Posted inଜାତୀୟ

ମିଳୁନି ଦରମା: ଜେଟ୍‌ ଏୟାରଓ୍ବେଜ୍‌ କର୍ମଚାରୀ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୮।୪: ଜେଟ୍‌ ଏୟାରଓ୍ବେଜ୍‌ର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଫଳରେ କର୍ମଚାରୀଙ୍କୁ ଠିକ୍‌ ସମୟରେ ଦରମା ମିଳିପାରୁନାହିଁ। ଆର୍ଥିକ ସ୍ଥିତି ଖରାପ ହେବାରୁ ଜେଟ୍‌ ଏୟାରଓ୍ବେଜ୍‌ର ଜଣେ ଟେକ୍ନିସିଆନ୍‌ ୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିବା କୁହାଯାଉଛି। ୪୫ ବର୍ଷ ବୟସ୍କ ଶୈଳେଶ ସିଂ ପାଲଘରର ନାଲାସୋପାରା ଇଷ୍ଟ ଅଞ୍ଚଳରେ ଥିବା ଏକ କୋଠାରୁ ଡେଇଁ ପଡ଼ିଛନ୍ତି। ତାଙ୍କ ପେଟରେ କର୍କଟ ହୋଇଥିଲା। ଗୋଟିଏ ଦିନ ପୂର୍ବରୁ ହସ୍ପିଟାଲରୁ ସେ ଡିସଚାର୍ଜ ହୋଇଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ଶୈଳେଶ ଅନେକ ସମୟ ଧରି ଛାତ ଉପରେ ବସି ରହିଥିବା ସିସି ଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। ଶୈଳେଶଙ୍କ ମୃତ୍ୟୁଙ୍କୁ ନେଇ ଜେଟ୍‌ ଏୟାରଓ୍ବେଜ୍‌ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସ୍ଥାଭୋଟ ପୂର୍ବରୁ ଘୋଡ଼ାବେପାର ଭୟ: ବିଧାୟକଙ୍କୁ ଜଗିଲେ ସବୁ ଦଳ

ବେଙ୍ଗାଲୁରୁ,୧୩ା୭:କର୍ନାଟକର ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ଏବଂ ଅଯୋଗ୍ୟ ଘୋଷଣା ସମ୍ପର୍କରେ ବାଚସ୍ପତି ୧୬ ତାରିଖ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେବା...

ବଢ଼ିଲା ଏଲ୍‌ପିଜି ସିଲିଣ୍ଡର-ପେଟ୍ରୋଲ-ଡିଜେଲ ଦାମ

ନୂଆଦିଲ୍ଲୀ,୪।୨: ବଜେଟ ପରେ ମହଙ୍ଗା ମାଡ଼ ଆରମ୍ଭ ହୋଇଛି। ଗୁରୁବାର ଏଲ୍‌ପିଜି ସିଲିଣ୍ଡର, ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ଘଟିଛି। ପେଟ୍ରୋଲ ଏବଂ ଡିଜେଲ...

ମୋତେ ଶୀଘ୍ର ବାହା କର, ଏମିତି ଜିଦ୍‌ ଧରିଲେ ଯୁବତୀ; ଆଉ ତା’ ପରେ…

ଭୋପାଳ,୧୯।୫: ସମଗ୍ର ଦେଶରେ କରୋନା ମହାମାରୀ ଚାଲିଥିବାରୁ କେତେକ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଲୋକଙ୍କୁ କିଛି ଜରୁରୀ କାମରେ ଅସୁବିଧାର ସାମ୍ନା କରିବାକୁ...

ମୁଖତାର୍‌ ଅନ୍‌ସାରୀଙ୍କ ବୋହୂ ଗିରଫ: ଥାନାରେ ସଙ୍ଗିନ ମାମଲା ରୁଜୁ

ଚିତ୍ରକୋଟ,୧୨।୨: ଚିତ୍ରକୋଟ ଜେଲରେ ସ୍ବାମୀ ଅବ୍ବାସ ଅନ୍‌ସାରୀଙ୍କ ସହ ଗୁପ୍ତ ବୈଠକ କରୁଥିବା ଅଭିଯୋଗରେ ମୁଖତାର୍‌ ଅନ୍‌ସାରୀଙ୍କ ବୋହୂ ନିଖତ ଅନ୍‌ସାରୀଙ୍କୁ ଉତ୍ତରପ୍ରଦେଶ ପୋଲିସ ଗିରଫ...

ହିସାରରେ ମିଳିବ ଗଧ କ୍ଷୀର: ୧ ଲିଟରର ଦାମ ୭ ହଜାର ଟଙ୍କା!

ହିସାର,୨୩।୮: ଆମେ ସମସ୍ତେ ଗାଈ, ମଇଁଷି ଅବା ଛେଳି କ୍ଷୀରର ବ୍ୟବହାର ବିଷୟରେ ଜାଣିଛେ। ହେଲେ ଗଧ କ୍ଷୀର କଥା ଶୁଣିଲେ ସାମାନ୍ୟ ଭ୍ରୁକୁଞ୍ଚନ ସୃଷ୍ଟି...

ଅନ୍ୟକୁ ବଞ୍ଚିବା ଶିଖାଉଥିବା ଯୁବତୀ ନିଜେ ଜୀବନ ଯୁଦ୍ଧରେ ହାରିଗଲେ

ସାରା ଦେଶରେ କରୋନା ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ରୋଗୀ କରୋନାରେ ସଂକ୍ରମିତ ହେଉଛନ୍ତି। ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। ଅନେକ...

୪୧ ବର୍ଷ ପରେ ମା’ଙ୍କୁ ଭେଟିଲେ ପୁଅ

ଚେନ୍ନାଇ,୨୪।୧୧: ତାମିଲନାଡୁରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଦୀର୍ଘ ୪୧ ବର୍ଷ ପରେ ମା’ଙ୍କୁ ଭେଟିଛନ୍ତି ପୁଅ। ଏହି ମିଳନ ପରେ ଉଭୟ ମା’...

କୃଷକ ଆନ୍ଦୋଳନକୁ ପୂରିଲା ୬ ମାସ: କଳା ଦିବସ ପାଳିଲେ ଚାଷୀ

ନୂଆଦିଲ୍ଲୀ/ଚଣ୍ଡିଗଡ଼, ୨୬।୫: ବିବାଦୀୟ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀ ସଂଗଠନ ଚଳାଇଥିବା ଆନ୍ଦୋଳନକୁ ବୁଧବାର ୬ ମାସ ପୂରିଛି। ଏହି ଅବସରରେ କୃଷକ...

Advertisement
Archives

Model This Week