ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୬ମାସର ଦରମା ଦେଲେ ସରପଞ୍ଚ

ଲାଠୋର, ୬ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ସରପଞ୍ଚ ପ୍ରବୀଣ ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୬ ମାସର ଦରମା ଚେକ ଆକାରରେ ଖପ୍ରାଖୋଲ ତହସିଲଦାର ନିରଞ୍ଜନ ନାଏକଙ୍କ ଜରିଆରେ ପ୍ରଦାନ କରିଛନ୍ତି। ସେହିପରି ତୁରେକେଲା ବ୍ଳକ ହଲନଭଟା ପଞ୍ଚାୟତ ସରପଞ୍ଚ ବଂଶୀ ତାଣ୍ଡି ତାଙ୍କର ୬ ମାସର ଦରମା ବିଡିଓ ମନୋରଞ୍ଜନ ପାଣିଗ୍ରାହୀଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଅନୁରୂପଭାବେ ଲାଠୋର ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟର କର୍ମଚାରୀମାନେ ୨୧ ହଜାର ଟଙ୍କା ପାଟଣାଗଡ ଅତିରିକ୍ତ ଉପଜିଲାପାଳ ପଦ୍ମାନଭ ପୁରୋହିତଙ୍କ ଜରିଆରେ ପ୍ରଦାନ କରିଥିଲେ। ଲାଠୋରସ୍ଥିତ ବଜରଙ୍ଗବଲି ଗିନିଂ ମିଲ ୫୦ହଜାର ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ପ୍ରଦାନ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍କା ବଢାଉଛି ଦୁର୍ବଳ ନଦୀବନ୍ଧ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୨୧।୮-ବାଲେଶ୍ୱର ଜିଲାରେ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବୁଢ଼ାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ହ୍ରାସ ପାଉଛି। ମଙ୍ଗଳବାର ପୂର୍ବାହ୍ନ...

ସ୍ବର୍ଗଦ୍ୱାରରେ ମନମୋହନ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ ଅଫିସ, ୧୪ା୧: ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କର ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିଲା। ମଙ୍ଗଳବାର ସ୍ବର୍ଗଦ୍ୱାରରେ...

କରୋନା ଭାଇରସ୍‌ ମୁକାବିଲା: ନିମୋନିଆ ରୋଗୀଙ୍କ ହେବ ଯାଞ୍ଚ

ନୂଆଦିଲ୍ଲୀ,୨୧।୩: କରୋନା ଭାଇରସ୍‌ ବିରୋଧରେ ଜାରି ରହିଥିବା ଲଢ଼େଇରେ ଭାରତ ସରକାର ନିଜର ରଣନୀତିରେ ପରିବର୍ତ୍ତନ ଆଣିଛନ୍ତି। ଏବେ ସମସ୍ତ ହସ୍ପିଟାଲରେ ନିମୋନିଆ ରୋଗୀଙ୍କର ମଧ୍ୟ...

ହକିର ସ୍ବର୍ଣ୍ଣିମ ଦିନ ଫେରିଛି

କାମାକ୍ଷାନଗର, ୭।୧(ଡି.ଏନ୍‌.ଏ.): ଢେଙ୍କାନାଳରୁ ବିଦାୟ ନେବା ପରେ ପୂର୍ବାହ୍ନ ୧୧ଟାରେ କାମାକ୍ଷାନଗର ବ୍ଲକ ମହୁଲପାଳ ପଞ୍ଚାୟତ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପାଖରେ ପହଞ୍ଚତ୍ଥିଲା ଟ୍ରଫି। ସେଠାରେ ମନ୍ତ୍ରୀ...

ରାଉରକେଲା ଏସ୍‌ପିଙ୍କ ନାମରେ ଫେସବୁକ୍‌ରେ ଫେକ୍‌ ଆଇଡି ଖୋଲି ବନ୍ଧା ହେଲେ ନାବାଳକ

ରାଉରକେଲା ଅଫିସ,୧୬।୬: ରାଉରକେଲା ଏସ୍‌ପି କେ.ଶିବା ସୁବ୍ରମଣୀଙ୍କ ନାମରେ ଫେସ୍‌ବୁକରେ ଫେକ୍‌ ଆଇଡି ଖୋଲି ଲୋକଙ୍କୁ ବ୍ଲାକମେଲିଂ କରିବା ଜଣେ ନାବାଳକଙ୍କୁ ମହଙ୍ଗା ପଡ଼ିଛି। ଏହି...

ରାଉରକେଲାର ସେକ୍ଟର-୧୮ ମାର୍କେଟ ସିଲ୍‌: କଣ୍ଟେନମେଣ୍ଟ, ବଫର ଜୋନରେ ୪ ପ୍ଲାଟୁନ ଫୋର୍ସ ମୁତୟନ

ରାଉରକେଲା ଅଫିସ,୨୮।୪: ସୁନ୍ଦରଗଡ଼ ଜିଲା ରାଉରକେଲା ନାଲା ରୋଡ଼ରୁ ମଙ୍ଗଳବାର ପୁଣି ଆଉ ୪କରୋନା ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସୁନ୍ଦରଗଡ଼ରେ କରୋନା...

ପୋଲିସ ଗାଡ଼ି ଧକ୍କାରେ ଜିଆର୍‌ଏସ୍‌ଙ୍କ ଜୀବନ ଗଲା

ମାଲକାନଗିରି,୮।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ନିକଟରେ ପୋଲିସ ଗାଡ଼ି ଧକ୍କାରେ ମଙ୍ଗଳବାର ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ନାୟକଗୁଡା ଗ୍ରାମରେ...

ପୁଣି ବିପଦ, ପୃଥିବୀରେ ଆରମ୍ଭ ହେଲାଣି କରୋନାର ତୃତୀୟ ଲହର…

ଜେନେଭା,୧୫।୭: ପୃଥିବୀରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇ ସାରିଛି। ଏବେ ଏହା ପ୍ରାଥମିକ ପର୍ଯ୍ୟାୟରେ ରହିଛି। ଡେଲ୍ଟା ଭାରିଆଣ୍ଟ୍‌ ଯୋଗୁ ତୃତୀୟ ଲହର...

Advertisement
Archives

Model This Week