ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧.୧୫ ଲକ୍ଷ ଟଙ୍କା ପ୍ରଦାନ

ବୁଗୁଡା,୨୨ା୪(ଡି.ଏନ.ଏ.)- ବୁଗୁଡ଼ା ଏନ୍‌ଏସି ବିଜୁ ଜନତା ଦଳର ଜନ ପ୍ରତିନିଧି ଓ କର୍ମକର୍ତ୍ତାଙ୍କ ସହ କିଛି ବଦାନ୍ୟ ବ୍ୟକ୍ତି ମଙ୍ଗଳବାର କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ୧୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସ୍ଥାନୀୟ ଏନ୍‌ଏସି ବିଜୁ ଜନତା ଦଳର ଜନ ପ୍ରତିନିଧି କର୍ମକର୍ତ୍ତାଙ୍କ ତରଫରୁ ୫୩ ହଜାର ଟଙ୍କା ଏବଂ ସହରର କିଛି ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ୬୨ ହଜାର ଟଙ୍କା ଏପରି ମୋଟ ୧ ଲକ୍ଷ ୧୫ ହଜାର ଟଙ୍କା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ପଞ୍ଚାୟତ କାର୍ଯ୍ୟାଳୟରେ ବିଡିଓ ତନ୍ମୟ ପାତ୍ରଙ୍କୁ ଚେକ୍‌ ଆକାରରେ ପ୍ରଦାନ କରାଯାଇଛି। ଏଥିରେ ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର, ଅତିରିକ୍ତ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ସମେତ ସୁଧାଂଶୁ ଶେଖର ପାଢ଼ୀ, ଚିତ୍ରସେନ ପ୍ରଧାନ, ସନ୍ତୋଷ କୁମାର ଜେନା, କେ. ତ୍ରିଲୋଚନ ଦୋରା, ରାଜେନ୍ଦ୍ର ପାଢ଼ୀ ପ୍ରମୁଖ ବିଜେଡିର କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସର ଗାଲ କାମୁଡ଼ି ଫେରାର

ପାଲଲହଡ଼ା,୧୦ା୭(ଡି.ଏନ.ଏ.): ଚୋରା ମୋବାଇଲ କିଣିଥିବା ଜଣେ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ତାଙ୍କ ଘରକୁ ଯାଇଥିବା ବେଳେ ପୋଲିସ ଉପରେ ହୋଇଛି ଆକ୍ରମଣ। ସମ୍ପୃକ୍ତ ଅଭିଯୁକ୍ତ ଜଣେ...

ପୁରୀରୁ ସାଇବର ଅପରାଧୀ ଗିରଫ : ୨ ଲକ୍ଷ ଟଙ୍କା ଜବତ

ମାଲକାନଗିରି,୨୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପୋଲିସ ସାଇବର ଅପରାଧରେ ଜଡ଼ିତ ଜଣେ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିଛି। ଏହି ଅଭିଯୁକ୍ତ ଜଣଙ୍କ ରାଜ୍ୟର ବିଭିନ୍ନ ବ୍ୟକ୍ତିଙ୍କୁ ପ୍ରଲୋଭନ...

ଗରିବ ଲୋକଙ୍କୁ ରୋଷେଇ ସାମଗ୍ରୀ, ମାସ୍କ ବଣ୍ଟନ

ବଲାଙ୍ଗୀର ଅଫିସ, ୮ା୪: କରୋନା ଲକଡାଉନ୍‌ ସମୟରେ ଦିନମଜୁରିଆମାନେ ଅଡୁଆରେ ପଡିଛନ୍ତ। ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଚିହ୍ନଟ ହୋଇଛନ୍ତି ସେମାନେ ପିଡିଏସ୍‌ ଚାଉଳ,...

ବିକାଶଠାରୁ ବହୁ ପଛରେ ଗଞ୍ଜାମ ଏନ୍‌ଏସି: ସହରର ଉନ୍ନତି ପାଇଁ ଭାଜପା ପକ୍ଷରୁ ଦାବିପତ୍ର

ଗଞ୍ଜାମ,୨୮।୯(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଦୀର୍ଘ ୧୦ ବର୍ଷଧରି ବିକାଶ ହେଉ ନ ଥିବା ଭାଜପା ବ୍ଲକ ପକ୍ଷରୁ ପ୍ରତିବାଦ କରାଯାଇଛି। ସହରର ବିଭିନ୍ନ ସମସ୍ୟା ସମାଧାନ...

ଧଳାଜହର ବେପାର ବେଳେ ୪ ଗିରଫ

ଅନୁଗୋଳ ଅଫିସ, ୨୯।୩: ଅନୁଗୋଳ ଜିଲାରେ ଧଳା ଜହର କାରବାର ବୃଦ୍ଧି ପାଇବାରେ ଲାଗିଛି। କିଛିଦିନ ହେଲା ଏ ନେଇ ପୋଲିସ ସତର୍କ ନଜର ରଖିଥିଲେ...

ନରସିଂହପୁରରେ ମେଣ୍ଢା ମଡ଼କ

କୁକୁଡାଖଣ୍ଡି,୩ା୧୨ (ଡି.ଏନ.ଏ.)- କୁକୁଡ଼ାଖଣ୍ଡି ବ୍ଲକ ମହୁଡା ପଞ୍ଚାୟତର ନରସିଂହପୁରରେ ଗତ କିଛିଦିନ ମଧ୍ୟରେ ୮୧ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ମେଣ୍ଢା ପ୍ରଥମେ ନିମୋନିଆରେ ଆକ୍ରାନ୍ତ ହେଉଛନ୍ତି।...

ମା’ ସପ୍ତଫେଣୀଙ୍କ ନବରାତ୍ର ପୂଜା

କଣ୍ଟାପଡ଼ା,୭।୧୦(ଡି.ଏନ୍‌.ଏ.): କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ଉରାଢ଼ ଗ୍ରାମର ଶକ୍ତିପୀଠ ମା’ ସପ୍ତଫେଣୀଙ୍କ ପୀଠରେ ନବରାତ୍ର ପୂଜା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଗତ ରବିବାରଠାରୁ ଉକ୍ତ ଶକ୍ତିପୀଠରେ...

ନିର୍ଭୁଲ ତଥ୍ୟ ସଂଗ୍ରହ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ, ୪।୩ – ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ମଙ୍ଗଳବାର ୨୦୨୧ ଜନଗଣନା ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଏଥିରେ...

Advertisement
Archives

Model This Week