହଡା,୧୭ା୫(ଡି.ଏନ.ଏ.) – ମହାମାରୀ କରୋନା ଭୟ ଯୋଗୁ ଅନେକ ସ୍ଥାନରେ ମୃତକଙ୍କ ପାଖ ପଶୁନାହାନ୍ତି ସମ୍ପର୍କୀୟ। ହେଲେ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖେମଳା ଗାଁ...

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ଖୋର୍ଦ୍ଧା ଅଫିସ,୬।୬: ପୂର୍ବତଟ ରେଳବାଇ କାଳୁପଡ଼ାଘାଟ ରେଳ ଷ୍ଟେଶନର ୪ ନମ୍ବର ଟ୍ରାକରେ ଅଟକି ରହିଥିବା ଏକ କୋଇଲା ବୋଝେଇ ମାଲଗାଡିରେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍‌ର...

୩୦ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନ

କାମାକ୍ଷାନଗର, ୬।୩(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ରାଜନୀତିର ଅନ୍ୟତମ ପ୍ରମୁଖ କେନ୍ଦ୍ରସ୍ଥଳ କାମାକ୍ଷାନଗର ଏନ୍‌ଏସିର ଅଧ୍ୟକ୍ଷ ପଦବୀ ଲାଗି ଦୀର୍ଘ ୩୦ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବାକୁ...

ଜଣଙ୍କୁ କଚାଡ଼ି ମାରିଲା ହାତୀ, ଜଣେ ଗୁରୁତର

ଖପ୍ରାଖୋଲ,୧୭ା୯(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ଥିବା ବ୍ରାହ୍ମଣୀ ଗାଁରେ ଗତ ରାତିରେ ଏକ ବଣୁଆ...

ଲାଞ୍ଚ ନେଇ ଜେଲ୍‌ ଗଲେ ମାଲକାନଗିରି ସଦର ଥାନାର ୩ ପୋଲିସ ଅଧିକାରୀ

ମାଲକାନଗିରି,୨୬।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ଥାନାର ୩ ଜଣ ପୋଲିସ ଅଧିକାରୀଙ୍କୁ ଗୁରୁବାର ବିଳମ୍ବିତ ରାତିରେ କଟକ ଦୁର୍ନୀତି ନିବାରଣ ନିର୍ଦ୍ଦେଶକ କାର୍ଯ୍ୟାଳୟର ପଦାଧିକାରୀମାନେ ଲାଞ୍ଚ...

ନିମ୍ନମାନର ମାଂସ ଭିଡିଓ ଭାଇରାଲ ପରେ ଚେତିଲା ପ୍ରଶାସନ

ଦାରିଙ୍ଗବାଡ଼ି,୨୬।୧୧(ଡି.ଏନ୍‌.ଏ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକ ଆସି ଶୋଷଣର ଶିକାର ହେଉଛନ୍ତି। ପର୍ଯ୍ୟଟକଙ୍କ ଗହଳିକୁ ଦେଖି ଦୋକାନୀମାନେ ଚଢ଼ାଦରରେ ମାଛ, ମାଂସ ବିକ୍ରି କରୁଛନ୍ତି।...

କିଏ ହାତେଇବ କୋକସରା ବ୍ଲକ ଅଧ୍ୟକ୍ଷା ପଦ, ଚାଲିଛି ଜୋରଦାର ଚର୍ଚ୍ଚା

କୋକସରା,୫ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଉଷ୍ଣତା ଏବେ ପଞ୍ଚାୟତରୁ ବ୍ଲକ ଯାଏ ଦେଖିବାକୁ ମିଳୁଛି। ଗାଁ ଗାଁରେ ସମିତିସଭ୍ୟ, ସରପଞ୍ଚ ପ୍ରାର୍ଥୀଙ୍କ ବ୍ୟାନର ପୋଷ୍ଟରରେ ଛାଇଗଲାଣି।...

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ

କଟକ ଅଫିସ,୧୪ା୭(ବ୍ୟୁରୋ): ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି କଟକସ୍ଥିତ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ଏମ୍‌ପି ଅନୁଭବ ମହାନ୍ତି ଏବଂ ସ୍ତ୍ରୀ ବର୍ଷାଙ୍କ ବିବାଦକୁ ନେଇ...

Advertisement
Archives

Model This Week