ମୁଖ୍ୟ ଶାସନ ସଚିବ, ନଗର ଉନ୍ନୟନ ସଚିବଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା

କଟକ ଅଫିସ, ୭ା୧- ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ନଗର ଉନ୍ନୟନ ସଚିବଙ୍କ ବିରୋଧରେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଛି। ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ନାଥ ପାଣିଗ୍ରାହୀ ଏହି ମାମଲା ଦାଏର କରିଛନ୍ତି। ସୂଚନାଥାଉ କି, ଆସ୍କା, ଭଞ୍ଜନଗର, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମ୍ୟୁନିସିପାଲିଟି ମାନ୍ୟତା ଦାବି ନେଇ ପାଣିଗ୍ରାହୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ପୂର୍ବରୁ ଦାଏର କରିଥିଲେ। ଗତ ଅଗଷ୍ଟରେ ମାମଲାର ଶୁଣାଣି କରି ହାଇକୋର୍ଟ ସରକାରଙ୍କୁ ତୁରନ୍ତ ଉପରୋକ୍ତ ୩ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମ୍ୟୁନିସିପାଲିଟି ମାନ୍ୟତା ଦେବାକୁ ଆଦେଶ ଦେଇଥିଲେ। ଆଦେଶକୁ ୬ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଥିଲା। ହେଲେ ଇତିମଧ୍ୟରେ ୪ ମାସ ବିତିଥିଲେ ମଧ୍ୟ ହାଇକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରାଯାଇନାହିଁ। ଫଳରେ ପାଣିଗ୍ରାହୀ ମଙ୍ଗଳବାର ଏ ନେଇ ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର କରିଛନ୍ତି। ସେହିପରି ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେଶନର ୩ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ୬୨ ରାଜସ୍ବ ଗ୍ରାମକୁ ନିଗମରେ ସାମିଲ କରିବା ପାଇଁ ମଧ୍ୟ ପାଣିଗ୍ରାହୀ ଅନୁରୂପ ଭାବେ ଏକ ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଦାଏର କରିଥିଲେ। ଉକ୍ତ ମାମଲାର ଶୁଣାଣି କରି ୩ ମାସ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ ଗତ ଜୁନ୍‌ରେ ନଗର ଉନ୍ନୟନ ବିଭାଗକୁ ଆଦେଶ ଦେଇଥିଲେ। ଇତିମଧ୍ୟରେ ୬ ମାସ ବିତିଥିଲେ ମଧ୍ୟ ଏହି ଆଦେଶ କାର୍ଯ୍ୟକାରୀ କରାଯାଇନାହିଁ। ଫଳରେ ନଗର ଉନ୍ନୟନ ସଚିବଙ୍କ ବିରୋଧରେ ପାଣିଗ୍ରାହୀ ଅନୁରୂପ ଭାବେ ଅଦାଲତ ଅବମାନନା ମାମଲା ଦାଏର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଖର୍ଚ୍ଚ ସୀମା ବଢ଼ିଲା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ୨୦୨୨ରେ ହେବାକୁ ଯାଉଛି ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ। ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜିଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ସଭ୍ୟ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ ଦେଲା ୩ କୋଟି

ଭୁବନେଶ୍ୱର,୮ା୮: ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କମ୍ପାନୀର ଅଧ୍ୟକ୍ଷ ତଥା...

ଚିକିତ୍ସାଧୀନ ମାଈହାତୀର ମୃତ୍ୟୁ

ଚୌଦ୍ୱାର,୨୮ା୯(ଡି.ଏନ୍‌.ଏ.): କଟକ ବନଖଣ୍ଡ ଡାଳିଯୋଡ଼ା ରେଞ୍ଜ ଡମଣୀ ଜଙ୍ଗଲରେ ଗୁରୁତର ଅବସ୍ଥାରେ ପଡ଼ିଥିବା ମାଈହାତୀର ସୋମବାର ସକାଳେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ା ସୂଚନା ଅନୁଯାୟୀ,...

ବ୍ରିଜ୍‌ରୁ ଖସି ଜଳିଗଲା ମାଛ ବୋଝେଇ ଟ୍ରକ୍‌

ଖଲ୍ଲିକୋଟ,୨୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ହରିଡାମୂଳ ବ୍ରିଜ୍‌ରେ ବୁଧବାର ସକାଳେ ଦୁର୍ଘଟଣା ଘଟିଛି। ଆନ୍ଧ୍ରରୁ କଲିକତା ଅଭିମୁଖେ ଯାଉଥିବା ଏକ ମାଛ ବୋଝେଇ...

ସ୍ତ୍ରୀକୁ ପନିକିରେ ହାଣି ଗିରଫ ହେଲା ସ୍ବାମୀ

ଆନନ୍ଦପୁର,୧୬।୫(ସ୍ବ.ପ୍ର.): ସ୍ତ୍ରୀଙ୍କୁ ପନିକିରେ ହାଣିବାରୁ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ। ଏଭଳି ଘଟଣା ଆନନ୍ଦପୁର ଥାନା ଖଡିପାଳ ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ...

ଅସାଧୁ ଛାତ୍ରୀଛାତ୍ରଙ୍କୁ ଜଗିବେ ୨୧ ଜଣିଆ ସ୍କ୍ବାଡ୍‌

ଅନୁଗୋଳ ଅଫିସ, ୧୮।୨: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ। ଏ ନେଇ ବୋର୍ଡଠାରୁ ଆରମ୍ଭ...

ଭଙ୍ଗାଗଲା ପଞ୍ଚମୁଖୀ ହନୁମାନ ମନ୍ଦିର

କଟକ ସଦର,୩।୯ (ଡି.ଏନ.ଏ.): କିଶନନଗର ତହସିଲ ଅଧୀନ ରଟିଲୋସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ଗୁରୁବାର କଡା ସୁରକ୍ଷା ମଧ୍ୟରେ ଭଙ୍ଗାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା...

ବିଦେଶରେ ବି ମିଳିବ ‘କୋରାପୁଟ କଫି’

ଭୁବନେଶ୍ୱର,୮।୮(ବ୍ୟୁରୋ): ଏଣିକି ଦେଶ ବିଦେଶରେ ମହକିବ କୋରାପୁଟର କଫି। ଜିଲାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ‘କୋରାପୁଟ କଫି’ ଦେଶ ବିଦେଶର କୋଣ ଅନୁକୋଣରେ...

Advertisement
Archives

Model This Week