ମିଶନ ଶକ୍ତି ଗୃହ ନିର୍ମାଣରେ ବିଳମ୍ବ

ବାଲିଆ, ୧୭।୧:ବିରିଡି ବ୍ଲକ ଅଞ୍ଚଳରେ ୨୩୪ଟି ପ୍ରକଳ୍ପ ନିର୍ମାଣ ପାଇଁ ଆମ ଗାଁ ଆମ ବିକାଶ ଯୋଜନାରେ ୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ମାତ୍ର ବ୍ଲକ ପ୍ରଶାସନର ଆନ୍ତରିକତା ଅଭାବରୁ ଦେଢ଼ ବର୍ଷ ପରେ ବି କେତେକ ପ୍ରକଳ୍ପର ନିର୍ମାଣ ସରିପାରୁ ନ ଥିବା ବେଳେ ଅନ୍ୟ କେତେକର ନିର୍ମାଣ ଆରମ୍ଭ ହୋଇନି। ଏହି ଯୋଜନାରେ ୨୨ ମୌଜା ମଇନ୍ଦପୁର ଗ୍ରାମରେ ଶ୍ରୀମା ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଛି। କିନ୍ତୁ ବ୍ଲକ ପ୍ରଶାସନ ଏଥିରେ ବିଳମ୍ବ କରୁଥିବାରୁ ଗୁରୁବାର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟାମାନେ ବିଡିଓଙ୍କୁ ଭେଟି ଅଭିଯୋଗ କରିଛନ୍ତି। ତୁରନ୍ତ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେଲେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇବେ ବୋଲି ଏସ୍‌ଏଚ୍‌ଜି ସଭାପତି ଭାରତୀ ଦାସ କହିଛନ୍ତି।
ସଭାପତି ଦାସଙ୍କ କହିବା ଅନୁସାରେ, ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେତେବେଳେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ନନ୍ଦଙ୍କ ନାମରେ କାର୍ଯ୍ୟାଦେଶ ରହିଥିବା ବେଳେ ସେ ଗୃହ ପାଇଁ ଲେ-ଆଉଟ୍‌ ପ୍ରସ୍ତୁତ କରିଥିଲେ। ୨୦୧୮ ନଭେମ୍ବରରେ ତତ୍କାଳୀନ ତିର୍ତ୍ତୋଲ ବିଧାୟିକା ଡା. ରାଜଶ୍ରୀ ମଲ୍ଲିକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାପରେ ଯନ୍ତ୍ରୀଙ୍କ କହିବା ଅନୁସାରେ, ଗୋଷ୍ଠୀ ସଦସ୍ୟାମାନେ ନିଅଁ ଖୋଳା କାର୍ଯ୍ୟ ସାରିବା ସହ ଘର ନିର୍ମାଣ ପାଇଁ ଆବଶ୍ୟକ ଇଟା, ବାଲି, ଗୋଡ଼ି, ସିମେଣ୍ଟ, ରଡ୍‌ ଆଦି କ୍ରୟ କରି ମହଜୁଦ ରଖିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କନିଷ୍ଠ ଯନ୍ତ୍ରୀ ନନ୍ଦଙ୍କ ଦେହ ଅସୁସ୍ଥ ହେବା ଓ ୨୦୧୯ ସାଧାରଣ ନିର୍ବାଚନ ଯୋଗୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ଏହାପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଗୋଷ୍ଠୀ ସଦସ୍ୟାମାନେ ବିଡିଓ ଓ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଜଣାଇଥିଲେ ବି ସେମାନେ ଜାଣିଶୁଣି ସମୟ ଗଡ଼ାଉଥିବା ସଭାପତି ଦାସ କହିଛନ୍ତି। ମାର୍ଚ୍ଚ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଅଦ୍ୟାବଧି କାର୍ଯ୍ୟାରମ୍ଭ ହୋଇ ନ ଥିବାରୁ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାଜ୍ୟ ସରକାର ସବୁ କ୍ଷେତ୍ରରେ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଉଥିବା ବେଳେ ବ୍ଲକ ପ୍ରଶାସନର ମିଶନ ଶକ୍ତି ଗୃହ ନିର୍ମାଣରେ ଏଭଳି ଅବହେଳା ଓ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବାକୁ ଚାହୁଁଥିବା ଶ୍ରୀମା ସ୍ବୟଂ ସହାୟକ ଗୋଷ୍ଠୀକୁ ଏଥିରୁ ବାଦ୍‌ ଦେବାକୁ ମସୁଧା ଚାଲିଥିବା ଏସ୍‌ଏଚ୍‌ଜିର ଅନ୍ୟ ସଦସ୍ୟାମାନେ ଅଭିଯୋଗ କରିଛନ୍ତି। ତେବେ ଆସନ୍ତା ୭ଦିନ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ସହ ଏହାର ସମ୍ପାଦନା ଦାୟିତ୍ୱ ଗୋଷ୍ଠୀ ସଦସ୍ୟାଙ୍କୁ ଦିଆ ନ ଗଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିବେ ବୋଲି କହିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ବିଡିଓ ଜୀବନଚନ୍ଦ୍ର ମଲିକଙ୍କୁ ପଚାରିବାରେ ଖୁବ୍‌ଶୀଘ୍ର ଶ୍ରୀମା ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି। ମାତ୍ର ଉକ୍ତ କାର୍ଯ୍ୟ ସମ୍ପାଦନା ଦାୟିତ୍ୱ ସ୍ବୟଂସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଦିଆଯିବ କି ନାହିଁ ସେ ସମ୍ପର୍କରେ କିଛି ସ୍ପଷ୍ଟ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତଳିଆ ଅଞ୍ଚଳରେ ଜଳମଗ୍ନ: ପରିଦର୍ଶନ କଲେ ବଲାଙ୍ଗୀର ଜିଲାପାଳ

ବଲାଙ୍ଗୀର ଅଫିସ,୧୪।୯: ତିନି ଦିନର ଲଗାଣ ବର୍ଷାରେ ବଲାଙ୍ଗୀର ସହରର ବିଭିନ୍ନ ଗାଁର ତଳିଆ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ଲୋକଙ୍କ ଘର...

୪.୭୭ ଲକ୍ଷ ଟଙ୍କା ଜବତ, ୬ ଗିରଫ

ଯାଜପୁର ଅଫିସ/କଳିଙ୍ଗନଗର, (ଡି.ଏନ୍‌.ଏ.) ୧୩ା୨: ଯାଜପୁରରୋଡ଼ ଥାନା ଅନ୍ତର୍ଗତ ଦାନଗଦୀ ହାଟ ନିକଟରୁ ଜାଲ୍‌ ନୋଟ କାରବାର ଚଳାଇଥିବା ଏକ ଆନ୍ତଃ ରାଜ୍ୟ ର଼୍ୟାକେଟକୁ ଜିଲା...

୪୫୫ ପ୍ରଶିକ୍ଷାର୍ଥୀ ନାବିକଙ୍କ ପାସିଂ ଆଉଟ ପରେଡ୍‌

ବାଲୁଗାଁ,୬।୧(ଡି.ଏନ୍‌.ଏ.): ଭାରତୀୟ ନୌସେନା ବିଭାଗ ଚିଲିକା ଶାଖା ତାଲିମ କେନ୍ଦ୍ରରେ ମଙ୍ଗଳବାର ୪୫୫ଜଣ ପ୍ରଶିକ୍ଷାର୍ଥୀ ନାବିକଙ୍କ ପାସିଂ ଆଉଟ୍‌ ପରେଡ୍‌ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ...

ଯୁବତୀଙ୍କୁ ବିବାହ ପାଇଁ ଜିଦ୍‌ ଧରିଲେ ୫୦ ବର୍ଷୀୟ ପୂଜକ

ବାଉଁଶୁଣୀ,୧୨ା୯(ଡି.ଏନ.ଏ.): ବୟସରୁ ୩୦ ବର୍ଷର ସାନ ଜଣେ ଯୁବତୀଙ୍କୁ ବିବାହ ପାଇଁ ଜିଦ୍‌ ଧରିଛନ୍ତି ଶୈବପୀଠର ଜଣେ ୫୦ ବର୍ଷର ପୂଜକ l ଏହି ଘଟଣା...

ଧାନ ବିକ୍ରି କରିବାର ୫୦ ଦିନ ପରେ ବି ଚାଷୀଙ୍କୁ ମିଳୁନି ଟଙ୍କା

କର୍ଲାମୁଣ୍ଡା:୨।୨(ଡି.ଏନ.ଏ.): ମଣ୍ଡିରେ ଧାନ ବିକ୍ରି କରିବାର ୭୨ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଜମା କରାଯିବାର ନିୟମ ରହିଥିଲେ ହେ ଚାଷୀମାନେ ସମୟ ସୀମା...

ଆନ୍ତଃ ଜିଲା ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ବଲାଙ୍ଗୀର ବିଜୟୀ

କୋମନା,୧।୧୦(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଉଦ୍ୟାନବନ୍ଧ ଖେଳ ପଡିଆରେ ଜୟ ମା’ ବସ୍ତ୍ରାଣୀ ଫୁଟବଲ କ୍ଲବ ଆନୁକୁଲ୍ୟରେ ଆନ୍ତଃ ଜିଲା ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ...

ଦୁନିଆ ଦେଖିବା ଆଗରୁ ଆଖିବୁଜିଲା ଶିଶୁ

ଢେଙ୍କାନାଳ ଅଫିସ, ୨୨ା୮ ବିବାହର ଦୀର୍ଘ ୧୦ ବର୍ଷ ପରେ ଜନ୍ମ ହୋଇଥିଲା ଛୁଆଟିଏ। ହେଲେ ଡାକ୍ତରଙ୍କ ଦାୟିତ୍ୱହୀନତାରୁ ସମ୍ପୃକ୍ତ ନବଜାତକ ଦୁନିଆ ଦେଖିବା ଆଗରୁ...

ସମୁଦ୍ରରେ ସ୍ନାନବେଳେ ଚାଲିଗଲା ପ୍ରାଣ

ପୁରୀ ସହର,୫ା୯:ଖୁସିରେ ଶ୍ରୀକ୍ଷେତ୍ର ବୁଲିବାକୁ ଆସିଥିଲେ। ସମୁଦ୍ରରେ ଗାଧୋଇ ସାରି ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତେ। ସ୍ତ୍ରୀ ଓ ଝିଅକୁ ଧରି ଗାଧୋଉଥିଲେ। ହେଲେ ସବୁ ଅଧାରେ...

Advertisement
Archives

Model This Week