ମୁଖ୍ୟ ରାସ୍ତା ବନ୍ଦ, ଲୋକେ ହଇରାଣ: କାର୍ଯ୍ୟରେ ମନ୍ଥରତା ନେଇ ଅସନ୍ତୋଷ

ବସ୍ତା, ୨୬।୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ବସ୍ତା, ଗାନ୍ଧୀଛକ, ବାହାର୍ଦ୍ଦାଠାରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ତିନି ପଟୁ ରାସ୍ତା ବନ୍ଦ କରାଯାଇଛି। ଫଳରେ ଯାତାୟାତରେ ସମସ୍ୟା ଦେଖାଦେଇଛି। ଏଥିସହିତ ଠିକାଦାରମାନେ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ କରୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ା
୬୦ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍‌ଠାରୁ ମଥାନୀ ବାଇପାସ୍‌ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ସାଙ୍ଗକୁ ଦୁର୍ବଳ ପୋଲସବୁ ଭଙ୍ଗାଯାଇ ନୂତନ ପୋଲ ଓ ରାସ୍ତା ନିର୍ମାଣ ଚାଲିଛି ା ଏଥିସହିତ ବସ୍ତାରୁ ରାଜପଥ ଓ ଗାନ୍ଧୀଛକକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ବସ୍ତା ଛକ ନିକଟରେ ଏକ ପୋଲ ନିର୍ମାଣ ଚାଲିଛି ା ଏହି ପୋଲ କାମ ଦୀର୍ଘଦିନ ଧରି ଚାଲୁଛି। ଫଳରେ ରାସ୍ତା ପାର୍ଶ୍ୱରେ ଠିକାଦାର ଟ୍ରକ୍‌ ଟ୍ରକ୍‌ ବାଲି ଏବଂ ନିର୍ମାଣ ସାମଗ୍ରୀ ଜମା କରିଛନ୍ତି। ଫଳରେ ଯାତାୟାତରେ ବାଧା ଉପୁଜୁଥିଲା। ଏବେ ଏହି ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ କାମ କରାଯାଉଛି। ମୁଖ୍ୟ ରାସ୍ତା ବନ୍ଦ ଯୋଗୁ ଲୋକେ ନାହଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାହାର୍ଦ୍ଦା ତହସିଲ ଅଫିସ ଓ ଗାନ୍ଧୀ ଛକ ନିକଟରେ ଥିବା ଦୁଇଟି ପୋଲ ନିର୍ମାଣ ହେଉଥିବାରୁ ଏହି ପୋଲ ନିକଟ ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ କରିଦିଆଯାଇଛି ା ଫଳରେ ଯାତାୟାତ କରୁଥିବା ବସ୍‌ ତଥା ଅନ୍ୟ ଭାରିଯାନ ସବୁ ମଥାନୀ, ବାହାର୍ଦ୍ଦା, ଗାନ୍ଧୀ ଛକ ମଧ୍ୟକୁ ନ ଆସି ଜାତୀୟ ରାଜପଥରେ ଯାଆସ କରୁଛି। ଅଧିକାଂଶ ଯାତ୍ରୀ ଏ ବିଷୟରେ ଜାଣି ନ ପାରିବା ଯୋଗୁ ଅଯଥା ହୀନସ୍ତା ହେଉଛନ୍ତି। ପୁଣି ଅତ୍ୟଧିକ ଗରମ ଏବଂ ଖରା ଯୋଗୁ ଜାତୀୟ ରାଜପଥ ପାର୍ଶ୍ୱରେ ଖରାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି। ପୁଣି ଯାତାୟାତ ବନ୍ଦ ନେଇ କୌଣସି ବିଧିବଦ୍ଧ ଫଳକ ମଧ୍ୟ ଲଗାଯାଇନାହିଁ। ଯେଉଁ ରାସ୍ତା ଦେଇ ଏବେ ଗାଡ଼ିମୋଟର ଯାତାୟାତ କରୁଛି ତାହା ଅତ୍ୟନ୍ତ ଅଣଓସାରିଆ ସହିତ ଜନବସତି ମଧ୍ୟ ଦେଇ ଯାଉଥିବାରୁ ଭାରିଯାନ ସାଙ୍ଗକୁ ଆମ୍ବୁଲାନ୍ସ ତଥା ଦମକଳ ଆଦି ଯିବା ଆସିବାରେ ବହୁ ଅସୁବିଧା ହେଉଛି। ତୁରନ୍ତ ଏହାର ବିକଳ୍ପ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଏଡ୍‌ ପାଠ୍ୟକ୍ରମ ନାଁରେ ଜାଲିଆତି

ବାଲେଶ୍ୱର ଅଫିସ, ୧୨।୧୨: ବାଲେଶ୍ୱର ସହର ପଢୁଆଁପଦାସ୍ଥିତ ସିଆଇଏମ୍‌ଆଇଟି ଅନୁଷ୍ଠାନ ବିଏଡ୍‌ ପାଠ୍ୟକ୍ରମ ନାଁରେ ଶତାଧିକ ଛାତ୍ରୀଛାତ୍ରଙ୍କୁ ଶୋଷଣ କରୁଥିବା ଶନିବାର ସହଦେବଖୁଣ୍ଟା ମଡ଼େଲ ଥାନାରେ ଲିଖିତ...

କୌଳିକ ବୃତ୍ତିକୁ ମିଳୁନି ପ୍ରୋତ୍ସାହନ

ହାଟଡିହୀ, ୩୦।୫(ସ୍ବ.ପ୍ର.)-ହାଟଡିହୀ ବ୍ଲକର ବହୁ ଗାଁରେ କାରିଗର ମାନେ ନିଜର ବାପଗୋସାପ କରିଆସୁଥିବା କୌଳିକ ବୃତ୍ତିକୁ ପେଷାକରି ଚଳିଆସୁଥିଲେ। ପୂର୍ବରୁ ହାତ ତିଆରି ଜିନିଷର ଆଦର...

ଟ୍ରକ ଧକ୍କାରେ ଦୁଇ ଜଣଙ୍କ ଜୀବନ ଗଲା

ରାଇସୁଆଁ,୩ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ଥାନା ନିକଟରେ ସୋମବାର ସକାଳେ ଏକ ଟ୍ରକ ଧକ୍କା ଦେବାରୁ ରାଇସୁଆଁର ଜଣେ ଯୁବତୀ ଓ ଜଣେ ମହିଳାଙ୍କ ଜୀବନ...

କଣ୍ଡରା ଗ୍ରାନାଇଟ୍‌ ପଥର ଖଣି ନଂ-୨ରେ ଚଞ୍ଚକତା: ୨୦କୋଟିର ବେଆଇନ ଉତ୍ତୋଳନ

ଯୋଡ଼ା, ୨୧।୭(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ବଡ଼ବିଲ ତହସିଲ ତଥା ଯୋଡ଼ା ବ୍ଲକ ଅନ୍ତର୍ଗତ କଣ୍ଡରାଠାରେ ଥିବା ଏକ ଗ୍ରାନାଇଟ୍‌ ପଥର ଖଣିରୁ ବେଆଇନ ଭାବେ ପଥର...

ହତ୍ୟା ଅଭିଯୋଗ: ମାଟିତଳୁ ଖୋଳାହେଲା ମହିଳାଙ୍କ ମୃତଦେହ

ବାଲେଶ୍ୱର ଅଫିସ,୧୦ା୮: ବାଲେଶ୍ୱର ଜିଲା ସୋର ଥାନା ଗୋପୀନାଥପୁର ପଞ୍ଚାୟତ ବାଘ ଆମ୍ପୁଡ଼ା ଗାଁରେ ୩ ଦିନ ପରେ ମାଟିତଳୁ ବୁଧବାର ଖୋଳା ହୋଇଛି ମହିଳାଙ୍କ...

ଜଉକଣ୍ଢେଇ ବାହାଘର:ମନମୋହିଲା ଚଢ଼େୟା ନାଚ

ବାଲେଶ୍ୱର ଅଫିସ, ୨।୬-ବାଲେଶ୍ୱରର ଲୋକପର୍ବ ଜଉକଣ୍ଢେଇ ବାହାଘର ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଗାନ୍ଧୀ ସ୍ମୃତି ଭବନରେ ଅନୁଷ୍ଠିତ ହେଉଛି। ଚତୁର୍ଥ ସନ୍ଧ୍ୟାରେ ଭଜନ ଓ ଲୋକସଙ୍ଗୀତ...

ବେଆଇନ ପଥର ବୋଝେଇ ୮ ଡମ୍ପର ଜବତ: ଆଦାୟ ହେଲା ୧.୪୪ ଲକ୍ଷ ଜରିମାନା

ଜଳେଶ୍ୱର, ୯।୧(ସ୍ବ.ପ୍ର.)-ବିଭିନ୍ନ ସମୟରେ ଜଳେଶ୍ୱର ତହସିଲ ଅଞ୍ଚଳରେ ବେଆଇନ ବୋଝେଇ ଟ୍ରକ୍‌ ଚଳାଚଳ କରୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ...

ବିଦ୍ୟୁତ୍‌ ତାର ଚୋରି ମାମଲାରେ ୪ ଗିରଫ, ବିଦ୍ୟୁତ୍‌ ତାର, ସ୍କର୍ପିଓ ଜବତ

ବସ୍ତା, ୨୪।୮ (ସ୍ବ.ପ୍ର.): ବାଲେଶ୍ୱର ଜିଲା ବସ୍ତା, ବାଲିଆପାଳ ତଥା ବାଲେଶ୍ୱର ସଦର ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲି ଆସିଥିବା ବିଦ୍ୟୁତ୍‌ ତାର ଚୋରି...

Advertisement
Archives

Model This Week