Posted inଜାତୀୟ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗନ ମୋହନ

ହାଇଦ୍ରାବାଦ,୩୦।୫: ଓ୍ବାଏସ୍‌ଆର୍‌ କଂଗ୍ରେସର ମୁଖ୍ୟ ଓ୍ବାଇ. ଏସ୍‌. ଜଗନ ମୋହନ ରେଡ୍ଡି ଗୁରୁବାର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଜୟଓ୍ବାଡାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଏହି ଉତ୍ସବରେ ପ୍ରାୟ ୩୦ ହଜାର ଲୋକ ଯୋଗ ଦେଇଥିଲେ। ଜଗନ ମୋହନ ଏକେଲା ଶପଥ ନେଇଥିବା ବେଳେ ଆସନ୍ତା ଜୁନ୍‌ ୭ରେ ତାଙ୍କ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବେ ବୋଲି କୁହାଯାଉଛି। ଉକ୍ତ ଶପଥ ଗ୍ରହଣ ଉତ୍ସବରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓ ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓମିକ୍ରନ୍‌ ଏକ ବିଜାତୀୟ ଭୂତାଣୁ

ନୂଆଦିଲ୍ଲୀ,୧୭।୧ : ବୈଜ୍ଞାନିକମାନେ ଓମିକ୍ରନ୍‌କୁ ସମ୍ପୂର୍ଣ୍ଣ ଭିନ୍ନ ମହାମାରୀ ଭାବେ ଦେଖୁଥିବାବେଳେ ଦୁଇଟି ମହାମାରୀ ପରସ୍ପର ସହ ଯୋଡ଼ିହୋଇ ଚାଲିଥିବା ଭଳି ଜଣାପଡ଼ୁଥିବା ଆଇସିଏମ୍‌ଆର୍‌ର ପୂର୍ବତନ...

୨୪ ଘଣ୍ଟାରେ ଦେଶରେ ୨୬ ହଜାରରୁ ଅଧିକ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧୫।୩: ଦେଶରେ ପୁଣି କରୋନା ସଂକ୍ରମଣର ଦୋହରା ମାଡ଼ ଆରମ୍ଭ ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଶନିବାର ୨୪ ଘଣ୍ଟାରେ...

ତିନି ଦିନିଆ ନାଇଜେରିଆ ଗସ୍ତରେ ଯିବେ ରାଜନାଥ ସିଂ

ନୂଆଦିଲ୍ଲୀ,୨୭।୫: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୨୮ରୁ ମେ’୩୦ ପର୍ଯ୍ୟନ୍ତ ତିନି ଦିନିଆ ନାଇଜେରିଆ ଗସ୍ତ କରିବେ। ସେ ପଶ୍ଚିମ ଆଫ୍ରିକୀୟ ଦେଶର ନୂତନ ନିର୍ବାଚିତ...

ଗୁରୁବାରଠାରୁ କେଦାରନାଥ ଯାତ୍ରା ଆରମ୍ଭ: ଜୁନ ୩୦ପର୍ଯ୍ୟନ୍ତ କେବଳ ରୁଦ୍ରପ୍ରୟାଗବାସୀ କରିପାରିବେ ଦର୍ଶନ

ରୁଦ୍ରପ୍ରୟାଗ,୧୧।୬: ଦେବସ୍ଥାନମ୍‌ ବୋର୍ଡର ନିଷ୍ପତ୍ତି ପରେ ଉତ୍ତରାଖଣ୍ଡରେ ଥିବା କେଦାରନାଥ ଧାମ ଯାତ୍ରାକୁ ଖୋଲି ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଜୁନ ୩୦ପର୍ଯ୍ୟନ୍ତ କେବଳ ସ୍ଥାନୀୟ ଲୋକ...

ମଦ୍ୟପାନ ଅଭ୍ୟାସ: ମହିଳାଙ୍କ ମଧ୍ୟରେ ୨ ଗୁଣା ବଢ଼ିଛି, ପୁରୁଷଙ୍କ କ୍ଷେତ୍ରରେ ଅଧା କମିଛି

ଅହମଦାବାଦ,୧୧।୧: ଗୁଜରାଟରେ ଗତ ୫ ବର୍ଷ ମଧ୍ୟରେ ମହିଳାଙ୍କ ମଧ୍ୟରେ ମଦ୍ୟପାନ ଅଭ୍ୟାସ ଦୁଇଗୁଣା ବଢ଼ିଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ଅଧା କମିଛି। ଜାତୀୟ ପରିବାର...

ଅନ୍ନଦାତାଙ୍କୁ ସମର୍ଥନ: ଇସ୍ତଫା ଦେଲେ ଡିଆଇଜି

ଚଣ୍ଡିଗଡ଼,୧୩।୧୨: କୃଷି ଆଇନ ନେଇ ଜାରି ରହିଥିବା ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ କରି ପଞ୍ଜାବର ଜେଲ ଡିଆଇଜି ଲଖଓ୍ବିନ୍ଦର ସିଂ ଝାଖଡ ରବିବାର ଇସ୍ତଫା ଦେଇଛନ୍ତି।...

ସଫଳ ହେଲା ଲାଲୁ ଯାଦବଙ୍କ କିଡନୀ ପ୍ରତିରୋପଣ

ପାଟନା,୫।୧୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସୋମବାର ସିଙ୍ଗାପୁରରେ କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଛି। ଲାଲୁଙ୍କ ସାନ ଝିଅ ରୋହିଣୀ ତାଙ୍କୁ କିଡନୀ...

ବ୍ୟାପୁଛି ସିଏଏ ବିରୋଧୀ ଆନ୍ଦୋଳନ ନିଆଁ: ୟୁପିରେ ହିଂସା: ୬ ମୃତ

ଲକ୍ଷ୍ନୌ/କାନପୁର,୨୧ା୧୨: ଉତ୍ତରପ୍ରଦେଶରେ ଶୁକ୍ରବାର ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ବିଭିନ୍ନ ସ୍ଥାନରେ ହିଂସାର ରୂପ ନେଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା...

Advertisement
Archives

Model This Week